କରୋନା ଭାଇରସକୁ ନେଇ ଡାକ୍ତର ଏବଂ ଅନୁସନ୍ଧାନକାରୀ ଲଗାତର ସନ୍ଧାନ ଜାରି ରଖିଛନ୍ତି। ଡାକ୍ତର ମାନେ କରୋନା ଭାଇରସ ଦ୍ୱାରା ହେଉଥିବା ମୃତ୍ୟୁର ଆଉ ଏକ କାରଣ ଖୁଲାସା କରିଛନ୍ତି। ଡାକ୍ତରଙ୍କ କହିବା କଥା ଯେ, ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ ଯେଉଁ କାରଣରୁ ରୋଗୀଙ୍କ ଅଚାନକ ମୃତ୍ୟୁ ହୋଇପାରେ। ଏହି ଦାବି କୋଭିଡ ଥିଙ୍କ ଟେଙ୍କର ସଦସ୍ୟ ଏବଂ ଲକ୍ଷ୍ନୌର କେଜିଏମୟୁ ହସ୍ପିଟାଲରେ ପଲମୋନରୀ ଏବଂ କ୍ରିଟିକାଲ କେୟାର ମେଡିସିନର ବିଭାଗ ଅଧ୍ୟକ୍ଷ ଡାକ୍ତର ବେଦ ପ୍ରକାଶ କରିଛନ୍ତି।
ଡାକ୍ତର ବେଦ ପ୍ରକାଶଙ୍କ କହିବା କଥା ଯେ, କରୋନା ଭାଇରସ କାରଣରୁ ଫୁସଫୁସର ଶିରା ପ୍ରସିରା ଗୁଡିକରେ ରକ୍ତ ଜମାଟ ବାନ୍ଧି ଯାଉଛି। ରକ୍ତ ଜମାଟ କାରଣରୁ ଅମ୍ଳଜାନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ ଯେଉଁ କାରଣରୁ କରୋନା ରୋଗୀଙ୍କର ଅଚାନକ ମୃତ୍ୟୁ ହୋଇଯାଉଛି।
ଡାକ୍ତରଙ୍କ କହିବା କଥା ଯେ, ଅନ୍ୟ ରୋଗ ତୁଳନାରେ କରୋନା ଭାଇରସ ଅଧିକ ରକ୍ତ ଜମାଟ କରିଥାଏ ଯାହାଦ୍ୱାରା ରୋଗୀଙ୍କ ମୃତ୍ୟୁ ହୋଇଯାଉଛି। କରୋନା ଭାଇରସ କାରଣରୁ କାହିଁକି ରକ୍ତ ଜମାଟ ହେଉଛି ବର୍ତ୍ତମାନ ଏହା ଉପରେ ଗବେଷଣା ଜାରି ରହିଛି। ସମଗ୍ର ଦୁନିଆରେ କରୋନା ଭାଇରସର ରୋଗୀଙ୍କର ଅନେକ ରକ୍ତ ଜମାଟ ମାମଲା ଫାଇଲ କରାଯାଇଛି।
ଡାକ୍ତର ବେଦ ପ୍ରକାଶ କହିଛନ୍ତି ଯେ, କୋଭିଡ-୧୯ ପଜିଟିଭ ମାମଲାରେ ରକ୍ତ ଜମାଟକୁ ନେଇ ଯାଞ୍ଚ ପାଇଁ ଆମେ ଡି ଡାୟମର୍ସ ଟେଷ୍ଟ କରାଯାଉଛି। ଯଦି ଡି ଡାୟମର୍ସ ଲେବଲ ବଢିକରି ରହିଛି ତେବେ ଏହାର ଚିକିତ୍ସା ପାଇଁ ଆମେ ମାନେ ଲୋକ ଚିକିତ୍ସାର ପ୍ରୋଟୋକଲ ଆପଣେଇଥାନ୍ତି। ରକ୍ତ ଜମାଟକୁ କମ କରାଇବା ପାଇଁ ଆମେ ରକ୍ତ ପତଳା କରାଇବା ପାଇଁ ରୋଗୀଙ୍କୁ ମେଡିସିନ ଦେଉଛୁ।
ଏହା ଶରୀରରେ ରକ୍ତକୁ ପତଳା କରିବା ସହିତ ରକ୍ତ ଜମାଟକୁ କମାଇ ରୋଗୀଙ୍କୁ ବଞ୍ଚାଇ ରଖିଥାଏ। ଏକ୍ସ-ରେ ଏବଂ ସିଟି ସ୍କାନ ଜରିଆରେ ମଧ୍ୟ କ୍ରୁଡ଼ ଏନାଲିସିସ କରି ଅନୁମାନ ଲଗାଯାଇ ପାରିବ ଯେ ଶରୀରରେ ରକ୍ତ ଜମାଟ ରହିଛି କି ନାହିଁ।
ଏହାଛଡା ପଲମୋନରୀ ହାଇପରଟେନଶନ ଏବଂ ରାଇଟ ରାଇଟ ଫେଲିୟର ଦ୍ୱାରା ମଧ୍ୟ ରକ୍ତ ଜମାଟ ବିଷୟରେ ଜଣାପଡିଥାଏ। ତେବେ ଏହାର ସଠିକ ଯାଞ୍ଚ ଶବ ବ୍ୟବଚ୍ଛେଦ ଜରିଆରେ କରାଯାଇ ପାରେ। ଶବ ବ୍ୟବଚ୍ଛେଦ ଜରିଆରେ ମୃତ ଶରୀରରୁ ଆର୍ଗନସ ବାହାର କରି ତାହାର ଯାଞ୍ଚ କରିବା ପରେ ଜଣା ପଡିଥାଏ ଯେ ରୋଗୀର ମୃତ୍ୟୁ ରକ୍ତ ଜମାଟ ଦ୍ୱାରା ହୋଇଛି ଅଥବା ମୃତ୍ୟୁର ଅନ୍ୟ କୌଣସି କାରଣ ରହିଛି।
କେତେକ ରିପୋର୍ଟରେ କୁହାଯାଇଛି ଯେ, କୋଭିଡ-୧୯ ପାଖାପାଖି ୩୦ ପ୍ରତିଶତ ଗମ୍ଭୀର ରୋଗୀଙ୍କ ଶରୀରରେ ରକ୍ତ ଜମାଟ ହେଉଛି। ରକ୍ତ ଜମାଟ ବନ୍ଧୁଥିବା କାଟଣାରୁ କୋଭିଡ-୧୯ର ରୋଗୀଙ୍କ ମୃତ୍ୟୁ ହାର ବଢୁଛି। କରୋନା ଭାଇରସ କେଉଁପରି ଭାବରେ ରକ୍ତ ଜମାଟ ବନାଉଛି ଏହାକୁ ନେଇ ଅନେକ ଥିଓରୀ ଦିଆଯାଉଛି।
ସାଇନ୍ସ ମାଗାଜିନ ପ୍ରକୃତରେ ବାହାରିଥିବା ଏକ ଆର୍ଟିକଲ ମୁତାବକ, ଅନୁସନ୍ଧାନକାରୀଙ୍କୁ କୋଭିଡ-୧୯ରେ ରକ୍ତ ଜମାଟ ବାନ୍ଧୁ ଥିବାର ସ୍ପଷ୍ଟ କାରଣ ଜଣା ପଡିନାହିଁ। ତେବେ ଏକ ଥିଓରୀରେ ରହିଛି ଯେ, ରକ୍ତ ଜମାଟ ସେତେବେଳେ ହଉଥାଏ ଯେତେବେଳେ କରୋନା ଭାଇରସ ରକ୍ତ ଧମନୀ ଉପରେ ଆକ୍ରମଣ କରିଥାଏ। ଥରେ ଭାଇରସ ଏସିଇ୨ ରିସେପ୍ଟରରେ ନିଜକୁ ଜାବୁଡି ଧରି ନେଇଥାଏ ଯାହାଦ୍ୱାରା ରକ୍ତ ଧମନୀ ପ୍ରୋଟିନ ରିଲିଜ କରିବା ଆରମ୍ଭ କରିଦେଇଥାଏ ଏବଂ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଇଥାଏ।
ଅନ୍ୟ ଏକ ଥିଓରୀ ମୁତାବକ ମାନବ ଶରୀରର କରୋନା ଭାଇରସ ଆକ୍ରମଣ କାରଣରୁ ଶରୀରର ଇମ୍ୟୁନି ସିଷ୍ଟମ ରିସ୍ପଂନ୍ସକୁ ହାଇପରଆକ୍ଟିଭ କରିଦେଇଥାଏ। ଏହାଦ୍ୱାରା ମଧ୍ୟ ରକ୍ତ ଜମାଟ ହୋଇପାରେ।

ଏହାଛଡା କେତେକ ଲୋକଙ୍କୁ ଆଗରୁ ହିଁ ରକ୍ତ ଜମାଟର ସମସ୍ୟା ରହିଥାଏ। ଏହାଦ୍ୱାରା ବୃଦ୍ଧତ୍ୱ, ଓଜନ ବଢିବା, ହାଇପରଟେନଶନ, ଡାଇବେଟିସ କିମ୍ବା ଏମିତି କୌଣସି ଔଷଧ ଗ୍ରହଣ କରିବା ରକ୍ତ ଜମାଟର ବିପଦ ବଢିଯାଉଥିବ ଏହିପରି ଉପାଦାନ ସାମିଲ ରହିଥାଏ। ସ୍ୱାଇନ ଫ୍ଲୁ ଏବଂ ସାର୍ସର ଭାଇରସ ମଧ୍ୟ ରକ୍ତ ଜମାଟ କରିବାର ବିପଦ ବଢ଼ାଇଥାନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |