ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ କଣ? ଗୋଟିଏ ଆଇଡିରେ ରହିବ ଆପଣଙ୍କ ସମସ୍ତ ସ୍ୱାସ୍ଥ୍ୟ ବିବରଣୀ।

ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ସାରା ଦେଶରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଅଣାଯିବ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଦେଶବାସୀଙ୍କୁ ଗୋଟିଏ ଗୋଟିଏ ସ୍ୱାସ୍ଥ୍ୟ ଆଇଡି ଦିଆଯିବ। ଏହି ଆଇଡିରେ ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ବିବରଣୀ ଲେଖା ରହିବ।

ପ୍ରତ୍ୟେକ ନାଗରିକର ସ୍ୱାସ୍ଥ୍ୟ, ଡାକ୍ତରଙ୍କ ଆକାଉଣ୍ଟ ଏକ ଆପ ବା ୱେବସାଇଟ ଜରିଆରେ ସଂଚାଳିତ କରାଯିବ କିନ୍ତୁ ନାଗରିକଙ୍କ ବିବରଣୀ କେବଳ ସେହି ସମ୍ପୃକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସୀମିତ ରହିବ। ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ରେକର୍ଡ ଦେଖାଇବାର ଅନୁମତି ନଦେବେ ସେପର୍ଯ୍ୟନ୍ତ ଅନ୍ୟ କୌଣସି ଡାକ୍ତର କିମ୍ବା ବ୍ୟକ୍ତି ସେହି ନାଗରିକର କୌଣସି ବିବରଣୀ ଦେଖି ପାରିବେ ନାହିଁ। ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ୪ ଗୋଟି ସ୍ତମ୍ଭ ଉପରେ କାମ କରିବ।

ଜାଣନ୍ତୁ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ୪ ଗୋଟି ସ୍ତମ୍ଭ ବିଷୟରେ:

ସ୍ୱାସ୍ଥ୍ୟ ID: ପ୍ରତ୍ୟେକ ନାଗରିକ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆଇଡି ଦିଆଯିବ ଏବଂ ବିକଳ୍ପ ଦିଆଯିବ ସେ ଏହାକୁ ଆଧାର ସହିତ ଲିଙ୍କ କରାଉଛନ୍ତି କି ନାହିଁ। ଏହି ଆଇଡି ରାଜ୍ୟ, ହସ୍ପିଟାଲ, ପାଥଲୋଜି ଲାବ୍ ଏବଂ ଫାର୍ମାସିଷ୍ଟ କମ୍ପାନୀ ଗୁଡିକରେ ଉପଯୁକ୍ତ ହେବ। ଏହି ଆଇଡି ସପୂର୍ଣ୍ଣ ସ୍ୱେଚ୍ଛାକୃତ ଭାବରେ କାର୍ଯ୍ୟ କରିବ।

ଆଇଡିରେ ନାଗରିକଙ୍କର ଯାହା ବିବରଣୀ ଲେଖା ରହିବ ତାହା ସ୍ୱତଃ ସରକାରୀ କମ୍ୟୁନିଟି କ୍ଲାଉଡ଼ରେ ଷ୍ଟୋର ହୋଇଯିବ। ତଥ୍ୟ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏହିପରି କରାଯିବ। ଏହା ଏକପ୍ରକାରର ଡିଜି ଲକର ଭାବରେ କାର୍ଯ୍ୟ କରିବ। ଯେଉଁଥିରେ ସମସ୍ତ ଜରୁରୀ କାଗଜପତ୍ର ଇଲେକ୍ଟ୍ରୋନିକ ଫର୍ମାଟରେ ଜମା ହୋଇଯିବ।

ଯଦି କେହି ବ୍ୟକ୍ତି କୌଣସି ପ୍ରକାରର କେସ ଟନ୍ସଫର ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ନିଜ ସ୍ୱାସ୍ଥ୍ୟ ଆଇଡିକୁ ଆଧାର ପରିଚୟ ସହିତ ଲିଙ୍କ କରିବାକୁ ପଡିବ ନହେଲେ ଆଧାର ଲିଙ୍କର କୌଣସି ଆବଶ୍ୟକତା ନାହିଁ।

ଡିଜିଡାକ୍ତର: ଏହି ପ୍ଲାଟଫର୍ମ ଜରିଆରେ ଦେଶର ପ୍ରତ୍ୟେକ ଡାକ୍ତରଙ୍କୁ ଏକ ସ୍ୱତନ୍ତ୍ର ପରିଚାୟକ ଦିଆଯିବ। ଏହି ନମ୍ବର ରେଜିଷ୍ଟ୍ରେସନ ନମ୍ବର ଠାରୁ ଅଲଗା ରହିବ। ରେଜିଷ୍ଟ୍ରେସନ ନମ୍ବର ରାଷ୍ଟ୍ରୀୟ ଚିକିତ୍ସା ପରିଷଦ ପକ୍ଷରୁ ପ୍ରତ୍ୟେକ ଡାକ୍ତରଙ୍କୁ ଦିଆଯିବ। ଡାକ୍ତରଙ୍କ ଡିଜିଟାଲ ହସ୍ତାକ୍ଷର ନିଆଯିବ, ଯାହା ସାହାଯ୍ୟରେ ରୋଗୀଙ୍କୁ ପ୍ରେସକ୍ରିପସନ୍ ଲେଖିକରି ଦିଆଯିବ।

ଭାରତରେ ଡିଜିଟାଲ ହସ୍ତାକ୍ଷର ବନାଇବା ପାଇଁ ଫିସ ଦେବାକୁ ପଡ଼ିଥାଏ। କିନ୍ତୁ ଏହି ସେବା ପାଇଁ ଡାକ୍ତର କିମ୍ବା ୟୁଜରଙ୍କୁ କୌଣସି ଫିସ ଦେବାକୁ ପଡିବ ନାହିଁ। ଏହା ଅଧୀନରେ ଡାକ୍ତର ମାନଙ୍କ ରେଜିଷ୍ଟ୍ରେସନକୁ ମଧ୍ୟ ଏକତ୍ରିତ କରାଯିବାର ଯୋଜନା ରହିଛି, ଯାହାକି ପ୍ରତ୍ୟେକ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରହିବ।

ସ୍ୱାସ୍ଥ୍ୟ ସୁବିଧା ପରିଚାୟକ: ଡାକ୍ତର ଏବଂ ରୋଗୀଙ୍କ ଅଧୀନରେ ପ୍ରତ୍ୟେକ ସ୍ୱାସ୍ଥ୍ୟ ସୁବିଧା ଯାହାକୁ ଏକ ସ୍ୱତନ୍ତ୍ର ଇଲେକ୍ଟ୍ରୋନିକ ପରିଚୟ ଦିଆଯିବ। ଏହା ସୁନିଶ୍ଚିତ କରିବ ଯେ ସମସ୍ତ ସୁବିଧା ଗୁଡିକ ଅପ୍ରଯୁକ୍ତ ରୂପରେ ମ୍ୟାପ କରାଯାଇଛି ଏବଂ ନିଜର ପରିଚାୟକ ସୁବିଧା ଜରିଆରେ ନିଜର ସମସ୍ତ କ୍ଲିଅରେନ୍ସ ଏବଂ ଅଡିଟ ପାଇଁ ବ୍ୟବହାର କରାଯିବ।

ବର୍ତ୍ତମାନ ସମୟରେ ଭାରତର ହସ୍ପିଟାଲ ଖୋଲିବା ଏକ କଠିନ ପ୍ରକ୍ରିୟା ଅଟେ। ଏହା ଏଥିପାଇଁ କାରଣ ବିଭିନ୍ନ ଆବଶ୍ୟକତା ପାଇଁ ଭିନ୍ନ ଭିନ୍ନ ଏଜେନ୍ସି ଗୁଡିକର କ୍ଲିଅରେନ୍ସ ଏବଂ ରେଜିଷ୍ଟ୍ରେସନର ଆବଶ୍ୟକ ପଡିବ। ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରତ୍ୟେକ ନାଗରିକଙ୍କୁ ଏକ ଛାତ ତଳେ ଆଣିବାକୁ ଚେଷ୍ଟା କରାଯିବ।

ନିଜର ସ୍ୱାସ୍ଥ୍ୟ ରେକର୍ଡ: ଏହି ନିଜ ସ୍ୱାସ୍ଥ୍ୟ ରେକର୍ଡରେ ନାଗରିକର ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ସମ୍ମିଳିତ ରହିବ। ଏଥିରେ ଜନ୍ମରୁ ନେଇ ପ୍ରତିରକ୍ଷା, ସର୍ଜରୀ, ପ୍ରୟୋଗଶାଳା ଟେଷ୍ଟ ପର୍ଯ୍ୟନ୍ତ ସମସ୍ତ ବିବରଣୀ ରହିବ। ଏହି ସମସ୍ତ ବିବରଣୀ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ଆଇଡି ସହିତ ଲିଙ୍କ କରାଯିବ। ଏହାକୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଆଇଡି ଏଥିପାଇଁ କୁହାଯାଉଛି କାରଣ ଏରହିରେ ଥିବା ତଥ୍ୟର ମାଲିକାନା ଯେଉଁ ବ୍ୟକ୍ତିର ତଥ୍ୟ ସେହି ବ୍ୟକ୍ତି ପାଖରେ ରହିବ।

ଏହି ରେକର୍ଡ ଜରିଆରେ ଜଣେ କନସେଟ ମ୍ୟାନେଜର କାର୍ଯ୍ୟ କରିବେ, ଯାହା ଅଧୀନରେ ଯଦି କୌଣସି ଡାକ୍ତର ମଧ୍ୟ ରୋଗୀର ତଥ୍ୟ କିମ୍ବା ରିପୋର୍ଟ ଦେଖିବାକୁ ଇଚ୍ଛା କରିବେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ସନ୍ଦେଶ ଆସିବ ଯେ ଡାକ୍ତର ଜଣକ ଦେଖିବାକୁ ଚାହୁଁଛନ୍ତି ଏବଂ ସେ କେତେ ସମୟ ପାଇଁ ଏହି ରିପୋର୍ଟ ଦେଖି ପାରିବେ।

ଏହି ଆପର ସବୁଠୁ ବଡ଼ ସୁବିଧା ଏହା ଯେ, ଯଦି କୌଣସି ବ୍ୟକ୍ତି କିମ୍ବା ରୋଗୀଙ୍କ ସହମତି ନଥିବ ତେବେ ସରକାର ମଧ୍ୟ ଏହି ତଥ୍ୟ ଦେଖି ପାରିବେ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *