କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଯାହା ବିଷୟରେ ଶୁଣିବା ପରେ ଲୋକ ମାନଙ୍କ ଆତ୍ମା କମ୍ପିତ ହୋଇଯାଇଥିଲା। ସେପଟେ ଲୋକଙ୍କ କହିବା କଥା ଯେ ଅପରାଧୀଙ୍କ ସହିତ ପଶୁ ମାନେ ମଧ୍ୟ ହତ୍ୟାକାରୀ ହୋଇଯାଇଛନ୍ତି। ବାସ୍ତବରେ ଘରେ ଶୋଇଥିବା ଛୋଟ ଶିଶୁଟିକୁ ଗୋଟିଏ କୁକୁର ନିଜ ମୁହଁରେ କାମୁଡି ଧରି ଦୌଡ଼ି ପଳାଇଯାଇଥିଲା। ବହୁତ ଖୋଜା ଖୋଜି କରିବା ପରେ ଲୋକମାନେ ସେହି ପିଲାଟିର ମୃତଦେହ ବୁଦା ଭିତରୁ ପାଇଥିଲେ।
ଏହି ମାମଲା କାନପୁରର ବର୍ରା ଆଠ ଅଞ୍ଚଳର ଅଟେ। ଏଠାରେ ରହୁଥିବା ନୀରଜ ଏକ ଘରୋଇ କମ୍ପାନୀର ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି। ୧୩ ଜୁଲାଇ ଦିନ ନୀରଜଙ୍କ ଘରେ ଏକ କନ୍ୟା ରତ୍ନର ଜନ୍ମ ହୋଇଥିଲା। ଏହି ଝିଅର ନାମ ସେ ନତାଶା ରଖିଥିଲେ। ଶିଶୁ କନ୍ୟାଟିର ମାଆଙ୍କ କହିବା କଥା ଯେ, ତାଙ୍କ ଝିଅ ଅଗଷ୍ଟ ୧୩ ତାରିଖ ବେଳକୁ ଏକ ମାସର ହୋଇଯାଇଥାନ୍ତା ଯେଉଁଥିପାଇଁ ସେ ତିଳକ ପୂଜନର ଆୟୋଜନ ମଧ୍ୟ କରିଥିଲେ।
ଘଟଣା ଦିନ ସକାଳୁ ଶିଶୁଟିର ମାଆ ଚାନ୍ଦନୀ ତାଙ୍କୁ ଗାଧୋଇ ଦେଇ ଘର ଭିତରେ ବିଛଣାରେ ଶୁଆଇ ଦେଇଥିଲେ ଏବଂ ନିଜେ ଗାଧୋଇବାକୁ ଚାଲି ଯାଇଥିଲେ। ଏହି ଅବସରରେ ଏକ ବୁଲା କୁକୁର ତାଙ୍କ ଘର ଭିତରକୁ ପଶି ଆସିଥିଲା ଏବଂ ଛୁଆଟିକୁ କାମୁଡ଼ି ଧରି ନେଇଯାଇଥିଲା। ଯାହାକୁ ଦେଖି ଚାନ୍ଦନୀ ଜୋର ପାଟିରେ ଚିତ୍କାର କରି କୁକୁର ପଛେ ପଛେ ଦୌଡିଥିଲେ। କିନ୍ତୁ କିଛି ଦୂର ଯାଇ କୁକୁର ଆଖି ଆଗରୁ ଅଦୃଶ୍ୟ ହୋଇଯାଇଥିଲା, ଚାନ୍ଦନୀ ଆଉ କୁକୁରଟିର ପିଛା କରିପାରି ନଥିଲେ।
ଚାନ୍ଦନୀଙ୍କ ଚିତ୍କାର ସ୍ୱର ଶୁଣି ଆଖପାଖର ଲୋକ ଏକତ୍ରିତ ହୋଇଯାଇଥିଲେ। କୁକୁର ଦ୍ୱାରା ଶିଶୁଟିକୁ ଘର ଭିତରୁ ପାଟିରେ କାମୁଡି ନେଇଯାଇଥିବାର ଖବର ପ୍ରଘଟ ହେବା ପରେ ସମ୍ପୂର୍ଣ୍ଣ ଗାଁରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା। ଏହାପରେ ଗାଁ ଲୋକମାନେ ଠେଙ୍ଗା ବାଡ଼ି ଧରି ଶିଶୁ କନ୍ୟାଟିକୁ ଖୋଜିବା ଆରମ୍ଭ କରିଦେଇଥିଲେ।
ବହୁତ ସମୟ ଖୋଜା ଖୋଜି ପରେ ମଧ୍ୟ ଶୁଶୁଟିର କୌଣସି ସନ୍ଧାନ ମିଳି ନଥିଲା। କିଛି ସମୟ ପରେ ଲୋକ ମାନଙ୍କୁ ନାଳ ପାଖରେ ଗୋଟିଏ ଆହତ ଶିଶୁକୁ କିଛି କୁକୁର ଘେରି ରହିଥିବାର ନଜର ଆସିଥିଲେ। ଲୋକମାନେ ସେଠାରେ ପହଞ୍ଚିବା ବେଳକୁ କୁକୁର ମାନେ ପିଲାଟିକୁ ଏକ ଗର୍ତ୍ତରେ ପକାଇଦେଇ ଚାଲି ଯାଇଥିଲେ।
ଯଥା ଶୀଘ୍ର ଆହତ ଶିଶୁଟିକୁ ଗର୍ତ୍ତରୁ ବାହାରକୁ ଅଣାଯାଇଥିଲା ଏବଂ ହସ୍ପିଟାଲ ମଧ୍ୟ ନେଇଯାଇଥିଲେ। ହସ୍ପିଟାଲରେ ଡାକ୍ତର ଶିଶୁ କନ୍ୟାଟିକୁ ମୃତ ଘୋଷିତ କରିଥିଲେ। ଏହି ଘଟଣା ପରେ ବସ୍ତିର ବୁଲା ପଶୁ ମାନଙ୍କ ପାଇଁ ଲୋକ ମାନଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଛି। ସେଠାକାର ଲୋକେ ଠେଙ୍ଗା ବାଡ଼ି ନେଇ ବୁଲା ପଶୁ ମାନଙ୍କୁ ସେହି ଅଞ୍ଚଳରୁ ବାହାର କରିବାରେ ଲାଗି ପଡିଥିଲେ। ଏଥିସହିତ ଆଞ୍ଚଳିକ କାଉନସିଲର ଏବଂ ପୋଲିସକୁ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ଘଟଣା ବିଷୟରେ ଜାଣିବା ପରେ ଅଞ୍ଚଳର ପିଲାମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |