ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସୁଛି ବର୍ତ୍ତମାନ ସେହି ତାନ୍ତ୍ରିକ ମଧ୍ୟ ସାମ୍ନାକୁ ଆସିଯାଇଛି ଯେଉଁ ତାନ୍ତ୍ରିକଙ୍କ ବିଷୟରେ ଲଗାତର କୁହାଯାଉଥିଲା। କୁହାଯାଇଥିଲା ଯେ, ସୁଶାନ୍ତଙ୍କ ଘରକୁ ଯାଇଥିଲେ ତାନ୍ତ୍ରିକ ଏବଂ ସୁଶାନ୍ତଙ୍କ ଉପରେ ଯାଦୁ ଟୋନା ମଧ୍ୟ କରିଥିଲେ। ତେବେ ତାନ୍ତ୍ରିକ ଜଣକ ରିୟାଙ୍କ ପୋଲ ଖୋଲି ଦେଇଛନ୍ତି। ତେବେ ତନ୍ତ୍ରିକ ଜଣକ ରିୟାଙ୍କ କଥାରେ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ ଏବଂ ରିୟା ଏହା କହି ଡାକିଥିଲେ ଯେ, ଜଣେ ପାଗଳର ଚିକିତ୍ସା କରାଯିବାର ଅଛି।
ଏହାପରେ ସୁଶାନ୍ତଙ୍କ ଘରେ ୨ ଦିନ ପର୍ଯ୍ୟନ୍ତ ତନ୍ତ୍ର ପୂଜା କରାଯିବା ସହିତ ସୁଶାନ୍ତଙ୍କ ଉପରେ ଅନେକ ପ୍ରକାରର ତନ୍ତ୍ର ପ୍ରୟୋଗ କରାଯାଇଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଥିଲା ଯେ, ସୁଶାନ୍ତ ଏସବୁ ହେଉଥିବା ସମୟରେ ପଦେ ହେଲେ ପାଟି ଫିଟାଇ ନଥିଲେ ଯେମିତି କେହି ତାଙ୍କ ପାଟି ସିଲାଇ କରିଦେଇଥିଲେ।
ମୋହନ ସଦାଶିବ ଯୋଶୀ ନାମକ ତନ୍ତ୍ରିକଙ୍କୁ ସୁଶାନ୍ତଙ୍କ ଘରକୁ ଡକାଯାଇଥିଲା। ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲ ସହିତ ସାକ୍ଷାତକାର ସମୟରେ ମୋହନ ଯୋଶୀ କହିଛନ୍ତି ଯେ, ସେ ୨୨ ଏବଂ ୨୩ ନଭେମ୍ବର ୨୦୧୯କୁ ସୁଶାନ୍ତଙ୍କ ଫ୍ଲାଟକୁ ଯାଇଥିଲେ। ତାଙ୍କୁ ନିଜେ ରିୟା ଚକ୍ରବର୍ତ୍ତୀ କଲ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଘରେ ଜଣେ ଏମିତି ଜଣେ ପାଗଳ ବ୍ୟକ୍ତି ଅଛନ୍ତି ଯାହାଙ୍କର ଚିକିତ୍ସା କରାଯିବାର ଅଛି। ରିୟାଙ୍କ କଲ ପରେ ମୁମ୍ବାଇର ଥାନେ ଠାରୁ ତାନ୍ତ୍ରିକ ଆସି ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ। ଏହାପରେ ଦୁଇଦିନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଚିକିତ୍ସା ଚାଲିଥିଲା। ତେବେ ଏହି ସମୟରେ ସୁଶାନ୍ତଙ୍କୁ ୯୦ ପ୍ରତିଶତ ଠିକ କରିଦେଇଥିବାର ଦାବି କରିଛନ୍ତି ସମ୍ପୃକ୍ତ ତାନ୍ତ୍ରିକ ମୋହନ ଯୋଶୀ।
ତାନ୍ତ୍ରିକ ଜଣକ ଏହାମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ କିମ୍ବା ତାଙ୍କ ଚିକିତ୍ସା କରିବା ସମୟରେ ସୁଶାନ୍ତ ସିଂ ରାଜପୁତ କିଛି ହେଲେ କହି ନଥିଲେ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ରିୟା ହିଁ ସବୁକିଛି କହୁଥିଲେ ଏବଂ ଏହି ଚିକିତ୍ସା ପାଇଁ ସୁଶାନ୍ତଙ୍କ ସମ୍ପତ୍ତିରୁ ରିୟା ଏକ ମୋଟା ଅଙ୍କର ଟଙ୍କା ତାନ୍ତ୍ରିକଙ୍କୁ ଦେଇଥିଲେ। ତାନ୍ତ୍ରିକ କହିଥିଲେ ଯେ, କେତେଥର ସୁଶାନ୍ତ କିଛି କହିବାକୁ ଚେଷ୍ଟା କରିଥିଲେ ତ ରିୟା ତାଙ୍କୁ କିଛି କହିବାକୁ ଦେଉ ନଥିଲେ ବଡ଼ ପାଟିରେ କହିବାକୁ ଲାଗୁଥିଲେ। ତେବେ ରିୟା, ସୁଶାନ୍ତ ଏବଂ ସୋବିକ ମାତ୍ର ଗୋଟିଏ ମାସ ପୂର୍ବରୁ ଅର୍ଥାତ ୨୯ ଅକ୍ଟୋବର,୨୦୧୯ରେ ୟୁରୋପରୁ ଫେରିଥିଲେ। ସେଠାରୁ ଫେରିବା ପରେ ହିଁ ସୁଶାନ୍ତଙ୍କୁ ବିଭିନ୍ନ ପ୍ରକାରର ଔଷଧ ଅଧିକ ମାତ୍ରାରେ ଦେବା ଆରମ୍ଭ କରିଦେଇଥିଲେ ରିୟା ଏବଂ ସୁଶାନ୍ତ ଏସବୁ ଖାଇବା ପରଠାରୁ ଦିନକୁ ୨୧/୨୨ ଘଣ୍ଟା ଶୋଇବା ଆରମ୍ଭ କରିଦେଇଥିଲେ।
ଯେତେବେଳେ ତାନ୍ତ୍ରିକ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ମଧ୍ୟ ସୁଶାନ୍ତ ଏକପ୍ରକାରର ଅଚେତ ଅବସ୍ଥାରେ ଥିଲେ। ସବୁବେଳେ ହସୁଥିବା ଏବଂ ଅଧିକ କଥା ହେଉଥିବା ସୁଶାନ୍ତଙ୍କ ମୁହଁରୁ ପଦେ ହେଲେ ଶବ୍ଦ ବାହାରି ନଥିଲେ। ମୁମ୍ବାଇ ପୋଲିସ ମଧ୍ୟ ତାନ୍ତ୍ରିକଙ୍କର ବୟାନ ପାଇଁ ତାଙ୍କୁ ସମ୍ପର୍କ କରିଥିଲେ କିନ୍ତୁ ତାନ୍ତ୍ରିକଙ୍କର ବୟସ ୭୦ ବର୍ଷ ହୋଇଥିବାରୁ ସେ ଆସି ପାରିବେ ନାହିଁ ବୋଲି କହିଥିଲେ ମାତ୍ର ମୁମ୍ବାଇ ପୋଲିସ ମଧ୍ୟ ତନ୍ତ୍ରିକଙ୍କ ଠାରୁ ବୟାନ ସଂଗ୍ରହ କରିବା ପାଇଁ ତାଙ୍କ ପାଖକୁ ଯାଇ ନଥିଲେ।
ଅଙ୍କିତା ଲୋଖଣ୍ଡେ ନିଜର କ୍ୟାରିୟର ଏବଂ ନିଜ ନିଜ ଜୀବନକୁ ପଛରେ ପକାଇ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଏଥିସହିତ ଲଗାତର ଭାବରେ ସୁଶାନ୍ତଙ୍କୁ ନେଇ ସତ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥିଲେ ଅଙ୍କିତା। ମାତ୍ର ଏବେ ଲାଗୁଛି ଅଙ୍କିତା ଏପରି କରିବା ଦ୍ୱାରା ନିଜକୁ ହିଁ ସମସ୍ୟାରେ ପକାଇ ଦେଇଛନ୍ତି।
ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେଙ୍କୁ କକିଣିବାକୁ ଚେଷ୍ଟା କରାଯାଉଛି। ଏନେଇ ନିଜେ ଅଙ୍କିତା ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ତାଙ୍କୁ ମୁହଁ ବନ୍ଦ ରଖିବାକୁ ଧମକ ମଧ୍ୟ ଦିଆଯାଇଛି। ଖାଲି ଧମକ ନୁହେଁ ତାଙ୍କୁ କିଣିବା ପାଇଁ ବହୁତ ବଡ଼ ଅଫର ମଧ୍ୟ କରାଯାଉଛି।
ସୁଶାନ୍ତଙ୍କ କେସରେ କ୍ରାଇମବ୍ରାଞ୍ଚ ତଦନ୍ତର ସୁପାରିଶ କରାଯାଇ ସାରିଛି। କ୍ରାଇମବ୍ରାଞ୍ଚ ତରଫରୁ ନୋଟିଫିକେସନ ଆସିଯାଇଥିବାର କଥା ମଧ୍ୟ କୁହାଯାଉଛି। ଖାଲି ସୁପ୍ରିମକୋର୍ଟର ଶୁଣାଣିକୁ ଅପେକ୍ଷା କରାଯାଇଛି ଯାହାକି ଦୁଇରୁ ତିନି ଦିନ ମଧ୍ୟରେ ଆସିଯିବ। ମାତ୍ର ସୁଶାନ୍ତଙ୍କ ମାମଲାରେ କିଛି ଆରୋପୀ ଏବେ ମଧ୍ୟ ବିନା ଭୟରେ ବୁଲୁଛନ୍ତି ଯେଉଁମାନେ ସୁଶାନ୍ତଙ୍କ ନିକଟବର୍ତ୍ତୀ ସବୁକିଛି ଜାଣିଥିବା ଲୋକଙ୍କୁ ଡରାଇବା ଏବଂ ଧମକାଇବା ସହିତ କିଣିବା ପାଇଁ ମଧ୍ୟ ବହୁତ ବଡ଼ ଅଫର କରିଛନ୍ତି।
ଅଙ୍କିତା ଲୋଖଣ୍ଡେଙ୍କ ସହିତ ଏମିତି ହିଁ କିଛି ହୋଇଛି ଯାହାର ଖୁଲାସା ଖୋଦ ଅଙ୍କିତା କରିଛନ୍ତି। ଅଙ୍କିତା ଏକ ଅଜବ ପ୍ରକାରର ପୋଷ୍ଟ ଲେଖିଥିଲେ ଯାହାକୁ ସହଜରେ ଲୋକମାନେ ବୁଝିପାରି ନଥିଲେ। ଅଙ୍କିତା ଲେଖିଥିଲେ ଯେ, ସମାନେ ଚାହୁଁଥିଲେ ମୁଁ ଚାହୁଁଥିବା ସେହି ସବୁ ଜିନିଷ କିମ୍ବା ଯେଉଁ ଜିନିଷ ପାଇଁ ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ସେସବୁ ମୋତେ ମିଳିଯାଉ। କିନ୍ତୁ ମୋତେ ତୁମେମାନେ ନିଜ ରାସ୍ତାରେ ନୁଆଇଁ ପାରିବେ ନାହିଁ କି ହଟାଇ ପାରିବେ ନାହିଁ। କାରଣ ମୁଁ ସବୁବେଳେ ମୋ ମନ ଏବଂ ମୋ ଅନ୍ତରଆତ୍ମାର କଥା ଶୁଣିଥାଏ। ମୋତେ କେହିଁ ମଧ୍ୟ କିଣି ପାରିବେ ନାହିଁ। ମୁଁ କୌଣସି ବିକ୍ରି ହେଉଥିବା ଜିନିଷ ନୁହେଁ।
ଅଙ୍କିତା କହିଲେ ଯେ ସେ ଚାହୁଁଛନ୍ତି ଯେ ମୋତେ ଲକ୍ଷ ଲକ୍ଷ ଜିନିଷ ମିଳିଯାଉ ଅର୍ଥାତ ଏଥିପାଇଁ ତାଙ୍କୁ ବହୁତ ମୋଟା ଅଙ୍କର ଟଙ୍କା ଅଫର କରାଯାଉଛି। ଅଙ୍କିତା କହିଲେ ଯେ, ଯେଉଁ ଜିନିଷ ପାଇଁ ସେ ସବୁବେଳେ ସ୍ୱପ୍ନ ଦେଖି ଆସୁଥିଲେ ଅର୍ଥ ତାଙ୍କ କ୍ୟାରିୟର, ସେ ଫିଲ୍ମ ଜଗତର ବଡ଼ ପରଦାରେ ଅଭିନୟ କରିବାକୁ ଚାହୁଁଥିଲେ ଯେଉଁଥିପାଇଁ ତାଙ୍କୁ ବହୁତ ବଡ଼ ଫିଲ୍ମର ଅଫର ଦିଆଯାଇଥାଇ ପାରେ।
ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଥିଲେ ଅଙ୍କିତା ଲୋଖଣ୍ଡେ। ବ୍ରେକଅପ ପରେ ମଧ୍ୟ ସେ ସୁଶାନ୍ତଙ୍କ ଟଚଅପରେ ଥିଲେ। ତେବେ ଏହି କାରଣରୁ ଅଙ୍କିତା ଅନେକ କିଛି ଜାଣିଛନ୍ତି ସୁଶାନ୍ତଙ୍କ ମାମଲାରେ। ସୁଶାନ୍ତଙ୍କ ନିକଟବର୍ତ୍ତୀ ବନ୍ଧୁଙ୍କ ସହିତ ତାଙ୍କ ଶତ୍ରୁଙ୍କ ବିଷୟରେ ମଧ୍ୟ ଖୁବ ଭଲ ଭାବରେ ଜାଣିଛନ୍ତି ଅଙ୍କିତା। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ହେବାକୁ ଥିବା ବେଳେ ଅନେକ ବଡ଼ ନାମ ସାମ୍ନାକୁ ଆସିବା ଏକ ସାଧାରଣ କଥା ଅଟେ।
ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ରିୟା ଚକ୍ରବର୍ତ୍ତୀଙ୍କ ପଛରେ ଥିବା କିଛି ବଡ଼ ଲୋକ ମାନେ ହିଁ ଅଙ୍କିତାଙ୍କୁ ଏପରି ଧମକ ଦେବା ସହିତ ଅଫର ମଧ୍ୟ କରିଛନ୍ତି। ଅଙ୍କିତାଙ୍କୁ ନିଜର ମୁହଁ ବନ୍ଦ ରଖିବାକୁ ମଧ୍ୟ କହିଛନ୍ତି। ତାଙ୍କୁ କୋଟି କୋଟି ଟଙ୍କା ସହିତ ବଡ଼ ବଡ଼ ଫିଲ୍ମରେ କାମ କରିବାକୁ ମଧ୍ୟ ଅଫର ଦିଆଯାଉଛି। ରିୟାଙ୍କୁ ମଧ୍ୟ ଏପରି ଅଫର ଦେଇ କିଣି ନିଆଯାଇଥିବାର ସମ୍ଭାବନା ରହିଛି।
ଏପରି ସ୍ଥିତିରେ ଅଙ୍କିତାଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ସେସବୁକୁ ଧ୍ୟାନ ନଦେଇ ଏକଥାର ଖୁଲାସା କରିଛନ୍ତି ଅଙ୍କିତା। ବର୍ତ୍ତମାନ ଅଙ୍କିତାଙ୍କ ପାଇଁ ସାବଧାନର ସହିତ ରହିବା ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।