ହାତରେ ରଡ଼ ଧରି ଆସିଥିଲେ ୫/୬ ଜଣ ଲୋକ। ସିବିଆଇକୁ ମିଳିଲା ପ୍ରମାଣ, ମହେଶ ଭଟ୍ଟ ଦେଇଥିଲେ ଧମକ!

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ କଳା କାରନାମା ଦିନକୁ ଦିନ ସାମ୍ନାକୁ ଆସୁଛି। ବଲିଉଡ ସମ୍ପୂର୍ଣ୍ଣ ଭାବରେ ରିୟା ଚକ୍ରବର୍ତ୍ତୀଙ୍କୁ ବଞ୍ଚାଇବାରେ ଲାଗି ପଡିଛି। ପ୍ରଥମେ କେବଳ ସନ୍ଦେହ ଥିଲା ମାତ୍ର ଏବେ ଏସବୁ ପ୍ରମାଣିତ ହେବାରେ ଲାଗିଛି। ଜଭେଦ ଅଖତର, ଫରାନ ଅଖତର ଏବଂ ଜୋୟା ଅଖତର ବଲିଉଡ଼ର ବହୁତ ଜଣାଶୁଣା କଳାକାର ଅଟନ୍ତି।

ତେବେ ଅଖତର ପରିବାର ରିୟାଙ୍କୁ ସମ୍ପୂର୍ଣ୍ଣ ଭାବରେ ସପୋର୍ଟ କରୁଛନ୍ତି। ରିୟାଙ୍କ ସହିତ ଜୋୟା ମଧ୍ୟ ସୁପ୍ରିମକୋର୍ଟରେ ଏକ ଏଫଇଡେଫିଟ ଦେଇଛନ୍ତି ମିଡ଼ିଆ ଟ୍ରୋଲ ରୋକିବା ପାଇଁ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ କୌଣସି ଖବର ମିଡଆରେ ନ ଚଳାଇବା ପାଇଁ , ଯେମିତି ତାଙ୍କ ବିଷୟରେ ମିଡିଆରେ କେହି ଖରାପ କଥା କୁହନ୍ତୁ ନାହିଁ।

ଜିୟା ଖାନ ଯେତେବେଳେ ମୃତ୍ୟୁ ଲାଭ କରିଥିଲେ ସେତେବେଳେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ରିୟାଙ୍କ ମାତା ରାବିୟା ଖାନଙ୍କୁ ମହେଶ ଭଟ୍ଟ କହିଥିଲେ ଚୁପ ହୋଇ ରୁହ ନହେଲେ ତୁମକୁ ମଧ୍ୟ ଜିୟାଙ୍କ ପରି ଶୁଆଇଦେବୁ। ତେବେ ଏନେଇ ନିଜେ ଜିୟାଙ୍କ ମାତା ଖୁଲାସା କରିଛନ୍ତି। ରାବିୟା କହିଛନ୍ତି ଯେ, ମହେଶ ଭଟ୍ଟ ତାଙ୍କୁ କହିଥିଲେ ଚୁପ ହୋଇଯାଅ ନହେଲେ ତୁମକୁ ମଧ୍ୟ ହତ୍ୟା କରିଦିଆ ଯିବ।

ତେବେ ଗତକାଲି ସିବିଆଇ ମୁମ୍ବାଇ ପହଞ୍ଚି ସାରିଛି। ସିବିଆଇ ଯାଞ୍ଚ ଆରମ୍ଭ ହୋଇଯାଇଥିଲା କିନ୍ତୁ ସେ ମୁମ୍ବାଇ ପହଞ୍ଚି ନଥିଲେ। ତେବେ ସିବିଆଇ ହାତରେ ଏବେ ବଡ଼ ବଡ଼ ପ୍ରମାଣ ଲାଗି ସାରିଛି। ସୁଶାନ୍ତ ସିଂ ରାଜପୁତ କୋଭିଡ ସମ୍ପର୍କିତ କିଛି ବିଶେଷ ବନାଉଥିଲେ ଏବଂ ସୁଶାନ୍ତଙ୍କ ଅର୍ଗାନିକ କ୍ଷେତକୁ ନେଇ ମଧ୍ୟ ଅନେକ ପ୍ରମାଣ ମିଳି ସାରିଛି। ସୁଶାନ୍ତଙ୍କ କମ୍ପାନୀ ସହିତ ଜଡିତ ଅନେକ କାଗଜପତ୍ର ମଧ୍ୟ ସିବିଆଇ ହାତରେ ଲାଗିଛି।

ଜଣେ ଫିଲ୍ମ ନିର୍ମାତା ଯାହାଙ୍କର ଅଶୋକ ପଣ୍ଡିତ, ଯିଏକି ଏକ ବହୁତ ବଡ଼ ପ୍ରଶ୍ନ ଉଠାଇଛନ୍ତି ଯେ, ସନ୍ଦିପ ସିଂଙ୍କୁ କିଏ ଅଧିକାରୀ ଦେଇଥିଲ ସୁଶାନ୍ତଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପୂର୍ବରୁ ସଫା କରିବା ପାଇଁ। ସୁଶାନ୍ତଙ୍କ ପରିବାର, ସମ୍ପର୍କୀୟ କିମ୍ବା ଘନିଷ୍ଠ ବନ୍ଧୁ ମଧ୍ୟ ନୁହନ୍ତି ସନ୍ଦିପ।

ସୁଶାନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ ହେଉଛନ୍ତି ଗଣେଷ। ଜଣେ ଗୋଟିଏ ଦିନ ପୂର୍ବରୁ ମିଡିଆରେ ୧୩ ଜୁନ ରାତିକୁ ନେଇ ବହୁତ ବଡ଼ ବଡ଼ ଖୁଲାସା କହିଥିଲେ। ସେ ସୁଶାନ୍ତଙ୍କ ପକ୍ଷ ନେଇ କହିଥିଲେ ଯେ, ୧୩ ଜୁନ ରାତିରେ କିଏ କିଏ ଆସିଥିଲେ ୧୩ ଜୁନର ସେହି ପାର୍ଟିରେ, କେତେଜଣ ଲୋକ ଆସିଥିଲେ, କଣ ହୋଇଥିଲା ସେଦିନ।

କିନ୍ତୁ ଗଣେଷ ଗତକାଲିର ବୟାନ ସମସ୍ତଙ୍କୁ ସ୍ତବ୍ଧ କରିଦେବ। ଗୋଟିଏ ଦିନ ପୂର୍ବରୁ ଦେଇଥିବା ବୟାନ ପରେ ୫/୬ ଜଣ ଲୋକ ହାତରେ ରଡ଼ ଧରି ଆସିଥିଲେ ତାଙ୍କୁ ମାରିବା ପାଇଁ। ତେବେ ଖାଲି ଗଣେଷ ନୁହନ୍ତି ସୁଶାନ୍ତଙ୍କ ପକ୍ଷ ନେଉଥିବା ସମସ୍ତଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଯଦି ସୁଶାନ୍ତ ଆତ୍ମହତ୍ୟା କରିଥାନ୍ତେ ତେବେ ଏହି ସବୁ ବ୍ୟକ୍ତି ମାନେ ପ୍ରତିକ୍ରିୟାଶୀଳ ହୋଇ ନଥାନ୍ତେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *