‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ ଦୁଇଦିନ ପର୍ଯ୍ୟନ୍ତ ଯୁବକଟି ପଥର ସାହାଯ୍ୟରେ କୂଅରେ ରହିଲା, ଚମଡା ପଡ଼ିଗଲା ଧଳା

‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ ଏହି ଉକ୍ତିକୁ ରାଜସ୍ଥାନର ଜଣେ ଯୁବକ ପ୍ରମାଣିତ କରି ଦେଖାଇଛନ୍ତି।ଦୁଇଦିନ ପର୍ଯ୍ୟନ୍ତ କୂଅରେ ପଡିରହି ମଧ୍ୟ ସେ ଜୀବିତ ରହିଲେ।ଯୁବକ ଜଣକ ଏକ ପଥର ସାହାଯ୍ୟରେ କୂଅ ଭିତରେ ବସି ରହିଲେ।ଯେତେବେଳେ ଲୋକମାନେ ତାର ଚିତ୍କାର ଶୁଣିଲେ ତାକୁ ବାହାର କରାଗଲା।ବର୍ତ୍ତମାନ ସେ ସୁରକ୍ଷିତ ଅଛନ୍ତି କିନ୍ତୁ ତାଙ୍କ ହାତର ଚମଡ଼ା ଧଳା ପଡିଯାଇଛି।

ଦୁଇଦିନ ପର୍ଯ୍ୟନ୍ତ ଚିତ୍କାର କଲେ ଯୁବକ, କେହି ଶୁଣି ପାରିଲେନି ଶବ୍ଦ।

ଯୁବକଙ୍କୁ ବାହାର କରାଗଲା ପରେ ତାଙ୍କର ପରିଚୟ ମିଳିଛି ସେ ହେଉଛନ୍ତି ଦେବୀଲାଲ କୁମ୍ଭାର ଯିଏକି ମଧ୍ୟ ପ୍ରଦେଶର ବାସିନ୍ଦା।ସେ କହିଛନ୍ତି ଯେ ଦୁଇଦିନ ପୂର୍ବରୁ ତାଙ୍କ ଭିଣୋଇ ତାଙ୍କୁ ବାଇକରେ ଶନି ଦେବଙ୍କ ମନ୍ଦିରକୁ ନେଇ ଯାଉଥିଲେ।ଅଧା ବାଟରେ ପେଟ୍ରୋଲ ଚେକ କରିବାକୁ ତାକୁ ଏକ ବାଡ଼ି ଭାଙ୍ଗିବାକୁ କହିଥିଲେ,ଯେତେବେଳେ ସେ ବାଡ଼ି ଭାଙ୍ଗିବାକୁ କୂଅ ପାଖରେ ଥିବା ବୁଦାମୂଳକୁ ଯାଇଥିଲେ ସେତେବେଳେ ତାଙ୍କ ଭିଣୋଇ ତାଙ୍କୁ କୂଅ ଭିତରକୁ ଠେଲି ଦେଇ ଦୌଡ଼ି ପଳାଇଥିଲେ।ସେ କହିଛନ୍ତି ସେ ଚିତ୍କାର କରିଥିଲେ ଏବଂ ସାହାଯ୍ୟ ପାଇଁ ଡାକ ପକାଇଥିଲେ କିନ୍ତୁ କେହି ବି ତାଙ୍କ ଡାକ ଶୁଣି ନଥିଲେ।

କୂଅ ଭିତରେ ପିଲାଟିକୁ ଦେଖି ଗ୍ରାମର ଆଉ ଜଣେ ଯୁବକ ଅବାକ ହୋଇଯାଇଥିଲେ।

ଶନିବାର ଦିନ ଗ୍ରାମବାସୀ ଯେତେବେଳେ କୂଅରେ ପଡିଥିବା ଛେଳିକୁ ବାହାର କରିବାକୁ ଯାଇଥିଲେ,ସେତେବେଳେ କୂଅରୁ ବଞ୍ଚାଅ ବଞ୍ଚାଅ ର ଶବ୍ଦ ଆସୁଥିଲା।ଗ୍ରାମବାସୀ ଯେତେବେଳେ କୂଅ ଭିତରକୁ ଦେଖିଲେ ସେମାନେ ସେ ଯୁବକ ଜଣକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଯେଉଁଠାରେ ସେ ପିଲାଟି ଗୋଟିଏ ପଥର ସାହାଯ୍ୟରେ ବସି ରହିଥିଲା।ତାପରେ ଗ୍ରାମବାସୀ ମାନେ ଛେଳି ସହ ସେ ଯୁବକ ଜଣଙ୍କୁ ମଧ୍ୟ କୂଅରୁ ଉଦ୍ଧାର କରିଥିଲେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *