କରୋନା ଭାଇରସ ଏବଂ ବିଶ୍ୱ ସ୍ତରୀୟ ପ୍ରତିବନ୍ଧକ ଗୁଡିକ ଉତ୍ତର କୋରିଆର ଅର୍ଥବ୍ୟବସ୍ଥାର କମର ଭାଙ୍ଗି ଦେଇଛି ଯାହାଦ୍ୱାରା ସେଠାକାର ଶାସକ କିମ ଜୋଙ୍ଗ ଓନ ବହୁତ ଚିନ୍ତାରେ ପଡିଯାଇଛନ୍ତି। ଏହି କାରଣରୁ କିମ ଜୋଙ୍ଗ ଓନ ଆମେରିକା ସହିତ ଉତ୍ତର କୋରିଆର ନିଜର ସମ୍ପର୍କ ସୁଧାରିବା ପାଇଁ ନିଜ ଭଉଣୀଙ୍କୁ ଦାୟିତ୍ବ ଦେଇଛନ୍ତି।
କିମ ଜୋଙ୍ଗ ଓନ ସତ୍ତାରେ ଥିବା ପାର୍ଟିର ନେତା ମାନଙ୍କର ଏକ ସଭାରେ କହିଥିଲେ ଯେ, ଦେଶ ଅପ୍ରତ୍ୟାଶିତ ଏବଂ ଅପରିହାର୍ଯ୍ୟ ଚ୍ୟାଲେଞ୍ଜର ସାମ୍ନା କରୁଛି। ଏହାଦ୍ବାରା ତାଙ୍କ ବିକାଶର ଲକ୍ଷ୍ୟରେ ବିଳମ୍ବ ହେଉଛି। ଉତ୍ତର କୋରିଆର ମିଡ଼ିଆ ମୁତାବକ, ବୈଠକରେ ଖରାପ ଅର୍ଥବ୍ୟବସ୍ଥାର ସବୁଠୁ ବଡ଼ କାରଣ ପ୍ରତିବନ୍ଧ ଗୁଡ଼ିକୁ କୁହାଯାଇଥିଲା। ଏହାଛଡ଼ା, ଚାରିଆଡେ ବନ୍ୟା ଏବଂ କରୋନା ଭାଇରସ ଜନିତ ମହାମାରୀ ଉତ୍ତର କୋରିଆର ଅର୍ଥବ୍ୟବସ୍ଥାକୁ ଦୁଇ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ଖରାପ ସ୍ଥିତିରେ ପହଞ୍ଚାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଛି।
ଉତ୍ତର କୋରିଆର ଏହି ଅବସ୍ଥାକୁ ନେଇ ଦକ୍ଷିଣ କୋରିଆ ସାଂସଦ ମାନେ ପତ୍ରକାରଙ୍କୁ କହିଛନ୍ତି ଯେ, ଦେଶର ଗୁଇନ୍ଦା ଏଜେନ୍ସି ମାନଙ୍କ ମୁତାବକ କିମ ସିୟୋଲ ଏବଂ ୱାଶିଙ୍ଗଟନ ସହିତ ନିଜର ସମ୍ବନ୍ଧ ସୁଦୃଢ କରିବା ପାଇଁ କିମ ଜୋଙ୍ଗ ଓନ ନିଜ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି। ଗତ ଦିନରେ ରାଜନୈତିକ ମାମଲାରେ ତାଙ୍କ ଭଉଣୀ ସର୍ବଜନିକ ଭୂମିକା ପ୍ରତିପାଦନ କରିଥିଲେ।
ଗୁଇନ୍ଦା ଏଜେନ୍ସିର ସଦସ୍ୟ ହା ତାଏ-କିଙ୍ଗ କହିଥିଲେ ଯେ, ଏହି ପଦକ୍ଷେପରୁ ସଙ୍କେତ ମିଳୁ ନାହିଁ ଯେ କିମ ଜୋଙ୍ଗ ଚୀନର କମ୍ୟୁନିଷ୍ଟ ପାର୍ଟି ପରି “ସାମୁହିକ ନେତୃତ୍ୱ” ପ୍ରଣାଳୀ ଆପଣାଉ ଥିଲେ। ହା ତାଏ-କିଙ୍ଗ କହିଲେ ଯେ, କିମ ଜୋଙ୍ଗ ଓନଙ୍କ ସମ୍ପୂର୍ଣ୍ଣ ଶକ୍ତି ଉତ୍ତର କୋରିଆର ବର୍ତ୍ତମାନ ନେତୃତ୍ୱ ଶୈଳୀ ହିସାବରେ କାମ କରୁଅଛି।
ଇଣ୍ଟରନ୍ୟାସନଲ କ୍ରାଇସେସ ଗ୍ରୁପରେ ଉତ୍ତର-ପୂର୍ବ ଏସିଆ ଏବଂ ପରମାଣୁ ନୀତିର ବରିଷ୍ଠ ପରାମର୍ଶଦାତା ଡୁୟୋନ କିମସନ୍ଦେହ ପ୍ରକଟ କରିଛନ୍ତି ଯେ ସର୍ବୋଚ୍ଚ ନେତା ଭାବରେ କିମ ନିଜ ପଦବୀ ତ୍ୟାଗ କରିପାରନ୍ତି। ସେ କହିଥିଲେ ଯେ, ” ଉତ୍ତର କୋରିଆରେ ସତ୍ତାର ଆଂଶିକ ହସ୍ତାନ୍ତରଣ ଅତିଶୟୋକ୍ତି ପ୍ରତିତ ହେଉଛି।”
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |