୨୨ ବର୍ଷୀୟା ଜଣେ ବୈଜ୍ଞାନିକ କହିଛନ୍ତି ଯେ, କରୋନା ଭାଇରସର ଟୀକା ଉପରେ ରିସର୍ଚ୍ଚ କରିବା ପାଇଁ ସେ ନିଜେ କରୋନା ସଂକ୍ରମିତ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସୋଫି ରୋଜ ନାମକ ଜଣେ ଯୁବତୀଙ୍କ କହିବା କଥା ଯେ, କରୋନା ଭାଇରସର ଚିକିତ୍ସା ଖୋଜିବା ପାଇଁ ସେ ନିଜ ମୃତ୍ୟୁର ବିପଦକୁ ମଧ୍ୟ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି।
ସୋଫି ଅଷ୍ଟ୍ରେଲିଆର ବ୍ରିସବେନ ବାସିନ୍ଦା ଅଟନ୍ତି। ତାଙ୍କ କହିବା କଥା ଯେ, ଭ୍ୟାକ୍ସିନ ମିଳିଗଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ଏଥିପାଇଁ ସେ ନିଜ ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ ଅଛନ୍ତି।
ସୋଫି, କରୋନା ଟୀକାର ରିସର୍ଚ୍ଚକୁ ଅଧିକ ଗତିଶୀଳ କରାଇବା ପାଇଁ 1DaySooner ନାମକ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି ଏବଂ ବିଭିନ୍ନ ଦେଶ ଗୁଡିକରେ ନିବେଦନ କରିଛନ୍ତି ଯେ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲ ଆରମ୍ଭ କରିଦିଆଯାଉ। ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲ ସମୟରେ ଟୀକାକରଣ କରାଯାଇଥିବା ସ୍ୱେଚ୍ଛାସେବୀମାନେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ସଂକ୍ରମିତ କରାଯାଇଥାଏ।
ଅକ୍ସଫୋର୍ଡ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିବା ସୋଫିଙ୍କ କହିଥିବା କଥା ଯେ, ଯଦି ଚିକିତ୍ସା ଖୋଜିବାରେ ସମ୍ଭାବନା ରହିଛି ତେବେ ସେ ନିଜ ଶରୀରରକୁ ଏପରି ମହାନ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଲେ ଯେ, ଦିନେ ସୋଫି ଭାବୁଥିଲେ ସେ ତାଙ୍କ ନିଜ କିଡନୀ ତାଙ୍କ ସବୁଠୁ ଅଧିକ ଘନିଷ୍ଠ ବନ୍ଧୁଙ୍କୁ ଦାନ କରିଦେବେ, କିନ୍ତୁ ପରେ ଭାବିଥିଲେ ଯେ ଯଦି ସେ କରୋନା ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲରେ ଶାମିଲ ହେଉଛନ୍ତି ତେବେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ।
ସୋଫି କହିଥିଲେ ଯେ, ଦୁନିଆରେ ଅନେକ ଦେଶରେ କରୋନା ଭାଇରସ ନିଜର ପ୍ରଭାବ ପକାଇଛି। ଆର୍ଥିକ ସ୍ତରରେ ବହୁତ ପରିମାଣରେ କ୍ଷତି ହେବା ସହିତ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ସୋଫି ଏହା ମଧ୍ୟ କହିଛନ୍ତି ଯଦି ଟୀକାର ଟ୍ରାୟଲ ଦ୍ୱାରା ଜଣାପଡେ ଯେ, ଏହା କେବଳ ଯୁବ ପିଢ଼ିଙ୍କ ପାଇଁ ପ୍ରଭାବି ହେବ ତାହେଲେ ମଧ୍ୟ ଏହା ଲାଭଦାୟୀ ରହିବ। ଯୁବ ପିଢି ନିଶ୍ଚିତ ହୋଇ କାର୍ଯ୍ୟ କ୍ଷେତ୍ରକୁ ଯାଇ ପାରିବେ ଏବଂ ଆର୍ଥିକ ଆୟ ଉନ୍ନତ ହୋଇପାରିବ।
ସୂଚନାଯୋଗ୍ୟ ଯେ, ସୋଫି ଅକ୍ସଫୋର୍ଡ ୟୁନିଭରସିଟିର କ୍ଲିନିକାଲ କ୍ୟାନସର ରିସର୍ଚ୍ଚରେ କାମ କରୁଥିଲେ। କିନ୍ତୁ ମଇରେ 1DaySooner କ୍ୟାମ୍ପେନ ଆରମ୍ଭ କରିବା ପୂର୍ବରୁ ସେ ଗବେଷଣାର କାର୍ଯ୍ୟ ଛାଡି ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 1DaySooner କ୍ୟାମ୍ପେନ ସହିତ ୧୫୧ ଦେଶର ୩୩ ହଜାର ସ୍ୱେଚ୍ଛାସେବୀ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲରେ ଶାମିଲ ହେବା ପାଇଁ ନିଜର ନାମ ପଞ୍ଜିକରଣ କରିସାରିଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |