ସୁଶାନ୍ତଙ୍କ କେସରେ ଲଗାତର ନୂତନ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ମିଡ଼ିଆରେ ଚର୍ଚ୍ଚା ହେଉଛି ଯେ ୧୩ ଏବଂ ୧୪ ଜୁନକୁ ସୁଶାନ୍ତଙ୍କ ଘରେ ଗୋଟିଏ ନୁହେଁ ଦୁଇଟି ହତ୍ୟା କରଯାଇଛି। ତେବେ ଏକ ୨୮ ସେକେଣ୍ଡର ଭାଇରାଲ ଭିଡ଼ିଓ ସବୁକିଛି ସ୍ପଷ୍ଟ କରିଦେଇଛି ଯେଉଁଥିରେ ସୁଶାନ୍ତଙ୍କ ଶରୀରରକୁ ବ୍ୟସ୍ତତାର ସହିତ ହସ୍ପିଟାଲ ଭିତରକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଉଛି ଯେଉଁଠାରେ ତାଙ୍କ ମୃତଦେହ ବହୁତ ଲମ୍ବା ଦେଖା ଯାଉଛି। ସୁଶାନ୍ତଙ୍କୁ ହସ୍ପିଟାଲ ନେଇଯିବା ପାଇଁ ଷ୍ଟ୍ରେଚର ଅଣାଯାଇଥିଲା ଯେଉଁ ଷ୍ଟ୍ରେଚରର ଲମ୍ବା ୭ ଫୁଟ ରହିଥିଲା। ସୁଶାନ୍ତଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ହୋଇଥିଲେ ମଧ୍ୟ ଷ୍ଟ୍ରେଚରରେ ସୁଶାନ୍ତଙ୍କ ଗୋଡ଼ ପାଖାପାଖି ୨ ଫୁଟ ବାହାରକୁ ରହିଥିଲା। ୭ ଫୁଟ ଲମ୍ବ ଷ୍ଟ୍ରେଚରରେ ସୁଶାନ୍ତଙ୍କ ଗୋଡ଼ ଦୁଇ ଫୁଟ ବାହାରିଥିଲା ତାହେଲେ କଣ ସୁଶାନ୍ତଙ୍କ ଉଚ୍ଚତା ୯ ଫୁଟ ଥିଲା!
ଏହି ଭିଡ଼ିଓରେ ଅଚାନକ ସୁଶାନ୍ତଙ୍କ ଉଚ୍ଚତା ବଢିଯିବା ସହିତ ତାଙ୍କୁ ଉଠାଇବା ପାଇଁ ୭ ଜଣ ଲୋକଙ୍କ ସହାୟତାର ନିଆଯାଇଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସୁଛି। ମୁଣ୍ଡ ଏବଂ ଗୋଡ଼ ସହିତ ମଝିରୁ ସୁଶାନ୍ତଙ୍କୁ ଅନେକ ଲୋକ ଧରି ରଖିଥିଲେ ଯେମିତି ଧଳା କପଡା ଭିତରୁ କିଛି ବାହାରି ପଡି ନଯାଉ। ତେବେ ଷ୍ଟ୍ରେଚରରେ ନିଆଯାଉଥିବା ସମୟରେ ସୁଶାନ୍ତଙ୍କ ଚାକର ଦିପେଶ ସାୱନ୍ତ ମଧ୍ୟ ନଜର ଆସିଥିଲେ ଯିଏ ପ୍ରଥମ ଦିନରୁ ହିଁ ସନ୍ଦେହ ଘେରରେ ରହିଛନ୍ତି।
ତେବେ ଷ୍ଟ୍ରେଚରରେ ଜଣେ ସୁଶାନ୍ତ ସିଂ ରାଜପୁତ ଥିବା ବେଳେ ଅନ୍ୟଟି ସୁଶାନ୍ତଙ୍କ ଆଉ ଜଣେ ଚାକର ବୋଲି କୁହାଯାଉଛି। ସନ୍ଦେହ କରାଯାଉଛି ଯେ, ସୁଶାନ୍ତଙ୍କ ସହିତ ସୁଶାନ୍ତଙ୍କର ଏକ ଚାକରକୁ ମଧ୍ୟ ସେଦିନ ହତ୍ୟା କରିଦିଆ ଯାଇଥିଲା। ହୋଇଥାଇ ପାରେ ଯେ, ସୁଶାନ୍ତଙ୍କ ସହିତ ଏସବୁ ହେଉଥିବା ସମୟରେ ଏହି ମୃତ ଚାକର ଜଣକ ଦେଖି ନେଇଥିବେ କିମ୍ବା ସିଦ୍ଧାର୍ଥ ପୀଠନି ଏବଂ ତାଙ୍କ ଗ୍ୟାଙ୍ଗର କଥା ମାନି ନଥିବା ଅଥବା ଏହା ମଧ୍ୟ ହୋଇଥାଇ ପାରେ ସେହି ଚାକର ଜଣକ ସମସ୍ତଙ୍କୁ ସବୁକିଛି ସତ କହିଦେବା କଥା କହିଥିବେ ଯେଉଁଥିପାଇଁ ତାଙ୍କୁ ମଧ୍ୟ ହତ୍ୟା କରିଦିଆ ଯାଇଛି।
ମାତ୍ର ସେହି ଚାକର ଜଣକ କିଏ ଜଣା ନଥିବା ବେଳେ ସେ ସୁଶାନ୍ତଙ୍କ ଭୋଜନ ବନାଉଥିବା ଚାକର କେଶବ ବୋଲି ସୋସିଆଲ ମିଡିଆରେ କୁହାଯାଉଛି। ଏମିତିରେ ୧୪ ଜୁନ ପରେ କେଶବ କେଉଁଠାରେ ନଜର ହିଁ ଆସି ନାହାନ୍ତି। ସୁଶାନ୍ତଙ୍କ ଚାକର ନିରଜ ଏବଂ ଦିପେଶଙ୍କ ଠାରୁ ଆରମ୍ଭ କରି ତାଙ୍କ ଆପାର୍ଟମେଂଟରେ ରହୁଥିବା ସିଦ୍ଧାର୍ଥ ପୀଠନି ପର୍ଯ୍ୟନ୍ତ ସମସ୍ତେ ସାମ୍ନାକୁ ଆସିଥିବା ବେଳେ କେଶବଙ୍କର କୌଣସି ଖୋଜ ଖବର ନାହିଁ।
ଲଗାତର ରିୟାଙ୍କୁ ନେଇ କେତେକ ଖୁଲାସା ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁଶାନ୍ତଙ୍କ ଡ୍ରାଇଭର ବିରେନ ସାମ୍ନାକୁ ଆସିଛନ୍ତି, ଯିଏ ସୁଶାନ୍ତଙ୍କ ସହିତ ସବୁବେଳେ ରହୁଥିଲେ। ଡ୍ରାଇଭର ଜଣକ ଏମିତି କିଛି ଖୁଲାସା କରିଛନ୍ତି ଯାହା ରିୟାଙ୍କ କଳା କର୍ତ୍ତୃତ୍ୱ ବିଷୟରେ ସଙ୍କେତ ଦେଉଛି। ରିୟା ନା କେବଳ ସୁଶାନ୍ତଙ୍କ ସହିତ ଝଗଡା କରୁଥିଲେ ବରଂ ତାଙ୍କୁ ପବ୍ଲିକ ପ୍ଲେସରେ ଅପମାନିତ କରୁଥିଲେ। ଡ୍ରାଇଭର ଜଣକ ସୁଶାନ୍ତଙ୍କ ସହିତ ରିୟାଙ୍କ ଝଗଡା ବିଷୟରେ ସବୁକିଛି ପ୍ରକାଶ କରିଛନ୍ତି।
ଏକ ଇଂରାଜୀ ଚ୍ୟାନେଲ ସହିତ ଇଣ୍ଟରଭ୍ୟୁରେ ସୁଶାନ୍ତଙ୍କ ଡ୍ରାଇଭର ବିରେନ କହିଲେ ଯେ, ମୁଁ ସବୁବେଳେ ସୁଶାନ୍ତଙ୍କ ସହିତ ରହିଥାଏ। କେତେଥର କାର ଭିତରେ ସୁଶାନ୍ତ ସାରଙ୍କ ସହିତ ରିୟା ମ୍ୟାମ ଛୋଟ ଛୋଟ କଥାରେ ଝଗଡା କରୁଥିଲେ। ତେବେ ଛୋଟ ଛୋଟ କଥା ତ ସବୁ କୋପ୍ପୁଲଙ୍କ ମଧ୍ୟରେ ହୋଇଥାଏ କିନ୍ତୁ ଯେତେବେଳେ କାର ଅଟକୁ ଥିଲା ସୁଶାନ୍ତ ସବୁ ଲୋକଙ୍କ ମଧ୍ୟକୁ ଯାଉଥିଲେ ସେତେବେଳେ ରିୟା ତାଙ୍କୁ ଅପମାନିତ କରୁଥିଲେ। ସୁଶାନ୍ତଙ୍କ ପରି ଏକ ସେଲିବ୍ରେଟି ପବ୍ଲିକ ପ୍ଲେସରେ ଥିବା ସମୟରେ ମଧ୍ୟ ତାଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ ରିୟା।
ଥରେ ଜିମରୁ ସୁଶାନ୍ତ ବାହାରୁଥିବା ବେଳେ କିଛି ପ୍ରଶଂସକ ତାଙ୍କ ସହିତ ଫୋଟୋ ଉଠାଇବାକୁ ଅନୁରୋଧ କରୁଥିବାର ଭିଡିଓ ଆପଣ ସମସ୍ତେ ଦେଖିଥିବେ ଯେଉଁଥିରେ ରିୟା ସୁଶାନ୍ତଙ୍କୁ ଗାଳି ଦେଇ କାର ଭିତରକୁ ନେଇଯାଉଛନ୍ତି। ତେବେ ଡ୍ରାଇଭର ବିରେନ କହିଛନ୍ତି ଏପରି ଗୋଟିଏ ଥର ନୁହେଁ ବାରମ୍ବାର କରାଯାଇଥିଲା ଯେ ରିୟା ସୁଶାନ୍ତଙ୍କୁ ଲୋକମାନଙ୍କ ସାମ୍ନାରେ ନିଚ୍ଚ ଦେଖାଉଥିଲେ।
ଡ୍ରାଇଭର ବିରେନ ସୁଶାନ୍ତ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଝଗଡା ବିଷୟରେ ପ୍ରକାଶ କରିବାକୁ ଯାଇ କହିଲେ,” ଥରେ ରିୟା ଏବଂ ତାଙ୍କ ଭାଇ ସୋବିକ ପାର୍ଟି କରିବାକୁ ଆସିଥିଲେ ସେତେବେଳେ ସୁଶାନ୍ତଙ୍କ ବଡ଼ ଭଉଣୀ ପ୍ରିୟଙ୍କା ମଧ୍ୟ ଆସିଥିଲେ। ସେତେବେଳେ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କ ନୁଆଁ ଥିଲା ତାଙ୍କ ସମ୍ପର୍କକୁ ମାତ୍ର କିଛି ମାସ ହୋଇଥିଲା। କିନ୍ତୁ ରିୟା ବାରମ୍ବାର ପ୍ରିୟଙ୍କାଙ୍କ ବିରୋଧରେ ସୁଶାନ୍ତଙ୍କୁ ଅନେକ କଥା କହି ଉଷୁକାଉ ଥିଲେ। ରିୟାଙ୍କ ଉଷୁକାଇବା ଦ୍ୱାରା ହିଁ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯେତେବେଳେ ସୁଶାନ୍ତ ସାରଙ୍କୁ ସତ ଜଣା ପଡିଥିଲା ସେ ତାଙ୍କ ଭଉଣୀଙ୍କୁ ଭୁଲ ମାଗିଥିଲେ ଏବଂ ସବୁକିଛି ଠିକ ହୋଇଯାଇଥିଲା।
ଏହାପରେ ବିରେନ କହିଲେ ଯେ, ଯେତେବେଳେ ସୁଶାନ୍ତଙ୍କ ଦେହ ଅସୁସ୍ଥ ରହୁଥିଲା ରିୟାଙ୍କୁ ଏନେଇ କୌଣସି ଫରକ୍ ପଡୁନଥିଲା। ରିୟା ଏହି ସମୟରେ ପାର୍ଟି କରୁଥିଲେ ଏବଂ ପାର୍ଟିରେ ଡ୍ୟାନ୍ସ କରୁଥିଲେ। ଏହି ପାର୍ଟି କରାଯାଉଥିବା ସମୟରେ ସେହି ଘରେ ଅସୁସ୍ଥ ହୋଇ ସୁଶାନ୍ତ ଶୋଇ ରହୁଥିଲେ। ଏହାଛଡା ଘରକୁ ବହୁତ ମହଙ୍ଗା ଜିନିଷ ଆସୁଥିଲା ଯେଉଁଥିପାଇଁ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରାଯାଉଥିଲା।
ବିରେନଙ୍କ କହିବା କଥା ଯେ, ତାଙ୍କ ସହିତ ଆହୁରି କିଛି ଲୋକଙ୍କୁ ଯେଉଁମାନେ ସୁଶାନ୍ତଙ୍କ ପାଇଁ କାମ କରୁଥିଲେ ସେମାନଙ୍କୁ କାମରୁ ବାହାର କରିଦିଆ ଯାଇଥିଲା। ସୁଶାନ୍ତଙ୍କ ଅଧିକାଂଶ ପୁରୁଣା କର୍ମଚାରୀଙ୍କୁ ବଦଳାଇ ଦିଆଯାଇଥିଲା। ସୁଶାନ୍ତ ତାଙ୍କର କୌଣସି କର୍ମଚାରୀଙ୍କୁ ନବଦଳାଇବା ପାଇଁ କହିଥିଲେ ମଧ୍ୟ ତାଙ୍କ ଇଚ୍ଛା ବିରୋଧରେ ଏସବୁ କରିଥିଲେ ରିୟା। ରିୟା ସୁଶାନ୍ତଙ୍କ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ବଡ ଅଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ଯେତେବେଳେ ତାହା ହାସଲ କରି ପାରିଲେ ନାହିଁ ସୁଶାନ୍ତଙ୍କୁ ମେଡିସିନ ଦେଇ ବେହୋସ କରି ଶୁଆଇ ଦିଆଯାଉଥିଲା।
Republic Bharat LIVE | Latest News in Hindi | रिपब्लिक भारत
Posted by Bihar Got Talent on Tuesday, August 18, 2020
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।