ସୁଶାନ୍ତଙ୍କ କେସରେ ଆଗରୁ ହିଁ ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶରେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇ ସାରିଥିଲେ। ଏହା ସୁଶାନ୍ତଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାର ଲୋକଙ୍କ ପାଇଁ ଏକ ବଡ଼ ସଫଳତା ଥିଲା। କିନ୍ତୁ ବର୍ତ୍ତମାନ ସୁଶାନ୍ତଙ୍କ କେସରେ ଆଉ ଏକ ବଡ଼ ସଫଳତା ମିଳିଛି। ସୁଶାନ୍ତଙ୍କ କେସରେ ସିବିଆଇ ଟିମକୁ ମୁମ୍ବାଇ ପହଞ୍ଚିବା ପୂର୍ବରୁ ଅଟକାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଅଭିଯୋଗ କରି ଏଫିଡେଫିଟ ଫାଇଲ କରିଥିଲେ ମହାରାଷ୍ଟ୍ର ସରକାର ଏବଂ ରିୟା ଚକ୍ରବର୍ତ୍ତୀ। ଆଜି ସୁପ୍ରିମକୋର୍ଟରେ ଏହି ସବୁ ଅଭିଯୋଗର ଶୁଣାଣି ହେବାର ଥିଲା।
ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ବିରୋଧରେ ଏକ ଏଫିଡେଫିଟ ଫାଇଲ କରିଥିଲେ। ଏଥିରେ ଲେଖା ରହିଛି ଯେ ଘଟଣା ମୁମ୍ବାଇରେ ଘଟିତ ହୋଇଛି ତେଣୁ ଯାଞ୍ଚ ମଧ୍ୟ ମୁମ୍ବାଇ ପୋଲିସ କରିବ ଯାଞ୍ଚ। ସୁଶାନ୍ତଙ୍କ ପିତା ମୁମ୍ବାଇ ପୋଲିସକୁ କିମ୍ବା ମହାରାଷ୍ଟ୍ର ସରକାରକୁ କାହିଁକି ଜଣାଇଲେ ନାହିଁ ଯେ ସେ FIR ଫାଇଲ କରିବାକୁ ଚାହୁଁଛନ୍ତି। ଯଦି ସେ ମୁମ୍ବାଇ ଆସିବାକୁ ସକ୍ଷମ ନଥିଲେ ତହେଲେ ମୁମ୍ବାଇ ପୋଲିସ ପାଟଣା ଚାଲିଯାଇଥାନ୍ତେ।
ଏହାଛଡା ଆହୁରି ଅନେକ ପଏଣ୍ଟ ମଧ୍ୟ ଲେଖା ଯାଇଥିଲା ଯାହାର କାରଣ କୁହାଯାଇଥିଲା ଯେ ମହାରାଷ୍ଟ୍ର ସରକାର ଚାହୁଁନାହାନ୍ତି କେସ ବିହାର ପୋଲିସକୁ ହସ୍ତାନ୍ତର ହୋଇଯାଉ। ଯଦି ସୁଶାନ୍ତଙ୍କ ମାମଲା ବିହାର ହସ୍ତାନ୍ତର କରାଯାଏ ତେବେ ଯେକୌଣସି ରାଜ୍ୟରେ ଘଟଣା ଘଟିଲେ ଅପରାଧୀ ନିଜ ସୁବିଧା ମୁତାବକ ଆଉ ଏକ ରାଜ୍ୟରେ କେସ ଫାଇଲ କରାଇ ତଦନ୍ତ ଆରମ୍ଭ କରିଦେବ। ନିଜର ପରିଚିତ ପୋଲିସ ଷ୍ଟେସନରେ, ଅଦାଲତରେ କେସର ଯାଞ୍ଚ କରାଇବେ। ଏଥିସହିତ ମହାରାଷ୍ଟ୍ର ସରକାର କହିଛି ଯେ ମହାରାଷ୍ଟ୍ର ସରକାରର ବିନା ଅନୁମତିରେ ସିବିଆଇ ତଦନ୍ତ କରି ପାରିବ ନାହିଁ।
ଏହାଛଡା ରିୟା ମଧ୍ୟ ଏକ ଏଫିଡେଫିଟ ଫାଇଲ କରିଥିଲେ ଯେ ଏବେ ଯେଉଁ ସିବିଆଇ ଯାଞ୍ଚ ପାଇଁ ଆସିଛି ତାହା ବିହାର ସରକାରଙ୍କ ସୁପାରିଶରେ ଆସିଛି ଯାହା ଆମକୁ ପସନ୍ଦ ନୁହେଁ। ଯଦି ମହାରାଷ୍ଟ୍ର ସରକାର କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବ ଏବଂ ସେହି ସୁପାରିଶ କ୍ରମେ କେନ୍ଦ୍ରସରକାର ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ଦେବେ ତାହେଲେ ଆମର କିଛି ଅସୁବିଧା ନାହିଁ ଆମେ ଖୁସିର ସହିତ ସହଯୋଗ କରିବୁ।
ତେବେ ବର୍ତ୍ତମାନ ଏହି ସବୁ ଅଭିଯୋଗକୁ ଭିତ୍ତି କରି ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ସୁଶାନ୍ତଙ୍କ କେସର ତଦନ୍ତ ଏବେ ସିବିଆଇ କରିବ। ସିବିଆଇ ଟିମ ଆଜି ମୁମ୍ବାଇ ପାଇଁ ବାହାରି ଆସିବ। ଏହା ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ତାଙ୍କ ପରିବାର ଲୋକଙ୍କ ପାଇଁ ଏକ ବଡ଼ ସଫଳତା ବା ବଡ଼ ବିଜୟ। ଦୁଇ ମାସ ଧରି ସୁଶାନ୍ତଙ୍କ ସହିତ ଅନ୍ୟାୟ ହୋଇ ଆସୁଥିବା ବେଳେ ଆଜି ତାଙ୍କୁ ଏକ ବଡ଼ ନ୍ୟାୟ ମିଳିଛି। ଖାଲି ଏତିକି ନୁହେଁ ସିବିଆଇ ବର୍ତ୍ତମାନ ଦିଶା ସାଲିୟାନଙ୍କ କେସରେ ମଧ୍ୟ ତଦନ୍ତ ମଧ୍ୟ କରିପାରେ କାରଣ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ସୁଶାନ୍ତଙ୍କ ସହିତ ଜଡିତ କୌଣସି FIR ରହିଛି ତେବେ ସେହି କେସରେ ମଧ୍ୟ ସିବିଆଇ ତଦନ୍ତ କରିବ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।