କରୋନା ନୁହେଁ, ରୁଷରେ ବ୍ୟାପିଛି ଆଉ ଏକ ମହାମରୀ। ବର୍ତ୍ତମାନ ଘର ଘର ଯାଇ ଦିଆ ଯାଉଛି ଇଞ୍ଜେକ୍ସନ

ସମଗ୍ର ଦୁନିଆ କରୋନା ମହାମରୀ ସହିତ ଲଢ଼ୁଥିବା ସମୟରେ ରୁଷରୁ ଆଉ ଏକ ସମସ୍ୟା ସାମ୍ନାକୁ ଆସୁଛି। ରୁଷରେ ଆଉ ଏକ ଭାଇରସ ଶୀଘ୍ରତାର ସହିତ ବ୍ୟାପିବାରେ ଲାଗିଛି। ସାଇବେରିଆ ପର୍ଯ୍ୟଟକ କ୍ଷେତ୍ରରେ ଅଲତାଇ ପର୍ବତରେ ଏକ ଘାତକ ରୋଗ ସାମ୍ନାକୁ ଆସିଛି। ରୁଷ ବ୍ଲାକ ଡେଥରେ ପଶ୍ଚିମରେ ସଂକ୍ରମିତ ବୁବୋନିକ ପ୍ଲେଗ ଭାଇରସ ବିରୋଧରେ ଟୀକାକରଣ କରିବା ଆରମ୍ଭ କରିଦେଇଛି।

<p>जानकारों का कहना है कि, संभव है कि ये वायरस लोगों में तब फैलता है जब शिकार के बाद मर्म या टिक्स काटते हैं। इनके काटने के बाद शरीर में प्लेग फैलता है।</p>

ବୁବୋନିକ ପ୍ଲେଗ ଏକ ଜୀବାଣୁ ଜନିତ ରୋଗ ଅଟେ। ବୁବୋନିକ ପ୍ଲେଗ ପ୍ରଥମେ ଜଙ୍ଗଲୀ ମୂଷାଙ୍କ ଠାରେ ଦେଖାଦେଇଥାଏ। ମୂଷାମାନଙ୍କ ମୃତ୍ୟୁ ପରେ ଏହି ବ୍ୟାକ୍ଟେରିଆ ଡ଼ାଉଁଶମାନଙ୍କ ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ। ଡ଼ାଉଁଶମାନେ ମଣିଷକୁ କାମୁଡିବା ସମୟରେ ସଂକ୍ରମଣ ବ୍ୟାକ୍ଟେରିଆ ମଣିଷ ରକ୍ତରେ ଛାଡ଼ି ଦେଇଥାନ୍ତି। ମୂଷାମାନଙ୍କ ମରିବାର ୩ ସପ୍ତାହ ପରେ ଏହା ମଣିଷମାନଙ୍କ ମଧ୍ୟରେ ସଂକ୍ରମିତ ହେବା ଆରମ୍ଭ ହୋଇଥାଏ। ତୁରନ୍ତ ଏହାର ଚିକିତ୍ସା କରାନଗଲେ ୨୪ ଘଣ୍ଟାରୁ କମ ସମୟରେ ମଣିଷର ମୃତ୍ୟୁ ହୋଇଯାଇଥାଏ।

ରୁଷର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ବିଶେଷ ରୂପରେ ଏହା ଏକ ଭୟଙ୍କର ଭାଇରସ ଅଟେ, ଯାହା ଠାରୁ ବଞ୍ଚିବା ବହୁତ ଜରୁରୀ ଅଟେ।

କେତେକ ରିପୋର୍ଟ ମୁତାବକ, ଏହି ଭାଇରସ ଲୋକଙ୍କୁ ସେତେବେଳେ ସଂକ୍ରମିତ ହୋଇଥାଏ ଯେତେବେଳେ ଶିକାର ପରେ ମର୍ମ କିମ୍ବା ଟିସ୍କ କାମୁଡ଼ିଥାନ୍ତି। ଏମାନଙ୍କ କାମୁଡିବା ପରେ ଶରୀରରେ ପ୍ଲେଗ ଆକ୍ରାନ୍ତ ହୋଇଥାଏ।

ଅଲତାଇ ପର୍ବତରେ ବ୍ଲାକ ଡେଥ ଚିହ୍ନଟ ରୁଷର ପଶ୍ଚିମରେ ସଂକ୍ରମିତ ବିରୋଧରେ ଟୀକାକରଣ ଆରମ୍ଭ କରିଦିଆ ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୮,୦୯୦ ଲୋକ ମାନଙ୍କୁ ଟୀକା ଲଗାଇ ଦିଆଯାଇଛି।

ସ୍ୱାସ୍ଥ୍ୟ ସଂଗଠନର କହିବା କଥା ଯେ, ଅଲତାଇ ଗଣରାଜ୍ୟରେ ଏହି ଭୟଙ୍କର ରୋଗକୁ ଅଟକାଇବା ପାଇଁ ୧୮,୦୯୦ ଲୋକ ମାନଙ୍କୁ ପ୍ଲେଗ ରୋକିବା ପାଇଁ ଟୀକା ଲଗା ଯାଇଛି। ଯେଉଁଥିରେ କୋଶ ଅଗଚ ଜିଲ୍ଲାର ୧୬,୫୦୦ ଲୋକ ଶାମିଲ ରହିଥିଲେ।

ସୂଚନାଯୋଗ୍ୟ ଯେ, ଏହି ରୋଗ ପୂର୍ବରୁ ମଧ୍ୟ ସଂକ୍ରମିତ ହୋଇ ସାରିଛି। ବ୍ୟୁବୋନିକ ପ୍ଲେଗକୁ ଷଷ୍ଠ ଏବଂ ଅଷ୍ଟମ ଶତାବ୍ଦୀରେ “ପ୍ଲେଗ ଅଫ ଜଷ୍ଟିନିୟମ” ନାମରେ ନାମିତ କରାଯାଇଥିଲା। କାରଣ ଏହି ସମୟରେ ପ୍ଲେଗ ସମଗ୍ର ଦୁନିଆର ୨.୫ରୁ ୫ କୋଟି ଲୋକଙ୍କ ଜୀବନ ନେଇଥିଲା।

ଦ୍ୱିତୀୟ ଥର ପାଇଁ ପ୍ଲେଗ ୧୩୪୭ ମସିହାରେ ହୋଇଥିଲା। ଏଥର ଏହାର ନାମ “ବ୍ଲାକ ଡେଥ” ରଖା ଯାଇଥିଲା। ପ୍ଲେଗରେ ସଂକ୍ରମିତ ହୋଇ ଏହିସମୟରେ ୟୁରୋପର ଏକ ତୃତୀୟାଂଶ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା।

ତୃତୀୟ ଥର ପାଇଁ ଏହା ୧୮୯୪ରେ ସମ୍ନାକୁ ଆସିଥିଲା। ସେତେବେଳେ ହଙ୍ଗକଙ୍ଗର ଆଖପାଖ ଅଞ୍ଚଳରେ ଏହାର ଅଧିକ ଭୟ ସୃଷ୍ଟି ହୋଇଥିଲା। ଯେଉଁଥିରେ ୮୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା।

ପରେ ୧୯୯୪ ମସିହାରେ ଭାରତର ୫ଟି ରାଜ୍ୟରେ ପ୍ଲେଗର ୭୦୦ଟି କେସ ସମ୍ନାକୁ ଆସିଥିଲା। ଏଥିରେ ୫୨ ଜନଙ୍କ ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *