ସିବିଆଇ ହାତରେ ବଡ଼ ପ୍ରମାଣ, ସମାଧାନ ହୋଇଗଲା ସୁଶାନ୍ତଙ୍କ କେସ! ୧୪ ଜୁନର ପୁନରାବୃତ୍ତି ପରେ ମିଳିଲା ବହୁତ ବଡ଼ ସଫଳତା।

ମୁମ୍ବାଇ ପହଞ୍ଚି ସିବିଆଇର ଟିମ ସୁଶାନ୍ତଙ୍କ କେସରେ ଯାଞ୍ଚ ଆରମ୍ଭ କରିଦେଇଛି। ସିବିଆଇ ପ୍ରଥମେ ମୁମ୍ବାଇ ପୋଲିସ ଠାରୁ ସମସ୍ତ ଦସ୍ତାବିଜ, କେସ ଡାଏରୀ ଏବଂ ସୁଶାନ୍ତଙ୍କ କେସରେ ପୋଲିସ ଜବତ କରିଥିବା ସମସ୍ତ ଜିନିଷ ଅର୍ଥାତ ସୁଶାନ୍ତଙ୍କ ଲାପଟପ, ତାଙ୍କ ତିନୋଟି ଫୋନ, ସୁଶାନ୍ତଙ୍କ ରୁମର ଚାଦର, ସେହି ସବୁଜ କପଡା ମଧ୍ୟ ସଂଗ୍ରହ କରିଥିଲା। ଏଥିସହିତ ୫ ଗୋଟି ଟିମ ବନାଇ ସିବିଆଇ ନିଜର ତଦନ୍ତ ଚଳାଇଛି। ସିବିଆଇ ଟିମକୁ ପ୍ରଥମ ଦିନରେ ହିଁ ବହୁତ ବଡ଼ ସଫଳତା ମିଳିଯାଇଛି।

ପ୍ରଥମ ଦିନରେ ହିଁ ସୁଶାନ୍ତଙ୍କ କେସ ପାଖାପାଖି ସମାଧାନ ହୋଇଯାଇଥିବାର ମଧ୍ୟ କୁହାଯାଉଛି। କାରଣ ସିବିଆଇ ପ୍ରଥମ ଦିନରେ ହିଁ ଆଉଥରେ ପୁଣି ୧୪ ଜୁନର ଘଟଣାକୁ ପୁନରାବୃତ୍ତି କରିଛି। ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ପୁଣି ଥରେ ସେସବୁ କରିଥିଲା ଯାହା ୧୪ ଜୁନକୁ ହୋଇଥିଲା। ଏହାପରେ ସିବିଆଇ ହାତରେ ଏକ ବଡ଼ ପ୍ରମାଣ ଲାଗିଛି।

ତେବେ ସିବିଆଇ ୫ ଗୋଟି ଟିମ ବନାଇ ସୁଶାନ୍ତଙ୍କ କେସରେ ତଦନ୍ତ କରାଉଛି। ଗୋଟିଏ ଟିମ ଲୋକଙ୍କୁ ପଚରା ଉଚରା କରୁଥିବା ବେଳେ। ଅନ୍ୟ ଟିମ ମୁମ୍ବାଇ ପୋଲସକୁ କଭର କରୁଛି ମୁମ୍ବାଇ ପୋଲିସ ଠାରୁ ସବୁକିଛି ଜିନିଷ ରୁ ଆରମ୍ଭ କରି ସମସ୍ତ ଜିନିଷ ନିଜ ଅଧୀନରେ ହସ୍ତାନ୍ତର କରି ନେଉଛି। ତୃତୀୟ ଟିମ ନୂତନ ପ୍ରମାଣ ଏବଂ ସାକ୍ଷୀ ଖୋଜୁଛି। ଚତୁର୍ଥ ଟିମ ଫରେନସିକ ବିଭାଗର ଅଫିସରଙ୍କ ଠାରୁ ସବୁ ଛୋଟରୁ ବଡ଼ ତଥ୍ୟର ବିବରଣୀ ସଂଗ୍ରହ କରିଛନ୍ତି। ପଞ୍ଚମ ଟିମ ସୁଶାନ୍ତଙ୍କ ଫ୍ଲାଟରେ ପହଞ୍ଚି ସୁଶାନ୍ତଙ୍କ ସେହି ଫ୍ଲାଟର ସେହି ରୁମରେ ୧୪ ଜୁନର ଘଟଣାକି ପୁନରାବୃତ୍ତି କରାଇଛନ୍ତି। ଏହି ପଞ୍ଚମ ଟିମ ମୁମ୍ବାଇର ପ୍ରଥମ ଦିନରେ ହିଁ ସଫଳତା ହାସଲ କରିଛି। ଏତେବଡ଼ ସଫଳତା ଯାହାକୁ କେସ ସମାଧାନ ବୋଲି ମଧ୍ୟ କୁହାଯାଉଛି।

ତେବେ ୧୪ ଜୁନର ଗୋଟିଏ ଦୃଶ୍ୟ ନୁହେଁ ବରଂ ଦୁଇଟି ଦୃଶ୍ୟକୁ ପୁନଃ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ମୁମ୍ବାଇ ପୋଲିସ କହିବା ମୁତାବକ ସୁଶାନ୍ତ ନିଜ ଇଚ୍ଛାରେ ଆତ୍ମହତ୍ୟା କଟିଥିଲେ ସେଥିପାଇଁ ପ୍ରଥମେ ସେହି ରୁମ ଭିତରେ ସୁଶାନ୍ତ ନିଜେ ଆତ୍ମହତ୍ୟା କରିଥିଲେ କି ନାହିଁ ଜାଣିବା ପାଇଁ ସେହିପରି ଦୃଶ୍ୟ ପ୍ରସ୍ତୁତ କରାଯାଇଥିଲା। ସୁଶାନ୍ତଙ୍କ ଉଚ୍ଚତା ଏବଂ ଓଜନର ଏକ ଡୋମି ପ୍ରସ୍ତୁତ କରାଯାଇଥିଲା।

ଏହି ଦୃଶ୍ୟରେ ସେହି ବେଡ, ସେହି ରୁମ ଏବଂ ସେହି ପଙ୍ଖା ବ୍ୟବହାର କରାଗଲା। ସେଦିନ ସକାଳୁ ଚାକରର ଜୁସ ପିଆଇବା ଠାରୁ ଆରମ୍ଭ କରି କବାଟ ବଡେଇବା ଏବଂ ସୁଶାନ୍ତଙ୍କ ପଙ୍ଖା ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୃଶ୍ୟ ଆଉଥରେ ସୃଷ୍ଟି କରାଯାଇଥିଲା। କିନ୍ତୁ ଯେମିତି ସୁଶାନ୍ତଙ୍କୁ ଝୁଲୁଥିବା ଅବସ୍ଥାରେ ଛଡ଼ାଗଲା ସୁଶାନ୍ତଙ୍କ ପାଦ ଆସି ବେଡରେ ଲାଗିଥିଲା। ଏଥିସହିତ ପଙ୍ଖା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଆଡକୁ ନଇଁ ଯାଇଥିଲା। ଏହି ଅବସ୍ଥାରେ ଡୋମିକୁ କିଛି ସମୟ ରଖି ତଳକୁ ଓଲ୍ହାଇ ଆଣିବା ପରେ ପଙ୍ଖା ସେମିତି ହିଁ ଗୋଟିଏ ଆଡକୁ ନଇଁ ରହିଥିଲା।

ଏକ ଚ୍ୟାନେଲର ଷ୍ଟ୍ରିଙ୍ଗ ଅପରେସନ ସମୟରେ କ୍ୟାମେରା ସାମ୍ନାରେ କେସର ଯାଞ୍ଚ କରିଥବା ଫରେନସିକ ବିଭାଗର ଅଧିକାରୀ ମଧ୍ୟ କହିଥିଲେ ଯେ, ସୁଶାନ୍ତ ଫାଶି ଲଗାଥିବା ପଙ୍ଖା ସାମାନ୍ୟ ହେଲେ ତଳକୁ ନଇଁ ନଥିଲା। ୬ ଫୁଟ ଲମ୍ବା ୭୫ କିଲୋ ଓଜନର ସୁଶାନ୍ତଙ୍କ ଝୁଲିବା ପରେ ମଧ୍ୟ ପଙ୍ଖାରେ କୌଣସି ପରିବର୍ତ୍ତନ ଆସି ନଥିଲା ଏହା ଏକ ସମ୍ପୂର୍ଣ୍ଣ ଅସମ୍ଭବ କଥା। ବର୍ତ୍ତମାନ ଏହି କଥା ସିବିଆଇ ଯାଞ୍ଚରେ ମଧ୍ୟ ସାମ୍ନାକୁ ଆସିଯାଇଛି।

ସୁଶାନ୍ତଙ୍କୁ ନେଇ ପ୍ରତ୍ୟେକ ଦିନ ନୂତନ କଥା, ନୂତନ ଖୁଲାସା ସାମ୍ନାକୁ ଆସୁଛି। କିନ୍ତୁ ଏପର୍ଯ୍ୟନ୍ତ ଭୟରେ କିଛି କହୁ ନଥିବା ସୁଶାନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ ନିଜ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି ସୁଶାନ୍ତଙ୍କୁ ମାରିବା ପାଇଁ ୫ ଜଣ ଲୋକ ମାସ୍କ ସୁଶାନ୍ତଙ୍କ ଘରକୁ ଆସିଥିଲେ। ସେହି ମାସ୍କ ପିନ୍ଧା ଲୋକମାନେ ନିଜ ହାତରେ ମଧ୍ୟ ହତିଆର ଧରଥିଲେ। ମୁମ୍ବାଇ ପୋଲିସ ଉପରେ ମଧ୍ୟ ପୁଣି ଥରେ ଏକ ବଡ଼ ପ୍ରଶ୍ନ ଉଠିଛି କାରଣ ଫୋନ କଲ କରିବାର ୨ ଘଣ୍ଟା ପରେ ମଧ୍ୟ ମୁମ୍ବାଇ ପୋଲିସ ଆସି ନଥିଲେ।

ବର୍ତ୍ତମାନ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ଗଣେଷ ହେବାରକର, ସେହି କୋରିଓଗ୍ରାଫର ଯେଉଁବ୍ୟକ୍ତିଙ୍କ ଜୀବନ ସୁଶାନ୍ତ ବଞ୍ଚାଇଥିଲେ। ତେବେ ଗଣେଷ କହିଛନ୍ତି ସୁଶାନ୍ତଙ୍କ ପରେ ଏବେ ତାଙ୍କ ପଛରେ ପଡି ଯାଇଛନ୍ତି ସୁଶାନ୍ତଙ୍କ ହତ୍ୟାକାରୀ। ଗଣେଷ କହିଥିଲେ ଯେ, ୫/୬ ଜଣ ଲୋକ ସୁଶାନ୍ତଙ୍କ ଏହି ଅବସ୍ଥା କରିଛନ୍ତି। ସୁଶାନ୍ତଙ୍କ ପକ୍ଷ ନେଇ କହିଥିଲେ ଯେ, ୧୩ ଜୁନ ରାତିରେ କିଏ କିଏ ଆସିଥିଲେ ୧୩ ଜୁନର ସେହି ପାର୍ଟିରେ, କେତେଜଣ ଲୋକ ଆସିଥିଲେ, କଣ ହୋଇଥିଲା ସେଦିନ। ତେବେ ୧୩ ଜୁନର ପାର୍ଟି ବିଷୟରେ ଗଣେଷଙ୍କୁ ନିଜେ ସୁଶାନ୍ତ କହିଥିଲେ। ପାର୍ଟିରେ ଅନେକ ବଡ଼ ବଡ଼ ଲୋକ ଶାମିଲ ହୋଇଥିଲେ। ସୁଶାନ୍ତଙ୍କର ବନ୍ଧୁ ସନ୍ଦିପ ସିଂହ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ସେହି ପାର୍ଟି କାରଣରୁ ସୁଶାନ୍ତଙ୍କ ଘରର ସିସିଟିଭି କ୍ୟାମେରା ବନ୍ଧ କରାଯାଇଥିଲା ଅର୍ଥାତ ସବୁକିଛି ପୂର୍ବ ଷଡ଼ଯନ୍ତ୍ର ଥିଲା।

ଗଣେଷ କହିଛନ୍ତି ଯେ, ସୁଶାନ୍ତଙ୍କ ପରେ ତାଙ୍କୁ ମଧ୍ୟ ଧମକ ଦିଆଯାଉଛି ଯେଉଁ କାରଣରୁ ଆଜି ଯାଏ ସେ ଚୁପ ରହିଥିଲେ। କିନ୍ତୁ ଗଣେଷଙ୍କ ଗତକାଲିର ବୟାନ ସମସ୍ତଙ୍କୁ ସ୍ତବ୍ଧ କରିଦେବ। ଗୋଟିଏ ଦିନ ପୂର୍ବରୁ ଦେଇଥିବା ବୟାନ ପରେ ୫/୬ ଜଣ ଲୋକ ହାତରେ ରଡ଼ ଧରି ଆସିଥିଲେ ତାଙ୍କୁ ମାରିବା ପାଇଁ। ଏହାପରେ ଗଣେଷ ମୁମ୍ବାଇ ପୋଲିସକୁ କଲ ମଧ୍ୟ କରିଥିଲେ କିନ୍ତୁ ଦୁଇଘଣ୍ଟା ପରେ ମଧ୍ୟ ମୁମ୍ବାଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନଥିଲା।

ବର୍ତ୍ତମାନ ଗଣେଷ ସିବିଆଇକୁ ସମସ୍ତ ସତ୍ୟ ଏବଂ ସବୁ ସମ୍ପୃକ୍ତଙ୍କ ନାମ ମଧ୍ୟ କହିବାକୁ ଚାହୁଁଛନ୍ତି। ଏଥିସହିତ ଗଣେଷ ନିଜ ପାଇଁ ସୁରକ୍ଷା ମଧ୍ୟ ମାଗିଛନ୍ତି। ତେବେ ଖାଲି ଗଣେଷ ନୁହନ୍ତି ସୁଶାନ୍ତଙ୍କ ପକ୍ଷ ନେଉଥିବା ସମସ୍ତଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଯଦି ସୁଶାନ୍ତ ଆତ୍ମହତ୍ୟା କରିଥାନ୍ତେ ତେବେ ଏହି ସବୁ ବ୍ୟକ୍ତି ମାନେ ପ୍ରତିକ୍ରିୟାଶୀଳ ହୋଇ ନଥାନ୍ତେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *