ଝିଅ ମାନଙ୍କର ଏହି ସ୍ଥାନରେ କଳାଯାଇ ବା ତିଳ ରହିଥିଲେ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।

ସାଧାରଣତଃ ମହିଳାମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ଥିଲେ ଏହା ଶୁଭ ହୋଇଥାଏ। ତେବେ ଜାଣନ୍ତୁ ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ରହିଲେ ସେମାନେ ସୁଗୁଣା, ସୁଶୀଳା ହେବା ସହିତ ଧନବାନ ଏବଂ ଐଶ୍ୱର୍ଯ୍ୟବାନ ହୋଇଥାନ୍ତି।

ନାରୀ ମାନଙ୍କର ନାଭି ତଳେ ବା ନାଭି ପାଖରେ ତିଳ ଚିହ୍ନ ରହିଲେ ଏହା ଉତ୍ତମ ସଂକେତ ହୋଇଥାଏ। ଏହିସ୍ଥାନରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଭୋଗ ବିଳାସ ସେମାନଙ୍କୁ ପ୍ରାପ୍ତ ହୋଇଥାଏ। ଯାନବାହନ, ଘର ଏବଂ ଉତ୍ତମ ସ୍ୱାମୀ ମଧ୍ୟ ମିଳିଥାନ୍ତି।

ସେହିପରି କୌଣସି ନାରୀର ପିଠିରେ ତିଳ ଚିହ୍ନ ରହିଲେ ସେହି ନାରୀ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି। ଧନ ଉପାର୍ଜନରେ ସିଦ୍ଧହସ୍ତ ହୋଇଥାନ୍ତି ଏବଂ ପ୍ରଚୁର ଖର୍ଚ୍ଚ ମଧ୍ୟ କରିଥାନ୍ତି। ନିଜର ବିଳାସ ବ୍ୟାସନରେ ଅନେକ ଟଙ୍କା ବ୍ୟୟ କରିଥାନ୍ତି।

କୌଣସି ନାରୀର ମଥାରେ ତିଳ ଚିହ୍ନ ରହିଲେ ସେହି ନାରୀ ବହୁତ ଧନବାନ ଏବଂ ଗୁଣବାନ ପୁରୁଷଙ୍କୁ ବିବାହ କରିଥାନ୍ତି। ନିଜର ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହି ନାରୀ ମାନଙ୍କର ଭଗବାନଙ୍କ ଉପରେ ଆସ୍ଥା ରହିଥାଏ। ସମସ୍ତ ପ୍ରକାରର ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି।

ଆଙ୍ଗୁଳି ଗୁଡିକ ବିଷୟରେ କହିବାକୁ ଗଲେ, ତର୍ଜନୀ ବା ବିଷି ଆଙ୍ଗୁଠିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନବାନ ହୋଇଥାଏ ଏବଂ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇରାଣ ହୋଇପାରନ୍ତି। ଅନାମିକା ବା ପରି ଆଙ୍ଗୁଠିରେ ତିଳ ଚିହ୍ନ ରହିଥିଲେ ସେହି ନାରୀ ଧନ, ଯଶ ଏବଂ ସମସ୍ତ ସୁଖ ଲାଭ କରିଥାନ୍ତି। ଉଚ୍ଚ ପଦବୀରେ ମଧ୍ୟ ବସିଥାନ୍ତି। ମଧ୍ଯମ ଆଙ୍ଗୁଠିରେ ତିଳ ଚିହ୍ନ ଥିଲେ ସେହି ନାରୀ ଶାନ୍ତ ସ୍ୱଭାବର ହୋଇଥାନ୍ତି। କନିଷ୍ଠା ବା କାଣି ଆଙ୍ଗୁଠିରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାରର ଯଶ ମିଳିଥାଏ କିନ୍ତୁ ମନରେ ଅଶାନ୍ତି ଲାଗି ରହିଥାଏ।

ନାରୀର ହାତର ପାପୁଲିରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଜୀବନରେ କିଛି ହେଲେ ଅଭାବ ହୋଇ ନଥାଏ।

ସେହିପରି ଗଳା ବା ବେକରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉତ୍ତମ ଦୁହିତା ହୋଇଥାନ୍ତି। ସ୍ୱାମୀ ଏବଂ ପରିବାର ପ୍ରତି ସର୍ବଦା ଉତ୍ସର୍ଗୀକୃତ ରହିଥାନ୍ତି। ସବୁବେଳେ ଭାବ ପ୍ରବଣ ରହିଥାନ୍ତି।

ନାରୀ ମାନଙ୍କର ଅଣ୍ଟାରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉଚ୍ଚ ପଦବୀରେ ପହଞ୍ଚିଥାନ୍ତି। ଜୀବନରେ ଆଇଏଏସ, ଓଏଏସ ଏବଂ ଆଇପିଏସ ମଧ୍ୟ ପାଇଥାନ୍ତି। ଏମାନଙ୍କର ଜୀବନ ସଫଳ ହୋଇଥାଏ। ଏହି ପ୍ରକାରର ନାରୀ ମାନେ ଭୋଗ ବିଳାସୀ ହୋଇଥାନ୍ତି। ଜଙ୍ଘରେ ତିଳ ଚିହ୍ନ ଥିଲେ ସେହି ନାରୀ ପୁରୁଷ ମାନଙ୍କୁ ସମ୍ମୋହନ କରିଥାନ୍ତି। ପୁରୁଷ ମାନଙ୍କୁ ତାଙ୍କର ଇସାରାରେ କାର୍ଯ୍ୟ କରାଇଥାନ୍ତି।

ବାହୁ ବା ହାତରେ ତିଳ ଚିହ୍ନ ଥିଲେ, ଏହା ବହୁତ ଶୁଭ ସଂକେତ ହୋଇଥାଏ। କୌଣସି ନାରୀର ଥୋଡିରେ ତିଳ ଚିହ୍ନ ଥିଲେ ତାଙ୍କୁ ସର୍ବଦା ଧନର ଭଣ୍ଡାର ମିଳିଥାଏ। କେବେହେଲେ ଟଙ୍କା ପଇସାର ଅଭାବ ହୋଇନଥାଏ। ଜୀବନରେ ସମସ୍ତ ପ୍ରକାରର ସୁଖ ପାଇଥାନ୍ତି।

କୌଣସି ନାରୀଙ୍କ ଗାଲରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ। ଏହି ତିଳ ଚିହ୍ନ ବା କଳାଯାଇ ସେହି ନାରୀଙ୍କୁ ଧନୀ କରାଇଥାଏ। ଏହା ବହୁତ ଉତ୍ତମ ଫଳ ଦେଇଥାଏ। ସମସ୍ତ ପ୍ରକାରର ସୁଖ ମିଳିଥାଏ। ବିବାହ ପରେ ମଧ୍ୟ ସେହି ନାରୀ ସୁଖ ଏବଂ ଶାନ୍ତିରେ ରହିଥାନ୍ତି।

ନାରୀ ମାନଙ୍କ ଛାତିରେ ତିଳ ଚିହ୍ନ ଥିଲେ ନାରୀ ମାନେ ସର୍ବଦା ଖୁସିରେ ରହିଥାନ୍ତି। ସ୍ୱାମୀ ସୁଖ ସହିତ ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ। ଏଥିସହିତ ଉତ୍ତମ ସ୍ୱାମୀ ମଧ୍ୟ ପାଇଥାନ୍ତି। ନାରୀଙ୍କ ଆଖିପତା ଉପରେ ତିଳ ଚିହ୍ନ ଥିଲେ ଏହି ନାରୀ ମାନେ ନିଜ ପରିଶ୍ରମରେ ପ୍ରଚୁର ଧନ ଉପାର୍ଜନ କରିଥାନ୍ତି ଏବଂ ପ୍ରଚୁର ଖର୍ଚ୍ଚ ମଧ୍ୟ କରିଥାନ୍ତି।

Leave a Reply

Your email address will not be published. Required fields are marked *