ଏହି ସପ୍ତାହରେ ୨୦୦୦ ଟଙ୍କା ହ୍ରାସ ପାଇଲା ସୁନାଦର, ଜାଣନ୍ତୁ କେତେ ଟଙ୍କା ରହିଛି ରୂପାର ମୂଲ୍ୟ।

ଭାରତୀୟ ବଜାରରେ ଆଜି ସୁନା ଏବଂ ଚାନ୍ଦିର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଏମସିଏକ୍ସରେ ଅକ୍ଟୋବରର ସୁନାର ଭବିଷ୍ୟତ ମୂଲ୍ୟ ୦.୬୫ ପ୍ରତିଶତ ଖସିଯାଇ ୧୦ ଗ୍ରାମ ପ୍ରତି ୫୨୫୯୬ ଟଙ୍କା ହୋଇଯାଇଛି। ସେହିପରି ରୂପାର ମୂଲ୍ୟ ଏକ ପ୍ରତିଶତ ଖସି ଯାଇ କିଲୋଗ୍ରାମ ପ୍ରତି ୭୦,୩୪୫ ଟଙ୍କା ହୋଇଛି। ଗତ ସପ୍ତାହରେ ସୁନାର ଦର ୫୬,୦୦୦ର ରେକର୍ଡ ସବୁଠୁ ଉଚ୍ଚ ସ୍ତରରେ ରହିବା ପରଠାରୁ ଏହାର ମୂଲ୍ୟ ଅସ୍ଥିର ରହିଛି। ଗତ ଅଧିବେଶନରେ ସୁନାର ମୂଲ୍ୟ ଏକ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଚାନ୍ଦି ପାଖାପାଖି ୬ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହି ସପ୍ତାହ ଏପର୍ଯ୍ୟନ୍ତ ୧୦ ଗ୍ରାମ ପ୍ରତି ୨୦୦୦ ଟଙ୍କା ସୁନା ଶସ୍ତା ହୋଇଯାଇଛି।

ବିଶ୍ୱ ବଜାରରେ ସୁନାଚନ୍ଦି ମୂଲ୍ୟ:

ବିଶ୍ୱ ବଜାରରେ ଆଜି ସୁନାର ମୂଲ୍ୟ ଆଉଁନ୍ସ ପ୍ରତି ୧,୯୫୨ ଡଲାର ରହିଥିଲା। ଏହି ସପ୍ତାହରେ ବର୍ତ୍ତମାନ ସୁଦ୍ଧା ସୁନା ୪ ପ୍ରତିଶତ ଶସ୍ତା ହୋଇ ଯାଇଛି। ମଙ୍ଗଳବାର ଦିନ ରୁଷ ଦ୍ୱାରା କରୋନା ଭାଇରସର ଟୀକାକୁ ମଞ୍ଜୁରୀ ମିଳିବା ପରେ ନିବେଶକ ଲାଭ ଫାଇଲ କରିଛନ୍ତି।

ସୁନାକୁ ଦୁର୍ବଳ ଡଲାର ପକ୍ଷରୁ ସମର୍ଥନ ମିଳିଥିଲା, ଯେଉଁଥିରେ ନିଜର ପ୍ରତିଦ୍ବନ୍ଦୀ ମାନଙ୍କ ତୁଳନାରେ ଲଗାତର ତୃତୀୟ ଅଧିବେଶନରେ ହ୍ରାସ ଆସିଛି। ଅର୍ଥାତ ଅନ୍ୟ ମୁଦ୍ରା ଧାରକଙ୍କ ପାଇଁ ସୁନା ଶସ୍ତା ହୋଇଗଲା।

ଦୁନିଆର ସବୁଠୁ ବଡ଼ ସ୍ୱର୍ଣ୍ଣ ସମ୍ବନ୍ଧିତ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ (ETF) ଏସପିଡିଆର ଗୋଲଡ଼ ଟ୍ରଷ୍ଟର ହୋଲଡିଙ୍ଗ ଗୁରୁବାର ଦିନ ୦.୧ ପ୍ରତିଶତ ବଢି ୧,୨୫୨.୦୯ ଟନ ହୋଇଯାଇଛି। ଏଥି ମଧ୍ୟରେ ଆରବପତି ରେ ଡାଲିୟୋଙ୍କର ହେଜ ଫଣ୍ଡ ବ୍ରିଜୱାଟର ଏସୋସିଏଟଟ୍ସ ସୁନା ସମର୍ଥୀତ ଏକ୍ସଚେଞ୍ଜ ଟ୍ରେଡେଡ ବା ସୁନା ETFରେ ନିଜର ନିବେଶ ଏକ ତୃତୀୟାଂଶ ବଢ଼ାଇ ଦେଇଛି।

ବ୍ରିଜୱାଟର ଏସପିଡିଆର ସୁନା ସେୟାର ଗୁଡିକ ETFରେ ୧୪ ଲକ୍ଷ ସେୟାର କିଣିଛନ୍ତି। ବିନିମୟକ ଫାଇଲ ଅନୁସାରେ ଏହା ଅପ୍ରେଲ-ଜୁନ ମାସର ପାଖାପାଖି ୧,୩୦,୦୦୦ ଆଉଁନ୍ସ ସୁନା ସହିତ ସମାନ ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *