ବେଜିଂ:- କିଲର ମହାମାରୀ କରୋନା ଭାଇରସର ସୃଷ୍ଟି ଚୀନ ରୁ ହୋଇଥିବା ସାରା ଦେଶ ଚୀନ କୁ ଦୋଷ ଦେଉଥିବା ବେଳେ ଏହାକୁ ଚୀନ ଖଣ୍ଡନ କରି ଚାଲିଛି । ଏବଂ ବର୍ତ୍ତମାନ ପ୍ରଯ୍ୟନ୍ତ ଚୀନ ଗ୍ରହଣ କରୁନାହିଁ କି କରୋନା ଭାଇରସ ର ସୃଷ୍ଟି ଚୀନ ରୁ ହୋଇଛି ।ଏହାରି ଭିତରେ ଚୀନ କାରୋନା କୁ ନେଇ ଏକ ନୂଆ ଦାବି କରିଛି । ବ୍ରାଜିଲ ରୁ ଆସୁଥିବା ଫ୍ରୋଜେନ ଫୁଡ଼ (ଫ୍ରିଜରେ ଦିର୍ଘ ଦିନ ଧରି ରହୁଥିବା ଖାଦ୍ୟ ) ଚିକେନ୍ ରେ ହି କରୋନା ଭାଇରସ ମିଳିଥିବା କହି ଚୀନ ଦାବି କରିଛି । ଅନ୍ୟ ଦେଶରୁ ଆସୁଥିବା ଖାଦ୍ୟ ସାମଗ୍ରୀ କୁ ଭଲ ଭାବେ ଯତ୍ନର ସହ ବ୍ୟବହାର କରିବାକୁ ଚୀନ ର ସେଜେନ ସହରରେ ରହୁଥିବା ଲୋକଙ୍କୁ ଚୀନ ସତର୍କ କରାଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରାଜିଲରେ କୁକୁଡ଼ାର ପରର କରୋନା ନମୁନା ଯାଞ୍ଚ କରାଯାଇଥିଲା,ଏବଂ ସେଥିରେ କରୋନା ପେଜେଟିଭି ଥିବା ଜଣାପଡିଛି । ଏହାକୁ ପରୀକ୍ଷା କରିବା ପାଇଁ ମାଂସର ଉପର ପାର୍ଶ୍ୱ ରୁ ନମୁନା ପରୀକ୍ଷା କରାଯାଇଥିଲା।

ଚୀନ ର ବିବୃତି ରେ ପ୍ରଦାନ କରାଯାଇଥିବା ପଞ୍ଜିକରଣ ନମ୍ବର ଅନୁଯାୟୀ ଏହି କୁକୁଡ଼ା ଟି ଦକ୍ଷିଣ ରାଜ୍ୟ ସାଣ୍ଟା ସାଇଟ୍ରିନାସ୍ଥିତ ଏଲମାନଟସରୁ ଆସିଛି । ବ୍ରାଜିଲୁ ଯେଉଁ ଲୋକେ ପରୀକ୍ଷା ପାଇଁ ଆସିଥିଲେ ସେମାନେ ହୁଏତ କୁକୁଡ଼ାର ସଂସ୍ପର୍ଶରେ ଆସିଥିବା କହି ଚୀନ ଦାବି କରିଛି । ତେବେ ଏପରି ଭାବେ ଚାଇନା ଅନେକ ଜିନିଷର ଅନୁସନ୍ଧାନ କରିଛି, ହେଲେ ସେମାନଙ୍କ ରିପୋର୍ଟ ନକରାତ୍ମକ ଆସିଛି ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |