କରୋନା ସଙ୍କଟ ସହିତ ସମଗ୍ର ଦେଶ ଲଢ଼ୁଥିବା ସମୟରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଦ୍ୱାରା ଲୋକ ମାନେ ବହୁତ ପରିମାଣର ଲାଭ ଉଠାଉଛନ୍ତି। ଏହି ଯୋଜନାର ଶୁଭାରମ୍ଭ ୨ ଜୁଲାଇରେ ହୋଇଥିଲା ଏବଂ ମାତ୍ର ୪୧ ଦିନ ମଧ୍ୟରେ ୫ ଲକ୍ଷରୁ ଅଧିକ ଲୋନ ପାଇଁ ଆବେଦନ କରାଯାଇ ସାରିଛି। ତେବେ ଏକ ଲକ୍ଷରୁ ଅଧିକ ଲୋକଙ୍କ ଆବେଦନ ମଞ୍ଜୁର କରାଯାଇ ସାରିଛି।
ବାସ୍ତବରେ କରୋନା କାରଣରୁ ବଡ଼ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ମଜୁରୀରେ ଖଟୁଥିବା ଶ୍ରମିକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଶିଳ୍ପ ଏବଂ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଯାଇଛି। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ରାସ୍ତା କଡରେ ଠେଲା କିମ୍ବା ଦୋକାନ ପକାଇ ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। ସେମାନଙ୍କ ବ୍ୟବସାୟ ଆରମ୍ଭ ହୋଇପାରି ନାହିଁ।
ତାଲାବନ୍ଦ କାରଣରୁ ପ୍ରଭାବିତ ରାସ୍ତା କଡର ବେପାରୀ ମାନଙ୍କୁ ପୁନର୍ବାର ବ୍ୟବସାୟ ଆରମ୍ଭ କରିବା ପାଇଁ ମୋଦୀ ସରକାର ପୁଞ୍ଜି ଯୋଗାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ ହେବା ପରେ ସଡ଼କରେ ଠେଲା ଲଗାଇ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି।
ଯଦି ଆପଣ ପୁଞ୍ଜି ଅଭାବରୁ ରାସ୍ତା କଡରେ ଦୋକାନ ଲଗାଇ ପାରୁ ନାହାନ୍ତି ତେବେ ଆପଣ ବିନା କୌଣସି ଗ୍ୟାରେଣ୍ଟିରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅନ୍ତର୍ଗତ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇ ପାରିବେ। ଏଥିପାଇଁ ଆପଣ ନିଜର ନିକଟସ୍ଥ ବ୍ୟାଙ୍କକୁ ଯାଇ ଏହି ଯୋଜନା ଅଧୀନରେ ୧୦ ହଜାର ଟଙ୍କା ଋଣ ହିସାବରେ ନେଇ ନିଜର ବ୍ୟବସାୟ ଆରମ୍ଭ କରି ପାରିବେ।
କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହି ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ରାସ୍ତା କଡ଼ର ବେପାରୀ ମାନେ ଲୋନ ପାଇଁ ଆବେଦନ କରି ସାରିଛନ୍ତି। ତେବେ ଏହି ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଲୋନ ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସେଥିପାଇଁ ଯଦି ଆପଣଙ୍କ ମଧ୍ୟରୁ କେହି ରାସ୍ତା କଡ଼ର ବେପାରୀ ଅଟନ୍ତି ତେବେ ଏହି ଲୋନ ପାଇଁ ଆବେଦନ କରନ୍ତୁ।
ବାସ୍ତବରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସଡ଼କ କଡ଼ର ବେପାରୀ ମାନଙ୍କ ପାଇଁ ହିଁ ଲଞ୍ଚ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ରାସ୍ତା କଡ଼ର ବେପାରୀ ମାନଙ୍କୁ ୧୦ ହଜାର ଟଙ୍କାର ଲୋନ ମିଳିବ। ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା କଥା ଯେ, ଏହି ଯୋଜନାର ଲକ୍ଷ୍ୟ କେବଳ ଲୋନ ଦେବା ନୁହେଁ, ରାସ୍ତାକଡ଼ ବେପାରୀଙ୍କ ସମଗ୍ର ବିକାଶ ଏବଂ ଆର୍ଥିକ ଉତ୍ଥାନ ଏହାର ପରୋକ୍ଷ ଲକ୍ଷ୍ୟ ରହିଛି।
ସବୁଠୁ ବିଶେଷ କଥା ହେଉଛି ଯେ, ଏହି ଯୋଜନା ଅନ୍ତର୍ଗତ ଲୋନ ନେବା ପାଇଁ କୌଣସି ଗ୍ୟାରେଣ୍ଟିର ଆବଶ୍ୟକ ନାହିଁ। ରାସ୍ତା କଡ଼ର ବେପାରୀ ମାନଙ୍କୁ ଏହି ଲୋନ ଏକ ବର୍ଷ ଭିତରେ ମାସିକ କିସ୍ତି ହିସାବରେ ପରିଶୋଧ କରିବାକୁ ପଡିବ। ଯେଉଁମାନେ ଠିକ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ ବାର୍ଷିକ ୭ ପ୍ରତିଶତ ହିସାବରେ ସୁଧ ସବସିଡି ମିଳିବ। ୧୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ମିଳିବାର ସୁବିଧା ମଧ୍ୟ ରହିଛି।
ଦେଶର ଯେକୌଣସି କୋଣରେ ରହୁଥିବା ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ। Small Industries Development Bank of India (SIDBI)ର ଆଇଟି ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ୨ ଜୁଲାଇ ୨୦୨୦ ଠାରୁ ଋଣ ଦେବା ଆରମ୍ଭ କରିଦେଇଛି। ଏହି ଯୋଜନା ପାଇଁ SIDBI କାର୍ଯ୍ୟକାରୀକାରୀ ଏଜେନ୍ସି ଭାବରେ ରହିଛି।