ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପରେ, ଅନୁଭବ ମହାନ୍ତି ଓଟିଭି କୁ ପଠାଇଲେ ଲିଗାଲ ନୋଟିସ

ଓଟିଭି କୁ ଲିଗାଲ ନୋଟିସ ଦେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଗତ କିଛିଦିନ ପୂର୍ବରୁ ମଧ୍ୟ କୋଭିଡ ପରିଚାଳନା ସମ୍ପର୍କରେ ଖବର ବଜାଇଥିବା ଯୋଗୁ ମାନହାନୀ ମକଦ୍ଦମା ରୁଜ୍ଜୁ କରିଥିଲେ ସମ,କିମ୍ସ କର୍ତ୍ତୃପକ୍ଷ । ଏହା ପରେ ବର୍ତ୍ତମାନ ଅନୁଭବ ମହାନ୍ତି ମଧ୍ୟ ଓଟିଭି କୁ ଲିଗାଲ ନୋଟିସ ପଠାଇଛନ୍ତି ।

କଣ ପାଇଁ ଅନୁଭବ ମହାନ୍ତି ଓଟିଭି କୁ ଦେଲେ ଲିଗାଲ ନୋଟିସ ଆସନ୍ତୁ ନଜର ପକାଇବା।

Prepare To Be Amazed With What You Might Not Have Already Known ...

ଅନୁଭବ ମହାନ୍ତି ପଠାଇଥିବା ଲିଗାଲ ନୋଟିସରେ ଦର୍ଶାଇଛନ୍ତି ଯେ ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ,ଅମୂଳକ ଏବଂ ଆପତ୍ତି ଜନକ ଖବର ପ୍ରସାରଣ ଥିଲା ।ଯାହା ଫଳରେ ସେ ଏହି ଆଇନି ଗତ ପଦକ୍ଷେପ ନେଇଥିବା ଟୁଇଟି କରି ଜଣାଇଛନ୍ତି ।

ସେ ନିଜ ଟୁଇଟି ରେ ପଦକ୍ଷେପ ର ଆଧାର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେନ୍ଦ୍ରାପଡା ରେ ଓଟିଭି ପ୍ରତିନିଧି ମନୋଜ ସ୍ବାଇଁକୁ ଦୁର୍ବ୍ୟବହାର ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା କୁ ନେଇ ଉଠିଥିବା ବିବାଦ ସମ୍ପର୍କିତ ଖବର ଏବଂ ଏଇ ଭଳି ଅନ୍ୟାନ ପ୍ରସଙ୍ଗ ମଧ୍ୟ ସେ ଏଥିରେ ଉଲ୍ଲେଖ କରିଛନ୍ତି ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଖବର ଗତବର୍ଷ ନଭେମ୍ବର ୫ ରେ ପ୍ରସାରଣ ହୋଇଥିବା ବେଳେ । ଜାଲ ସାର୍ଟିଫିକେଟ୍ ଖବର ଫ୍ରେବୁୟାରୀ ୨ ତାରିଖରେ ପ୍ରସାରିତ ହୋଇଥିଲା ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *