AC PPE କିଟ ବନାଇଲେ ଯୁବକ, ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ରହିବେ ଡାକ୍ତର।

କରୋନା ଭାଇରସ ପାଇଁ ପିପିଇ କିଟ ପିନ୍ଧିବା ସହଜ ହୋଇନଥାଏ। ଏହାକୁ ପିନ୍ଧିବା ପରେ ବହୁତ ଗରମ ଅନୁଭୁତ ହୋଇଥାଏ, ଏମିତି କେତେକ ଥର ଦେଖାଯାଇଛି ଯେ, ଡାକ୍ତର ଏବଂ ମେଡ଼ିକାଲ କର୍ମଚାରୀ ଏହାକୁ ପିନ୍ଧି ବେହୋସ ହୋଇଯାଇଛନ୍ତି। ଏହି ପ୍ରକାରର ସମସ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ଜଣେ ଯୁବକ ଏୟାର କଣ୍ଡିସନର ଥିବା ପିପିଇ କିଟ ବନାଇଛନ୍ତି।

ଏହାକୁ ପିନ୍ଧିବା ପରେ କରୋନା ଯୋଦ୍ଧା ମାନେ ଆରାମରେ ସମସ୍ତ କାର୍ଯ୍ୟ କରିପାରିବେ। ଏହା ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ରହିବ। ଏହାକୁ ପେଟେଣ୍ଟ ପାଇଁ ପଠାଇ ଦିଆଯାଇଛି। ସରକାର ମଧ୍ୟ ଏହି AC PPE କିଟ ପ୍ରତି ନିଜର ଆଗ୍ରହ ଦେଖାଇଛି।

ଏୟାର କଣ୍ଡିସନର ଥିବା ପିପିଇ କିଟ୍ ତିଆରି କରିଥିବା ଛାତ୍ର ମହମ୍ମଦ ମଂସୁରୀ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରୁଛନ୍ତି। ମଂସୁରୀ ନିଜର ଏହି ଆବିଷ୍କାରକୁ ଭାଣ୍ଟିଲେଟେଜ୍ ପର୍ଶନଲ ପ୍ରୋଟେକ୍ଟିଭ ଇକ୍ୱିପ୍ଟମେଂଟ ନାମ ଦେଇଛନ୍ତି। ଏହାକୁ PPE କିଟ ସହିତ ଯୋଡି କମର ସହିତ ବାନ୍ଧି ଦିଆଯାଇ ପାରିବ। ଏହାର ଓଜନ ବହୁତ ହାଲକା ରହିଛି। ଏଥିପାଇଁ ଏହାର ବ୍ୟବହାର କରିବାର ଅଧିକ ସମସ୍ୟାକୁ ସାମ୍ନା କରିବାକୁ ପଡିବ ନାହିଁ।

ଜିଲ୍ଲା ପ୍ରଶାସନ ଏହି ଆବିଷ୍କାରକୁ ପ୍ରଶଂସା କରି ଚିକିତ୍ସା ବିଭାଗ ଜରିଆରେ ଏହି ସମ୍ବନ୍ଧିତ ଏକ ପ୍ରସ୍ତାବ ଇଣ୍ଡିଆନ କାଉଁସିଲିଙ୍ଗ ଅଫ ମେଡ଼ିକାଲ ରିସର୍ଚ୍ଚକୁ ପଠାଇ ଦେଇଛି। ପିଏମଓକୁ ମଧ୍ୟ ଏହାର ପ୍ରୋଜେକ୍ସନ ପଠାଇ ଦିଆଯିବ।

ଏହାର ଓଜନ ୮୦୦ ଗ୍ରାମ ଅଟେ ଏହାକୁ ବନାଇବା ପାଇଁ ୩୫୦୦ ଟଙ୍କା ଲାଗିଛି। ଏଥିରେ ଏରୋଡାୟନୋମିକ୍ସ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଏହି ଟେକ୍ନୋଲୋଜି ରକେଟର ଇଞ୍ଜିନକୁ ଥଣ୍ଡା ରଖିବା ପାଇଁ ବ୍ୟବହାର କରାଯାଇଥାଏ। ଏକ ପାଇପ ଜରିଆରେ ଥଣ୍ଡା ପବନ PPE କିଟ ଭିତରକୁ ପ୍ରବେଶ କରିବ। ଏହି ଉପକରଣକୁ ଚାର୍ଜ କରିବା ପରେ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ।

Leave a Reply

Your email address will not be published. Required fields are marked *