ସୁଶାନ୍ତଙ୍କ ମୃତ୍ୟୁ ଦିନ ଠାରୁ ତାଙ୍କ କେସରେ ଆମ୍ବୁଲାନ୍ସ ବିଷୟରେ ଅନେକ କଥା କୁହାଯାଉଥିଲା। ସମସ୍ତେ ଏହା ମଧ୍ୟ କହିଦେଇଥିଲେ ଯେ ଯେଉଁମାନେ ଆମ୍ବୁଲାନ୍ସ ନେଇ ଆସିଥିଲେ ସେମାନେ ହିଁ ଜାଣିଥିବେ କଣ ହୋଇଛି ସୁଶାନ୍ତଙ୍କ ସହିତ। କାରଣ ସୁଶାନ୍ତଙ୍କୁ ଉପରୁ ନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପୁଣି ହସ୍ପିଟାଲ ପଞ୍ଚାଇବା ପର୍ଯ୍ୟନ୍ତ ମଧ୍ୟ ଏହି ଆମ୍ବୁଲାନ୍ସ କର୍ମୀ ମାନେ ତାଙ୍କ ସହିତ ଥିଲେ। ତେବେ ଆମ୍ବୁଲାନ୍ସ ଅଟେନଡାଣ୍ଟ ଜଣକ ବର୍ତ୍ତମାନ ବୟାନ ଦେଇଛନ୍ତି ଯେ, ଯାହା ସୁଶାନ୍ତଙ୍କ କେସରେ ଦେଖା ଯାଉଛି ତାହା ହୋଇ ନାହିଁ। ସୁଶାନ୍ତଙ୍କ ମୃତ୍ୟୁର ତଥ୍ୟକୁ ଲୁଚାଇ ଦିଆଯାଉଛି। ମୁଁ ମଧ୍ୟ ଏହାକୁ ଖୋଲିକରି କହି ପାରୁ ନାହିଁ କାରଣ ମୋ ଉପରେ ମଧ୍ୟ ଚାପ ପକାଇଛନ୍ତି।
ଆମ୍ବୁଲାନ୍ସ ଅଟେନଡାଣ୍ଟ ଜଣକ ଏକ ନ୍ୟୁଜ ଚ୍ୟାନେଲରେ ଆସି ଏହା ବୟାନ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥାଏ ତେବେ ତାଙ୍କ ଶରୀର ହଳଦିଆ ପଡେ ନାହିଁ। ସାଧାରଣତଃ ଜଣେ ବ୍ୟକ୍ତି ଆତ୍ମହତ୍ୟା କଲେ ତାଙ୍କ ପାଦ ସିଧା ରହିଥାଏ କିନ୍ତୁ ସୁଶାନ୍ତଙ୍କ ପାଦ ବଙ୍କା ହୋଇଥିଲା। ପାଦ ବଙ୍କା ହୋଇ ସେତେବେଳେ ରହିଥାଏ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଜବରଦସ୍ତ ମାରିବାକୁ ଚେଷ୍ଟା କରାଯାଏ ଏବଂ ସେ ବଞ୍ଚିବା ପାଇଁ ସଂଘର୍ଷ କରି ମରିଯାଏ ସେତେବେଳେ ତାଙ୍କ ପାଦ ବଙ୍କା ହୋଇଥାଏ।
ଏଥିସହିତ ସେଦିନ ଆମ୍ବୁଲାନ୍ସ ଅଟେନଡାଣ୍ଟ ଜଣକ ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ଦେଖିଥିଲେ ତାହା କୌଣସି କପଡାର ନୁହେଁ ବରଂ ପଟ୍ଟାର ଥିଲା। ଯଦି ଆତ୍ମହତ୍ୟା କରିଥିଲେ ତାଙ୍କ ବେକାର ଚାରି ପାଖରେ ଚିହ୍ନ ରହିଥାନ୍ତା କିନ୍ତୁ ସୁଶାନ୍ତଙ୍କର କେବଳ ବେକର ସାମ୍ନାରେ ଏପରି ଚିହ୍ନ ରହିଥିଲା।
ସେହି କର୍ମଚାରୀ ଜଣକ କହିଥିଲେ ଯେ, ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଶରୀରକୁ ଆମେ ଦେଖିଥିଲୁ ସେତେବେଳେ ଦେଖିବା ମାତ୍ରେ ଆମକୁ ଲାଗିଥିଲା ସୁଶାନ୍ତଙ୍କ ହତ୍ୟା କରି ଏଠାରେ ଝୁଲାଇ ଦିଆ ଯାଇଛି। ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତ୍ୟେକ ଦିନର ଏହାହିଁ କାର୍ଯ୍ୟ ରହିଥାଏ ସେଥିପାଇଁ ସେମାନେ ଦେଖୁ ଦେଖୁ ଜାଣି ଦେଇଥିଲେ ଏହା ଏକ ହତ୍ୟା ମାମଲା। ସେମାନେ ଦେଖୁ ଦେଖୁ ଜାଣିଦେଉଥିବେ କେଉଁ ମାମଲା ହତ୍ୟା ଏବଂ କେଉଁ ମାମଲା ଆତ୍ମହତ୍ୟା।
ସେ ଅନେକ ଫ୍ୟାକ୍ଟ କହିଥିଲେ ଯେମିତିକି, ସୁଶାନ୍ତଙ୍କ ମୁହଁରୁ କିଛି ବାହାରୁ ନଥିଲା। ଜଣେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ମୁହଁରୁ କିଛି ତରଳ ପଦାର୍ଥ ପରି ଜିନିଷ ବାହାରିଥାଏ, ଜିଭ ମଧ୍ୟ ବାହାରି ପଡିଥାଏ, ବେକର ହାଡ଼ ଭାଙ୍ଗି ଯାଇଥାଏ। କିନ୍ତୁ ସୁଶାନ୍ତଙ୍କ କେସରେ ଏମିତି କିଛି ହେଲେ ହୋଇନଥିଲା। ତେବେ ଏହି ସବୁ ତଥ୍ୟକୁ ଲକ୍ଷ୍ୟରେ ରଖି ସେହି କର୍ମଚାରୀ ଜଣକଙ୍କୁ ଲାଗିଥିଲା ଯେ, ସୁଶାନ୍ତଙ୍କ ହତ୍ୟା କରାଯାଇଛି।
ବର୍ତ୍ତମାନ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ସିକ୍ରେଟ ମୁମ୍ବାଇ ପୋଲିସ ଅଫିସର ଯିଏ ନିଜର ପରିଚୟ ଲୁଚାଇ ରଖିଛନ୍ତି କିଛି କଥା କହୁଛନ୍ତି। ଏହି ଭିଡ଼ିଓରେ ତାଙ୍କ ମୁହଁ ମଧ୍ୟ ଅସ୍ପଷ୍ଟ ରହିଛି, ସ୍ୱର ମଧ୍ୟ ବଦଳାଇ ଦିଆ ଯାଇଛି, ମୁହଁରେ ମାକ୍ସ ମଧ୍ୟ ପିନ୍ଧିଛନ୍ତି ଏବଂ ଦାବି କରିଛନ୍ତି ଯେ ସେ ମୁମ୍ବାଇ ପୋଲିସର କର୍ମଚାରୀ ବୋଲି। ଏହି ଭିଡ଼ିଓରେ ସେ କହିଛନ୍ତି ଯେ, ମୁମ୍ବାଇ ପୋଲିସ ଉପରେ ବହୁତ ଚାପ ରହିଛି। ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ କେସରେ କିଛି କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କିଛି କରିବାକୁ ଦିଆଯାଉ ନାହିଁ କାରଣ ତାଙ୍କ ଉପରେ ରାଜନୈତିକ ଚାପ ରହିଛି।
ସେ ଏହାମଧ୍ୟ କହୁଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କର ହତ୍ୟା କରାଯାଇଛି। ଏଥିସହିତ ସେ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସଲିୟାନଙ୍କ କେସ ପରସ୍ପର ସହିତ କନେକଟେଡ଼ ରହିଛି। ଦିଶା ସହିତ ଦୁଷ୍କର୍ମ କରାଯାଇଛି ଏବଂ ସୁଶାନ୍ତଙ୍କ କେସରେ ଜଣେ ବଡ ନେତାଙ୍କ ହାତ ରହିଛି। ଏମିତି ଅନେକ ଦାବି କରାଯାଇଛି ଏହି ସିକ୍ରେଟ ଭିଡ଼ିଓରେ।
ଏହି ସିକ୍ରେଟ ଭିଡ଼ିଓ ଭାଇରାଲ ହେବା ପରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି। କଣ ସେହି ଭିଡ଼ିଓ ରିୟଲ ଯଦି ହଁ ତେବେ କଣ ଏହାକୁ ମୁମ୍ବାଇ ପୋଲିସର ଜଣେ କର୍ମଚାରୀଙ୍କ ଦ୍ଵାରା କରାଯାଇଛି। ତେବେ ଏହି ଭିଡ଼ିଓ ଫେକ ମଧ୍ୟ ହୋଇଥାଇ ପରେ। ଏହା ରିୟଲ କିମ୍ବା ଫେକ ଏବିଷୟରେ ଏପର୍ଯ୍ୟନ୍ତ କୌଣସି ପୁଷ୍ଟି କରାଯାଇ ନାହିଁ। ଯଦିଓ ଏହି ଭିଡ଼ିଓ ରିୟଲ ହୋଇଥିବ ତେବେ ଏହି ବ୍ୟକ୍ତିର ପରିଚୟ ସ୍ପଷ୍ଟ ହୋଇଗଲେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିପାରେ। ସୁଶାନ୍ତଙ୍କ କେସରେ ୯୯ ପ୍ରତିଶତ ହତ୍ୟାର ଆଶଙ୍କା ରହିଥିବା ବେଳେ ମାତ୍ର ୧ ପ୍ରତିଶତର ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବାର ସମ୍ଭାବନା ରହିଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।