ସୁଶାନ୍ତଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଥିଲେ ରିୟା। ସାମ୍ନାକୁ ଆସିଲା ଭଉଣୀଙ୍କ ସହିତ ହୋଇଥିବା ଝଗଡାର ରହସ୍ୟ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ତାଙ୍କୁ କୌଣସି ବିଶେଷ ନ୍ୟାୟ ମିଳିପାରି ନାହିଁ। ଲଗାତର ସୁଶାନ୍ତଙ୍କୁ ନେଇ କେତେକ ନୂତନ ତଥ୍ୟ ଏବଂ ଖୁଲାସା ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁଶାନ୍ତଙ୍କ ଡ୍ରାଇଭର ବିରେନ ସାମ୍ନାକୁ ଆସିଛନ୍ତି, ଯିଏ ସୁଶାନ୍ତଙ୍କ ସହିତ ସବୁବେଳେ ରହୁଥିଲେ। ଡ୍ରାଇଭର ଜଣକ ଏମିତି କିଛି ଖୁଲାସା କରିଛନ୍ତି ଯାହା ରିୟାଙ୍କ କଳା କର୍ତ୍ତୃତ୍ୱ ବିଷୟରେ ସଙ୍କେତ ଦେଉଛି। ରିୟା ନା କେବଳ ସୁଶାନ୍ତଙ୍କ ସହିତ ଝଗଡା କରୁଥିଲେ ବରଂ ତାଙ୍କୁ ପବ୍ଲିକ ପ୍ଲେସରେ ଅପମାନିତ କରୁଥିଲେ। ଡ୍ରାଇଭର ଜଣକ ସୁଶାନ୍ତଙ୍କ ସହିତ ରିୟାଙ୍କ ଝଗଡା ବିଷୟରେ ସବୁକିଛି ପ୍ରକାଶ କରିଛନ୍ତି।

ଏକ ଇଣ୍ଟରଭ୍ୟୁରେ ସୁଶାନ୍ତଙ୍କ ଡ୍ରାଇଭର ବିରେନ କହିଲେ ଯେ, ମୁଁ ସବୁବେଳେ ସୁଶାନ୍ତଙ୍କ ସହିତ ରହିଥାଏ। କେତେଥର କାର ଭିତରେ ସୁଶାନ୍ତ ସାରଙ୍କ ସହିତ ରିୟା ମ୍ୟାମ ଛୋଟ ଛୋଟ କଥାରେ ଝଗଡା କରୁଥିଲେ। ତେବେ ଛୋଟ ଛୋଟ କଥା ତ ସବୁ କୋପ୍ପୁଲଙ୍କ ମଧ୍ୟରେ ହୋଇଥାଏ କିନ୍ତୁ ଯେତେବେଳେ କାର ଅଟକୁ ଥିଲା ସୁଶାନ୍ତ ସବୁ ଲୋକଙ୍କ ମଧ୍ୟକୁ ଯାଉଥିଲେ ସେତେବେଳେ ରିୟା ତାଙ୍କୁ ଅପମାନିତ କରୁଥିଲେ। ସୁଶାନ୍ତଙ୍କ ପରି ଏକ ସେଲିବ୍ରେଟି ପବ୍ଲିକ ପ୍ଲେସରେ ଥିବା ସମୟରେ ମଧ୍ୟ ତାଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ ରିୟା।

ଥରେ ଜିମରୁ ସୁଶାନ୍ତ ବାହାରୁଥିବା ବେଳେ କିଛି ପ୍ରଶଂସକ ତାଙ୍କ ସହିତ ଫୋଟୋ ଉଠାଇବାକୁ ଅନୁରୋଧ କରୁଥିବାର ଭିଡିଓ ଆପଣ ସମସ୍ତେ ଦେଖିଥିବେ ଯେଉଁଥିରେ ରିୟା ସୁଶାନ୍ତଙ୍କୁ ଗାଳି ଦେଇ କାର ଭିତରକୁ ନେଇଯାଉଛନ୍ତି। ତେବେ ଡ୍ରାଇଭର ବିରେନ କହିଛନ୍ତି ଏପରି ଗୋଟିଏ ଥର ନୁହେଁ ବାରମ୍ବାର କରାଯାଇଥିଲା ଯେ ରିୟା ସୁଶାନ୍ତଙ୍କୁ ଲୋକମାନଙ୍କ ସାମ୍ନାରେ ନୀଚ୍ଚ ଦେଖାଉଥିଲେ।

ଡ୍ରାଇଭର ବିରେନ ସୁଶାନ୍ତ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଝଗଡା ବିଷୟରେ ପ୍ରକାଶ କରିବାକୁ ଯାଇ କହିଲେ,” ଥରେ ରିୟା ଏବଂ ତାଙ୍କ ଭାଇ ସୋବିକ ପାର୍ଟି କରିବାକୁ ଆସିଥିଲେ ସେତେବେଳେ ସୁଶାନ୍ତଙ୍କ ବଡ଼ ଭଉଣୀ ପ୍ରିୟଙ୍କା ମଧ୍ୟ ଆସିଥିଲେ। ସେତେବେଳେ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କ ନୁଆଁ ଥିଲା ତାଙ୍କ ସମ୍ପର୍କକୁ ମାତ୍ର କିଛି ମାସ ହୋଇଥିଲା। କିନ୍ତୁ ରିୟା ବାରମ୍ବାର ପ୍ରିୟଙ୍କାଙ୍କ ବିରୋଧରେ ସୁଶାନ୍ତଙ୍କୁ ଅନେକ କଥା କହି ଉଷୁକାଉ ଥିଲେ। ରିୟାଙ୍କ ଉଷୁକାଇବା ଦ୍ୱାରା ହିଁ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯେତେବେଳେ ସୁଶାନ୍ତ ସାରଙ୍କୁ ସତ ଜଣା ପଡିଥିଲା ସେ ତାଙ୍କ ଭଉଣୀଙ୍କୁ ଭୁଲ ମାଗିଥିଲେ ଏବଂ ସବୁକିଛି ଠିକ ହୋଇଯାଇଥିଲା।

ଏହାପରେ ବିରେନ କହିଲେ ଯେ, ଯେତେବେଳେ ସୁଶାନ୍ତଙ୍କ ଦେହ ଅସୁସ୍ଥ ରହୁଥିଲା ରିୟାଙ୍କୁ ଏନେଇ କୌଣସି ଫରକ୍ ପଡୁନଥିଲା। ରିୟା ଏହି ସମୟରେ ପାର୍ଟି କରୁଥିଲେ ଏବଂ ପାର୍ଟିରେ ଡ୍ୟାନ୍ସ କରୁଥିଲେ। ଏହି ପାର୍ଟି କରାଯାଉଥିବା ସମୟରେ ସେହି ଘରେ ଅସୁସ୍ଥ ହୋଇ ସୁଶାନ୍ତ ଶୋଇ ରହୁଥିଲେ। ଏହାଛଡା ଘରକୁ ବହୁତ ମହଙ୍ଗା ଜିନିଷ ଆସୁଥିଲା ଯେଉଁଥିପାଇଁ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରାଯାଉଥିଲା।

ବିରେନଙ୍କ କହିବା କଥା ଯେ, ତାଙ୍କ ସହିତ ଆହୁରି କିଛି ଲୋକଙ୍କୁ ଯେଉଁମାନେ ସୁଶାନ୍ତଙ୍କ ପାଇଁ କାମ କରୁଥିଲେ ସେମାନଙ୍କୁ କାମରୁ ବାହାର କରିଦିଆ ଯାଇଥିଲା। ସୁଶାନ୍ତଙ୍କ ଅଧିକାଂଶ ପୁରୁଣା କର୍ମଚାରୀଙ୍କୁ ବଦଳାଇ ଦିଆଯାଇଥିଲା। ସୁଶାନ୍ତ ତାଙ୍କର କୌଣସି କର୍ମଚାରୀଙ୍କୁ ନବଦଳାଇବା ପାଇଁ କହିଥିଲେ ମଧ୍ୟ ତାଙ୍କ ଇଚ୍ଛା ବିରୋଧରେ ଏସବୁ କରିଥିଲେ ରିୟା। ରିୟା ସୁଶାନ୍ତଙ୍କ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ବଡ ଅଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ଯେତେବେଳେ ତାହା ହପିପାରିଲା ନାହିଁ ସୁଶାନ୍ତଙ୍କୁ ମେଡିସିନ ଦେଇ ବେହୋସ କରି ଶୁଆଇ ଦିଆଯାଉଥିଲା।

ପ୍ରଥମେ ରିୟା ଚକ୍ରବର୍ତ୍ତୀ ED ଅଫିସ ଯାଇଥିଲେ ଏବଂ EDଙ୍କୁ ସମୟ ମାଗିଥିଲେ କିନ୍ତୁ ଏହି ପ୍ରସ୍ତାବକୁ ED ସିଧାସଳଖ ଭାବରେ ଖାରଜ କରିଦେଇଥିଲେ। ତେବେ ଏହାପରେ ରିୟାଙ୍କ ସହିତ ତାଙ୍କ ଭାଇ ଏବଂ ରିୟାଙ୍କ ମ୍ୟାନେଜର ସୃତି ମୋଦିଙ୍କୁ ମଧ୍ୟ ED ଅଫିସ ଯିବାକୁ ପଡିଥିଲା।

ପ୍ରଥମେ ରିୟା EDକୁ ପଚରା ଉଚରା ପାଇଁ ଆହୁରି ସମୟ ମାଗିଥିଲେ ହେଲେ ED ସିଧାସଳଖ ଭାବରେ ମନା କରିଦେଇଥିଲା। ଏହାପରେ ରିୟା ଏବଂ ତାଙ୍କ ଭାଇ ସୋବିକ ED ଅଫିସରେ ପଚରା ଉଚରା ପାଇଁ ପହଞ୍ଚି ଯାଇଥିଲେ। ପରମ୍ଭିକରେ ରିୟାଙ୍କୁ ଯେକୌଣସି ପ୍ରଶ୍ନ ପଚରା ଗଲା ରିୟା ସେଗୁଡିକର ଉତ୍ତର ମୋର ମନେ ନାହିଁ, ମୋର ଦେହ ଭଲ ନାହିଁ ସେଥିପାଇଁ ମୁଁ ମନେ ପକାଇ ପାରୁ ନାହିଁ ପରି ବାକ୍ୟ ପ୍ରୟୋଗ କରି ED ସାମ୍ନାରେ ମଧ୍ୟ ରିୟା ନିଜର ଚାଲାକି ଦେଖାଇଥିଲେ। ଏହାପରେ ED ରିୟାଙ୍କ ସାମ୍ନାରେ ରିୟାଙ୍କର ସମସ୍ତ ଦସ୍ତାବିଜ ଖୋଲି ରଖି ଦେଇଥିଲେ। ରିୟାଙ୍କୁ ତାଙ୍କର ITR କପି ଦେଖାଇ ଦିଆଯାଇଥିଲା। ଯେଉଁଥିରେ ରିୟାଙ୍କ ଏବର୍ଷର ଆୟ ମାତ୍ର ୧୪ ଲକ୍ଷ ଟଙ୍କା ଥିଲା ଏବଂ ପୂର୍ବ ବର୍ଷର ଆୟ ତା’ଠାରୁ କମ ୧୦ ଲକ୍ଷ ଟଙ୍କା ରହିଥିଲା।

ରିୟାଙ୍କୁ ପଚରା ଯାଇଥିବା ପ୍ରଶ୍ନ:

ତୁମର ସମ୍ପୂର୍ଣ୍ଣ ବର୍ଷର ମୋଟ ଆୟ ୧୪ ଲକ୍ଷ ଟଙ୍କା ରହିଛି ତେବେ ଆପଣ କୋଟି କୋଟି ଟଙ୍କାର ମହଙ୍ଗା ଫ୍ଲାଟ କେମିତି କ୍ରୟ କରି ପାରିଲେ? ଏହି ପ୍ରଶ୍ନ ଉପରେ ଉତ୍ତର ଦେବାକୁ ଯାଇ ରିୟା କହିଲେ, ମୁଁ ୭ଟି ଫିଲ୍ମ କରିଛି, ମୁଁ ସେଥିରେ ଟଙ୍କା ମଧ୍ୟ ଉପାର୍ଜନ କରିଛି। ମୁଁ ସେହି ଟଙ୍କା ଫ୍ଲାଟ କିଣିବାରେ ବିନିଯୋଗ କରିଛି ଏବଂ ନିଜ ଟଙ୍କାରେ ଏହି ଫ୍ଲାଟ କିଣିଛି।

ଏହି ଉତ୍ତର ଉପରେ ED ଆଉ ଏକ ପ୍ରଶ୍ନ କରି ପଚାରିଲେ, ଆପଣ ଗୋଟିଏ ଫିଲ୍ମ ପାଇଁ କଣ ୧ କୋଟି ଟଙ୍କା ଚାର୍ଜ କରିଥିଲେ କି? ରିୟା କହିଥିଲେ କି, ନା ମୁଁ ଏତେ ଟଙ୍କା ଚାର୍ଜ କରି ନଥିଲି।

ଏହାପରେ ED, ରିୟା ଏବଂ ରିୟାଙ୍କ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିର କାଗଜପତ୍ର ରଖିଥିଲେ ଏବଂ ରିୟାଙ୍କୁ କହିଥିଲେ ଯେ, ଆପଣ ୭ଟି ଫିଲ୍ମ କଲେ କିନ୍ତୁ କେଉଁ ଫିଲ୍ମ ପାଇଁ ୫ଲକ୍ଷ ଟଙ୍କା ତ ଆଉ କେଉଁ ଫିଲ୍ମ ପାଇଁ ୧୦ ଲକ୍ଷ ଆଉ କେଉଁ ଫିଲ୍ମ ପାଇଁ ୧୫ ଲକ୍ଷ ଅନ୍ୟ କେଉଁ ଫିଲ୍ମ ପାଇଁ ୨୦ ଲକ୍ଷ ଟଙ୍କା ଚାର୍ଜ କରିଥିଲ। ଏଥିସହିତ ଗତ କିଛିଦିନ ହେବ ଆପଣ ଫିଲ୍ମ ମଧ୍ୟ କରୁ ନାହାନ୍ତି।

ଆପଣଙ୍କ ସମଗ୍ର ଜୀବନର ଆୟ ଏକ କୋଟି ଟଙ୍କା ମଧ୍ୟ ନୁହେଁ ତେବେ ଆପଣ ୪ କୋଟି ଟଙ୍କାର ଫ୍ଲାଟ କିଣିବା ପାଇଁ ଟଙ୍କା କେଉଁଠୁ ଆଣିଲେ?ରିୟା ସମ୍ପୂର୍ଣ୍ଣ ଭାବେ ଫସି ଯାଇଥିଲେ ସେ ସାଙ୍ଗରେ କୌଣସି ଦସ୍ତବିଜ ନେଇକରି ଯାଇନଥିଲେ ମାତ୍ର ED ପୂର୍ବରୁ ହିଁ ସବୁ କିଛି ଦସ୍ତବିଜ ଏକଜୁଟ କରି ରଖିଥିଲା। କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରିୟା କହିଲେ, ମୋର ମନେ ହିଁ ପଡୁ ନାହିଁ ମୋତେ କେଉଁ ଫିଲ୍ମ ପାଇଁ କେତେ ଟଙ୍କା ମିଳିଥିଲା।

ପୁଣି ED ପଚାରିଥିଲା ତାହେଲେ କଣ ଆପଣ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଉଠାଇ ନେଇଥିଲେ?
ଏହାର ଉତ୍ତରରେ ରିୟା କହିଛନ୍ତି ଯେ, ମୁଁ କୌଣସି ଟଙ୍କା ଉଠାଇ ନାହିଁ ସବୁକିଛି ନିଜ ଟଙ୍କାରେ କରିଛି।

ଏହାପରେ ED ପଚାରିଥିଲା କଣ ତୁମେ ସୁଶାନ୍ତଙ୍କ ଦ୍ୱାରା ଟଙ୍କା ଖର୍ଚ୍ଚ କରୁଥିଲ? ଏଥିରେ ରିୟା ଉତ୍ତର ଦେଇଥିଲେ, ସୁଶାନ୍ତ ଯେଉଁ ଟଙ୍କା ଖର୍ଚ୍ଚ କଲେ ତାହା ନିଜ ଇଚ୍ଛାରେ କରିଥିଲେ। ସେଥିପାଇଁ ମୁଁ ତାଙ୍କ ଉପରେ କୌଣସି ଚାପ ପକାଇ ନାହିଁ। ଏହାପରେ ରିୟା କହିଥିଲେ ଯେ, ସୁଶାନ୍ତଙ୍କ ପରିବାର ଇଂସୁରାନ୍ସ ଏବଂ ସୁଶାନ୍ତଙ୍କ ସମ୍ପତ୍ତି ପାଇଁ ମୋ ଉପରେ ଆରୋପ ଲଗାଉଛନ୍ତି। ଯେତେବେଳେ କି ସୁଶାନ୍ତଙ୍କ ପରେ ସେସବୁ ଉପରେ ମୋର ଅଧିକାର ରହିଛି।

ରିୟାଙ୍କୁ ଏହାପରେ ଆହୁରି ଅନେକ ପ୍ରଶ୍ନ ପଚରା ଯାଇଥିଲେ ମଧ୍ୟ ସେ ଦେହ ଭଲ ନାହିଁ, ମୁଁ ଅସୁସ୍ଥ ଅଛି, ମୋର ମନେ ପଡୁନାହିଁ ପରି ଉତ୍ତର ଦେଇଥିଲେ। ED ୮ ଘଣ୍ଟା ପଚରା ଉଚରା ପରେ ରିୟାଙ୍କୁ ଛାଡି ଦେଇଥିଲେ ମଧ୍ୟ ତାଙ୍କୁ ଆଉଥରେ ପଚରା ଉଚରା ପାଇଁ ଡକାଇଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *