ଝିଅ ମାନଙ୍କର ବିବାହ ବୟସ ସମୀକ୍ଷା କରୁଛି ସରକାର। ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ ମୋଦୀ।

ଆଜି ସ୍ୱତନ୍ତ୍ରତା ଦିବସର ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଝିଅ ମାନଙ୍କୁ ସଲାମ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଝିଅ ମାନଙ୍କ ବିବାହର ବୟସକୁ ନେଇ ମଧ୍ୟ ସରକାର ସମୀକ୍ଷା କରୁଛନ୍ତି।

ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ, ଲଦାଖରେ ଚୀନ ସହିତ ଭାରତର ବିବାଦ, କରୋନା ମହାମାରୀ ସହିତ ଯୁଦ୍ଧ ଆଦି ବିଷୟରେ କହିଥିଲେ। ଲାଲକିଲ୍ଲା ଠାରେ ନିଜ ଭାଷଣରେ ଦେଶର ଝିଅ ମାନଙ୍କୁ ମଧ୍ୟ ସଲାମ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଝିଅ ମାନଙ୍କର ବିବାହ ବୟସକୁ ନେଇ ସରକାର ସମୀକ୍ଷା କରୁଅଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଝିଅ ମାନଙ୍କ ବିବାହର ସଠିକ ବୟସ କେତେ ରହିବ ଏହାକୁ ନେଇ ଆମେ କମିଟି ବନାଇଛୁ। ଏହାର ରିପୋର୍ଟ ଆସିବା ପରେ ଝିଅ ମାନଙ୍କ ବିବାହ ବୟସକୁ ନେଇ ମଧ୍ୟ ଉଚିତ ନିର୍ଣ୍ଣୟ ନିଆଯିବ।

ମହିଳାଙ୍କ ଖାତାରେ ରଖାଗଲା ୩୦ ହଜାର କୋଟି:

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଦେଶରେ ୪୦ କୋଟି ଜନଧନ ଖାତା ଖୋଲା ଯାଇଛି, ଏଥିରୁ ୨୨ କୋଟି ଖାତା ମିହିଳାଙ୍କର ରହିଛି। କରୋନା ସମୟରେ ଅପ୍ରେଲ, ମଇ ଏବଂ ଜୁନ ତିନି ମାସ ମଧ୍ୟରେ ମହିଳାଙ୍କ ଖାତାରେ ପାଖାପାଖି ୩୦ କୋଟି ଟଙ୍କା ସିଧା ସଳଖ ଭାବରେ ଟ୍ରାନ୍ସଫର କରାଯାଇଛି। ସମ୍ପ୍ରତି ଭାରତର ମହିଳା ମାନେ ଅଣ୍ଡରଗ୍ରାଉଣ୍ଡ କୋଇଲା ଖଣିରେ କାମ କରିବା ଠାରୁ ଆରମ୍ଭ କରି ଲଢ଼ୁଆ ବିମାନ ଚଳାଇ ଆକାଶର ଉଚ୍ଚତାକୁ ଛୁଇଁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ମୋ ଅନୁଭବ କହୁଛି ଯେ ଭାରତର ମହିଳା ମାନଙ୍କ ଶକ୍ତିକୁ ଯେତେବେଳେ ଅବସର ମିଳିଛି ସେତେବେଳେ ସେମାନେ ଦେଶର ମାନ ସମ୍ମାନ ବଢ଼ିଛନ୍ତି, ଦେଶକୁ ଅଧିକ ଶକ୍ତିଶାଳୀ କରିଛନ୍ତି। ସେ କହିଲେ ଯେ, ଗର୍ଭବତୀ ମହିଳାଙ୍କୁ ଦରମା ସହିତ ୬ ମାସର ଛୁଟି ଦେବାର ବ୍ୟବସ୍ଥା ହେଉ କିମ୍ବା ଦେଶରେ ତିନ ତଲାଖ କାରଣରୁ ପିଡୀତ ମହିଳାଙ୍କୁ ସ୍ୱାଧୀନତା ଦେବାର କଥା ହେଉ, ସରକାର ଏସବୁ ଉପରେ ଅନେକ କାର୍ଯ୍ୟ କରିଛନ୍ତି। ଗରିବ ଝିଅ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସରକାର ଲଗାତର ଚିନ୍ତା କରି ଆସୁଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *