ଲିଭର ବା ଯକୃତ ସଫା କରିବାର ଉପାୟ ଏବଂ ଔଷଧ, କେମିତି ସଫା କରିବେ ଲିଭର।

ସ୍ୱାସ୍ଥ୍ୟ ସହିତ ଜଡିତ କେତେକ ସାମାନ୍ୟ ଦାୟିତ୍ବହୀନତା କାରଣରୁ ଅନେକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଯାଇଥାଏ। ନିଜର ସ୍ୱାସ୍ଥ୍ୟକୁ ଉତ୍ତମ ଭାବରେ ବଜାୟ ରଖିବା ପାଇଁ ଯଦି ଆମେ ସଠିକ ସମୟରେ ସଠିକ ପଦକ୍ଷେପ ଉଠାଉ ନଥାନ୍ତି ତେବେ ଆମେ ରୋଗରେ ପଡ଼ି ଯାଇଥାନ୍ତି। ଆପଣ ଘରେ ଥିବା କିଛି ସାମଗ୍ରୀ ସାହାଯ୍ୟରେ ଆପଣଙ୍କ ଲିଭରକୁ ସଫା କରି ପାରିବେ। ଯାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ପ୍ରମାଣିତ ହେବ।

ପ୍ରଥମେ ଏହା ଜାଣିବା ଆବଶ୍ୟକ ଲିଭର କଣ ଏବଂ ଏହାକୁ କାହିଁକି ସଫା କରିବା ଆବଶ୍ୟକ। ଲିଭର ଆମ ଶରୀରର ଡାହାଣ ପାର୍ଶ୍ଵରେ ରହିଥାଏ। ଆପଣଙ୍କ ଶରୀରରକୁ ସୁସ୍ଥ ରଖିବା ପାଇଁ ଲିଭରକୁ ସୁସ୍ଥ ରଖିବା ଆବଶ୍ୟକ ହୋଇଥାଏ। ଆପଣଙ୍କ ଲିଭର ଠିକ ଭାବରେ କାମ ନକରିଲେ ଆପଣଙ୍କୁ ଅନେକ ରୋଗ ଆକ୍ରାନ୍ତ କରିପାରେ। ଲିଭର ଆମ ଶରୀରର ଅନେକ କ୍ରିୟାକୁ ନିୟନ୍ତ୍ରିତ କରିଥାଏ। ଡାଇଜେସନ ଏବଂ ଟୋକ୍ସିନ ଅର୍ଥାତ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ରହିଥାଏ ତାକୁ ବାହାରକୁ ବାହାର କରିଦେଇଥାଏ। ଲିଭର ଠିକ ଭାବରେ କାର୍ଯ୍ୟ କରି ନଥିଲେ ବହୁତ ରୋଗ ଆକ୍ରାନ୍ତ କରିଥାଏ।

ଲିଭର ଖରାପ ହେବା ଦ୍ୱାରା ଆପଣଙ୍କୁ ଫ୍ୟାଟି ଲିଭର ସମସ୍ୟା, ଶିରସିସ ଅଫ ଲିଭର, ହେପାଟାଇଟିସ ଏବଂ ଲିଭର କ୍ୟାନସର ହେବାର ଆଶଙ୍କା ରହିଥାଏ। ଏମିତି କିଛି ଜୁସ ରହିଛି ଯାହା ଅତି ସହଜରେ ଆପଣ ନିଜ ଘରେ ବନାଇ ପାରିବେ ଏବଂ ସେହି ଜୁସର ସେବନ ଦ୍ୱାରା ଆପଣଙ୍କ ଲିଭରକୁ ଡିଟୋକ୍ସ କରି ପାରିବେ, ଟୋକ୍ସିନକୁ ବାହାର କରି ପାରିବେ। ଏହି ଜୁସକୁ ନିଜ ଦୈନଦିନ ଜୀବନରେ ଶାମିଲ କରିବା ଦ୍ୱାରା ବିଭିନ୍ନ ରୋଗରୁ ସୁରକ୍ଷିତ ରହିପାରିବେ।

କେମିତି ଜାଣିବେ ଆପଣଙ୍କ ଲିଭର ଠିକ ଭାବରେ କାମ କରୁଛି କି ନାହିଁ:

ଆପଣଙ୍କ ଡାହାଣ ପାର୍ଶ୍ୱରେ ଭାରିପଣ ଅନୁଭବ ହେବ। ପେଟ ସଫା ହେବ ନାହିଁ ପେଟ ଫୁଲିବା ପରି ଲାଗିବ। ବଦହଜମି ହେବା ସହିତ ଅମ୍ଳଯୁକ୍ତ ହେକୁଟି ହେବ। ପେଟରେ ଜଳ୍ବନ ଅନୁଭୂତ ହୋଇଥାଏ, ହାତ ଏବଂ ତ୍ୱଚାରେ ରଙ୍ଗ ପରିବର୍ତ୍ତନ ହୋଇଯିବ, ପରିସ୍ରା ଗାଢ଼ା ହୋଇଯିବ। ଏପରି ବହୁତ ପ୍ରକାରର ଲକ୍ଷଣ ରହିଛି ଯାହାଦ୍ୱାରା ଜଣା ପଡିଯାଇଥାଏ ଯେ ଲିଭର ଅସୁସ୍ଥ ରହିଛି।

ତେବେ ଏହି ଜୁସ ପିଇବା ପୂର୍ବରୁ ଲକ୍ଷ୍ୟ ରଖନ୍ତୁ ଯେ, ଜୁସ ପିଇବାର ଦୁଇ ଦିନ ପୂର୍ବରୁ ହାଲକା ଏବଂ ଅଳ୍ପ ଖାଦ୍ୟ ଗ୍ରହଣ କରନ୍ତୁ। ଅଧିକ ପାଣି ପିଇବା ସହିତ ସବୁଜ ପନିପରିବା ଭୋଜନରେ ଗ୍ରହଣ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଲିଭର ଟୋକ୍ସିକ ମୁକ୍ତ ହେବା ପାଇଁ ପ୍ରସ୍ତୁତ ହୋଇଯିବ।

ଏହି ଜୁସ ପାଇଁ ଆପଣଙ୍କୁ ଆବଶ୍ୟକ ପ୍ରଥମ ସାମଗ୍ରୀ ହେଉଛି ଲାଉ। ଆପଣ ଏକ ଲାଉ ନେଇ ଏଥିରେ ଏକ ଗ୍ଲାସ ଜୁସ ପ୍ରସ୍ତୁତ କରି ପାରିବେ। ଏଥିପାଇଁ ଲାଉକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଦ୍ଵିତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ଏକ ଚାମଚ ହଳଦୀ ଗୁଣ୍ଡ। ଏହାଛଡା ୫୦ ଗ୍ରାମ ଧନିଆ ପତ୍ର , ଫଳେ ଲେମ୍ବୁ, ବିଲୟ ଜୁସ ଏବଂ କଳା ଲୁଣ।

ବର୍ତ୍ତମାନ ଲାଉ ଏବଂ ଧନିଆ ପତ୍ରକୁ ନେଇ ଗ୍ରାଇଣ୍ଡିଙ୍ଗ କରି ଜୁସ ପ୍ରସ୍ତୁତ କରି ଦିଅନ୍ତୁ। ଜୁସକୁ ଏକ ଗ୍ଲାସକୁ କାଢି ଦେଇ ଏଥିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଏକ ଚାମଚ କଳା ଲୁଣ ମିଶାଇ ଦିଅନ୍ତୁ। ଏହି ମିଶ୍ରଣରେ ଏକ ଚାମଚ ଲେମ୍ବୁ ରସ ଏବଂ ୩୦ ଏମଏଲ ବିଲୟ ରସ ମିଶାଇ ଦିଅନ୍ତୁ। ବିଲୟ ରସ ଆପଣ ବହୁତ ସହଜରେ ନିଜ ନିକଟବର୍ତ୍ତୀ ବଜାରରୁ ମିଳିଯାଇ ପାରିବ। ଯଦି ନମିଳେ ତାହେଲେ ଏହାକୁ ଆପଣ ଅନଲାଇନ ମଧ୍ୟ ଅର୍ଡର କରି ପାରିବେ।

ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଦେଇ ଜୁସ ପ୍ରସ୍ତୁତ କରି ନିଅନ୍ତୁ। ସକାଳୁ ଏବଂ ସନ୍ଧ୍ୟାରେ ଖାଲି ପେଟରେ ଏହାକୁ ସେବନ କରି ପାରିବେ। ଏହା ଲିଭରକୁ ସଫା କରିବା ସହିତ ଆପଣଙ୍କ ଇମ୍ୟୁନିଟି ବଢାଇବ। ଏହି ଜୁସକୁ ଆପଣ ଲଗାତର ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଏଥିସହିତ ପ୍ରତ୍ୟେକ ୬ ମାସରେ ଏହାକୁ ପୁନରାବୃତ୍ତି କରନ୍ତୁ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *