ବାନ୍ଦ୍ରା ଫ୍ଲାଟରେ ପୁଣିଥରେ ହେବ ୧୪ ଜୁନ, ସିବିଆଇ ସଜାଉଛି ସୁଶାନ୍ତଙ୍କ ଫ୍ଲାଟ।

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଯାହା ମୁମ୍ବାଇ ପୋଲିସ କରିପାରି ନଥିଲେ ତାହା ବର୍ତ୍ତମାନ ସିବିଆଇ କରିବାକୁ ଯାଉଛି। ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା ସତ୍ୟ ଏବେ ବାହାରକୁ ଆସିବ କାରଣ ପୁଣି ଥରେ ହେବାକୁ ଯାଉଛି ୧୪ ଜୁନ। ସେହି ୧୪ ଜୁନ ଯେଉଁଦିନ ସୁଶାନ୍ତ ସିଂ ରାଜପୁତ ନିଜ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ମୃତ୍ୟୁବରଣ କରିଥିଲେ। ସେଦିନ ସୁଶାନ୍ତଙ୍କ ସହିତ ବହୁତ କିଛି ହୋଇଥିଲା। ୧୪ ଜୁନକୁ ଆଉଥରେ ଫେରାଇ ଆଣିବା ପାଇଁ ସିବିଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛି। ସୁଶାନ୍ତଙ୍କ ପାଇଁ ଆଉଥରେ ସେହି ଫ୍ଲାଟକୁ ପ୍ରସ୍ତୁତ କରାଯାଉଛି।

ସିବିଆଇ ସୁଶାନ୍ତଙ୍କ କେସରେ ଏବେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟରେ ପୁଣି ଥରେ ସେସବୁ ହେବ ଯାହା ୧୪ ଜୁନକୁ ହୋଇଥିଲା। ସିବିଆଇ ସୁଶାନ୍ତଙ୍କ ଫ୍ଲାଟରେ ସେସବୁ କିଛି ରଖୁଛି ଯାହା ୧୪ ଜୁନ ଦିନ ଥିଲା। ସୁଶାନ୍ତଙ୍କ ପରି ଉଚ୍ଚତା ଏବଂ ଓଜନର ଏକ ଡୋମି ମଧ୍ୟ ପ୍ରସ୍ତୁତ କରାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ସିବିଆଇ ଏହି କାମ କରିନେବ। ତେବେ ୧୪ ଜୁନର ଗୋଟିଏ ଦୃଶ୍ୟ ନୁହେଁ ବରଂ ଦୁଇଟି ଦୃଶ୍ୟକୁ ପୁନଃ ପ୍ରସ୍ତୁତ କରାଯିବ।

ପ୍ରଥମେ କୁହାଯାଇଥିଲା ଯେ ସୁଶାନ୍ତ ନିଜ ଇଚ୍ଛାରେ ଆତ୍ମହତ୍ୟା କଟିଥିଲେ ସେଥିପାଇଁ ପ୍ରଥମେ ସେହି ରୁମ ଭିତରେ ସୁଶାନ୍ତ ନିଜେ ଆତ୍ମହତ୍ୟା କରିଥିଲେ କି ନାହିଁ ଜାଣିବା ପାଇଁ ସେହିପରି ଦୃଶ୍ୟ ପ୍ରସ୍ତୁତ କରାଯିବ। ଏହି ଦୃଶ୍ୟରେ ସେହି ବେଡ, ସେହି ରୁମ ଏବଂ ସେହି ପଙ୍ଖା ବ୍ୟବହାର କରାଯିବ। ସେଦିନ ସକାଳୁ ଚାକରର ଜୁସ ପିଆଇବା ଠାରୁ ଆରମ୍ଭ କରି କବାଟ ବଡେଇବା ଏବଂ ସୁଶାନ୍ତଙ୍କ ପଙ୍ଖା ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୃଶ୍ୟ ଆଉଥରେ ସୃଷ୍ଟି କରାଯିବ।

ପ୍ରଥମ ଦୃଶ୍ୟରେ ସାମାନ୍ୟ ମାତ୍ର ସନ୍ଦେହ ସୃଷ୍ଟି ହେଲେ ସୁଶାନ୍ତଙ୍କ ସହିତ ଜବାରଦସ୍ତି କାରବାର ଦ୍ଵିତୀୟ ଦୃଶ୍ୟ ସୃଷ୍ଟି କରାଯିବ। ସିବିଆଇ ସବୁକିଛି କରିବା ପରେ ସ୍ପଷ୍ଟ1 ହୋଇଯିବ ସୁଶାନ୍ତ ନିଜେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କେହି ବଳପୂର୍ବକ ହତ୍ୟା କରି ଆତ୍ମହତ୍ୟାରେ ରୂପ ଦେବାର ଚେଷ୍ଟା କରିଥିଲେ। ଏହା ଜାଣିବା ପରେ ଅପରାଧୀ ପାଖରେ ପହଞ୍ଚିବା ଏବଂ ଅପରାଧୀ କିଏ ଜାଣିବା ସିବିଆଇ ପାଇଁ କଷ୍ଟ ହେବ ନାହିଁ।

ସୁଶାନ୍ତଙ୍କୁ ପଙ୍ଖାରୁ ତଳକୁ ଓଲ୍ହାଇବାରେ ମଧ୍ୟ ତିନୋଟି ଥିଓରୀ ସାମ୍ନାକୁ ଆସିଥିଲା। ତେବେ ସୁଶାନ୍ତଙ୍କୁ ପଙ୍ଖାରୁ ତଳକୁ ଓଲ୍ହାଇବାକୁ ନେଇ ସୁଶାନ୍ତଙ୍କ ଚାକର, ମୁମ୍ବାଇ ପୋଲିସ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ବୟାନ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ସୁଶାନ୍ତଙ୍କ ଚାକର ନିରଜ ଏବିଷୟରେ କହିଥିଲେ ଯେ, ସୁଶାନ୍ତଙ୍କୁ ତଳକୁ ସିଦ୍ଧାର୍ଥ ପୀଠନି ଓଲ୍ହାଇ ଥିଲେ ଏବଂ ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ଆସିବା ପୂର୍ବରୁ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇ ଦିଆ ସାରିଥିଲା। ନିରଜ ହିଁ କହିଥିଲେ ଚାବି କରିଗର ଦ୍ୱାରା ଚାବି ଭାଙ୍ଗା ଯାଇଥିଲା ଏବଂ ଏହାପରେ ସିଦ୍ଧାର୍ଥ ପୀଠନି ନିଜେ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇଥିଲେ। ଏହା ଥିଲା ପ୍ରଥମ ବୟାନ ବା ପ୍ରଥମ ଥିଓରୀ।

ଦ୍ଵିତୀୟ ଥିଓରୀ ହେଉଛି ମୁମ୍ବାଇ ପୋଲିସ କହିଥିଲା ଯେ, ସୁଶାନ୍ତଙ୍କୁ ତାଙ୍କ ପୋଲିସ କର୍ମଚାରୀ ତଳକୁ ଓଲ୍ହାଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ପହଞ୍ଚିବା ପୂର୍ବରୁ ସୁଶାନ୍ତଙ୍କୁ ତଳକୁ ଓଲ୍ହାଯାଇ ନଥିଲା। ଆମ୍ବୁଲାନ୍ସର ମାଲିକ ମଧ୍ୟ କହିଛନ୍ତି ଯେ, ପୋଲିସ କର୍ମଚାରୀ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇଥିଲେ।

ତୃତୀୟ ଥିଓରୀ ହେଉଛି ସେଦିନ ସୁଶାନ୍ତଙ୍କୁ ହସ୍ପିଟାଲ ନେଇ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭରର ବୟାନ। ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟ କହିବା କଥା ଯେ, ସୁଶାନ୍ତଙ୍କୁ ତଳକୁ ସେ ନିଜେ ଓଲ୍ହାଇଥିଲେ। ଅକ୍ଷୟ କହିଥିଲେ ଯେ, ସେ ସେଠାରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ହିଁ ପୋଲିସ ଉପସ୍ଥିତ ଥିଲେ ଏବଂ ମୁମ୍ବାଇ ପୋଲିସର କଥାରେ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇଥିଲେ ନିଜେ ଅକ୍ଷୟ।

ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ଦୁଇଜଣ ଲୋକ ମିଛ କହୁଛନ୍ତି ମାତ୍ର ଜଣେ ଲୋକ ହିଁ ସତ କହୁଛନ୍ତି। କିନ୍ତୁ ଏଠାରେ ସତ ଏହା ଯେ ସିଦ୍ଧାର୍ଥ ପୀଠନି ହିଁ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇଥିଲେ କାରଣ ସୁଶାନ୍ତଙ୍କ ଭଉଣୀ ମିତୁ ସୁଶାନ୍ତଙ୍କୁ ସେ ଅବସ୍ଥାରେ ଦେଖି ହିଁ ନଥିଲେ। ସେ ଆସିବା ପୂର୍ବରୁ ହିଁ ସୁଶାନ୍ତଙ୍କୁ ତଳକୁ ଓଲ୍ହାଇ ଦିଆ ସାରିଥିଲା ଏବଂ ମିତୁଙ୍କ ଆସିବା ପରେ ମୁମ୍ବାଇ ପୋଲିସ ଆସିଥିଲା। ତେବେ ଏହା ସମ୍ପୂର୍ଣ୍ଣ ଅସମ୍ଭବ ଯେ ସୁଶାନ୍ତଙ୍କୁ ମୁମ୍ବାଇ ପୋଲିସ କିମ୍ବା ଆମ୍ବୁଲାନ୍ସ ଡ୍ରାଇଭର ତଳକୁ ଓଲ୍ହାଇଛନ୍ତି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *