ସୁଶାନ୍ତଙ୍କ ହତ୍ୟାର ସୁପାରିଶ ତାଙ୍କ ବନ୍ଧୁ ସନ୍ଦିପଙ୍କୁ ଦିଆଯାଇଥିଲା, କୋଡିଏ କୋଟି ଟଙ୍କା ଦେଇଥିଲେ ସଲମାନ।

ସୁଶାନ୍ତ ସିଂ ରାଜପୁତଙ୍କ କେସରେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ତଥ୍ୟ ମିଳିଛି। ଏବେ କ୍ରାଇମବ୍ରାଞ୍ଚର ବିଶେଷ ଧ୍ୟାନ ରହିଛି ସୁଶାନ୍ତଙ୍କ ବନ୍ଧୁ ସନ୍ଦିପଙ୍କ ଉପରେ କାରଣ ତାଙ୍କ ବିରୋଧରେ କେତେକ ଏଭିଡ଼େନ୍ସ ମିଳିଛି ଯେଉଁଥିରେ ସବୁଠୁ ବଡ଼ କାରଣ ହେଉଛି ତାଙ୍କ ଆକାଉଣ୍ଟକୁ ୨୦ କୋଟି ଟଙ୍କା ଆସିଛି। ଏହି ଟ୍ରାନ୍ସଫରର ତାରିଖ ସୁଶାନ୍ତଙ୍କ ମୃତ୍ୟୁ ତାରିଖ ସହିତ ବହୁତ ସମ୍ବନ୍ଧ ଥିବାର ସନ୍ଦେହ କରାଯାଉଛି। ସୁଶାନ୍ତଙ୍କ ମୃତ୍ୟୁର ମାତ୍ର ଗୋଟିଏ ଦିନ ପୂର୍ବରୁ ସନ୍ଦିପଙ୍କ ଆକାଉଣ୍ଟକୁ ୧୦ କୋଟି ଟଙ୍କା ଆସିଥିଲା ଏବଂ ସୁଶାନ୍ତଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୁଣିଥରେ ସନ୍ଦିପଙ୍କ ଆକାଉଣ୍ଟକୁ ଆଉ ୧୦ କୋଟି ଟଙ୍କା ଆସିଥିଲା।

ଯେତେବେଳେ କ୍ରାଇମବ୍ରାଞ୍ଚ ସୁଶାନ୍ତଙ୍କ ବନ୍ଧୁଙ୍କୁ ଏହି ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ସେ ଏହାର କୌଣସି ସଠିକ ଉତ୍ତର ଦେଇ ପାରି ନଥିଲେ। କ୍ରାଇମବ୍ରାଞ୍ଚ ପେପର ମାଗିବାରୁ ସନ୍ଦିପଙ୍କ ପାଖରେ ତାଙ୍କୁ ଦେଖାଇବା ପାଇଁ ପେପର ନଥିଲା। ତେବେ ଏହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଯେ ସନ୍ଦିପଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଲା କେଉଁଠୁ। ତେବେ ସନ୍ଦିପଙ୍କ ଆକାଉଣ୍ଟକୁ ଦୁଇଥର କରି ୧୦ କୋଟି ଟଙ୍କା ଲେଖାଏ ଗୋଟିଏ ଥର ହିସାବରେ ଆସିଥିଲା।

ସୁଶାନ୍ତଙ୍କ କେସରେ ସନ୍ଦିପଙ୍କ ହାତ ଥିବାର ସନ୍ଦେହ କରାଯାଉଛି। ସୁଶାନ୍ତଙ୍କ ମୃତ୍ୟୁ ଦିନ ସନ୍ଦିପ ତାଙ୍କ ସହିତ ସୁଶାନ୍ତଙ୍କ ଆପାର୍ଟମେଂଟରେ ଉପସ୍ଥିତ ଥିଲେ। ତେବେ ଏବିଷୟରେ କୌଣସି ସ୍ପଷ୍ଟୀକରଣ ମିଳି ନଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି।

ଏନେଇ କ୍ରାଇମବ୍ରାଞ୍ଚ ସନ୍ଦିପଙ୍କୁ ପ୍ରଶ୍ନ ପାଚିଥିଲେ ଯେ, ଏତେ ଟଙ୍କା ତୁମେ କେଉଁଠୁ ଆଣିଲ, କେହି ତୁମକୁ ଏହି ଟଙ୍କା ପଠାଇଛନ୍ତି ନା ତୁମେ ଏମିତି କିଛି କାର୍ଯ୍ୟ କରି ଏହାକୁ ଉପାର୍ଜନ କରିଛ। ଆମେ ଏହି ଟଙ୍କା ସମ୍ବନ୍ଧୀୟ ପେପର ଦେଖିବାକୁ ଚାହୁଁଛୁ। କାରଣ ଏହା କୌଣସି ଋଣ ଟଙ୍କା ନୁହେଁ। କିନ୍ତୁ ଏହାର ଉତ୍ତରରେ ସନ୍ଦିପ କିଛି କହି ପାରିନଥିଲେ। ତାଙ୍କ ପାଖରେ ମଧ୍ୟ ଦେଖାଇବା ପାଇଁ କୌଣସି ପେପର ନଥିଲା। ସନ୍ଦିପ ସେଠାରେ ନିରବ ରହିଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ କିଛି ସମୟ ଦେଇଛନ୍ତି।

ତେବେ ସନ୍ଦିପଙ୍କ ଯେଉଁ ଆକାଉଣ୍ଟକୁ ଏହି ଟଙ୍କା ଆସିଛି ତାହା ତାଙ୍କର ଅଫିସିଆଲ ଆକାଉଣ୍ଟ ନୁହେଁ। ଏହି ଆକାଉଣ୍ଟ ସନ୍ଦିପଙ୍କ ନାଁରେ ରହିଛି ଏବଂ ସିଗନେଚର ମଧ୍ୟ ସନ୍ଦିପଙ୍କର ଲାଗୁଛି। କିନ୍ତୁ ତାଙ୍କର ଏହି ଆକାଉଣ୍ଟରେ କୌଣସି ଅଫିସିଆଲ କାଗଜପତ୍ର ନାହିଁ। ତେବେ କ୍ରାଇମବ୍ରାଞ୍ଚ ଯେଉଁ ଲୋକଙ୍କୁ ନିଜ ଅଧୀନରେ ନେଇଥିଲା ସେ ସମସ୍ତଙ୍କୁ ତାଙ୍କ ଆକାଉଣ୍ଟ ବିବରଣୀ ଏବଂ ସମସ୍ତ କାଗଜପତ୍ର ମାଗିଥିଲା। ସମସ୍ତେ ନିଜର କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ତାଙ୍କ ପାଖରେ କେତେ ଟଙ୍କା ରହିଛି କେଉଁଠୁ କେତେ ଟଙ୍କା ଆସିଛି ଏସବୁ ବିଷୟରେ ଯାଞ୍ଚ ଚାଲିଛି। କେଉଁଠି ସେମାନଙ୍କର କଣ କଣ ସମ୍ପତ୍ତି ରହିଛି ସେସବୁର ମଧ୍ୟ ବିବରଣୀ ଦେଉଥିଲେ।

ସନ୍ଦିପ ନିଜର ଏହି ଆକାଉଣ୍ଟ ବିଷୟରେ କୌଣସି ବିବରଣୀ କ୍ରାଇମବ୍ରାଞ୍ଚକୁ ଦେଇ ନଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସୁଶାନ୍ତଙ୍କ ମୃତ୍ୟୁ ତାରିଖ ପାଖାପାଖି ଏତେ ଅଧିକ ପରିମାଣର ଟ୍ରାନ୍ସଫର ଦେଖି ସନ୍ଦେହରେ ଯାଞ୍ଚ କରିବା ପରେ ଏହା ସୁଶାନ୍ତଙ୍କ ବନ୍ଧୁ ସନ୍ଦିପଙ୍କ ଆକାଉଣ୍ଟ ବୋଲି ଜଣାପଡିଥିଲା।

Leave a Reply

Your email address will not be published. Required fields are marked *