ଧୋନୀଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ସୁରେଶ ରାଇନା।

ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ସୁରେଶ ରାଇନା ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଦେଇଛନ୍ତି। ନିଜର ରିଟାୟରମେଣ୍ଟ ସହିତ ସୁରେଶ ରାଇନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟୋ ସେୟାର କରିଛନ୍ତି।

ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ବର୍ତ୍ତମାନ ସୁରେଶ ରାଇନା ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଦେଇଛନ୍ତି। ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ଥିବା ସୁରେଶ ରାଇନା ସୋସିଆଲ ମିଡ଼ିଆ ଜରିଆରେ ନିଜର ଅବସର ବିଷୟରେ ଘୋଷଣା କରିଥିଲେ। ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରପ୍ରାପ୍ତି ପରେ ରାଇନା ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଥିଲେ ସେ ମଧ୍ୟ ଏହି ଯାତ୍ରାରେ ଶାମିଲ ହେବାକୁ ଯାଉଛନ୍ତି।

https://www.instagram.com/p/CD6d3QChY-V/?utm_source=ig_web_copy_link

ନିଜର ରିଟାୟରମେଣ୍ଟ ଘୋଷଣା ସହିତ ସୁରେଶ ରାଇନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟୋ ସେୟାର କରିଛନ୍ତି। ଏହି ଫୋଟୋ ପୋଷ୍ଟ କରି ସୁରେଶ ରାଇନା ଲେଖିଛନ୍ତି, ମାହୀ ତୁମ ସହିତ ଖେଳିବା ବହୁତ ଉତ୍ତମ ଥିଲା। ସମ୍ପୂର୍ଣ୍ଣ ହୃଦୟରେ ଗର୍ବର ସହିତ ତୁମର ଏହି ଯାତ୍ରାରେ ଶାମିଲ ହେବାକୁ ଚାହୁଁଛି। ଧନ୍ୟବାଦ ଭାରତ। ଜୟ ହିନ୍ଦ!”

ସୂଚନାଯୋଗ୍ୟ ଯେ, ସୁରେଶ ରାଇନା ଭାରତୀୟ କ୍ରିକେଟ ଟିମରେ ମଧ୍ଯକ୍ରମର ବ୍ୟାଟ୍ସମ୍ୟାନ ଭୂମିକା ପ୍ରତିପାଦନ କରି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସୁରେଶ ରାଇନା ଭାରତୀୟ ଟିମ ପାଇଁ ଖେଳୁଥିବାର ଆଉ ନଜର ଆସିବେ ନାହିଁ। ସେହି ସୁରେଶ ରାଇନା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଖେଳିଥାନ୍ତି। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଖେଲନ୍ତି।

ସୁରେଶ ରାଇନାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭ କାମନା ଦେଇଛନ୍ତି ସଚିନ ତେନ୍ଦୁଲକର।

https://twitter.com/sachin_rt/status/1294673464423583751?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1294673464423583751%7Ctwgr%5E&ref_url=https%3A%2F%2Fd-19837474433276732480.ampproject.net%2F2007302351001%2Fframe.html

ମହେନ୍ଦ୍ର ସିଂହ ଧୋନୀ ଏବଂ ସୁରେଶ ରାଇନା ଅବସର ଗ୍ରହଣ କରିବା ପରେ ଚେନ୍ନାଇ ସୁପର କିଙ୍ଗ ଏକ ଫୋଟୋ ଚିତ୍ର ସେୟାର କରିଛି, ଯେଉଁଥିରେ ଭାରତୀୟ କ୍ରିକେଟ ଟିମ ସହିତ ଦୁଇଜଣ ପୂର୍ବ କ୍ରିକେଟର ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି।

https://twitter.com/ChennaiIPL/status/1294661358265352193?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1294661358265352193%7Ctwgr%5E&ref_url=https%3A%2F%2Fd-19837474433276732480.ampproject.net%2F2007302351001%2Fframe.html

ସେହିପରି ଇରଫାନ ପଠାନ ମଧ୍ୟ ସୁରେଶ ରାଇନାଙ୍କ ଅବସର ପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି।

ବିରାଟ କୋହଲି ମଧ୍ୟ ନିଜ ଅନ୍ଦାଜରେ ସୁରେଶ ରାଇନାଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭ କାମନା ଜଣାଇଛନ୍ତି।

https://twitter.com/imVkohli/status/1294664899713314819?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1294664899713314819%7Ctwgr%5E&ref_url=https%3A%2F%2Fd-19837474433276732480.ampproject.net%2F2007302351001%2Fframe.html

ନିଜ କ୍ରିକେଟ କ୍ୟାରିୟରରେ ସୁରେଶ ରାଇନା ୧୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ଗୋଟିଏ ଶତକ ସହିତ ୭୬୮ ରନ ବନାଇଛନ୍ତି। ଏହାଛଡା ସେ ଭାରତୀୟ ଟିମ ପାଇଁ ୨୨୬ ଦିନିକିଆ ମ୍ୟାଚ ଖେଳିଛନ୍ତି ଏବଂ ଏଥିରେ ୫ଟି ଶତକ ରେକର୍ଡ କରିଛନ୍ତି। ରାଇନା ଓଡିଆଇ କ୍ରିକେଟରେ ୫୬୧୫ ରନ ବନାଇଛନ୍ତି। ରାଇନା ୭୮ ଟି-୨୦ରେ ମୁକାବିଲା କରି ଭାରତ ପାଇଁ ୧୬୦୪ ରନ ବନାଇଛନ୍ତି। ଏଥିରେ ଗୋଟିଏ ଶତକ ମଧ୍ୟ ଶାମିଲ ରହିଛି।

Leave a Reply

Your email address will not be published. Required fields are marked *