Common Eligibility Test (CET):
କେନ୍ଦ୍ରୀୟ କ୍ୟାବିନେଟ Common Eligibility Test (CET) କରାଇବା ପାଇଁ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସି ବନାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ଦିନ କ୍ୟାବିନେଟ ପରେ ନିଷ୍ପତ୍ତି ଶୁଣାଇଥିଲେ। ସେ କହିଥିଲେ ଯେ, ଚାକିରୀ ପାଇଁ ଯୁବପିଢିକୁ ଅନେକ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ପଡିଥାଏ। ଏସବୁକୁ ସମାପ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରୀୟ ଭର୍ତ୍ତି ସଂସ୍ଥା କମନ ଇଲିଜିବିଲିଟୀ ଟେଷ୍ଟ କରାଇବ ଯାହାଦ୍ୱାରା କୋଟି କୋଟି ଯୁବପିଢିକୁ ଲାଭ ମିଳିବ।
ଏହି ଏଜେନ୍ସି ଦ୍ୱାରା Common Eligibility Test (CET) ବର୍ଷରେ ଦୁଇ ଥର ଆୟୋଜିତ କରାଯିବ, ଏଥିରେ ପର୍ଥୀ କେତେଥର ପ୍ରୟାସ କରିବେ ତାହା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। Common Eligibility Test (CET)ର ଆୟୋଜନ ତିନୋଟି ସ୍ତରରେ କରାଯିବ ଯଥା ଦଶମ, ଦ୍ଵାଦଶ ଏବଂ ସ୍ନାତକ ସ୍ତରରେ କରାଯିବ। ଏହି ପରୀକ୍ଷା ପାଇଁ ପାଠ୍ୟକ୍ରମର ବ୍ୟବସ୍ଥା ଲାଗୁ ହେବ ଯାହାକୁ ପରେ ଜାରି କରାଯିବ। ଏଥିରେ ଇଂରାଜୀ, ହିନ୍ଦୀକୁ ଛାଡିଲେ ଭାରତର ଅନ୍ୟ ଭାଷା ଗୁଡିକ ମଧ୍ୟ ରହିବ। Common Eligibility Test (CET)ର ଆୟୋଜନ ଆସନ୍ତା ବର୍ଷ ଅର୍ଥାତ ୨୦୨୧ ମସିହାରୁ କରାଯିବାର ରହିଛି।
Common Eligibility Test (CET)ର ଆୟୋଜନ ଏବଂ କାର୍ଯ୍ୟକାରିତା ପାଇଁ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସି(NRA)ର ଗଠନର ପ୍ରସ୍ତାବ ୨୦୨୦ର ବଜେଟ ଭାଷଣ ସମୟରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଛି। SSC CGL, RRB ଏବଂ IBPSର ପ୍ରଥମ ସ୍ତର ପରୀକ୍ଷା ଗୁଡ଼ିକୁ CET ପ୍ରତିସ୍ଥାପିତ କରିବ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “Common Eligibility Test (CET) କୋଟି କୋଟି ଯୁବପିଢିଙ୍କ ଆଶୀର୍ବାଦ ପ୍ରମାଣିତ ହେବ। ଏହା ଅନେକ ଭିନ୍ନ ଭିନ୍ନ ପରୀକ୍ଷାକୁ ସମାପ୍ତ କରିବ। ଏହାଦ୍ୱାରା ସମୟ ଏବଂ ଅର୍ଥ ଉଭୟ ବଞ୍ଚିଯିବ, ପାରଦର୍ଶିତା ମଧ ବୃଦ୍ଧି ପାଇବ।”
ଆଖୁ କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି:
କେନ୍ଦ୍ର ସରକାର କହିଛନ୍ତି ଯେ, ଏକ କୋଟି ଆଖୁ କୃଷକଙ୍କ ପାଇଁ ଲାଭକାରୀ ମୂଲ୍ୟ ବଢ଼ାଇ କ୍ୱିଣ୍ଟାଲ ପ୍ରତି ୨୮୫ ଟଙ୍କା ନିଶ୍ଚିତ କରାଯାଇଛି। ଏହି ୧୦% ଅସୁଲି ଆଧାରରେ ରଖାଯାଇଛି। ଯଦି ଅସୁଲି ୯.୫% ଅଥବା ଏହାଠାରୁ ମଧ୍ୟ କମ ରହିଥାଏ ତେବେ ମଧ୍ୟ ଆଖୁର କୃଷକଙ୍କୁ ସଂରକ୍ଷଣ ଦେଇ ୨୭୦ ଟଙ୍କା ଦାମ ମିଳିବ।
ଇଥେନାଲ କ୍ରୟ ଉପରେ ମଧ୍ୟ ନିଆଗଲା ନିଷ୍ପତ୍ତି:
କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଥିଲେ ଯେ, ଇଥେନାଲ ମଧ୍ୟ ସରକାର ଭଲ ଦାମରେ ନେଇଥାଏ। ସରକାର ପୂର୍ବ ବର୍ଷ ଲିଟର ପ୍ରତି ୬୦ ଟଙ୍କା ଦାମରେ ୧୯୦ କୋଟି ଲିଟର ଇଥେନାଲ କ୍ରୟ କରିଥିଲା।
ସେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟର DISCOMsକୁ ଚାପ ମୁକ୍ତ କରାଇବା ପାଇଁ ପାୱାର ଫାଇନାନ୍ସ କର୍ପୋରେଶନ ଏହାର ବ୍ୟାଙ୍କିଙ୍ଗ କ୍ୟାପିଟାଲ ୨୫ ପ୍ରତିଶତ ଅଧା କାରବାରର ଅଧିକାର ଥିଲା ତାହା ଏହି ବର୍ଷ ବ୍ୟାଙ୍କିଙ୍ଗ କ୍ୟାପିଟାଲ ଲିମିଟରୁ ଉପରେ ମିଳିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |