ସୋସିଆଲ ମିଡିଆରେ ଏକ ଲକ୍ଷ ଟଙ୍କାରେ ତିଆରି ଏହି ଘରର ଫୋଟୋ ଚିତ୍ର ଶୀଘ୍ରତାର ସହିତ ଭାଇରାଲ ହେବାରେ ଲାଗିଛି। ବିଶେଷ କଥା ଏହା ଯେ, ଏହି ଘରକୁ କେଉଁଠିକୁ ଚାହିଁବେ ନେଇଯାଇ ପାରିବେ। କାରଣ ଚଳମାନ ଅଟୋ ଉପରେ ହିଁ ଏହି ଘରଟିକୁ ନିର୍ମାଣ କରାଯାଇଛି।
ବାସ୍ତବରେ ଏହି ଘରଟିକୁ ଅଟୋ ରିକ୍ସାକୁ ମୋଡିଫାଏ କରି ତିଆରି କରାଯାଇଛି। ଏହି ଘରଟିକୁ ବନାଇଥିବା ବ୍ୟକ୍ତି ଜଣକ ତାମିଲନାଡୁ ବାସିନ୍ଦା ଏବଂ ୨୩ ବର୍ଷୀୟ ଅରୁଣ ପ୍ରଭୁ ନାମକ ଜଣେ ଯୁବକ ଅଟନ୍ତି। ଏପରି ଏକ ନୂତନ ନିର୍ମାଣାତ୍ମକ ଚିନ୍ତାଧାରା ନେଇ ଘର ତିଆରି କରି ପ୍ରଶଂସାର ପାତ୍ର ହୋଇଥିଲେ।
ଏହି ଘରେ ଶୟନ କକ୍ଷ, ଲିବିଙ୍ଗ ରୁମ, ରୋଷେଇ ଘର ସହିତ ଶୌଚାଳୟ ମଧ୍ୟ ରହିଛି। ଏହି ଘରେ ଦୁଇ ଜଣ ବ୍ୟକ୍ତି ଆରାମରେ ରହି ପାରିବେ। ମୁକ୍ତ ପବନରେ ବସିବାକୁ ଇଚ୍ଛା ହେଲେ ଏହି ଅଟୋର ଛାତରେ ଏକ ଚେୟାର ରଖି ବସିବାର ବ୍ୟବସ୍ଥା ମଧ୍ୟ ରହିଛି। ମଣିଷ ରହିବା ଏବଂ ଚଳିବା ପାଇଁ ଏହି ଘରେ ସବୁକିଛି ସୁବିଧା ରହିଛି।
୩୬ ବର୍ଗ ଫୁଟରେ ନିର୍ମିତ ଏହି ଘରରେ ଆବଶ୍ୟକ ପାଣି ପାଇଁ ୨୫୦ ଲିଟରର ୱାଟର ଟ୍ୟାଙ୍କ ରହିଛି ଏଥିସହିତ ବିଦ୍ୟୁତ ପାଇଁ ୬୦୦ ୱାଟରେ ଏକ ସୋଲାର ପେନାଲ ଲଗାଯାଇଛି। ଏହି ଘରରେ କବାଟ ଏବଂ ଉପରେ ଛାତକୁ ଯିବା ପାଇଁ ସିଢ଼ି ମଧ୍ୟ ତିଆରି ହୋଇଛି।ଅଳ୍ପ ଟଙ୍କାରେ ଏହି ଘରେ ସବୁ ବ୍ୟବସ୍ଥା ରଖିବାର ଚେଷ୍ଟା କରାଯାଇଛି।
ଏହି ଘରଟିକୁ ପୁରୁଣା ଜିନିଷକୁ ରିସାଇକେଲ କରି ତିଆରି କରାଯାଇଛି। ନିର୍ମାଣ କରିବା ପାଇଁ ୫ ମାସ ଲାଗିଥିବା ଏହି ଘରର କାରିଗରୀ ସମସ୍ତଙ୍କୁ ପ୍ରଭାବିତ କରୁଛି। ତାମିଲନାଡୁରେ ରହୁଥିବା ଅରୁଣ ବଙ୍ଗଲୁରୁର ଡିଜାଇନ ଏବଂ ଆର୍କିଟେକ କମ୍ପାନୀ ବିଲବୋର୍ଡ଼ ସହିତ ମିଶି ଏହାକୁ ବନାଇଛନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |