ସୁଶାନ୍ତଙ୍କ ମାମଲାରେ ନୂତନ ମୋଡ଼, ଶାହରୁଖ ଖାନଙ୍କ ବରୋଧରେ ହେଲା କେସ ଫାଇଲ, ଡାକ୍ତରଙ୍କ ପର୍ଦାଫାସ

ସୁଶାନ୍ତଙ୍କ ଭଉଣୀ ମିତୁଙ୍କୁ କିଛି ଦିନ ପୂର୍ବରୁ ବହୁତ ପରିମାଣରେ ଟ୍ରୋଲ କରାଯାଇଥିଲା କାରଣ ତାଙ୍କର ଏକ ଫୋଟୋ ସନ୍ଦିପ ସିଂଙ୍କ ସହିତ ଭାଇରାଲ ହୋଇଯାଇଥିଲା। ସେହି ଫୋଟୋକୁ ସନ୍ଦିପ ସିଂଙ୍କ PR ଟିମ ମୌକା ଦେଖି ଉଠାଇନେଇ ଭାଇରାଲ କରିଥିଲେ କାରଣ ଏହାପରେ ସନ୍ଦିପ ସହଜରେ କହିପାରିଥାନ୍ତେ ଯେ ସେ ସୁଶାନ୍ତଙ୍କ ପରିବାର ସହିତ ବହୁତ ନିକଟବର୍ତ୍ତୀ ଅଛନ୍ତି। କିନ୍ତୁ ମିତୁ ସିଂ କହିଲେ ଯେ ସେ ସନ୍ଦିପଙ୍କୁ ଜାଣି ହିଁ ନାହାନ୍ତି। ଏହାପରେ ସୁଶାନ୍ତଙ୍କ ଭାଣିଜୀ ମଲ୍ଲିକା ସିଂ ଏକ ପୋଷ୍ଟ ଅରିଥିଲେ ଯେଉଁଥିରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ସୁଶାନ୍ତଙ୍କ ପରିବାର ସନ୍ଦିପ ସିଂଙ୍କୁ ଜାଣି ହିଁ ନାହାନ୍ତି।

ତେବେ ମିତୁଙ୍କ ସହିତ ସନ୍ଦିପଙ୍କର ସେହି ଫୋଟୋ ସେତେବେଳେ ଉଠାଯାଇଥିଲା ଯେତେବେଳେ ସୁଶାନ୍ତଙ୍କୁ ମୃତ ଦେଖି ମିତୁ ଚେତା ହରାଇଥିଲେ ଏବଂ ସନ୍ଦିପ ତାଙ୍କୁ ସାହାଯ୍ୟ କରିବା ଅଡୁଆଳରେ ଏହି ଫୋଟୋ ଉଠାଇ ନେଇଥିଲେ। ତେବେ ଏହା ଏକ ସାଧାରଣ କଥା ଯେ ଜଣେ ଭଉଣୀ ନିଜ ଭାଇଙ୍କୁ ଏମିତି ପରିସ୍ଥିତିରେ ମୃତ ଦେଖି ନିଜ ଚେତା ହରାଇଦେବେ। ସନ୍ଦିପଙ୍କୁ କେହି ଜାଣି ନଥିଲେ ସେ ଅଚାନକ ଆସି ସବୁକିଛି କାର୍ଯ୍ୟ କରୁଥିଲେ ଯେପରିକି ସୁଶାନ୍ତଙ୍କୁ କେଉଁଠିକୁ ନିଆଯିବ କଣ କରାଯିବ। ତେବେ ବର୍ତ୍ତମାନ ସନ୍ଦିପଙ୍କୁ ନେଇ ସୁଶାନ୍ତଙ୍କ ପରିବାର ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠାଉଛନ୍ତି।

ବର୍ତ୍ତମାନ ସୁଶାନ୍ତଙ୍କ କେସରେ ଜଣେ ଅଜଣା ମିଷ୍ଟ୍ରି ଗାର୍ଲ ବହୁତ ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଯେଉଦିନ ହୋଇଥିଲା ଏହି ଅଜଣା ଯୁବତୀ ଜଣକ ସୁଶାନ୍ତଙ୍କ ଫ୍ଲାଟକୁ ଯାଇଥିଲେ ଏବଂ ପଲିଥିନରେ କିଛି ନେଇ ସେଠାରୁ ବାହାରି ଆସନ୍ତି। ମିଡ଼ିଆ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ସେଠାରେ ରହିଥିଲେ ମଧ୍ୟ କେହି କିଛି କହି ନଥିଲେ।

ଏକ ଫୋଟୋ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଏହି ଅଜଣା ଯୁବତୀ ଜଣକଙ୍କୁ ଜଣେ କଳା ମାସ୍କ ପିନ୍ଧା ଯୁବକ କିଛି ଦେଉଥିବାର ନଜର ଆସିଥିଲା। ସେହି ମାସ୍କ ଧରି ଅଜଣା ଯୁବକ ଯାହାଙ୍କ ବିଷୟରେ ଆଗରୁ ମଧ୍ୟ କୁହାହୋଇଥିଲା। ସୁଶାନ୍ତଙ୍କର କିଛି ପ୍ରଶଂସକ ସେହି ଅଜଣା ଯୁବତୀଙ୍କ ଷ୍ଟାଇଲକୁ ଦେଖି ସେ ଆଉ କେହି ନୁହନ୍ତି ରିୟା ଚକ୍ରବର୍ତ୍ତୀ ବୋଲି ପ୍ରମାଣିତ କରିଦେଇଛନ୍ତି।

ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କୁପର ହସ୍ପିଟାଲରେ ହୋଇଥିଲା ଏବଂ ଏହି କାର୍ଯ୍ୟ ୫ ଜଣ ଡାକ୍ତର କରିଥିଲେ। ଏଥିସହିତ ପ୍ରାରମ୍ଭରୁ ହିଁ ସନ୍ଦେହ କରାଯାଉଛି ଯେ ଶବ ବ୍ୟବଚ୍ଛେଦ ସମୟରେ ନିହାତି ଭାବରେ କିଛି ଗଡ଼ବଡ଼ କରାଯାଇଛି। ଏବିଷୟରେ ସୁଶାନ୍ତଙ୍କ ଓକିଲ ବିକାଶ ସିଂ ମଧ୍ୟ କହିଥିଲେ ଯେ ଶବ ବ୍ୟବଚ୍ଛେଦ ରିପୋର୍ଟରେ କିଛି ସମସ୍ୟା ନିହାତି ଭାବରେ ରହିଛି। ତେବେ ସୁଶାନ୍ତଙ୍କ ପ୍ରଶଂସକ ମାନେ ବର୍ତ୍ତମାନ ସେହି ୫ ଜଣ ଡାକ୍ତରଙ୍କର ପର୍ଦାଫାସ କରିଦେଇଛନ୍ତି। ସେମାନଙ୍କ ନାଁ ଏବଂ ଠିକଣା ସବୁକିଛି ଭାଇରାଲ ହୋଇଯାଇଛି।

ସୁଶାନ୍ତଙ୍କ ଜଣେ ନିକଟବର୍ତ୍ତୀ ବନ୍ଧୁ ସୁନୀଲ ଶୁକ୍ଳା ଖୁଲାସା କରିଛନ୍ତି ଯେ, ୨୦୧୩ ମସିହାରେ ସୁଶାନ୍ତଙ୍କୁ ଏକ ଆଇଫା ଆୱାର୍ଡ ଶୋ’ରେ ପରଫର୍ମ କରିବାର ଥିଲା। ଶାହରୁଖ ଖାନ ସୁଶାନ୍ତଙ୍କୁ କଲ କରି କହିଥିଲେ ଷ୍ଟେଜରେ ତାଙ୍କୁ କଣ କରିବାକୁ ପଡିବ। ସୁଶାନ୍ତ ସିଂ ରାଜପୁତ ଶାହରୁଖ ଖାନଙ୍କ କହିବା ମୁତାବକ ପ୍ରସ୍ତୁତି କରି ଶୋ’କୁ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଶାହରୁଖଙ୍କ କହିବା ମୁତାବକ କିଛି ହୁଏ ନାହିଁ।

ସେହି ସମୟରେ ଏକ ଭିଡ଼ିଓ ଆସିଥିଲା ଯେଉଁଥିରେ ଶାହରୁଖ ଏବଂ ସାହୀଦ ଦୁହେଁ ମିଶି ସୁଶାନ୍ତଙ୍କୁ ଅପମାନିତ କରିଛନ୍ତି। ଏହାପରେ ସୁଶାନ୍ତ ନିଜ ବନ୍ଧୁ ସୁନୀଲ ଶୁକ୍ଳାଙ୍କୁ କହିଥିଲେ ଯେ ସେମାନେ ଏହା ଠିକ କଲେ ନାହିଁ କିନ୍ତୁ ମୁଁ ସେମାନଙ୍କ ବିରୋଧରେ କେସ ମଧ୍ୟ ଫାଇଲ କରି ପାରିବି ନାହିଁ କାରଣ ସେମାନେ ବଲିଉଡ ମାଫିଆ ସହିତ ସମ୍ବନ୍ଧ ରଖନ୍ତି।

ଏହାପରେ କରଣ ଜୋହର ମଧ୍ୟ ସୁଶାନ୍ତଙ୍କ କ୍ୟାରିୟର ଶେଷ କରିବା ପାଇଁ ଆଗକୁ ଆସିଯାଇଥିଲେ। ଜୋହର ନିଜେ ସୁଶାନ୍ତଙ୍କ ସହିତ ଫିଲ୍ମ କରିବା ପାଇଁ ଘୋଷଣା କରିଥିଲେ। ଏହା ସେହି “ଡ୍ରାଇଭ” ଫିଲ୍ମ ଯାହା ସୁଶାନ୍ତଙ୍କ ଶେଷ ରିଲିଜ ଫିଲ୍ମ ମଧ୍ୟ ଥିଲା। ଏହାକୁ କୌଣସି ଥିଏଟରରେ ନୁହଁ ବରଂ ନେଟଫ୍ଲିକସ୍ ରିଲିଜ କରାଯାଇଥିଲା।

କରଣ ଜୋହାର “ଡ୍ରାଇଭ” ଫିଲ୍ମର ସୁଟିଙ୍ଗ ୩ ବର୍ଷ ପର୍ଯ୍ୟନ୍ତ କରିଥିଲେ। ଗୋଟିଏ କିମ୍ବା ଦୁଇ ଥର ନୁହେଁ ପୁରା ତିନି ଥର ରିସୁଟ କରାଯାଇଥିଲା ଏହି ଫିଲ୍ମ। ଯେଉଁ ଅଭିନେତା ନିଜର ଅଭିନୟରେ ଭନ୍ସଲି ଭଳି ବ୍ୟକ୍ତିଙ୍କ ମନ ଛୁଇଁ ପାରିଥିଲେ ତାଙ୍କୁ ଜୋହର ଗୋଟିଏ ଫିଲ୍ମକୁ ତିନି ଥର ରିସୁଟ କରାଇଥିଲେ।

ବାରମ୍ବାର ସୁଶାନ୍ତଙ୍କୁ ଅନୁଭୁତି କ୍ରାଇଥିଲେ ଯେ ସେ କୌଣସି କାମକୁ ନୁହନ୍ତି ଏବଂ ଅଭିନୟ ତାଙ୍କ ଦ୍ୱାରା ହୋଇପାରୁ ନାହିଁ। ଖାଲି ଏତିକି ନୁହଁ ତିନିଥର ସୁଟ କରିବା ପରେ ମଧ୍ୟ ଜୋହର ସିଧା ସିଧା କହିଥିଲେ ସେ ଏହି ଫିଲ୍ମକୁ ରିଲିଜ କରିବେ ନାହିଁ କାରଣ ଏହାକୁ କେହି କିଣିବାକୁ ରାଜି ହେଉ ନାହାନ୍ତି। ଏହାଦ୍ୱାରା ସେ ସୁଶାନ୍ତଙ୍କୁ ଜଣେଇ ଦେବାକୁ ଚାହୁଁଥିଲେ କି ସୁଶାନ୍ତ ଜଣେ ଫ୍ଲପ ଅଭିନେତା।

ଏହାପରେ ଯେତେବେଳେ ସେପ୍ଟେମ୍ବର ୨୦୧୯ ରେ ସୁଶାନ୍ତଙ୍କ ଫିଲ୍ମ “ଛିଛୋରେ” ବ୍ଲକବାଷ୍ଟର ହୋଇଥିଲା ଏବଂ ବିରୋଧୀଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ସୁଶାନ୍ତ ହିଟ ହୋଇଥିଲେ ସେତେବେଳେ ମଧ୍ୟ କରଣ ଜୋହର ଫିଲ୍ମ “ଡ୍ରାଇଭ”କୁ କୌଣସି ଥିଏଟରରେ ରିଲିଜ କରିନଥିଲେ। ଯଦିଓ ସେସମୟରେ ସୁଶାନ୍ତଙ୍କ କୌଣସିବି ଫିଲ୍ମ ଥିଏଟରରେ ଭଲ ଚାଲିପାରିଥାନ୍ତା। କିନ୍ତୁ ” ଡ୍ରାଇଭ”କୁ ନଭେମ୍ବରରେ ନେଟଫ୍ଲିକସରେ ରିଲିଜ କରିଦିଆଯାଇଥିଲା।

ଆଶ୍ଚର୍ଯ୍ୟର ବିଷୟ ଯେ ଜୋହର ଏହାକୁ ନେଇ ସୁଶାନ୍ତଙ୍କ ସହିତ କଥା ମଧ୍ୟ ହୋଇ ନଥିଲେ। ଏହାର ଟ୍ରେଲର ରିଲିଜ ପରେ ହିଁ ସୁଶାନ୍ତ ଏବିଷୟରେ ଜାଣିବାକୁ ପାଇଥିଲେ। ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ “ଡ୍ରାଇଭ” ଫିଲ୍ମକୁ କେବଲ ସୁଶାନ୍ତଙ୍କ କ୍ୟାରିୟର ଶେଷ କରିବା ପାଇଁ ନିର୍ମାଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *