ସୁଶାନ୍ତଙ୍କ ଚାକର ଦିପେଶ ସହିତ ହୋଇଗଲା ଅଘଟଣ! ପରିବାର ଲୋକ ଲଗାଇଲେ ଆରୋପ…..ତଦନ୍ତ କରିବାରେ ଲାଗି ପଡିଛି ସିବିଆଇ।

ସୁଶାନ୍ତଙ୍କ ସମ୍ପୂର୍ଣ୍ଣ କେସର ମୋଡ଼ ବଦଳି ଯାଇଛି। ସୁଶାନ୍ତଙ୍କ ଚାକର ଦିପେଶ ସାୱନ୍ତ ହୋଇଯାଇଛି ଏକ ଅଘଟଣ। ସେହି ଦିପେଶ ଯିଏ ସୁଶାନ୍ତଙ୍କ ସହିତ ଅଧିକରୁ ଅଧିକ ସମୟ ରହୁଥିଲେ ଏବଂ ସୁଶାନ୍ତଙ୍କୁ ମୃତ ଭାବରେ ପ୍ରଥମେ ଦେଖିଥିବା ଲୋକ ମାନଙ୍କ ମଧ୍ୟରୁ ଜଣେ ଥିଲେ। ଦିପେଶ ହିଁ ସୁଶାନ୍ତଙ୍କ କେସର ଏକମାତ୍ର ବଡ଼ ପ୍ରତ୍ୟକ୍ଷଦର୍ଶୀ ପ୍ରମାଣ ଥିଲେ। କିନ୍ତୁ ଏବେ ଦିପେଶଙ୍କ ସହିତ ମଧ୍ୟ ସେହିସବୁ ହୋଇଛି ଯାହା ପ୍ରଥମେ ଦିଶା ସଲିୟାନ ଏବଂ ପରେ ସୁଶାନ୍ତଙ୍କ ସହିତ ହୋଇଥିଲା।

ଦିପେଶଙ୍କୁ ନେଇ ଆରମ୍ଭରୁ ସନ୍ଦେହ ଥିବା ବେଳେ ସମସ୍ତେ କହିଥିଲେ ଯଦି ଦିପେଶଙ୍କୁ ଅଧିକ ଶକ୍ତିର ପଚରା ଉଚରା କରାଯାଏ ତେବେ ସେ ସବୁକିଛି ପ୍ରକାଶ କରିଦେବେ। ହେଲେ ବର୍ତ୍ତମାନ ଗତ ୧୦ରୁ ୧୫ ଦିନ ହେବ ଦିପେଶ ସାୱନ୍ତ ଗାୟବ ହୋଇଯାଇଛନ୍ତି ତାଙ୍କର କୌଣସି ଖୋଜ ଖବର ମିଳି ନାହିଁ। ଦିପେଶଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ମାନଙ୍କ ପର୍ଯ୍ୟନ୍ତ କାହାରି ମଧ୍ୟ ଦିପେଶଙ୍କ ସହିତ କଣ୍ଟାକ୍ଟ ହୋଇପାରୁ ନାହିଁ।

ଏଥିରୁ ଜଣା ପଡୁଛି ଯେ, ଦିପେଶଙ୍କ ସହିତ କିଛି ଅଘଟଣ ହୋଇଯାଇଛି। କିନ୍ତୁ ଦିପେଶଙ୍କ ନିଖୋଜ ଥିବାର ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସିବିଆଇ ଦିପେଶଙ୍କୁ ପଚରା ଉଚରା ପାଇଁ ଡକାଇଥିଲେ। ସିବିଆଇର ଡାକିବା ପରେ ମଧ୍ୟ ଦିପେଶଙ୍କ ସହିତ କୌଣସି କଣ୍ଟାକ୍ଟ ହୋଇ ନପାରିବାରୁ ସିବିଆଇ ଦିପେଶର ରହୁଥିବା ସ୍ଥାନରେ ପହଞ୍ଚିଥିଲେ କିନ୍ତୁ ସେଠାରେ ମଧ୍ୟ ଦିପେଶ ନଥିଲେ।

ଦିପେଶ ନିଖୋଜ ଥିବା ବେଳେ ତାଙ୍କୁ ଲଗାତର ଭାବରେ ଖୋଜା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଦିପେଶଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ। ଆଶ୍ଚର୍ଯ୍ୟର କଥା ଯେ ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ଏହି କେସର ଜଡିତ ଥିବା ସାକ୍ଷୀ ବା ପ୍ରମାଣ ସହିତ ସୁଶାନ୍ତଙ୍କ ପକ୍ଷରେ ଥିବା ଅନ୍ୟ କେତେକ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା ଜାହିର କରିଥିଲେ। ମୁମ୍ବାଇ ପୋଲୁସଙ୍କ ପାଖରେ ମଧ୍ୟ ସେମାନଙ୍କ ସୁରକ୍ଷା ଦାବି କରାଯାଇଥିଲା। କିନ୍ତୁ ଦିପେଶଙ୍କୁ କୌଣସି ସହାୟତା ମିଳି ନଥିଲା ଏବଂ ବର୍ତ୍ତମାନ ସେ ନିଖୋଜ ହୋଇଯାଇଛନ୍ତି।

ସୁଶାନ୍ତଙ୍କ ମାମଲାରେ ଦିପେଶ ଗୋଟିଏ ମୁଖ୍ୟ ଏବଂ ପ୍ରତକ୍ଷ୍ୟଦର୍ଶୀ ପ୍ରମାଣ ଥିବା ବେଳେ ଯେଉଁଦିନ ଠାରୁ ଏହି କେସରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି ପାଖାପାଖି ସେହିଦିନ ଠାରୁ ଦିପେଶଙ୍କର କୌଣସି ଖୋଜ ଖବର ନାହିଁ, ସେ ଗାୟବ ହୋଇଯାଇଛନ୍ତି। ଏଥିରେ ସମ୍ଭାବନା ରହିଛି ଯେ ଦିପେଶଙ୍କୁ ଦିଶା ଏବଂ ସୁଶାନ୍ତଙ୍କ ପରି ହତ୍ୟା କରାଯାଇ ଗାୟବ କରିଦିଆ ଯାଇଛି କିମ୍ବା ତାଙ୍କୁ ଅପହରଣ କରି କେଉଁଠି ଲୁଚାଇ ଦିଆଯାଇଛି। ଏହାଛଡା ତୃତୀୟ କଥା ଏହା ମଧ୍ୟ ହୋଇପାରେ ଯେ, ଦିପେଶ ନିଜେ କେଉଁଆଡ଼େ ଯାଇ ଲୁଚି ଯାଇଛନ୍ତି।

ସୁଶାନ୍ତଙ୍କ କେସର ଆଜି ପର୍ଯ୍ୟନ୍ତ ହୋଇଥିବା ଖୁଲାସା ଭିତରେ ଏହା ସବୁଠୁ ବଡ଼ ଖୁଲାସା ଯେ ସୁଶାନ୍ତଙ୍କ ବେଡରୁମର କୁଣ୍ଡି ଭଗ୍ନ ଅବସ୍ଥାରେ ରହିଥିଲା। ଏଥିସହିତ ସୁଶାନ୍ତ ଫାଶି ଲଗାଥିବା ପଙ୍ଖା ସାମାନ୍ୟ ହେଲେ ତଳକୁ ନଇଁ ନଥିଲା। ୬ ଫୁଟ ଲମ୍ବା ୭୫ କିଲୋ ଓଜନର ସୁଶାନ୍ତଙ୍କ ଝୁଲିବା ପରେ ମଧ୍ୟ ପଙ୍ଖାରେ କୌଣସି ପରିବର୍ତ୍ତନ ଆସି ନଥିଲା ଏହା ଏକ ସମ୍ପୂର୍ଣ୍ଣ ଅସମ୍ଭବ କଥା। ଏହିସବୁ କଥା କ୍ୟାମେରା ସାମ୍ନାରେ କହିଛନ୍ତି କେସର ଯାଞ୍ଚ କରିଥବା ଫରେନସିକ ବିଭାଗର ଅଧିକାରୀ।

ପ୍ରଥମେ ଫରେନସିକ ବିଭାଗକୁ ପଚରା ଯାଇଥିଲା ଯେ ଆପଣ ଯାଞ୍ଚ କରିବାକୁ ଯାଇଥିଲେ ସେଠାରେ କିଛି ଭୁଲ କିମ୍ବା ଅସାଧାରଣ ଦେଖିଥିଲେ କି? ତୁରନ୍ତ ଫରେନସିକ ଅଧିକାରୀ କହିଲେ ସୁଶାନ୍ତଙ୍କ ଡାଏରୀଏ କେତେକ ପୃଷ୍ଠା ଚିରିଦିଆ ଯାଇଥିଲା। ତେବେ ଏହାକୁ କିଏ ଚିରିଥିଲା ଜାଣିନଥିଲେ ମଧ୍ୟ ନିଜ ରିପୋର୍ଟରେ ଲେଖି ମୁମ୍ବାଇ ପୋଲିସକୁ ଜଣାଇଥିଲେ। ସୁଶାନ୍ତଙ୍କ ରୁମରେ ଥିବା ପଙ୍ଖା ଟିକେ ହେଲେ ବି ତଳକୁ ନଇଁ ନଥିଲା। ଏହା ଉପରେ ଜଣେ ରିପୋର୍ଟର କହିଥିଲେ ହୋଇଥାଇ ପରେ ସୁଶାନ୍ତ ଦୁର୍ବଳ ହୋଇଯିବା କାରଣରୁ ତାଙ୍କ ଓଜନ କମିଯାଇଥିବ। ଏହାର ଉତ୍ତରରେ ଫରେନସିକ ଅଧିକାରୀ ତୁରନ୍ତ କହିଥିଲେ ଏହା ସମ୍ଭବ ହିଁ ନୁହେଁ ଯେ ପଙ୍ଖା ଉପରେ ୪୦ କିଲୋରୁ ବି ଅଧିକ ଓଜନ ଝୁଲାଇ ଦିଆଗଲେ ଏହା ସାମାନ୍ୟ ହେଲେ ତଳକୁ ନଇଁବ ନାହିଁ। ହେଲେ ସୁଶାନ୍ତଙ୍କ ଫ୍ୟାନ ସମ୍ପୂର୍ଣ୍ଣ ଠିକ ଥିଲା ଏବଂ ତାଙ୍କ ଓଜନ ୭୫ କିଲୋରୁ ଅଧିକ ରହିଥିଲା।

ଫରେନସିକ ଅଧିକାରୀ ଏହା ମଧ୍ୟ କହିଥିଲେ ସୁଶାନ୍ତଙ୍କ ବେଡରୁମର ଛିଟିକିଣି ଭଙ୍ଗା ଯାଇଥିଲା ଯେତେବେଳେ ସୁଶାନ୍ତଙ୍କ ଚାକର ଦାବି କରିଛନ୍ତି ଯେ, ଚାବି କରିଗରଙ୍କୁ ଡାକି ଚାବି ଭଙ୍ଗା ଯାଇଥିଲା। ତେବେ ଏସବୁ ଜାଣି ମଧ୍ୟ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ସୁଶାନ୍ତଙ୍କ ପିତା ଏବଂ ଓକିଲ ଲଗାତର ଆରୋପ ଲଗାଇ ଆସୁଛନ୍ତି ଯେ ବାନ୍ଦ୍ରା ପୋଲିସ ତାଙ୍କୁ ସହଯୋଗ କରୁ ନାହାନ୍ତି।

ଏଥିସହିତ ମୁମ୍ବାଇ ପୋଲିସ କିଛି ଲୋକଙ୍କୁ ସୁରକ୍ଷା ଦେବା ସହିତ ସୁଶାନ୍ତଙ୍କ କେସର ନେତୃତ୍ୱ କରୁଥିବା ବାନ୍ଦ୍ରାର ଡିସିପି ଲଗାତର ଭାବରେ ରିୟାଙ୍କ ସହିତ ଫୋନ କଲ ଏବଂ ମେସେଜ ଦ୍ୱାରା ସମ୍ପର୍କରେ ଥିଲେ। ଯାହାର ପୁଅ ମାରିଛନ୍ତି ତାଙ୍କ ସହିତ ସମ୍ପର୍କରେ ରହିବା ତ ଦୂରର କଥା ତାଙ୍କ କଥା ଶୁଣୁ ହିଁ ନାହାନ୍ତି ହେଲେ ଯାହା ଉପରେ ଆରୋପ ରହିଛି ତାଙ୍କ ସହିତ ଲଗାତର ସମ୍ପର୍କରେ ରହୁଛନ୍ତି ପୋଲିସ କର୍ମଚାରୀ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *