ଖେଳିବା ବାହାନାରେ ୬ ବର୍ଷର ଝିଅକୁ ଦୁ-ଷ୍କର୍ମ କରୁଥିଲେ ପିତା, କୋର୍ଟରେ ଝିଅ ଘୋଷଣା କଲେ, ବାପା ଫର୍କ ଭିତରେ ପଶାଉଥିଲେ ବାଡ଼ି।

ଦୁନିଆରେ ଅନେକ ପ୍ରକାରର ଅପରାଧିକ ମାମଲା ସାମ୍ନାକୁ ଆସିଥାଏ। କିଛି ଅପରାଧକୁ ଘର ଭିତରେ ହିଁ କରାଯାଇଥାଏ। ଅଷ୍ଟ୍ରେଲିଆର କଲ୍ଟ ଇନସେସ୍ଟ ପରିବାରକୁ ତା’ର ପାପ ପାଇଁ ଅନେକ ବଦନାମ ସହିବାକୁ ପଡିଥିଲା। ଏହି ପରିବାରଟି ୪୦ ସଦସ୍ୟ ବିଶିଷ୍ଟ ବଡ ପରିବାର ଅଟେ ଏବଂ ସେମାନେ ଏନଏସଡବ୍ଲୁରେ ରହୁଥିଲେ।

ଛୋଟ ଛୋଟ କୋଠରୀ ଥିବା ଏହି ଘରରେ ଯେଉଁ ଅପରାଧର କାହାଣୀ ଲେଖା ଯାଇଥିଲା ତାହା ଅତ୍ୟନ୍ତ ଲୋମ ହର୍ଷଣକାରୀ ଅଟେ। ପରିବାରର ୬ ବର୍ଷର ଛୋଟ ଝିଅ ସହିତ ବର୍ଷ ବର୍ଷ ଧରି ତାଙ୍କ ପିତା ଦୁଷ୍କର୍ମ କରି ଆସୁଥିଲେ। ଝିଅଟିକୁ ଜଣା ମଧ୍ୟ ନଥିଲା ଯେ ତାଙ୍କ ସହିତ କଣ କରାଯାଉଛି। ଯେତେବେଳେ ସରକାର ଏହି ପରିବାରକୁ ରାସ୍ତାରୁ ହଟାଇଥିଲେ ସେତେବେଳେ ଘରର ଅବସ୍ଥା ଦେଖି ସମସ୍ତଙ୍କର ଡାକ୍ତରୀ ପରିକ୍ଷା କରାଇଥିଲେ। ଏହିସମୟରେ ଜଣାପଡିଥିଲା ଯେ ଝିଅଟି ସହିତ ଦୁଷ୍କର୍ମ କରାଯାଇଛି। ଏହାପରେ ଗୋଟିଏ ଗୋଟିଏ କରି ପରିବାରର ସମସ୍ତ ଅପରାଧ ସାମ୍ନାକୁ ଆସିଥିଲା।

ଏହି ପରିବାର ୨୦୧୨ ମସିହାରେ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସେମାନଙ୍କ ଘରର ଫୋଟୋ ଚିତ୍ର ସାମ୍ନାକୁ ଆସିଥିଲା। ଏଠାରେ ୪୦ ଜଣ ଲୋକ ଏକ ଛୋଟ ଟେଣ୍ଟରେ ରହୁଥିଲେ। ଘରର ଅବସ୍ଥା ବହୁତ ଶୋଚନୀୟ ଥିଲା।

ଏହି ଛୋଟ ଘରଟିରେ ଶୌଚାଳୟ ଏବଂ ସ୍ନାନଗାର ମଧ୍ୟ ନଥିଲା। ଲୋକ ଗାଧୋଉ ନଥିଲେ ଏବଂ ସମସ୍ତ ପରିସ୍ଥିତି ବହୁତ ଖରାପ ଥିଲା। ପୁରା ଘର ଧୂଳି ଏବଂ ମାଟିରେ ପୋତି ହୋଇଯାଇଥିଲେ।

ଏହି ସମୟରେ ପରିବାରର ସବୁଠୁ ଛୋଟ ସଦସ୍ୟ ୬ ବର୍ଷର ନଦିୟା କାଲ୍ଟଙ୍କର ଯାଞ୍ଚ ସମୟରେ ପୋଲିସ ମାନେ ଜାଣିବାକୁ ପାଇଲେ ଯେ, ତାଙ୍କୁ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି। ତାଙ୍କୁ ଏହା ଜଣା ମଧ୍ୟ ନଥିଲା ଯେ, ତାଙ୍କ ସହିତ କଣ ହେଉଛି।

ଯେତେବେଳେ ପୋଲିସ ତାଙ୍କୁ ପଚାର ଉଚରା କରିଥିଲେ ସେ ଯାହା ଖୁଲାସା କରିଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ଛୋଟ ଝିଅଟି କହିଥିଲା ଯେ ପିତା ତାଙ୍କ ସହିତ ଖେଳୁଥିଲେ। ସେ ଏକ ବାଡିକୁ ଖେଳ ଖେଳରେ ତାଙ୍କ ଶରୀରରେ ପଶାଇ ଦେଉଥିଲେ।

ଝିଅଟି ବୟାନ ଦେଇଛି ଯେ, ତାଙ୍କ ପିତା ଚାର୍ଲି କାଲ୍ଟ ତାଙ୍କ ପତ୍ନୀଙ୍କ ଶୋଇବା ପରେ ଝିଅ ସହିତ ଦୁଷ୍କର୍ମ କରୁଥିଲେ। ଝିଅଟି ଠିକ ଭାବରେ କଥା କହି ପାରୁ ନଥିଲେ। ସେହି କାରଣରୁ ଅଫିସର ମାନଙ୍କୁ ତାଙ୍କ କଥା ବୁଝିବାକୁ ଅଧିକ ସମୟ ଲାଗିଥିଲା।

ଝିଅଟି କହିଥିଲା ଯେ, ତାଙ୍କ ପିତା ଏକ ବାଡ଼ି ନେଇ ଝିଅଟିର ଫ୍ରକ ଭିତରେ ପସେଇ ଦେଉଥିଲେ ଯାହା ଝିଅଟିର ଶରୀର ଭିତରେ ପଶୁଥିଲା। ଏବେ ଅନେକ ଦିନର ତଦନ୍ତ ପରେ ସିଡନି କୋର୍ଟ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ନେବାର ପ୍ରସ୍ତୁତି କରୁଛି।

ନଦିୟାଙ୍କ ଜନ୍ମ ପରେ ସେ କେବେ ସେହି ଟେଣ୍ଟ ବାହାରକୁ ବାହାରି ନଥିଲେ। ଏହି କାରଣରୁ ସେ କିଛି ବୁଝିପାରି ନଥିଲେ। ଯେତେବେଳେ ପୋଲିସ ତାଙ୍କୁ ତଦନ୍ତ ପାଇଁ ନେଇଥିଲେ ସେତେବେଳେ ସେ କିଛି କହିପାରୁ ନଥିଲେ। ଏତେ ଦୁର୍ବଳ ଥିଲେ ଯେ, ଚାଲିପାରୁ ନଥିଲେ।

ଏହି କେସ ଅଷ୍ଟ୍ରେଲିଆରେ ବହୁତ ଚର୍ଚ୍ଚିତ ହୋଇଥିଲା। କାଲ୍ଟ ପରିବାର ଏଠାକାର ସବୁଠୁ ଅଧିକ ବଦନାମ ପରିବାର ନାମରେ ପରିଚିତ। ତେବେ ଝିଅଟିର ବୟାନକୁ ନେଇ ସଂଶୟ ବ୍ୟକ୍ତ କରାଯାଉଛି। କାରଣ ସେ ଦୁଷ୍କର୍ମ କଥା କହି ନାହାନ୍ତି। ସେ କହିଛନ୍ତି ଯେ, ପିତା ଏକ ବାଡ଼ି ପୁରାଇ ତାଙ୍କ ସହିତ ଖେଳୁଥିଲେ। ବର୍ତ୍ତମାନ ଫାଇନାଲ ତଦନ୍ତ ପରେ ସଜା ଶୁଣାଯିବ।

Leave a Reply

Your email address will not be published. Required fields are marked *