ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଅନେକ ଖୁଲାସା ଅନେକ ପ୍ରକାରର କଥା ସାମ୍ନାକୁ ଆସୁଛି। ପ୍ରଥମେ ପଙ୍ଖାକୁ ନେଇ ମୁମ୍ବାଇ ପୋଲିସ ଯାହା ରିପୋର୍ଟ ଲେଖିଥିଲେ ତାହା ପରେ ନିଜେ ହିଁ ଲୁଚାଇ ଦେଇଥିଲେ। ବର୍ତ୍ତମାନ ସିବିଆଇ ପଙ୍ଖାକୁ ନେଇ ବହୁତ ବଡ଼ ତଥ୍ୟ ଖୋଜି ବାହାର କରିଛି। ତେବେ ଯେତେବେଳେ ଏମିତି କୌଣସି ମାମଲା ହୋଇଥାଏ ସେତେବେଳେ ପୋଲିସ ଏକ ରିପୋର୍ଟ ବନାଇଥାଏ। ସେହି ରିପୋର୍ଟରେ ନିଜେ ମୁମ୍ବାଇ ପୋଲିସ ଲେଖିଥିଲେ ଯେ, ସୁଶାନ୍ତଙ୍କ ରୁମରେ ଯେଉଁ ପଙ୍ଖା ରହିଥିଲା ତା’ର ବେଡ ଉପରୁ ଉଚ୍ଚତା କେବଳ ୫ ଫୁଟ ୧୧ ଇଞ୍ଚ ରହିଥିଲା। ଏଥିସହିତ ସୁଶାନ୍ତଙ୍କ ଉଚ୍ଚତା ମଧ୍ୟ ୫ ଫୁଟ ୧୧ ଇଞ୍ଚ ରହିଥିଲା। ମାତ୍ର ସୁଶାନ୍ତ ନିଜର ଉଚ୍ଚତା ୬ ଫୁଟ ବୋଲି କହୁଥିଲେ।
ସୁଶାନ୍ତଙ୍କ ବେଡର ଉଚ୍ଚତା ମଧ୍ୟ ୧ ଫୁଟ ୯ ଇଞ୍ଚ ରହିଥିଲା ଯେଉଁଥିରେ ୮ ଇଞ୍ଚର ଗଦି ଶାମିଲ ରହିଥିଲା। ଏବଂ ସେହି ଗଦିରୁ ପଙ୍ଖାର ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ରହିଥିଲା। ତେବେ ଏହା କିପରି ସମ୍ଭବ ଯେ ୬ ଫୁଟ ଉଚ୍ଚତାର ଜଣେ ମଣିଷ ୫ ଫୁଟ ୧୧ ଇଞ୍ଚ ଦୂରତାରୁ ଏପରି କରି ପାରିବ। ସୁଶାନ୍ତଙ୍କ ପାଦର ସାଇଜ ମଧ୍ୟ ୮ ରହିଥିଲା ଅର୍ଥାତ ସୁଶାନ୍ତ ୬ ଫୁଟ ଥିବା ପରେ ଯଦି ନିଜର ପଞ୍ଜା ତଳକୁ କରନ୍ତି ତେବେ ତାଙ୍କ ଉଚ୍ଚତା ୨ରୁ ୩ ଇଞ୍ଚ ଆହୁରି ବଢ଼ିଥାନ୍ତା।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ ମୁମ୍ବାଇ ପୋଲିସ ହିଁ ନିଜ ରିପୋର୍ଟରେ ମଧ୍ୟ ଏସବୁ ଲେଖାଯାଇଥିଲା ବର୍ତ୍ତମାନ ସିବିଆଇ ଏହି ରିପୋର୍ଟକୁ ନିଜ ଅଧୀନରେ ନେଇ ଯାଇଛି। ଖାଲି ଏତିକି ନୁହେଁ ସୁଶାନ୍ତଙ୍କୁ ସେହି ଅବସ୍ଥାରେ କେବଳ ସିଦ୍ଧାର୍ଥ ପୀଠନି ଓ ଦିପେଶ ସାୱନ୍ତ ଦେଖିଥିଲେ ଏବଂ ତାଙ୍କୁ ସେହି ମାନେ ହିଁ ତଳକୁ ଓଲ୍ହାଇ ଆଣିଥିଲେ। ସୁଶାନ୍ତଙ୍କ ଝୁଲୁଥିବା ଅବସ୍ଥାରେ କୌଣସି ଫୋଟୋ କିମ୍ବା ଭିଡ଼ିଓ ମଧ୍ୟ ନାହିଁ। ସିଦ୍ଧାର୍ଥ ପୀଠନି ସେଦିନ ସୁଶାନ୍ତଙ୍କୁ ତଳକୁ ଆଣିବା ପାଇଁ ପୋଲିସଙ୍କୁ ମଧ୍ୟ ଅପେକ୍ଷା କରିନଥିଲେ। ସୁଶାନ୍ତଙ୍କୁ ସେଦିନ ହସ୍ପିଟାଲ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ ଅଟେଣ୍ଡାନ୍ସ ମଧ୍ୟ କହିଥିଲେ ଯେ ସୁଶାନ୍ତ ହଳଦିଆ ପଡି ଯାଇଥିଲେ ଏବଂ ତାଙ୍କ ପାଦ ମୋଡି ହୋଇଯାଇଥିଲା, ପାଦରେ ଚିହ୍ନ ମଧ୍ୟ ରହିଥିଲା।
ସୁଶାନ୍ତଙ୍କ କେସର ଆଜି ପର୍ଯ୍ୟନ୍ତ ହୋଇଥିବା ଖୁଲାସା ଭିତରେ ଏହା ସବୁଠୁ ବଡ଼ ଖୁଲାସା ଯେ ସୁଶାନ୍ତଙ୍କ ବେଡରୁମର କୁଣ୍ଡି ଭଗ୍ନ ଅବସ୍ଥାରେ ରହିଥିଲା। ଏଥିସହିତ ସୁଶାନ୍ତ ଫାଶି ଲଗାଥିବା ପଙ୍ଖା ସାମାନ୍ୟ ହେଲେ ତଳକୁ ନଇଁ ନଥିଲା। ୬ ଫୁଟ ଲମ୍ବା ୭୫ କିଲୋ ଓଜନର ସୁଶାନ୍ତଙ୍କ ଝୁଲିବା ପରେ ମଧ୍ୟ ପଙ୍ଖାରେ କୌଣସି ପରିବର୍ତ୍ତନ ଆସି ନଥିଲା ଏହା ଏକ ସମ୍ପୂର୍ଣ୍ଣ ଅସମ୍ଭବ କଥା। ଏହିସବୁ କଥା କ୍ୟାମେରା ସାମ୍ନାରେ କହିଛନ୍ତି କେସର ଯାଞ୍ଚ କରିଥବା ଫରେନସିକ ବିଭାଗର ଅଧିକାରୀ।
ପ୍ରଥମେ ଫରେନସିକ ବିଭାଗକୁ ପଚରା ଯାଇଥିଲା ଯେ ଆପଣ ଯାଞ୍ଚ କରିବାକୁ ଯାଇଥିଲେ ସେଠାରେ କିଛି ଭୁଲ କିମ୍ବା ଅସାଧାରଣ ଦେଖିଥିଲେ କି? ତୁରନ୍ତ ଫରେନସିକ ଅଧିକାରୀ କହିଲେ ସୁଶାନ୍ତଙ୍କ ଡାଏରୀଏ କେତେକ ପୃଷ୍ଠା ଚିରିଦିଆ ଯାଇଥିଲା। ତେବେ ଏହାକୁ କିଏ ଚିରିଥିଲା ଜାଣିନଥିଲେ ମଧ୍ୟ ନିଜ ରିପୋର୍ଟରେ ଲେଖି ମୁମ୍ବାଇ ପୋଲିସକୁ ଜଣାଇଥିଲେ। ସୁଶାନ୍ତଙ୍କ ରୁମରେ ଥିବା ପଙ୍ଖା ଟିକେ ହେଲେ ବି ତଳକୁ ନଇଁ ନଥିଲା।
ଏହା ଉପରେ ଜଣେ ରିପୋର୍ଟର କହିଥିଲେ ହୋଇଥାଇ ପରେ ସୁଶାନ୍ତ ଦୁର୍ବଳ ହୋଇଯିବା କାରଣରୁ ତାଙ୍କ ଓଜନ କମିଯାଇଥିବ। ଏହାର ଉତ୍ତରରେ ଫରେନସିକ ଅଧିକାରୀ ତୁରନ୍ତ କହିଥିଲେ ଏହା ସମ୍ଭବ ହିଁ ନୁହେଁ ଯେ ପଙ୍ଖା ଉପରେ ୪୦ କିଲୋରୁ ବି ଅଧିକ ଓଜନ ଝୁଲାଇ ଦିଆଗଲେ ଏହା ସାମାନ୍ୟ ହେଲେ ତଳକୁ ନଇଁବ ନାହିଁ। ହେଲେ ସୁଶାନ୍ତଙ୍କ ଫ୍ୟାନ ସମ୍ପୂର୍ଣ୍ଣ ଠିକ ଥିଲା ଏବଂ ତାଙ୍କ ଓଜନ ୭୫ କିଲୋରୁ ଅଧିକ ରହିଥିଲା।
ଫରେନସିକ ଅଧିକାରୀ ଏହା ମଧ୍ୟ କହିଥିଲେ ସୁଶାନ୍ତଙ୍କ ବେଡରୁମର ଛିଟିକିଣି ଭଙ୍ଗା ଯାଇଥିଲା ଯେତେବେଳେ ସୁଶାନ୍ତଙ୍କ ଚାକର ଦାବି କରିଛନ୍ତି ଯେ, ଚାବି କରିଗରଙ୍କୁ ଡାକି ଚାବି ଭଙ୍ଗା ଯାଇଥିଲା। ତେବେ ଏସବୁ ଜାଣି ମଧ୍ୟ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ସୁଶାନ୍ତଙ୍କ ପିତା ଏବଂ ଓକିଲ ଲଗାତର ଆରୋପ ଲଗାଇ ଆସୁଛନ୍ତି ଯେ ବାନ୍ଦ୍ରା ପୋଲିସ ତାଙ୍କୁ ସହଯୋଗ କରୁ ନାହାନ୍ତି।
ଏଥିସହିତ ମୁମ୍ବାଇ ପୋଲିସ କିଛି ଲୋକଙ୍କୁ ସୁରକ୍ଷା ଦେବା ସହିତ ସୁଶାନ୍ତଙ୍କ କେସର ନେତୃତ୍ୱ କରୁଥିବା ବାନ୍ଦ୍ରାର ଡିସିପି ଲଗାତର ଭାବରେ ରିୟାଙ୍କ ସହିତ ଫୋନ କଲ ଏବଂ ମେସେଜ ଦ୍ୱାରା ସମ୍ପର୍କରେ ଥିଲେ। ଯାହାର ପୁଅ ମାରିଛନ୍ତି ତାଙ୍କ ସହିତ ସମ୍ପର୍କରେ ରହିବା ତ ଦୂରର କଥା ତାଙ୍କ କଥା ଶୁଣୁ ହିଁ ନାହାନ୍ତି ହେଲେ ଯାହା ଉପରେ ଆରୋପ ରହିଛି ତାଙ୍କ ସହିତ ଲଗାତର ସମ୍ପର୍କରେ ରହୁଛନ୍ତି ପୋଲିସ କର୍ମଚାରୀ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।