ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଆଉ ଏକ ନୂଆ ନାମ ସାମ୍ନାକୁ ଆସିଛି।ଆଜ୍ଞା ହଁ ସୁଶାନ୍ତଙ୍କ କେସରେ ଫେକ ପୋଲିସ ୟୁନିଫର୍ମକୁ ନେଇ ବିବାଦ ଚାଲୁଥିଲା।କିନ୍ତୁ ବର୍ତ୍ତମାନ ଜଣାପଡି ସାରିଛି ଯେ ଏହି ଫେକ ପୋଲିସ ଏବଂ ଏହି ୟୁନିଫର୍ମ ପଛରେ କିଏ ଥିଲା?ସେ ହେଉଛନ୍ତି ରାମ ୟାଲଗାର ଯିଏକି ରିୟା ଚକ୍ରବର୍ତ୍ତୀଙ୍କ ବଡିଗାର୍ଡ।ଆସନ୍ତୁ ଜାଣିବା କେମିତି ଜଣାପଡିଲା ସେ ଫେକ ୟୁନିଫର୍ମ ପଛରେ ରାମ ୟାଲଗାର ହିଁ ଥିଲେ ଏବଂ କେମିତି ଧରା ପଡିଲେ।

ସୁଶାନ୍ତଙ୍କ କେସରେ ଲଗାତାର ବହୁତ ବଡ଼ ବଡ଼ ପର୍ଦ୍ଦାଫାସ ହେଉଛି।ଏହି ସମୟରେ ତାଙ୍କ କେସ ଯେବେଠୁ CBI କୁ ହସ୍ତାନ୍ତର କରାଯାଇଛି,ସେବେଠୁ ବହୁତ ଲୋକଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଉଛି।ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ ଯିଏକି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ।ଯେପରିକି ଆପଣମାନେ ସମସ୍ତେ ଜାଣିଛନ୍ତି ED ରିୟାଙ୍କୁ ଦୀର୍ଘ 8ଘଣ୍ଟା ଧରି ପଚରାଉଚରା କରିଥିଲେ।ଏଠି ସବୁଠୁ ବଡ ପ୍ରମାଣ ବାହାରକୁ ଆସିଛି ଯାହା ହେଉଛି ଫେକ ୟୁନିଫର୍ମ ସତ୍ୟତା।
ରିୟା ଚକ୍ରବର୍ତ୍ତୀ ED ଅଫିସ ପହଂଚିବା ପୂର୍ବରୁ ତାଙ୍କର ବଡିଗାର୍ଡ ରାମ ୟାଲଗାର ତାଙ୍କୁ ସୁରକ୍ଷା ଦେବାପାଇଁ ସେଠାରେ ପହଂଚି ସାରିଥିଲେ।ସେଠାରେ ସେ ହାତରେ ବନ୍ଧୁକ ଧରି ପ୍ରବେଶ ଦ୍ୱାର ପାଖରେ ଛିଡା ହୋଇଥିଲେ।ଯେତେବେଳେ ତଦନ୍ତ କରାଗଲା ସେତେବେଳେ ଜଣାପଡିଲା ଯେ ସେ କୌଣସି ପୋଲିସ କିମ୍ବା ପୋଲିସର ଗୁପ୍ତଚର ନଥିଲେ ବରଂ ସେ ରିୟାଙ୍କ ବଡିଗାର୍ଡ ଥିଲେ।ପରେ ଯେତେବେକେ ଆଉ କିଛି ଫୋଟର ଛାନଭିନ କରାଗଲା ସେତେବେଳେ ଏକ ଫୋଟୋରେ ଦେଖିବାକୁ ମିଳିଲା ଯେ ଯେତେବେଳେ ସୁଶାନ୍ତଙ୍କୁ ଗୋଟିଏ ଷ୍ଟ୍ରେଚର ରୁ ଅନ୍ୟ ଏକ ଷ୍ଟ୍ରେଚରକୁ ସ୍ଥାନାନ୍ତର କରାଯାଉଛି ସେତେବେଳେ ସେହି ଫୋଟୋରେ ଜଣେ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ସେ ଆଉ କେହି ନୁହଁ ସେ ହେଉଛନ୍ତି ରାମ ୟାଲଗର।

କୁହାଯାଉଛି କି ସେ ଫେକ ପୋଲିସ ବେଶ ଧରି ସେଠାରେ ପହଞ୍ଚିଥିଲେ।ଯଦି ଥରେ ଭାବିକି ଦେଖିବା ତାହେଲେ, ଯିଏ ED ଅଫିସରେ ଥିଲେ ଯଦି ସେ ହିଁ ହେଉଛନ୍ତି ଏହି ପୋଲିସ ଅଫିସର ତହେଲେ ତାଙ୍କ ପାଖରେ ଦୁଇ ଦୁଇ ଟି ୟୁନିଫର୍ମ କୋଉଠୁ ଆସିଲା ଏବଂ ସେ ଏକା ସହିତ ଦୁଇ ଦୁଇ ଟି ଚାକିରୀ କେମିତି କରୁଛନ୍ତି।ଯଦି ସେ ପୋଲିସ ତାହେଲେ ସେ ଥାନାରେ ରହିବ ଏବଂ ଯଦି ସେ ED ଅଫିସର ଇନଚାର୍ଜ ତାହେଲେ ସେ ED ଅଫିସରେ ରହିବ କିନ୍ତୁ ଆପଣମାନେ ସ୍ପଷ୍ଟ ଦେଖପାରୁଥିବେ ଯେ ସୁଶାନ୍ତଙ୍କୁ ଯେତେବେଳେ ଗୋଟିଏ ଷ୍ଟ୍ରେଚରରୁ ଆଉ ଗୋଟିଏ ଷ୍ଟ୍ରେଚରକୁ ସ୍ଥାନାନ୍ତର କରୁଛନ୍ତି ସେତେବେଳେ ସେଠାରେ ଥିବା ପୋଲିସ ଅଫିସରର ଡ୍ରେସର କାନ୍ଧରେ ବହୁତ ଷ୍ଟାର ଲାଗିଛି,ଯାହା ଏକ ବଡ ପଦବୀକୁ ଦର୍ଶାଉଛି।
ଏଭଳି ପରିସ୍ଥିତିରେ ଜଣେ ବଡ ପଦବୀରେ ଥିବା ଅଫିସର ED ଅଫିସକୁ ଯାଇପାରିବ ନାହିଁ।ବର୍ତ୍ତମାନ ଏଭଳି କିଛି ଫୋଟୋ ସାମ୍ନାକୁ ଆସୁଛି ଯାହା ଏକ ବଡ ବିବାଦ ହୋଇସାରିଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।