ଭାରତକୁ ବଡ଼ ଝଟକା, ବାଂଲାଦେଶ ଏବଂ ଚୀନ ମଧ୍ୟରେ ହେଲା ରଣନୈତିକ ଚୁକ୍ତି।

ବାଂଲାଦେଶ ପ୍ରଥମରୁ ସବୁବେଳେ ଭାରତର ବିଶ୍ୱାସ ଯୋଗ୍ୟ ବନ୍ଧୁ ରହି ଆସିଛି। କିନ୍ତୁ ଏବେ ସେଠାରେ ମଧ୍ୟ ଚୀନର ଶବ୍ଦ ଶୁଣିବାକୁ ମିଳିଲାଣି। ନେପାଳ ପରେ ବର୍ତ୍ତମାନ ଚୀନ, ବାଂଲାଦେଶକୁ ନିଜର ଆର୍ଥିକ ସାହାଯ୍ୟର ଲୋଭ ଦେଖାଇବାକୁ ଚେଷ୍ଟା କରିବା ଆରମ୍ଭ କରିଦେଇଛି। ବାଂଲାଦେଶ ମିଡ଼ିଆର ରିପୋର୍ଟ ମୁତାବକ, ବାଂଲାଦେଶରେ ନଦୀ ଗୁଡିକ ଉପରେ ଯୋଜନା ପାଇଁ ଚୀନ ଏକ ଆରବ ଡଲାରର ଋଣ ଦେବାକୁ ଯାଉଛି। ଭାରତ ପାଇଁ ଏହା ଚିନ୍ତାର ବିଷୟ ହେବାର କାରଣ ଏହା ଯେ, ବହୁତ ଚେଷ୍ଟା ପରେ ମଧ୍ୟ ଭାରତ-ବାଂଲାଦେଶ ମଧ୍ୟରେ ନଦୀ ଜଳକୁ ନେଇ ଚୁକ୍ତି ହୋଇପାରି ନାହିଁ।

ବାଂଲାଦେଶ ଜଳ ସଂସାଧନ ମନ୍ତ୍ରାଳୟ ଅଧୀନରେ ଜଳ ବିକାଶ ବୋର୍ଡର ଏଡିସନାଲ ଚିଫ ଇଞ୍ଜିନିୟର ଜ୍ୟୋତି ପ୍ରସାଦ ଘୋଷ ବେନାର ନ୍ୟୁଜରେ କଥାବାର୍ତ୍ତା ସମୟରେ, ତିସ୍ତା ନଦୀର ପ୍ରବନ୍ଧନ ପାଇଁ ବହୁତ ବଡ଼ ପରିଯୋଜନାର ଆରମ୍ଭ କରା ଯାଉଛି ଯାହାର ଫଣ୍ଡିଙ୍ଗକୁ ନେଇ ଚୀନ ନିଜର ସହମତି ଦେଇ ସାରିଛି। ଆଶା ରହିଛି ଯେ ଆମେ ଡିସେମ୍ବର ମାସରେ ଏହି ପରିଯୋଜନାର ଆରମ୍ଭ କରି ପାରିବୁ।

ବେନାର ନ୍ୟୁଜର ରିପୋର୍ଟ ମୁତାବକ, ମଇ ମାସରେ ବାଂଲାଦେଶର ଅର୍ଥ ମନ୍ତ୍ରାଳୟ ରଙ୍ଗପୁର ଅଞ୍ଚଳର ତିସ୍ତା ନଦୀ ପ୍ରବନ୍ଧନ ପରିଯୋଜନା ପାଇଁ ୮୫୩ ମିଲିୟନ ଡଲାରର ସାହାଯ୍ୟ ମାଗିଥିଲେ। ଏହା ପ୍ରଥମ ଥର ଯେ, ଯେତେବେଳେ ଚୀନ ବାଂଲାଦେଶର ନଦୀ ପ୍ରବନ୍ଧନ ସହିତ ଜଡିତ କୌଣସି ପରିଯୋଜନାରେ ଶାମିଲ ରହିବ ଏବଂ ଫାଣ୍ଡିଙ୍ଗ ପାଇଁ ଋଣ ପ୍ରଦାନ କରିବ।

ବାଂଲାଦେଶର ଏକ ଅନ୍ୟ ଖବରକାଗଜ ଡେଲି ଷ୍ଟାର ଇକୋନୋମିକ ରିଲେସନ ଡିବିଜନ(ଇଆରଡି)କୁ ଲେଖା ଯାଇଥିବା ଏକ ଚିଠିରୁ ଉଦ୍ଧୃତ କରିଛି ଯେଉଁଥିରେ ମନ୍ତ୍ରଣାଳୟ ଚୀନ ଠାରୁ ତିସ୍ତା ନଦୀର ପ୍ରୋଜେକ୍ଟ ପାଇଁ ୮୮୩.୨୭ ମିଲିୟନର ଋଣ ମାଗିଥିଲା। ପ୍ରକଳ୍ପର ସମ୍ମିଳନୀରେ କୁହାଯାଇଥିଲା ଯେ, ସୁରକ୍ଷାତ୍ମକ ପଦକ୍ଷେପ ନଉଠାଇବାରୁ ପ୍ରତ୍ୟେକ ବର୍ଷ ବନ୍ୟାରେ ଅନେକ ସମ୍ପତ୍ତି ଏବଂ ଘର ଗୁଡିକ କ୍ଷତିଗ୍ରସ୍ତ ହେଉଛି। ବନ୍ୟା ଯୋଗୁଁ ମୃତ୍ତିକା କ୍ଷୟର ଏକ ଗୁରୁତର ସମସ୍ୟା ମଧ୍ୟ ସାମ୍ନାକୁ ଆସୁଛି।

ଭାରତ ସହିତ ତିସ୍ତା ନଦୀ ବଣ୍ଟନ ଚୁକ୍ତିକୁ ନେଇ ବାଂଲାଦେଶ କୌଣସି ଏକ ସିଦ୍ଧାନ୍ତରେ ପହଞ୍ଚିବାକୁ ଅପେକ୍ଷା କରିଛି। ବାଂଲାଦେଶ ଅନେକ ଥର ନିଜ ସମସ୍ୟା ଗୁଡ଼ିକୁ ନେଇ ଭାରତକୁ ଦାୟୀ କରି ସାରିଛି। ବାଂଲାଦେଶ ଭାରତରୁ ତଳକୁ ରହିଛି, ତେଣୁ ଜଳ ଯୋଗାଣ ପାଇଁ ଏହା ଭାରତ ଉପରେ ନିର୍ଭରଶୀଳ ରହିଥାଏ। ତେବେ ପଶ୍ଚିମ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଢା ବିରୋଧ କାରଣରୁ ଏହି ଚୁକ୍ତିନାମା ଗତ ୮ ବର୍ଷରୁ ଲଟକି ରହିଛି।

ଜଳ ସମ୍ବନ୍ଧୀୟ ମନ୍ତ୍ରାଳୟର ବରିଷ୍ଠ ସଚିବ କବିର ବିନ ଅନବର ଡେଲି ଷ୍ଟାର ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଭାରତ ପାର୍ଶ୍ୱରେ ନିର୍ମିତ ଡ୍ୟାମ କାରଣରୁ ଶୀତ ଦିନରେ ପାଣିର ପ୍ରବାହ ଧୀର ହୋଇଯାଇଥାଏ ଯେଉଁଥିପାଇଁ ବାଂଲାଦେଶରେ ଦୁଇ ମାସ ପର୍ଯ୍ୟନ୍ତ ଜଳ ସଂକଟର ସ୍ଥିତି ଉପୁଜିଥାଏ। ଯଦି ଆମେ ଏହି ଯୋଜନା ଗୁଡ଼ିକୁ ଲାଗୁ କରି ପାରୁ ତେବେ ଶୀତରେ ବାଂଲାଦେଶର ଏକ ବଡ଼ ପରିମାଣର ଜଳ ଅପୂର୍ତ୍ତି ସୁନିଶ୍ଚିତ ହୋଇଯିବ।

ତିସ୍ତା ନଦୀ ଭାରତର ସୋ ଲାମୋରୁ ବାହାରି ଥାଏ ଏବଂ ସିକ୍କିମ , ପଶ୍ଚିମ ବଙ୍ଗଳାରୁ ହେଇ ଯାଇଥାଏ। ବାଂଲାଦେଶର ଚିଲ୍ମଡୀରେ ବ୍ରହ୍ମପୁତ୍ର ନଦୀରେ ମିଶିବା ପୂର୍ବରୁ ଏହା ଏଠାରେ ଥିବା ରଙ୍ଗପୁର ଡିଭିଜନରେ ପ୍ରବେଶ କରିଥାଏ। ତିସ୍ତା ସେହି ୫୪ ନଦୀ ଗୁଡିକ ମଧ୍ୟରୁ ଗୋଟିଏ ଯାହା ଭାରତରୁ ବାହାରି ବାଂଲାଦେଶରେ ପ୍ରବେଶ କରିଥାଏ।

ଗତ କିଛି ମାସରୁ ଢାକା ଏବଂ ବେଂଜିଙ୍ଗର ସମ୍ପର୍କ ନିବିଡ଼ ହେବାରେ ଲାଗିଛି। ଚୀନ ଜୁନ ମାସରେ ହିଁ ବାଂଲାଦେଶର ୯୭ ପ୍ରତିଶତ ରପ୍ତାନି ଶୁଳ୍କ ମୁକ୍ତ କରିବାକୁ ଘୋଷଣା କରିଥିଲା। ବାଂଲାଦେଶ ଏବଂ ଚୀନ ମଧ୍ୟରେ କେବଳ ବ୍ୟାପାରିକ ସମ୍ବନ୍ଧ ନାହିଁ ବରଂ ଉଭୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପରସ୍ପର ମଧ୍ୟରେ ସହଯୋଗ ବଢ଼ିଛନ୍ତି।

ଜୁନ ମାସରେ ଚୀନ ଏକ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଶୀର୍ଷ ସ୍ତରରେ ଡାକ୍ତର ମାନଙ୍କୁ ଏକ ପ୍ରତିନିଧି ଦଳ ପ୍ରସ୍ତୁତ କରି କରୋନା ମହାମାରୀ ସହିତ ଲଢ଼ିବା ପାଇଁ ବାଂଲାଦେଶ ସରକାରକୁ ସାହାଯ୍ୟ କରିବା ଅର୍ଥରେ ପଠାଇଥିଲା। ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଚୀନକୁ ନିବେଦନ ମଧ୍ୟ କରିଥିଲେ ଯେ, ଯେତେବେଳେ ସେ କରୋନା ଟୀକା ବନାଇ ନେବେ ସେତେବେଳେ ବାଂଲାଦେଶକୁ ପ୍ରାଥମିକତା ଦେବେ।

ଚୀନର ଉଚ୍ଚାଭିଳାଷୀ ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡରେ ମଧ୍ୟ ବାଂଲାଦେଶ ଶାମିଲ ହୋଇ ସାରିଛି ଯେବେକି ଭାରତ ଏହାର ବିରୋଧ କରି ଆସୁଛି। ଏମିତିକି ଭାରତ ଏବଂ ଚୀନ ମଧ୍ୟରେ ଯେତେବେଳେ ଲଦାଖରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ବାଂଲାଦେଶ ଏହାକୁ ନେଇ କୌଣସି ବୟାନ ଜାରି କରି ନଥିଲା। ଗୋଟିଏ ପକ୍ଷରେ ବାଂଲାଦେଶ ଏବଂ ଚୀନର ସମ୍ପର୍କ ନିବିଡ଼ ହେଉଥିବା ବେଳେ ଅନ୍ୟପକ୍ଷରେ ବାଂଲାଦେଶ ଏବଂ ପାକିସ୍ତାନ ସମ୍ପର୍କରେ ଜମି ରହିଥିବା ବରଫ ତରଳିବାରେ ଲାଗିଲାଣି। କୁହାଯାଉଛି ଯେ, ଏହା ପଛରେ ମଧ୍ୟ ଚୀନର ହାତ ଥାଇପାରେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *