ଉତ୍ତରପ୍ରଦେଶର ସଂଭଲଠାରେ ୧୫ ବର୍ଷୀୟା ଜଣେ ଛାତ୍ରୀ ଆତ୍ମହତ୍ୟା କରିନେଇଛନ୍ତି। ଛାତ୍ରୀଙ୍କ ରୁମରୁ ପୋଲିସକୁ ଖୋଜାଖୋଜି ସମୟରେ ୧୯ ପୃଷ୍ଠାର ଏକ ସୁସାଇଡ ନୋଟ ମିଳିଛି ଯାହାକୁ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ଲେଖିଥିବା ଏହି ପତ୍ରରେ ଘର ପରିବାର ନୁହେଁ ବରଂ ଦେଶ ଓ ସମାଜ ପାଇଁ ଚିନ୍ତା ଜାହିର କରିଛନ୍ତି ଛାତ୍ରୀ ଆଞ୍ଚଲ। ବଢୁଥିବା ପ୍ରଦୂଷଣ, ବଢୁଥିବା ଜନସଂଖ୍ୟା ଆଦି ବିଷୟ ଉଠାଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମାଧାନର ଆଶା ରଖିଛନ୍ତି। ପରିବାର ଲୋକ ଆଞ୍ଚଲଙ୍କ ଶେଷ ଚିଠିକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯେକୌଣସି ସ୍ଥିତିରେ ପହଞ୍ଚାଇବା କଥା କହିଛନ୍ତି।
ଉତ୍ତରପ୍ରଦେଶର ସଂଭଲ ଜିଲ୍ଲା ଅନ୍ତର୍ଗତ ବବରାଲରେ ରହୁଥିବା ୧୫ ବର୍ଷର ଛାତ୍ରୀ ଆଞ୍ଚଲ ଆତ୍ମହତ୍ୟା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶେଷ ଚିଠି ଲେଖିଛନ୍ତି। ସେଥିରେ ସେ ମୋଦୀଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଦେଶରେ ଅନେକ ପ୍ରଧାନମନ୍ତ୍ରୀ ହୋଇଛନ୍ତି କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି କେହି ନୁହନ୍ତି। ମୋ ମନରେ ତାଙ୍କ ପ୍ରତି ଅତ୍ୟଧିକ ସମ୍ମାନ ରହିଛି ଏମିତି ହୋଇପାରନ୍ତା କି ମୁଁ ଆପଣଙ୍କୁ ମୋ ବୟସ ଦେଇ ପାରନ୍ତି। ଆପଣଙ୍କ ପାଖରେ ସଂସ୍କାର ଭରି ରହିଛି।
ଏ ଦେଶ ଅନେକ ବର୍ଷରୁ ଅନ୍ଧାରରେ ରହିଥିଲା ଆପଣ ପ୍ରଥମ ସୂର୍ଯ୍ୟ ହୋଇ ଆସିଲେ। ପ୍ରଧାନମନ୍ତ୍ରୀ ମୋଦୀ ସର୍ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଦେଖା କରବାକୁ ଚାହୁଁଥିଲି କିନ୍ତୁ ଏହା ଅସମ୍ଭବ ଅଟେ କାରଣ ଆପଣ ନିଜକୁ ହିଁ ସମୟ ଦେଇ ପାରୁ ନାହାନ୍ତି। ଆପଣ ନିରନ୍ତର ଦେଶର ସେବାରେ ଲାଗି ରହୁଛନ୍ତି। ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ଠାରୁ ନେଇ କେତେକ ଅଧା ରହିଥିବା କାର୍ଯ୍ୟ ପୂରଣ କରିଲେ ଆପଣ, ଜୟ ଶ୍ରୀରାମ। ପରିସ୍ଥିତି ବହୁତ ମହତ୍ତ୍ୱ ରଖିଥାଏ କାରଣ କେତେବେଳେ ଆମକୁ ପାରି କରିଦେଇଥାଏ ତ ଆଉ କେତେବେଳେ ଆମକୁ ବୁଡାଇ ଦେଇଥାଏ। ମୁଁ ନିରାକାର ଅର୍ଥାତ ଶିବଙ୍କ ନିଷ୍କାଳ ରୂପକୁ ପାର୍ଥନା କରୁଛି ଯେ ଭାରତକୁ ଶକ୍ତିଶାଳୀ ଏବଂ ଅମର କରନ୍ତୁ। ଭାରତ ବିଭିନ୍ନ ଔଷଧୀୟ ଗୁଣର ବୃକ୍ଷ ଥିବା ଦେଶ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ପ୍ରଦୂଷଣ ବାୟୁ ପ୍ରତ୍ୟେକ ସ୍ଥାନରେ ଖେଳିଯାଇ ଅଛି। ପ୍ରଧାନମନ୍ତ୍ରୀ ସର୍…..କଣ ଆପଣ ମୋ ଇଚ୍ଛାକୁ ପୂର୍ଣ୍ଣ କରି ପାରିବେ?
ଆଞ୍ଚଲ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସର୍ ଆପଣ ଜାଣିଛନ୍ତି ଚାଇନା ଖେଳନା ଏବଂ ପ୍ଲାଷ୍ଟିକର ସାମଗ୍ରୀ ଭାରତକୁ ପଠାଇଥାଏ। ସେହି ଖେଳନା ଗୁଡିକ ମାସ ତ ଦୂରର କଥା କିଛି ଦିନ ହିଁ ଚାଲିଥାଏ ଏବଂ ସେହି ଆବର୍ଜନା ଭାରତର ଭୂମିକୁ ଆହୁରି ଅଧିକ ବିଷାକ୍ତ କରିଥାଏ। ଲୋକମାନେ ରାସ୍ତା ଉପରେ, ଏଣେତେଣେ ଆବର୍ଜନା ପକାଇଲେ ତାଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ସେମାନଙ୍କୁ କୁଡ଼ାଦାନ ଉପଲବ୍ଧ କରାଇ ଦିଆଯାଉ। ଛୋଟ ନଦୀ ଗୁଡିକର ଅଧା କିଲୋମିଟର ପର୍ଯ୍ୟନ୍ତ ଏବଂ ବଡ଼ ନଦୀ ଗୁଡିକରେ ଏକ କିଲୋମିଟର ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯାଉ। ଏହାଦ୍ୱାରା ବହୁତ ଅଧିକ ଲାଭ ମିଳିବ। ଆପଣ ୱାଟର ହରଭେସ୍ଟିଙ୍ଗ ଉପରେ ମଧ୍ୟ ଜୋର ଦିଅନ୍ତୁ।
ଆଞ୍ଚଲ ଲେଖିଛନ୍ତି ଯେ, ଦୀପାବଳି ଅବସରରେ ବାଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଅନ୍ତୁ। କେବଳ ଫୁଲଝଡ଼ି ଜଳାଇବାର ଅନୁମତି ରହୁ। ବିଜୁଳିର ଲାଇଟ ସଜ୍ଜସଜ୍ଜା ବଦଳରେ ମାଟିର ଦୀପ ଏବଂ ମହମବତୀର ବ୍ୟବହାର କରାଯାଉ। ହୋଲିରେ କେମିକାଲ ରଙ୍ଗର ପ୍ରୟୋଗ କମ କରାଇ ଦିଅନ୍ତୁ। ଯେମିତି ଆମେ ମୁଣ୍ଡରେ ଟିକା ଲଗାଉଛନ୍ତି ରଙ୍ଗ ମଧ୍ୟ ସେତିକି ଭାଗରେ ଲଗାଯାଉ। ବରଗଛ ଅଧିକ ଲଗାଯାଉ, ସଡକ କଡ଼ରେ ଆମ୍ବ ଏବଂ ଲିଚୁ ଗଛ ଲଗାଯାଉ। କିଛି ଭୋକିଲା ରହୁଥିବା ଲୋକଙ୍କ ପେଟ ମଧ୍ୟ ଭରିବ ଗଛ ଛାଇ ମଧ୍ୟ ପ୍ରଦାନ କରିବ।
ଆଞ୍ଚଲ ନିଜ ସୁସାଇଡ ନୋଟରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସର୍ ଭାରତର ଜନସଂଖ୍ୟା ୧୩୫ କୋଟି ହୋଇ ସରିଲାଣି ଏବଂ ଏହା ପ୍ରତିଦିନ ଆହୁରି ବଢ଼ିବାରେ ଲାଗିଛି। ଏହାଦ୍ୱାରା ସଂସାଧନ ପୂର୍ତ୍ତି କରିବା ଅସମ୍ଭବ ହୋଇପଡିବ। ଏଥିପାଇଁ ଦୁଇ ରୁ ଅଧିକ ପିଲା ହେଲେ ଶକ୍ତ ନିୟମ ବନାନ୍ତୁ ତଥା ଏମିତି ଲୋକଙ୍କୁ ଜେଲ ପଠାଇବା ସହିତ ଟଙ୍କା ମଧ୍ୟ ଜରିମାନା ଅକାରରରେ ଆଦାୟ କରାଯାଉ। ଏହାଦ୍ୱାରା ସମସ୍ତ ପ୍ରକାରର ପ୍ରଦୂଷଣ ମଧ୍ୟ କମ ହୋଇଯିବ। ଭାରତରେ ଅଧିକ କୃଷି ଜମି ହୋଇଯିବ ଏବଂ ଅଧିକ ଶସ୍ୟ ରପ୍ତାନୀ କରାଯାଇ ପାରିବ। ମୁଁ ଜାଣିଛି ଏଥିପାଇଁ ବହୁତ ଅଧିକ ସମୟ ଲାଗିବ କିନ୍ତୁ ଆପଣ ନକଲେ କେହି କରିବେ ନାହିଁ।
ସେ ଲେଖିଛନ୍ତି ଯେ, ମୋ ନାମ ଆଞ୍ଚଲ ଗୋସ୍ୱାମୀ ଅଟେ, ମୋର ଏହି ଦୁନିଆ ପସନ୍ଦ ନୁହେଁ କାରଣ ଏଠାରେ ଲୋକ ଝଗଡା କରିଥାନ୍ତି। ମାତାପିତାଙ୍କୁ ବୃଦ୍ଧାଶ୍ରମ ପଠାଇ ଦେଇଥାନ୍ତି, ସେମାନଙ୍କୁ ମାରପିଟ କରି ଗାଳି ଦେଇଥାନ୍ତି। ଲୋକ ମାନେ ନିଜ ସୁବିଧା ପାଇଁ ଗଛପତ୍ର କାଟି ଦେଇଥାନ୍ତି। ପଶୁ ମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ମାଂସାହାରି ଲୋକ ମାନେ ମୋତେ ବହୁତ ଖରାପ ଲାଗନ୍ତି। ଦେଶ ବିରୋଧୀ ଗତିବିଧିରେ ଅଂଶଗ୍ରହଣ କରୁଥିବା ଲୋକଙ୍କୁ ମୁଁ ଘୃଣା କରେ। ଏମିତି ଲୋକଙ୍କୁ ଦେଶରୁ ବାହାର କରିଦେବା ଜରୁରୀ ଅଟେ।
ଶେଷରେ ଆଞ୍ଚଲ ଲେଖିଛନ୍ତି ଯେ, ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଆପଣଙ୍କୁ ମୋର ପ୍ରଣାମ। ମୁଁ ଆତ୍ମହତ୍ୟା ମୋ ନିଜ ଇଚ୍ଛାରେ କରୁଛି। ଏଥିପାଇଁ କେହି ହେଲେ ଦାୟୀ ନୁହନ୍ତି, ନା କୌଣସି ଘର ଲୋକ ନା କୌଣସି ବାହାର ଲୋକ। ମାଆଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ମାଆ ମୁଁ ଜାଣି ନାହିଁ ମୋର କଣ ହୋଇ ଯାଇଛି। ଏମିତି ଲାଗୁଛି ଯେ କେହି ମୋତେ ବଞ୍ଚିବାର ଦେଖିବାକୁ ଚାହୁଁନାହାନ୍ତି। ମୁଁ ଅସହାୟ ହୋଇ ପଡିଛି ମୋ ମସ୍ତିଷ୍କ କଣ ହୋଇଯାଇଛି ଯେ ମୋ ଜୀବନକୁ ନର୍କ ବନାଇ ଦେଇଛି। ଏହି ଶରୀର କେବଳ ଏକ ବସ୍ତ୍ର ଥିଲା ଯାହା ଦୁର୍ବଳ ଅଟେ… ଅଲବିଦା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |