ଦିନକୁ ଦିନ ମଣିଷ ରାକ୍ଷସ ପାଲଟି ଯାଉଛି। ହତ୍ୟା, ଲୁଟ, ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ପରେ ହତ୍ୟା ଏମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି। ହିମାଚଳପ୍ରଦେଶର କାଂଗଡାରେ ୩୨ ବର୍ଷୀୟ ବିବାହିତା ମହିଳା ସହିତ ଗଣବଳାତ୍କାରର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏହି ଅସୁର ରୂପୀ ମାନବ ନିଜର ପଶବିକତାର ସମସ୍ତ ସୀମା ଟପି ଯାଇଛନ୍ତି। କୁହାଯାଉଛି ଯେ, ମହିଳାଙ୍କ ସହିତ ଏହି ୭ ଜଣ ଲୋକ ନୃଶଂସତାର ସୀମା ଟପି ଯାଇଥିଲା।
ହିମାଚଳପ୍ରଦେଶର କାଂଗଡାରେ ୩୨ ବର୍ଷୀୟ ବିବାହିତା ମହିଳାଙ୍କ ସହିତ ଗଣବଳାତ୍କାର କରାଯାଇଥିଲା। ୭ ଜଣ ଲୋକ ମହିଳା ଜଣଙ୍କ ସହିତ ଅତ୍ୟନ୍ତ ନିର୍ମମତାର ସହିତ ଦୁଷ୍କର୍ମ କରିଥିଲେ। ଏହି ଲୋକ ମାନେ ମହିଳାଙ୍କୁ ଲିଫ୍ଟ ଦେବା ଆଡୁଆଳରେ ଗାଡ଼ିରେ ବସାଇଥିଲେ ଏବଂ ଗ୍ୟାଙ୍ଗରେପକୁ ସଫଳ ରୂପ ଦେଇଥିଲେ।
ପୀଡିତାଙ୍କ ଆରୋପ ପରେ ଗାଗଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ କରିଦିଆ ଯାଇଥିଲା। ପୀଡିତାଙ୍କ ମୁତାବକ, ସେ ବନୋଇ ଅଞ୍ଚଳରେ ଏକ ବସ ଷ୍ଟେସନରେ ବସ୍ ପାଇଁ ଅପେକ୍ଷା କରିଥିଲେ। ସେହି ସମୟରେ ସେଠାରେ ଅତିକ୍ରମ କରୁଥିବା ଏହି ଲୋକମାନେ ମହିଳାଙ୍କୁ ଲିଫ୍ଟ ଦେବାର ଅଫର ପ୍ରଦାନ କଲେ।
ଏହାପରେ ସଲୋଲ ଅଞ୍ଚଳରେ ଏକ ଫାର୍ମକୁ ନେଇଯାଇ ଗଣବଳାତ୍କାର କରାଯାଇଥିଲା। ସେତିକିରେ ମଧ୍ୟ ଏହି ରାକ୍ଷସଙ୍କର ପେଟ ପୁରି ନଥିଲା ଏକ ହୋଟେଲ ନେଇ ଯାଇ ପୁଣିଥରେ ମହିଳାଙ୍କ ସହିତ ବଳ ପୂର୍ବକ ସେହି ସବୁ କରିଥିଲେ। ପ୍ରଥମେ ଫାର୍ମ ଏବଂ ପରେ ହୋଟେଲରେ ଦୁଇ ଦୁଇ ଥର ମହିଳାଙ୍କ ସହିତ ଅତ୍ୟନ୍ତ ନିର୍ମମତାରେ ଗଣବଳାତ୍କାର କରି ନିର୍ଯ୍ୟାତନା ଦିଆଯାଇଥିଲା।
ପୋଲିସର କହିବା କଥା ଯେ ଫାର୍ମରେ ଗ୍ୟାଙ୍ଗରେପ ପରେ ପୀଡିତାଙ୍କୁ ମୈକ୍ଲୋଡଙ୍ଗଜ ନାମକ ଏକ ହୋଟେଲକୁ ନେଇଯାଇ ପୁଣି ଥରେ ବଳାତ୍କାର କରାଯାଇଥିଲା। ପୋଲିସ ଆଖପାଖର ଗାଁରେ ରହୁଥିବା ସମସ୍ତ ସାତଜଣ ଆରୋପିଙ୍କୁ ଗିରଫ କରି ନେଇଯାଇଛି। ଏଥିସହିତ ତାଙ୍କର ପଚରା ଉଚରା ମଧ୍ୟ ଜାରି ରହିଛି।
କାଂଗଡାର ଡ଼ିଏସପି ସୁନୀଲ ରାଣା କହିଛନ୍ତି ଯେ, ଆମେ ସମସ୍ତ ସାତ ଜଣ ଆରୋପିଙ୍କୁ ଗିରଫ କରି ନେଇଛୁ ଏବଂ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ। ପୀଡ଼ିତାଙ୍କ ମେଡ଼ିକାଲ ଟେଷ୍ଟ କରାଯାଇଛି ଏବଂ ତାଙ୍କ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ପୋଲିସ ସେହି ହୋଟେଲ ମାଲିକଙ୍କୁ ମଧ୍ୟ ଗିରଫ କରି ନେଇଯାଇଛି।
ପୋଲିସର କହିବା କଥା ଯେ, ମହିଳାଙ୍କର ତିନୋଟି ପିଲା ଅଛନ୍ତି ଏବଂ ସେ ଗତ ଦୀର୍ଘ ପାଞ୍ଚ ବର୍ଷ ହେବ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହି ଆସୁଛନ୍ତି। ଖାଲି ଅପେକ୍ଷା ରହିଲା କୋର୍ଟର ନିଷ୍ପତ୍ତି ପରେ ମହିଳାଙ୍କୁ ସଠିକ ନ୍ୟାୟ ମିଳିପାରିବ କି ନାହିଁ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |