ଧୋନୀଙ୍କ ଅବସର ଗ୍ରହଣର ଖବର ଶୁଣି ଏହି ପାକିସ୍ତାନ କ୍ରିକେଟରଙ୍କ ନିଦ ହଜିଗଲା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ କରିଲେ ନିବେଦନ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ସନ୍ୟାସ ନେବା ପରେ ତାଙ୍କ ପ୍ରଶଂସକ ମନେ ଦୁଖଃରେ ମ୍ରିୟମାଣ ହୋଇପଡିଥିଲେ। ସେହିପରି ପାକିସ୍ତାନର ପୂର୍ବତନ ଦୃତ ବୋଲର ଶାଏବ ଅଖତର କହିଲେ ଯେ, ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ଅବସର ନୋଟସକୁ ଫେରାଇ ନେବା ଉଚିତ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଅବସରପ୍ରାପ୍ତ ନୋଟିସକୁ ଫେରାଇ ନେବାକୁ କହି ଟି-୨୦ ୱାର୍ଲଡ଼ କପ ଖେଳିବା ପାଇଁ ନିବେଦନ କରି ପାରିବେ।

ଏହା ନିଶ୍ଚିତ ହୋଇପାରିବ ଏବଂ ଧୋନୀ ପ୍ରଧାନମନ୍ତ୍ରୀଙ୍କୁ ମନା କରି ପାରିବେ ନାହିଁ। ୧୯୮୭ରେ ସନ୍ୟାସ ନେବା ପରେ ପାକିସ୍ତାନର ଜେନରାଲ ଜିୟା ଓଲ ହକ ମଧ୍ୟ ଇମରାନ ଖାନଙ୍କୁ ଏହିପରି ନିବେଦନ କରିଥିଲେ ଏବଂ ସେ ପୁନଃ ଖେଳିଥିଲେ। ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂ ଧୋନୀ ସ୍ୱତନ୍ତ୍ରତା ଦିବସ ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିନେଇଥିଲେ। ଧୋନୀ ଗତ ମ୍ୟାଚ ଜୁଲାଇ ୨୦୧୯ରେ ଏକ ଦିବାସୀୟ ୱାର୍ଲଡ଼ କପର ଫାଇନାଲ ଖେଳିଥିଲେ।

ଶାଏବ ଅଖତର ୟୁଟ୍ୟୁବ ଶୋ ବୋଲ ବସୀମରେ କହିଥିଲେ ଯେ, ମୋ ହିସାବରେ ଧୋନୀ ଆସନ୍ତା ଟି-୨୦ ୱାର୍ଲଡ଼ କପ ଖେଳି ପାରିଥାନ୍ତେ। ଯଦି କରୋନା ହୋଇ ନଥାନ୍ତା ତାହେଲେ ବୋଧହୁଏ ସେ ନିଶ୍ଚିତ ଟି-୨୦ ୱାର୍ଲଡ଼ କପ ଖେଳିଥାନ୍ତେ। କିନ୍ତୁ ସେ ଏପରି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ସ୍ତବ୍ଧ କରାଇଦେଇଛନ୍ତି।

ଶାଏବ ଅଖତର କହିଲେ, ଯେଉଁ ପ୍ରକାରରେ ଭାରତରେ ତାରକା ମାନଙ୍କୁ ପସନ୍ଦ କରାଯାଇଥାଏ, ଲୋକ ମାନେ ସେହି ପ୍ରକାରରେ ଧୋନୀଙ୍କୁ ଟି-୨୦ ୱାର୍ଲଡ଼ କପ ଖେଳିବା ପାଇଁ ନିବେଦନ କରିପାରବେ। ତେବେ ଅବସର ଗ୍ରହଣ କରିବା ଧୋନୀଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଅଟେ।

ଶାଏବ ଅଖତର ଏହା ମଧ୍ୟ କହିଥିଲେ ଯେ, ମୋ ଚାହୁଁଛି ପ୍ରଧାନମନ୍ତ୍ରୀ ମୋଦୀ, ଧୋନୀଙ୍କୁ ନିବେଦନ କରିବା ଦରକାର ଯେ ସେ ଆଜି ୨୦୨୧ ଟି-୨୦ ୱାର୍ଲଡ଼ କପରେ ଭାରତୀୟ କ୍ରିକେଟ ଟିମର ନେତୃତ୍ୱ ନିଅନ୍ତୁ, କ୍ୟାପ୍ଟେନ ଭାବରେ ଖେଲନ୍ତୁ। ଆପଣ ବିଶ୍ୱାସ କରନ୍ତୁ ଯେ, ଭାରତରେ ଧୋନୀଙ୍କୁ ଫେୟରବେଲ ମ୍ୟାଚ ମଧ୍ୟ ଖେଳା ଯାଇ ପାରିବ। ଯଦି ଧୋନୀ ଚାହୁଁନାହାନ୍ତି ତେବେ ତାହା ଭିନ୍ନ କଥା।, କିନ୍ତୁ ଭାରତ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି।

ସୂଚନାଯୋଗ୍ୟ ଯେ, ଏମଏସ ଧୋନୀ ୨୦୦୪ ମସିହାରେ ବାଂଲାଦେଶ ବିରୋଧରେ ନିଜର କ୍ରିକେଟ କ୍ୟାରିୟରର ପ୍ରାରମ୍ଭ କରିଥିଲେ। ଧୋନୀ ଏପର୍ଯ୍ୟନ୍ତ ୯୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହାଛଡା ୩୫୦ଟି ଦିନିକିଆ ଏବଂ ୯୮ଟି ଟି-୨୦ ମୁକାବିଲାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ଟେଷ୍ଟ ମ୍ୟାଚରେ ଧୋନୀ ୬ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ଧୋନୀ ୧୦ଟି ଶତକ ରେକର୍ଡ କରିଛନ୍ତି।

ବିଶ୍ୱକପ ବିଜେତା ଟିମର କ୍ୟାପ୍ଟେନ ଥିଲେ:

 

ମହେନ୍ଦ୍ର ସିଂହ ଧୋନୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ବେସ୍ ଜଣାଶୁଣା। ମାହୀ ସବୁଠୁ ସଫଳ ଭାରତୀୟ ୱିକେଟ୍ କିପର ମଧ୍ୟ ଅଟନ୍ତି। ସେ ଟେଷ୍ଟରେ ୨୯୪, ଦିନିକିଆରେ ୪୪୪ ଏବଂ ଟି-୨୦ରେ ୯୧ ଶିକାର ନିଜ ନାମରେ କରିଛନ୍ତି। ଏହାଛଡା ନିଜର ନେତୃତ୍ୱରେ ଧୋନୀ ୨୦୧୧ ମସିହାରେ ପୁଣିଥରେ ଭାରତକୁ ବିଶ୍ୱକପ ବିଜେତା ବନାଇ ଥିଲେ। ୨୦୦୭ରେ ମଧ୍ୟ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ନିଜ ନାମରେ କରିଥିଲା।

ଆଇପିଏଲରେ ମଧ୍ୟ ଜଣେ ବିଜୟୀ କ୍ୟାପ୍ଟେନ ଥିଲେ ଧୋନୀ:

ଧୋନୀ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ୧୯୦ ମ୍ୟାଚ ଖେଳି ୪୪୩୨ ରନ ବନାଇଛନ୍ତି। ତାଙ୍କ ନେତୃତ୍ୱରେ ସିଏସକେ ଲଗାତର ଦୁଇଥର ୨୦୧୦ ଏବଂ ୨୦୧୧ରେ ଆଇପିଏଲ ମ୍ୟାଚ ଜିତିଥିଲେ। ତେବେ ଧୋନୀ ଆଇପିଏଲ ଖେଳୁଥିବେ। ଏଥର ଟୁର୍ଣ୍ଣାମେଣ୍ଟ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ୟୁଏଇ ହେବାର ଅଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *