କରୋନା ପରୀକ୍ଷା ବାଧ୍ୟତାମୂଳକ: ଏମିତି ରୋଗୀଙ୍କର କରୋନା ପରୀକ୍ଷା କରିବାକୁ ବାଧ୍ୟ ଅଟନ୍ତି ଡାକ୍ତର, ଯାହାଫଳରେ ରକ୍ଷା ହୋଇ ପାରିବେ ରୋଗୀଙ୍କ ଜୀବନ।

ପାଣିପାଗ ପରିବର୍ତ୍ତନ ଜନିତ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚୁଥିବା ରୋଗୀଙ୍କ କରୋନା ପରୀକ୍ଷା କରିବାକୁ ଡାକ୍ତରମାନେ ବାଧ୍ୟ ଅଟନ୍ତି। କାରଣ ଏହି ରୋଗଗୁଡିକର ସମାନ ଲକ୍ଷଣ ରହିଥାଏ।

ବର୍ତ୍ତମାନ ସମୟର ଆମ ଦେଶରେ ପ୍ରତ୍ୟେକ ୨୪ ଘଣ୍ଟାରେ ୫୦ରୁ ୬୦ ହଜାର କରୋନା ସଂକ୍ରମଣର ନୂତନ କେସ ସାମ୍ନାକୁ ଆସୁଛି। ଏଥିରେ ମଧ୍ୟ ଚେତାବନୀ ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ବର୍ତ୍ତମାନ ଆମ ଦେଶରେ କରୋନା ଶୀର୍ଷରେ ପହଞ୍ଚି ନାହିଁ। ଅର୍ଥାତ ଯଦି ବର୍ତ୍ତମାନ ମଧ୍ୟ ଆମେ ମାନେ ସମସ୍ତେ ପ୍ରୟାସ କରିବା ତେବେ କରୋନା ସଂକ୍ରମଣକୁ ଭୟାନକ ରୂପ ନେବାରୁ ରୋକି ପାରିବା। ଏହି ଦିଶାରେ ଆମର ଡାକ୍ତର ମାନେ ସମ୍ପୂର୍ଣ୍ଣ ଭାବରେ ଲାଗିପଡିଛନ୍ତି।

କରାଯାଉଛି ଅତିରିକ୍ତ ଯାଞ୍ଚ:

ବର୍ଷା ପାଗରେ ବିଭିନ୍ନ ପ୍ରକାରର ଫ୍ଲୁ, ଡେଙ୍ଗୁ, ମ୍ୟାଲେରିଆ, ନିମୋନିଆ, ଚିକନଗୁନିଆ ଭଳି ରୋଗ ସଂକ୍ରମିତ ହୋଇଥାଏ। କିନ୍ତୁ ଏଥର କରୋନା ସଂକ୍ରମଣ ଚାଲିଥିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଇଛି। ଏହି ସ୍ଥିତିରେ ଡ଼ାକ୍ତରଙ୍କ ପାଖରେ ପାଣିପାଗ ଜନିତ ଫ୍ଲୁ ପାଇଁ ଯେଉଁ ରୋଗୀ ପହଞ୍ଚୁଛନ୍ତି ଡାକ୍ତର ସେମାନଙ୍କ କରୋନା ଟେଷ୍ଟ କରାଇବାକୁ ବାଧ୍ୟ ଅଟନ୍ତି। କାରଣ ଫ୍ଲୁ ଏବଂ କରୋନାର ଲକ୍ଷଣ ଅଧିକତର ମିଶିଥାଏ। ରୋଗୀଙ୍କର ପ୍ରାରମ୍ଭିକ ଯାଞ୍ଚ ସମୟରେ ଏହାର ଅନ୍ତର ଜାଣିବା କଷ୍ଟସାଧ୍ୟ ହୋଇଥାଏ ଯେ ବ୍ୟକ୍ତିଙ୍କୁ ପାଣିପାଗ ଜନିତ ଫ୍ଲୁ ହୋଇଛି ନା ସେ କରୋନା ସଂକ୍ରମିତ ଅଛନ୍ତି।

ଏହି କାରଣରୁ ବଢିଯାଇଛି ଡାକ୍ତରଙ୍କର ଚିନ୍ତା:

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ଯଦି କୌଣସି ବ୍ୟକ୍ତି ଡେଙ୍ଗୁରେ ସଂକ୍ରମିତ ହୋଇ ହସ୍ପିଟାଲ ଆସିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ଯାଞ୍ଚ କରାଯାଇ ନାହିଁ ତେବେ ପ୍ରଥମେ ଡେଙ୍ଗୁ କନ୍ଫର୍ମ କରିବା ପାଇଁ ତାଙ୍କର ଯାଞ୍ଚ କରାଯିବ। ଏଥିସହିତ ସେହି ବ୍ୟକ୍ତିଙ୍କର କରୋନା ସଂକ୍ରମଣ ରହିଛନ୍ତି କି ନାହିଁ ମଧ୍ୟ ପରୀକ୍ଷା କରିବାକୁ ପଡିବ।

କାରଣ ଡେଙ୍ଗୁ ଶରୀରରକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଉଥିବା ଜ୍ୱର ଅଟେ। ଏଥିପାଇଁ ଯଦି ରୋଗୀକୁ କରୋନା ସଂକ୍ରମଣ କାରଣରୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ ତେବେ ଜୀବନ ପାଇଁ ବିପଦ ରହିଥାଏ।

କାରଣ ଡେଙ୍ଗୁ ସହିତ ଯଦି କରୋନା ମଧ୍ୟ ରହିଥାଏ ତେବେ ସ୍ଥିତି ଅଧିକରୁ ଅଧିକ ବିକଟ ହୋଇପାରେ। ଆମେ ରୋଗୀଙ୍କ ଜୀବନଙ୍କୁ କୌଣସି ପ୍ରକାରର ସଙ୍କଟରେ ପକାଇ ପାରିବା ନାହିଁ। ସେଥିପାଇଁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମକୁ କରୋନାର ଅତିରିକ୍ତ ଟେଷ୍ଟ କରାଇବାକୁ ପଡୁଛି।

ଏହି ଋତୁରେ ସଂକ୍ରମିତ ହେଉଛି ରୋଗ:

ଏହି ଋତୁରେ ଗ୍ୟାଷ୍ଟ୍ରୋଏଣ୍ଟାଇଟିସ୍, କଲେରା, ଟାଇଫଏଡ୍, ହେପାଟାଇଟିସ୍ ଭଳି ରୋଗର ରୋଗୀମାନେ ଅଧିକ ଆସିଥାନ୍ତି। କାରଣ ବର୍ଷା ହେତୁ ବାୟୁମଣ୍ଡଳରେ ଆର୍ଦ୍ରତା ରହିଥାଏ ଏବଂ ତାପମାତ୍ରା ଲଗାତର ବଢୁଥିବା କମୁଥିବା ଯୋଗୁଁ ଅନେକ ପ୍ରକାରର ଜୀବାଣୁ ଏବଂ କିଟାଣୁକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଏହି ପରିସ୍ଥିତିରେ, ବଢୁଥିବା ରୋଗଗୁଡ଼ିକ କାରଣରୁ କରୋନା ସଂକ୍ରମଣ ଅଧିକ ବିସ୍ତାର ହେବାର ଆଶଙ୍କା ଆହୁରି ବଢ଼ିପାରେ। କାରଣ ଦୁର୍ବଳ ଏବଂ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଶରୀରରେ କରୋନା ପାଇଁ ନିଜ ସଂକ୍ରମଣ ଶୀଘ୍ରତାର ସହିତ ବଢାଇବା ସହଜ ହୋଇଥାଏ। ଏଥିପାଇଁ ସଂକ୍ରମଣ ବଢିବା ସହିତ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇବ। ଏହି ସଙ୍କଟକୁ ଟାଳିବା ପାଇଁ ଆପଣଙ୍କ ଶରୀର ସହିତ ଯୋଡି ହୋଇଥିବା କୌଣସି ଘଟଣାକୁ ହାଲକାରେ ନନେବା ଜରୁରୀ ହୋଇଥାଏ।

ଏହି ପ୍ରକ୍ରିୟାରେ କରାଯିବ ସୁରକ୍ଷା:

ଋତୁ ପରିବର୍ତ୍ତନ ଜନିତ ରୋଗ ଏବଂ କରୋନା ପରୀକ୍ଷଣ କରିବାର କାରଣ ଗୁଡିକ ଉପରେ ଆମେ ଆଲୋଚନା କରିସାରିଛନ୍ତି।ବର୍ତ୍ତମାନ ଆମେ କହିବୁ ରୋଗରୁ ରକ୍ଷା ପାଇବା ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଉପାୟ ବିଷୟରେ। ତେବେ ଏହି ବିଷୟରେ ଡାକ୍ତର ମନୋଜ ଶର୍ମାଙ୍କ କହିବା କଥା ଯେ, ବିଶେଷ ଭାବରେ ଅଧିକ ବୟସର ଲୋକଙ୍କର ଏହି ୠତୁରେ ହଜମ ପ୍ରକ୍ରିୟା ମନ୍ଦ ଅବସ୍ଥାରେ ରହିବାର ଅଭିଯୋଗ ଆସିଥାଏ।

ଏହି କାରଣରୁ ହଜମ ସମ୍ବନ୍ଧୀୟ ସମସ୍ୟା ଗୁଡିକରୁ ରକ୍ଷା ପାଇବା ପାଇଁ ଜରୁରୀ ହୋଇଥାଏ ଯେ, ବାହାରର ଖାଦ୍ୟ ଭୋଜନ କରନ୍ତୁ ନାହିଁ। ଏଥିରେ ଅଧିକ ମାତ୍ରାରେ ମାଇକ୍ରୋବସ୍ ରହିଥିବାର ସମ୍ଭାବନା ଥାଏ।

ଛୋଟ, ବଡ଼ ଏବଂ ଯୁବ ସମସ୍ତେ ନିଜର ସ୍ୱାସ୍ଥ୍ୟ ଠିକ ରଖିବାକୁ ଭଲ ଭାବରେ ଶୋଇ ନିଜର ନିଦ୍ରା ପୂର୍ଣ୍ଣ କରନ୍ତୁ ଏବଂ ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ଆପଣଙ୍କ ଶୋଇବା-ଚାଇଁ ରହିବା ଏବଂ ଭୋଜନ କରିବା ସମୟ ନିଶ୍ଚିତ ରହିଲେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ଲାଭ ଦାୟକ ରହିଥାଏ।

ଏହି ସମୟରେ ଭୋଜନରେ ଫାଇବର ଯୁକ୍ତ ଆହାର ଶାମିଲ କରାନ୍ତୁ। ଏଥିସହିତ ସେଓ, କଦଳୀ ଏବଂ ନାସପାତି ଭଳି ଫଳର ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରର ପାଚନତନ୍ତ୍ର ଠିକ ରଖିବାରେ ସହାୟତା ମିଳିଥାଏ। ଡାକ୍ତର ମ ନୋଜ ଶର୍ମା, ମୋଡିଓର ହସ୍ପିଟାଲରେ(କୁତୁବ ଇନଷ୍ଟିଚ୍ୟୁଟ ଏରିଆ, ନୂଆଦିଲ୍ଲୀ) ସିନିୟର କଁନ୍ସଲେଣ୍ଟ ମେଡିସିନ ଏଣ୍ଡ ଇନଚାର୍ଜ ଭାବରେ କାର୍ଯ୍ୟରତ ଅଛନ୍ତି। ଆପଣ ତାଙ୍କ ଠାରୁ ଆପଏଣ୍ଟମେଣ୍ଟ ନେବା ପାଇଁ ଦିଆ ଯାଇଥିବା ନମ୍ବରରେ ସମ୍ପର୍କ କରି ପାରବେ। (୦୧୧-୪୧୨୨୨୨୨୨)

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *