ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ପ୍ରକାରର ବଡ଼ ଖୁଲାସା ହେଉଛି। ସବୁଠୁ ଅଧିକ ଗଡ଼ବଡ଼ ଅକ୍ଟୋବର ୨୦୧୯ ୟୁରୋପ ଟ୍ରିପରେ ଥିବାର ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ସମୟରେ ବାହାରକୁ ଆସି ଯାଇଛି। ଏହାକୁ ନେଇ ବର୍ତ୍ତମାନ ଆଉ କେହି ନୁହନ୍ତି ନିଜେ ରିୟାଙ୍କ CA ରିତେଶ ଶାହା ସବୁକିଛି ରହସ୍ୟ ଖୋଲି ନେଇଛନ୍ତି। ସୁଶାନ୍ତଙ୍କ ସମସ୍ତ ନିକଟବର୍ତ୍ତୀ ଲୋକ କହିଥିଲେ ଯେ ସୁଶାନ୍ତ ୟୁରୋପ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲେ ମାତ୍ର ସେଠାରୁ ଫେରିବା ପରେ ସେ ଅସୁସ୍ଥ ହୋଇଯାଇଥିଲେ ତାଙ୍କୁ ଔଷଧ ଦିଆଯାଉଥିଲା ଏଥିସହିତ ସେ ଦିନରେ ୨୧/୨୨ ଘଣ୍ଟା ଶୋଇ ରହୁଥିଲେ। ସେଠାରୁ ଆସିବା ପରେ ତାଙ୍କୁ ଡେଙ୍ଗୁ ହେବା ସହିତ ମାନସିକ କ୍ଷେତ୍ରରେ ଅସୁସ୍ଥ ରହିଥିଲେ|
ଆଗରୁ ୭ ଅଗଷ୍ଟ ବେଳକୁ ମଧ୍ୟ ରିୟାଙ୍କୁ ସାମ୍ନାରେ ବସାଇ ରିତେଶ ଶାହାଙ୍କର ପଚରା ଉଚରା କରାଯାଇଥିବା। କିନ୍ତୁ ଏହାପରେ ଦ୍ଵିତୀୟ ଥର ମଧ୍ୟ ED ରିତେଶ ଶାହାଙ୍କୁ ଅଫିସ ଡକାଇଥିଲେ ଏଥର ନିଜ ସାଥିରେ ସବୁକିଛି ଦସ୍ତାବିଜ ଆଣିବାକୁ ମଧ୍ୟ କହିଥିଲା। ଏଥର ଯେତେବେଳେ ପଚରା ଉଚରା କରାଯାଇଥିଲା ED ସାମ୍ନାରେ ରିତେଶ ଶାହା ବହୁତ କିଛି ଖୁଲାସା କରିଥିଲେ।
ରିୟାଙ୍କ CA ରୋତେଶ ଶାହାଙ୍କୁ ପଚରା ଗଲା ୟୁରୋପ ଟ୍ରିପ କାହା ତରଫରୁ ସ୍ପୋନ୍ସର ଥିଲା। କଣ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରାଯାଇଥିଲା ନା ରିୟାଙ୍କ ଟଙ୍କା ଲାଗିଥିଲା। ଏହା ଉତ୍ତରରେ ରିତେଶ କହିଥିଲେ, ସମ୍ପୂର୍ଣ୍ଣ ଟ୍ରିପ ସୁଶାନ୍ତଙ୍କ ତରଫରୁ ଥିଲା ଏବଂ ଏଥିରେ ପାଖାପାଖି ସୁଶାନ୍ତଙ୍କର ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଟ୍ରିପର ସମସ୍ତ ଖର୍ଚ୍ଚ ସୁଶାନ୍ତ ଉଠାଇଥିଲେ।
ପୁଣି ED ପଚାରିଥିଲା ଯେ, ୟୁରୋପ ଟ୍ରିପ ଯୋଜନା କିଏ କରିଥିଲେ ଏବଂ କେଉଁଥିପାଇଁ? ଏହାର ଉତ୍ତରରେ ରିତେଶ କହିଥିଲେ, ରିୟା ହିଁ ଚାହୁଁଥିଲେ ପୁରା ୟୁରୋପ ଯାଇ ବୁଲାଯାଉ, ଏବଂ ରିୟାଙ୍କ କହିବାରୁ ୟୁରୋପ ଟ୍ରିପ ଯୋଜନ କରାଯାଇଥିଲା। ରିତେଶ ଏହା ମଧ୍ୟ କହିଥିଲେ ଯେ ୟୁରୋପ ଯିବା ପାଇଁ ରିୟା ଏକ ବହୁତ ବଡ଼ ଫିଲ୍ମ ଛାଡିଦେଇଥିଲେ। ତେବେ ଯେଉଁ ଫିଲ୍ମ କ୍ୟାରିୟରକୁ ନେଇ ରିୟା ବହୁତ ସିରିୟସ ଥିଲେ ସେହି ରିୟା ବହୁତ ବଡ଼ ବ୍ୟାନରର ବହୁତ ବଡ଼ ଫିଲ୍ମ ଛାଡି ଦେଇଥିଲେ।
ରିୟାଙ୍କ CA ରିତେଶ କହିଥିଲେ ଯେ, ୟୁରୋପରେ ରିୟା ଏକ ବହୁତ ବଡ଼ ବ୍ୟବସାୟୀଙ୍କୁ ମଧ୍ୟ ଭେଟ କରିଥିଲେ। ଯେଉଁ ବିଷୟରେ ରିୟା ତାଙ୍କ CAଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ ବ୍ୟବସାୟୀଙ୍କ ସହିତ ହୋଇଥିବା ଭେଟ ସମୟରେ ରିୟାଙ୍କ ସହିତ ସୁଶାନ୍ତ ନଥିଲେ। ସୁଶାନ୍ତ ହୋଟେଲରେ ଥିଲେ ରିୟା ଏକୁଟିଆ ଯାଇ ବ୍ୟବସାୟୀ ଜଣକୁ ଦେଖା କରିଥିଲେ। ଏହି ବ୍ୟବସାୟୀଙ୍କୁ ନେଇ ଅନେକ ଥର ରିୟା ଏବଂ ସୁଶାନ୍ତଙ୍କର ଝଗଡା ମଧ୍ୟ ହୋଇଥିଲା। ତେବେ ସେ ବ୍ୟବସାୟୀଙ୍କ ବିଷୟରେ ଏମିତି କଣ ରହିଥିଲା ଯେ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହୋଇଥିଲା।
ରିତେଶ କହିଥିଲେ ଯେ, ଟ୍ରିପ ସମ୍ପୂର୍ଣ୍ଣ ୨୫ ଦିନର ଥିଲା। ସୁଶାନ୍ତ ଏବଂ ରିୟାଙ୍କୁ ୨୯ ଅକ୍ଟୋବରକୁ ଭାରତ ଫେରିବାର ଥିଲା କିନ୍ତୁ ୫ ନଭେମ୍ବରକୁ ନୁହେଁ। ସୁଶାନ୍ତ ଏବଂ ରିୟାଙ୍କ ସହିତ ରିୟାଙ୍କ ଭାଇ ସୋବିକ ମଧ୍ୟ ଯାଇଥିଲେ। ED ୟୁରୋପ ବିଷୟରେ ପଚରା ଉଚରା କରୁଥିବା ବେଳେ ବର୍ତ୍ତମାନ ସିବିଆଇ ମଧ୍ୟ ୟୁରୋପ ଟ୍ରିପକୁ ନେଇ ତଦନ୍ତ କରିବ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।