ସୁଶାନ୍ତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରି ନାହିଁ। ତେବେ ତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପ୍ରଶଂସକଙ୍କ ସହିତ ଆହୁରି ଅନେକ ଲୋକ ଲାଗି ପଡିଛନ୍ତି। କିନ୍ତୁ ବର୍ତ୍ତମାନ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲାଗିପଡିଥିବା ଲୋକ ମାନଙ୍କୁ ଧମକ ଦିଆଯାଉଛି। ସେମାନଙ୍କୁ ଧମକ ପୂର୍ଣ୍ଣ ଫୋନ କଲ ମଧ୍ୟ ଆସୁଛି। ଏଥିସହିତ ସୁଶାନ୍ତଙ୍କ ପରିବାରକୁ ମଧ୍ୟ ଧମକ ଦିଆଯାଉଛି। କଲ କରି କହୁଛନ୍ତି ଯେ, ଆମେ ତୁମକୁ ଦେଖି ନେବୁ ଏହାର ପରିଣାମ ଠିକ ରହିବ ନାହିଁ।
ଏଥିସହିତ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରୁଥିବା ୟୁଟ୍ୟୁବର, ସୋସିଆଲ ମିଡ଼ିଆ ୟୁଜର ଏବଂ ରବି ତିୱାରୀଙ୍କୁ ମଧ୍ୟ ଧମକ ପୂର୍ଣ୍ଣ କଲ ଆସୁଛି। ଏହାକୁ ନେଇ ରବି ତିୱାରୀ ସାଇବର ସେଲରେ କମ୍ପ୍ଲେନ ମଧ୍ୟ କରାଇଥିଲେ। ଏହାଛଡା ବର୍ତ୍ତମାନ ଅଙ୍କିତ ଆଚାର୍ଯ୍ୟଙ୍କୁ ମଧ୍ୟ ଧମକ ପୂର୍ଣ୍ଣ କଲ ଆସିବା ଆରମ୍ଭ ହୋଇଯାଇଛି।
ଅଙ୍କିତ ଆଚାର୍ଯ୍ୟ ସୁଶାନ୍ତଙ୍କର ବହୁତ ନିକଟବର୍ତ୍ତୀ ଥିଲେ। କିଛି ଦିନ ପୂର୍ବରୁ ସେ ମିଡିଆ ସମ୍ମୁଖରେ ବହୁତ ବଡ଼ ବଡ଼ ଖୁଲାସା କରିଥିଲେ। ସୁଶାନ୍ତଙ୍କ ପାଇଁ ନ୍ୟାୟର ଦାବି ମଧ୍ୟ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଚାକିରୀରୁ ମଧ୍ୟ ବାହାର କରିଦିଆ ଯାଇଛି। ବର୍ତ୍ତମାନ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଛି। ଏହି ଧମକ ବିଷୟରେ ଅଙ୍କିତ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଲାଇଭ ଆସି ପ୍ରକାଶ କରିଛନ୍ତି। କିନ୍ତୁ ଏତେସବୁ ପରେ ମଧ୍ୟ ଡରିଯାଇ ନାହାନ୍ତି ଅଙ୍କିତ। ନିଜ ଲାଇଭ ଭିଡ଼ିଓରେ କହିଛନ୍ତି ଯେ, “ଚାହେଁ କିଛି ବି ହୋଇଯାଉ ମୁଁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଇବା ବନ୍ଦ କରିବି ନାହିଁ। ସୁଶାନ୍ତଙ୍କ ବିଷୟରେ ମୁଁ ଯାହା ଜାଣିଛି ସବୁକିଛି ଖୁଲାସା କରିବି ଚାହେଁ ସେଥିପାଇଁ ମୋତେ ମାରି ଦିଆଯାଉ।”
ଯେଉଁଦିନ ଠାରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେବେଠାରୁ ସନ୍ଦେହ କରାଯାଉଥିଲା ଯେ, ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଛି। ଏହାପରେ ଅନେକ ଥିଓରୀ ସାମ୍ନାକୁ ଆସିଥିଲା ଯେଉଁଥିରୁ ଜଣାପଡିଥିଲା ଯେ, ସୁଶାନ୍ତଙ୍କୁ ବହୁତ ମାଡ଼ ମରାଯାଇଛି ତା’ପରେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାର ଚେଷ୍ଟା କରାଯାଉଛି। କିନ୍ତୁ ଷ୍ଟନଗନର ଥିଓରୀ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା। ଷ୍ଟନଗନରେ ବହୁତ ଅଧିକ ପାୱାରର ବିଦ୍ୟୁତ ଝଟକା ଲାଗିଥାଏ। ଏହାଦ୍ବାରା ମଣିଷର ଶରୀର ୧୫ ମିନିଟ ପାଇଁ ସମ୍ପୂର୍ଣ୍ଣ ଭାବରେ ପାରାଲାଇଜଡ ହୋଇଯାଇଥାଏ।
ଏହାର ପ୍ରହାର ଦ୍ୱାରା ମଣିଷ ସବୁ ଶୁଣି ପାରିବ, ଅନୁଭବ କରି ପାରବ, ଦେଖି ପାରିବ ହେଲେ ହାତ ଗୋଡ଼ ଚଳାଇବା ପରି କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ। ସୁଶାନ୍ତଙ୍କର ଗୋଟିଏ ଆଖି ବନ୍ଦ ହୋଇଥିଲା ତେବେ ଷ୍ଟନ ଗନରେ ପ୍ରହାର କରିବା ଦ୍ୱାରା ମଣିଷର ଏପରି ଗୋଟିଏ ଆଖି ବନ୍ଦ ହୋଇଯାଇଥାଏ। ଏହାପୂର୍ବରୁ ଏମିତି ଏକ କ୍ରାଇମ ଆମେରିକାରେ ହୋଇଥିଲା ହେଲେ ସେଠାକାର ଫରେନସିକ ବିଭାଗ ଏହାକୁ ଜାଣି ପାରିଥିଲା। ତେବେ ସୁଶାନ୍ତଙ୍କୁ ପରଲାଇଜଡ କରି ହତ୍ୟା କରାଯାଇଥିଲା।
ଜିୟା ଖାନଙ୍କ ମାଆ ରାବିୟା ଖାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, “ଯେପରି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦିଆଯାଉଛି, ସେହିପରି ତାଙ୍କ ଝିଅ ଜିୟାଙ୍କୁ ମଧ୍ୟ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଜିୟାଙ୍କ ପରି ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ହତ୍ୟା କରିଦିଆ ଯାଇଛି ଏବଂ ମୋତେ ଏହାଠାରୁ ଅଧିକ ମଜବୁର, ବେସାହାରା ଏବଂ ଦୁଃଖିତ ପୂର୍ବରୁ କେବେ ଅନୁଭବ ହୋଇ ନଥିଲା।ଉଭୟ ଜିୟା ଏବଂ ସୁଶାନ୍ତଙ୍କୁ ପ୍ରଥମେ ମିଛ ଭଲପାଇବା , ମିଛ ଦୃଷ୍ଟି ଆକର୍ଷଣ ଦିଆଯାଇଥିଲା।
ଯେତେବେଳେ ଦୁହେଁ ସେମାନଙ୍କର ନର୍ସିଷ୍ଟିକ ସାଇକୋପାଥିକ୍ ଗ୍ୟାସ୍ ଲାଇଟିଙ୍ଗ ସାଥୀଙ୍କ ଜାଲରେ ଫାଶି ଯାଇଥିଲେ ସେତେବେଳେ ତାଙ୍କୁ ଶାରିରୀକ ସ୍ତରରେ କ୍ଷତି ପହଞ୍ଚାଇ ଯାଇଥିଲା। ଦୁଇଜଣଙ୍କୁ ଟଙ୍କା ପାଇଁ ବ୍ୟବହାର କରାଯାଇଥିଲା ଏବଂ ପରିବାର ଲୋକଙ୍କ ଠାରୁ ଦୂରେଇ ଦିଆଯାଇଥିଲା। ଉଭୟ ସୁଶାନ୍ତ ଏବଂ ଜିୟାଙ୍କୁ ମାନସିକ ସ୍ତରରେ ଅକ୍ଷମ କରିଦିଆ ଯାଇଥିଲା ଏବଂ ତାଙ୍କୁ କାମ ନହେବା କାରଣରୁ ଡିପ୍ରେସନରେ ଅଛନ୍ତି ବୋଲି କହିଦିଆ ଯାଇଥିଲା। ଯେତେବେଳେ ସେମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ଦେଲେ ସେତେବେଳେ ତାଙ୍କ ହୋମିସାଇଡ଼ଲ ମୃତ୍ୟୁକୁ ଆତ୍ମହତ୍ୟା କୁହାଗଲା।”
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।