ସିବିଆଇ ଭୟରେ ପଳାଇ ଯାଉଛନ୍ତି ଅପରାଧୀ ଏବଂ ସୁଶାନ୍ତଙ୍କ କେସରେ ଯୋଡି ରହିଥିବା ଲୋକ। ଗତ ଦୁଇ ମାସ ହେବ ସୁଶାନ୍ତଙ୍କ ପ୍ରଶଂସକ ତାଙ୍କୁ ନ୍ୟାୟ ଦେବା ପାଇଁ ଲାଗି ପଡିଛନ୍ତି। ତେବେ ବିହାର ସରକାରଙ୍କ ସୁପାରିଶରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିବା ପରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏକ ଛୋଟ ବିଜୟ ପ୍ରାପ୍ତ ହୋଇଥିଲା। କିନ୍ତୁ ସିବିଆଇ ତଦନ୍ତ ରାସ୍ତାରେ ମହାରାଷ୍ଟ୍ର ସରକାର ବାଧା ହୋଇ ଠିଆ ହୋଇଥିଲେ। ମହାରାଷ୍ଟ୍ର ସରକାର ଏହି କେସରେ ସିବିଆଇ ତଦନ୍ତ କରାଇଦେବାକୁ ଚାହୁଁ ହିଁ ନାହାନ୍ତି।
ସିବିଆଇ ଟିମ ଏପର୍ଯ୍ୟନ୍ତ ମୁମ୍ବାଇ ପହଞ୍ଚି ନାହିଁ । କିନ୍ତୁ ପ୍ରୟାସ କରାଯାଉଛି ଯେପରି ସିବିଆଇ ଟିମକୁ ମୁମ୍ବାଇ ପହଞ୍ଚିବା ପୂର୍ବରୁ ଅଟକାଇ ଦିଆଯିବ। ଏହାକୁ ନେଇ ସୁପ୍ରିମକୋର୍ଟରେ ବିହାର ସରକାର ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ କେସ ଚାଲିଛି। ତେବେ ଆଜି ସମସ୍ତଙ୍କୁ ସୁପ୍ରିମକୋର୍ଟରେ ନିଜ ଅଭିଯୋଗ ଲିଖିତରେ ଦବାର ଥିଲା। ମହାରାଷ୍ଟ୍ର ସରକାରଙ୍କ ପଏଣ୍ଟ, ରିୟାଙ୍କ ପଏଣ୍ଟ, ବିହାର ସରକାରଙ୍କ ପଏଣ୍ଟ ଏବଂ ସୁଶାନ୍ତଙ୍କ ପରିବାର ଲୋକଙ୍କ ପଏଣ୍ଟ ସବୁକିଛି ସୁପ୍ରିମକୋର୍ଟକୁ ଲିଖିତ ଆକାରରେ ଦେଇଛନ୍ତି। ସୁପ୍ରିମକୋର୍ଟ ଏହା ଉପରେ ଭଲ ଭାବରେ ଯାଞ୍ଚ କରିବା ପରେ ଶୁଣାଣୀ କରିବ। ସେପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ।
ମୋଦୀ ସରକାର ସିବିଆଇକୁ ଏହି କେସର ତଦନ୍ତ ପାଇଁ ନୋଟିଫିକେଶ ପଠାଇବା ଏକ ଟିମ ବନାଇ ମୁମ୍ବାଇ ପଠାଇଦିଆ ଯାଇଥିଲା। କିନ୍ତୁ ସିବିଆଇ ପହଞ୍ଚିବା ପୂର୍ବରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଉଛି। ଏହାଛଡା ଅନେକ ଲୋକ ଭୟରେ ପଳାଇବା ଆରମ୍ଭ କରି ଦେଲେଣି। କିଛି ଲୋକ ନିଜ ପକ୍ଷ ମଧ୍ୟ ବଦଳାଇବା ଆରମ୍ଭ କରିଦେଇଛନ୍ତି। ଯେମିତିକି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯେଉଁ ପାଞ୍ଚ ଜଣ ଡାକ୍ତର ଦସ୍ତଖତ କରିଥିଲେ ସେମାନେ ଏକାସାଙ୍ଗରେ ଗାୟବ ହୋଇଯାଇଛନ୍ତି।
ଏବିଷୟରେ ଗତକାଲି ରିପବ୍ଲିକ ଟିଭିରେ କୁହାଯାଇଥିଲା। ସେମାନଙ୍କ ମଧ୍ୟରୁ କାହାର କୌଣସି ବୟାନ ମଧ୍ୟ ନିଆଯାଇ ନାହିଁ। ବିହାର ପୋଲିସ ଯେତେବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମାଗିବାକୁ ଏବଂ ଡାକ୍ତରଙ୍କ ବୟାନ ନେବାକୁ ଯାଇଥିଲେ ସେତେବେଳେ ସେମାନେ କୌଣସି ସହଯୋଗ କରି ନଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦେଇ ନଥିଲେ। ଏହାଛଡା ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ଠିକ ଭାବରେ ଶବ ବ୍ୟବଚ୍ଛେଦ ହୋଇନଥିବାର ଅଭିଯୋଗ ଆଣିଥିଲେ।
ସିଦ୍ଧାର୍ଥ ପୀଠନି ଯିଏକି ବାରମ୍ବାର ନିଜର ବୟାନ ବଦଳାଇ ଆସୁଛନ୍ତି ଏବଂ ଲାଇଭ ଇଣ୍ଟରଭ୍ୟୁ ଛାଡି ମଧ୍ୟ ଚାଲି ଯାଉଛନ୍ତି ସେ ମଧ୍ୟ ବର୍ତ୍ତମାନ ଗାୟବ ହୋଇଯାଇଛନ୍ତି। ସୁଶାନ୍ତଙ୍କ ଓକିଲ ବିକାଶ ସିଂହ ଗତକାଲି କହିଥିଲେ ଯେ, ସିଦ୍ଧାର୍ଥ ପୀଠନି ଅପରାଧିକ ଚିନ୍ତାଧାରା ପରି କାମ କରୁଛି। ସବୁଠୁ ପ୍ରଥମେ ସେ, ସର୍ବପ୍ରଥମେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେ ସୁଶାନ୍ତଙ୍କ ପରିବାର ସହିତ ସମ୍ପର୍କରେ ଥିଲେ। ଯେପର୍ଯ୍ୟନ୍ତ FIR ଫାଇଲ କରାଯାଇ ନଥିଲା ସେତେ ପର୍ଯ୍ୟନ୍ତ ମଧ୍ୟ ସୁଶାନ୍ତଙ୍କ ପରିବାର ସମ୍ପର୍କରେ ଥିଲେ ସିଦ୍ଧାର୍ଥ ପୀଠନି। ସେ ଜାଣିବାକୁ ଚାହୁଁଥିଲେ ଏମାନେ କଣ କରିବାକୁ ଚାହୁଁଛନ୍ତି ଏବଂ କଣ ଯୋଜନା କରୁଛନ୍ତି। କେସ ଫାଇଲ ହେବା ମାତ୍ରେ ସିଦ୍ଧାର୍ଥ ନିଜର ପକ୍ଷ ବଦଳାଇ ନେଇଥିଲେ। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଓକିଲଙ୍କ ସହଯୋଗ କରିବା ଆରମ୍ଭ କରିଦେଇଥିଲେ।
ସୁଶାନ୍ତଙ୍କ ଚାକର ଦିପେଶ ମଧ୍ୟ ବର୍ତ୍ତମାନ ଗାୟବ ରହିଛନ୍ତି। ତାଙ୍କ ଘରେ ମଧ୍ୟ ମିଡିଆ ପହଞ୍ଚି ଥିଲା କିନ୍ତୁ ସେଠାରେ ସେ ନଥିଲେ ଦିପେଶଙ୍କ ଭାଇ ସେଠାରେ ମିଳିଥିଲେ କିନ୍ତୁ ଦିପେଶଙ୍କ ଭାଇ ମଧ୍ୟ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। ସେ ଏହା ମଧ୍ୟ କହିନଥିଲେ ଦିପେଶ ସାୱନ୍ତ କେଉଁଠାରେ ଅଛନ୍ତି।
ଶୁଣିବାକୁ ମିଳିଛି ଯେ, ସୁଶାନ୍ତଙ୍କ କେସ ମୁମ୍ବାଇ ଟ୍ରାନ୍ସଫର ହୋଇପାରିବ ନାହିଁ କାରଣ ମୁମ୍ବାଇରେ ତ FIR ଫାଇଲ ହିଁ କରାଯାଇ ନାହିଁ। ସୁଶାନ୍ତଙ୍କ ମୃତ୍ୟୁକୁ ଦୁଇମାସ ସମୟ ହୋଇଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ FIR ଫାଇଲ କରାଇ ନାହିଁ। ମାତ୍ର FIR ପାଟଣା ପୋଲିସ ଷ୍ଟେସନରେ ଫାଇଲ କରାଯାଇଛି। ଯଦି FIR ଫାଇଲ ହୋଇନାହିଁ ତେବେ କେଉଁ ପରି ଭାବରେ ମୁମ୍ବାଇ ପୋଲିସ ଏହାର ତଦନ୍ତ କରି ପାରିବ।
ରିୟା ଚକ୍ରବର୍ତ୍ତୀଙ୍କର ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାର ଲାଗିଛି। ସୁଶାନ୍ତଙ୍କ ଟଙ୍କାରେ ବହୁତ ବିଳାସ ବ୍ୟାସନ କରିଛନ୍ତି ରିୟା ଚକ୍ରବର୍ତ୍ତୀ। ଗତ ୬ ରୁ ୭ ମାସ ମଧ୍ୟରେ ସେ ୧୬ ଥର ଟ୍ରିପରେ ଯାଇଛନ୍ତି। ଏଥିମଧ୍ୟରେ ୭ରୁ ୮ଟି ବିଦେଶ ଟ୍ରିପ ରହିଛି। ନିକଟରେ ରିୟାଙ୍କର ଇଟାଲୀ ଠାରେ ଉଠାଇଥିବା ଫୋଟୋ ମଧ୍ୟ ଭାଇରାଲ ହେଉଛି। ୭ ରୁ ୮ ଥର ଗୋଆ ମଧ୍ୟ ଯାଇଥିଲେ ରିୟା। ତେବେ ରିୟା ମୁଖ୍ୟ ଅପରାଧୀ ନୁହନ୍ତି ତାଙ୍କୁ ସୁଶାନ୍ତଙ୍କ ବର୍ବାଦ କରିବା ପାଇଁ ବ୍ୟବହାର କରାଯାଇଛି। ରିୟାଙ୍କ ପଛରେ ବହୁତ ବଡ଼ ବଡ଼ ଲୋକଙ୍କ ହାତ ଥିବାର ସନ୍ଦେହ କରାଯାଉଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।