ସିସିଟିଭି ଫୁଟେଜରେ ଖୋଲିଲା ରିୟାଙ୍କ କାରନାମା, ସିବିଆଇ ମୁମ୍ବାଇ ପହଞ୍ଚିବା ମାତ୍ରେ ୪ଟି ବଡ଼ ଖୁଲାସା।

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସିସିଟିଭି ଆଧାରରେ ୪ଟି ନୂତନ ଖୁଲାସା ହୋଇଛି, ଯାହାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି। ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନେଲ ସିସିଟିଭି ଆଧାରରେ ୪ଟି ପ୍ରଶ୍ନ ଉଠାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲ ନିଆ ଯାଉଥିଲା ସେତେବେଳେ ସିସିଟିଭିରେ ରେକର୍ଡ ମଧ୍ୟ ହୋଇଥିଲେ, ସମସ୍ତ ସିସିଟିଭି ଫୁଟେଜରେ ସନ୍ଦିପ ସିଂ ନେତୃତ୍ୱ କରୁଥିବାର ନଜର ଆସିଥିଲେ।

ତେବେ ରିପବ୍ଲିକ ଟିଭି ପ୍ରଶ୍ନ ଉଠାଇଛି ଯେ, ସନ୍ଦିପ ସିଂଙ୍କୁ ସୁଶାନ୍ତଙ୍କ ପରିବାର ଭଲ ଭାବରେ ଜାଣି ନଥିଲେ କିମ୍ବା ସନ୍ଦିପ ମଧ୍ୟ ସୁଶାନ୍ତଙ୍କ ପରିବାରକୁ ଠିକ ଭାବରେ ଜାଣି ନଥିଲେ। ସୁଶାନ୍ତଙ୍କ ପରିବାରର ସମସ୍ତ ସଦସ୍ୟ ସନ୍ଦିପଙ୍କୁ ପରିଚୟ ମଧ୍ୟ ଆଗରୁ ଜାଣି ନାହାନ୍ତି ବୋଲି କହିଥିଲେ। ଯଦି ସନ୍ଦିପଙ୍କୁ କେହି ଜାଣି ହିଁ ନଥିଲେ ତାହେଲେ କେଉଁ ହିସାବରେ ଏବଂ କାହାର ଅନୁମତିରେ ସନ୍ଦିପ ସବୁକିଛିର ନେତୃତ୍ୱ ନେଉଥିଲେ।

ସୁଶାନ୍ତଙ୍କୁ କେଉଁ ମେଡ଼ିକାଲ ନେବାକୁ ପଡିବ, କେମିତି ନିଆଯିବ ଏସବୁକିଛି ବୁଝୁଥିଲେ ସନ୍ଦିପ।ସର୍ବପ୍ରଥମେ ଲୀଳାବତୀ ହସ୍ପିଟାଲ ନିଆଯିବାର କଥା କୁହାଯାଉଥିଲା କିନ୍ତୁ ପରେ କୁପର ହସ୍ପିଟାଲ ନିଆଗଲା ତାହେଲେ କଣ ଏହି ନିଷ୍ପତ୍ତି ମଧ୍ୟ ସନ୍ଦିପଙ୍କର ଥିଲା। ତେବେ କେଉଁ କାରଣରୁ ସୁଶାନ୍ତଙ୍କୁ ଲୀଳାବତୀ ହସ୍ପିଟାଲ ବଦଳରେ କୁପର ହସ୍ପିଟାଲ ନେଇଯାଇଥିଲେ ସନ୍ଦିପ?

ତୃତୀୟ ପ୍ରଶ୍ନ ରହିଥିଲା, ସନ୍ଦିପ ସିଂ କାହାକୁ ଆଙ୍ଗୁଠି ଦେଖାଇ ସବୁ ଠିକ ଥିବାର ଆଶ୍ୱାସନା ଦେଉଥିଲେ। ଏକ ଫୋଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସନ୍ଦିପ ସିଂ ଆଙ୍ଗୁଠିରେ କାହାକୁ “All OK” କହି ଇଶାରା କରୁଥିବାର ନଜର ଆସିଥିଲେ। ଅରନବ ଗୋସ୍ୱାମୀ ଟିମ ପ୍ରଶ୍ନ ଆଣିଛନ୍ତି ଯେ, ସନ୍ଦିପ ସିଂ କାହାକୁ ଏପରି ଇଶାରା କରି “ସବୁକିଛି ଠିକ ଅଛି କାମ ହୋଇଗଲା” ବୋଲି ଇଶାରାରେ କହୁଥିଲେ।

ଚତୁର୍ଥ ପ୍ରଶ୍ନ ଏହା ଥିଲା ଯେ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ମୃତ୍ୟୁ ଦିନ କୁପର ହସ୍ପିଟାଲରେ କଣ କରୁଥିଲେ? ଏହା ଏକ ଆଶ୍ଚର୍ଯ୍ୟଜନକ କଥା ଯେ, ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ସମୟରେ ରିୟା ଚକ୍ରବର୍ତ୍ତୀ କୁପର ହସ୍ପିଟାଲରେ ଉପସ୍ଥିତ ଥିଲେ। ରିୟା ଶବ ବ୍ୟବଚ୍ଛେଦ ଚାଲିଥିବା ସମୟରେ ୪୫ ମିନିଟ ପର୍ଯ୍ୟନ୍ତ କୁପର ହସ୍ପିଟାଲରେ ଉପସ୍ଥିତ ଥିଲେ। ରିପବ୍ଲିକ ଭାରତ ପ୍ରଶ୍ନ ଆଣିଛି ଯେ କଣ ରିୟା ସେଠାରେ ପ୍ରମାଣ ନଷ୍ଟ କରିବାକୁ ଯାଇଥିଲେ।

ସିବିଆଇ ଗତକାଲି ସନ୍ଧ୍ୟା ସମୟରେ ମୁମ୍ବାଇ ପହଞ୍ଚି ଯାଇଥିଲା। ଆଜି ଠାରୁ ସିବିଆଇ ଟିମ ସୁଶାନ୍ତଙ୍କ କେସରେ ତଦନ୍ତ ଆରମ୍ଭ କରିବ। ବର୍ତ୍ତମାନ ସୁଶାନ୍ତଙ୍କ ପରିବାର ସଦସ୍ୟ ଏବଂ ପ୍ରଶଂସକ ମାନେ ଖୁବଶୀଘ୍ର ନ୍ୟାୟ ପାଇବାର ଆଶା କରୁଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *