ଦୁଇଟି ଝିଅ ଏବଂ ଗୋଟିଏ ପୁଅର ପିତା ହେଉଛନ୍ତି ୬୫ ବର୍ଷର ଚିରଞ୍ଜିବୀ, ଆରବପତି ଶିଳ୍ପପତିଙ୍କ ନାତୁଣୀ ଅଟନ୍ତି ତାଙ୍କ ବୋହୂ।

ସାଉଥ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ ଆଜି ୬୫ ବର୍ଷର ହୋଇଯାଇଛନ୍ତି। ୨୨ ଅଗଷ୍ଟ, ୧୯୫୫ ମସିହାରେ ଆନ୍ଦ୍ରପ୍ରଦେଶର ମୋଗାଲଥୁରରେ ଜନ୍ମ ଗ୍ରହଣ କରିଥିବା ଚିରଞ୍ଜିବୀଙ୍କର ପ୍ରକୃତ ନାମ ହେଉଛି କୋନିଡେଲା ଶିବ ଶଙ୍କର ୱରା ପ୍ରସାଦ। ମାଆଙ୍କ କଥାରେ ସେ ଫିଲ୍ମ ଜଗତରେ ନିଜ ନାମ ଚିରଞ୍ଜିବୀ ରଖିଥିଲେ, ଯାହାର ଅର୍ଥ ସବୁବେଳେ ଜୀବିତ ରହିବା। ଚିରଞ୍ଜିବୀଙ୍କ ବିଷୟରେ ଲୋକ ମାନେ ବହୁତ କିଛି ଜାଣିଛନ୍ତି। କିନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଆମେ ତାଙ୍କ ପରିବାର ବିଷୟରେ କହୁଛୁ।

ଚିରଞ୍ଜିବୀ ୧୯୮୦ରେ ସୁରେଖାଙ୍କ ସହିତ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ତାଙ୍କ ପୁଅର ନାମ ରାମଚରଣ ତେଜା ଅଟେ, ଯିଏକି ସାଉଥ ଫିଲ୍ମ ଜଗତରେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ୨୭ ମାର୍ଚ୍ଚ, ୧୯୮୫ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ରାମଚରଣ ନିଜର କ୍ୟାରିୟରର ପ୍ରାରମ୍ଭ ୨୦୦୭ରେ ଆସିଥିବା ଫିଲ୍ମ “ଚିରୁଥା”ରୁ କରିଥିଲେ। ରାମଚରଣ ଅଭିନେତା ହେବା ସହିତ ଜଣେ ଶିଳ୍ପପତି ମଧ୍ୟ ଅଟନ୍ତି।

ଚିରଞ୍ଜିବୀଙ୍କ ପୁଅ ରାମଚରଣଙ୍କର ବିବାହ ୧୪ଜୁନ, ୨୦୧୨ ମସିହାରେ ଆପୋଲ ହସ୍ପିଟାଲର ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ ପ୍ରତାପ ସି ରେଡ୍ଡୀଙ୍କ ନାତୁଣୀ ଉପାସନା କମିନେନିଙ୍କ ସହିତ ହୋଇଥିଲା। ଆପୋଲ ହସ୍ପିଟାଲର ଦେଶ ସାରା ଅନେକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ରହିଛି। ଏହାଛଡା ମଧ୍ୟ ତାଙ୍କର ଆହୁରି ଅନେକ ବ୍ୟବସାୟ ରହିଛି।

ପୁଅ ରାମଚରଣଙ୍କୁ ଛାଡିଦେଲେ ଚିରଞ୍ଜିବୀଙ୍କର ଦୁଇଟି ଝିଅ ଶ୍ରୀଜା ଏବଂ ସୁଶ୍ମିତା ଅଛନ୍ତି। ସୁଶ୍ମିତାଙ୍କ ବିବାହ ବିଷ୍ଣୁ ପ୍ରସାଦଙ୍କ ସହିତ ୨୦୦୬ ମସିହାରେ ହୋଇଥିଲା। ସେହିପରି ଶ୍ରୀଜାଙ୍କ ବିବାହ ଶିରିଷ ଭରଦ୍ୱାଜଙ୍କ ସହିତ ୨୦୦୭ରେ ଗୋପନ ଭାବରେ ହୋଇଥିଲା। କିନ୍ତୁ ପରେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ବିଗିଡିବା ଆରମ୍ଭ ହୋଇଯାଇଥିଲା। ଶିରିଷଙ୍କ ଉପରେ ଡାଓରି ମାଗିବାର ଆରୋପ ଲଗାଇଥିଲେ ଶ୍ରୀଜା। ପରେ ଦୁଇଜଣ ଡିଭୋର୍ସ ନେଇ ଅଲଗା ହୋଇଯାଇଥିଲେ। ଶ୍ରୀଜା ପୁଣି ଥରେ ୨୦୧୬ ମସିହାରେ ପରିବାର ଲୋକଙ୍କ ସମ୍ମତିରେ ଜଣେ ଜ୍ବେଲେରୀ ବ୍ୟାପାରୀ କଲ୍ୟାଣଙ୍କ ସହିତ ବିବାହ କରିଥିଲେ।

ଚିରଞ୍ଜିବୀଙ୍କ ପିତା ଜଣେ ହାବିଲଦାର ଥିଲେ, ସେଥିପାଇଁ ତାଙ୍କର ବାରମ୍ବାର ଚାକିରୀରେ ସ୍ଥାନ ପରିବର୍ତ୍ତନ ହେଉଥିଲା। ଏହି କାରଣରୁ ଚିରଞ୍ଜିବୀ ପିଲାବେଳ ଗାଁରେ ଜେଜେମା, ଜେଜେବାପାଙ୍କ ସହିତ ବିତାଇଥିଲେ। ଛୋଟ ବେଳୁ ହିଁ ତାଙ୍କର ଅଭିନୟ ପ୍ରତି ବିଶେଷ ରୁଚି ରହିଥିଲା। ବାଣିଜ୍ୟରେ ସ୍ନାତକ ହାସଲ କରିବା ପରେ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟ(୧୯୭୬)ରେ ଏଡ଼ମିଶନ ନେବା ପାଇଁ ଚେନ୍ନାଇ ଆସିଯାଇଥିଲେ ଯାହାଦ୍ୱାରା ସେ ନିଜର ଅଭିନୟ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ।

ଚିରଞ୍ଜିବୀ ନିଜ କ୍ୟାରିୟରର ପ୍ରାରମ୍ଭ “ପୁନଧିରଲ୍ଲୁ” ଫିଲ୍ମରୁ କରିଥିଲେ କିନ୍ତୁ ତାଙ୍କର ପ୍ରଥମ ରିଲିଜ ଫିଲ୍ମ “ପ୍ରଣାମ ଖରୀଦୁ”(୧୯୭୮) ଅଟେ। ଏହାପରେ ସେ କିଛି ଫିଲ୍ମର ଛୋଟ ଛୋଟ ଚରିତ୍ରରେ ଅଭିନୟ କରିଥିଲେ। ୧୯୮୨ରେ ଆଇ ଫିଲ୍ମ “ଇଂଟଲୋ ରାମୟା ବୀଡିଲୋ କୃଷ୍ଣୟା”ରେ ଲିଡ ଅଭିନେତା ଭାବରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ ହୋଇଥିଲା।

ଚିରଞ୍ଜିବୀଙ୍କ ୧୯୯୨ରେ ଆଇ ଫିଲ୍ମ “ଘରାନା ମୋଗୁଡୁ” ଏମିତି ଏକ ପ୍ରଥମ ତେଲେଗୁ ଫିଲ୍ମ ଅଟେ, ଯାହା ବକ୍ସ ଅଫିସରେ ୧୦ କୋଟି ଟଙ୍କାର ଆୟ କରିଥିଲା। ତାଙ୍କୁ ୧୦ ଥର ଫିଲ୍ମ ଫେୟାର ଆୱାର୍ଡରେ ପୁରସ୍କୃତ କରାଯାଇ ସାରିଛି। ସେ ଏମିତି ଜଣେ ପ୍ରଥମ ତାରକା ଅଟନ୍ତି ଯିଏ ନିଜର ପ୍ରଥମ ୱେବସାଇଟ ଆରମ୍ଭ କରିଥିଲେ। ସେ ଏଥିରେ ନିଜର ଇଭେଣ୍ଟ ଏବଂ ଫିଲ୍ମର ପ୍ରୋମୋଶନ କରିବା ଆରମ୍ଭ କରିଥିଲେ।

ଚିରଞ୍ଜିବୀ ଫିଲ୍ମରେ ନାମ କମାଇବା ପରେ ୨୦୦୮ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ନିଜର ପ୍ରଜା ରାଜ୍ୟମ ପାର୍ଟି ନିର୍ମାଣ କରିଥିଲେ। ପରେ ଏହି ପାର୍ଟି କଂଗ୍ରେସରେ ବିଲୟ ହୋଇଯାଇଥିଲା। ତାଙ୍କ ପୁଅ ରାମଚରଣ ତେଜା ମଧ୍ୟ ସାଉଥ ଫିଲ୍ମ ଜଗତର ସୁପରଷ୍ଟାର ଅଟନ୍ତି।

ଚିରଞ୍ଜିବୀଙ୍କ ପ୍ରମୁଖ ଫିଲ୍ମ ଗୁଡିକ ମଧ୍ୟରେ “ପସିବାଦୀ ପ୍ରଣାମ”(୧୯୮୭), “ୟାମୁଡିକି ମୋଗୁଡୁ”(୧୯୮୮), “ମାଂଚି ଡୋଙ୍ଗା”(୧୯୮୮), “କୋଂଡବେଟି ଦୋଙ୍ଗା”(୧୯୯୦) ସହିତ ଆହୁରି ଅନେକ ନାମ ରହିଛି। ସେ ସାଉଥ ସହିତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। “ପ୍ରତିବନ୍ଧ”(୧୯୯୦), “ଆଜ କା ଗୁଣ୍ଡାରାଜ”(୧୯୯୦)ରେ ଚିରଞ୍ଜିବୀ ନଜର ଆସିଥିଲେ।

ଚିରଞ୍ଜିବୀଙ୍କ ପତ୍ନୀ, ପୁଅ ଏବଂ ବୋହୂ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *