ଆମେରିକାର ବୈଜ୍ଞାନିକ କଲେ ବଡ଼ ଖୁଲାସା, ସୁଶାନ୍ତଙ୍କୁ ଏହି ଭୟାନକ ଯାନ୍ତ୍ରିକ ଉପକରଣ ଦ୍ୱାରା ହତ୍ୟା କରାଯାଇଛି।

ରିୟା ଚକ୍ରବର୍ତ୍ତୀଙ୍କର ମୋବାଇଲ ଫୋନ, ଲାପଟପ, ଟାଵଲେଟ ଏହିସବୁ କିଛି ଜବତ କରାଯିବା ପାଇଁ ED ତରଫରୁ ନିର୍ଦେଶ ଦିଆଯାଇଥିଲା। ED ଆଦେଶ ଜାରି କରବା ପରେ ରିୟାଙ୍କର ଏହିସବୁ ଇଲେଟ୍ରୋନିକ ଉପକରଣ ଜବତ କରାଯାଇଛି। ଜବତ କରାଯିବା ପରେ ବର୍ତ୍ତମାନ ଏଗୁଡିକର ଭଲ ଭାବରେ ଯାଞ୍ଚ ଚାଲିଛି। ରିୟାଙ୍କ ଫୋନ କଲରୁ ଜଣା ପଡିଲା ଯେ, ରିୟା ତାଙ୍କ ଫୋନରେ AU ନାମରେ ସେଭ୍ କରିଥିବା ଜଣେ ବ୍ୟକ୍ତିଙ୍କ ନମ୍ବରକୁ ୫୦ ରୁ ୬୦ କଲ କରିଥିଲେ। ତେବେ EDର କହିବା ପୂର୍ବରୁ ଏହି ତଥ୍ୟ ରିପବ୍ଲିକ ଭାରତ ଦ୍ୱାରା ଭାଇରାଲ ହୋଇଯାଇଥିଲା। ରିବବ୍ଲିକ ରିୟାଙ୍କ କଲ ରେକର୍ଡ ସମ୍ପୂର୍ଣ୍ଣ ଭାବେ ଭାଇରାଲ କରିଦେଇଥିଲା

ED ପ୍ରଶ୍ନ କରିଛି ଯେ ଏହି AU ନାମକ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ନାମ ଏପରି ଏକ କୋଡ ଭାବରେ ସେଭ୍ କରି ରଖିଛନ୍ତି ରିୟା। ଏହି AU କୁ ରିୟା ବଦଳାଇ ପରବର୍ତ୍ତୀ ସମୟରେ SU କରିଦେଇଛନ୍ତି। ତେବେ ରିୟାଙ୍କ ତରଫରୁ ମଧ୍ୟ ଏହାର ଉତ୍ତର ଆସିଯାଇ ସାରିଛି। ରିୟାଙ୍କ ଲୋକ ମାନେ କହିଛନ୍ତି ଯେ, ରିୟାଙ୍କର କୌଣସି ଜଣେ ବନ୍ଧୁଙ୍କ ନାମ ଅନନ୍ୟା ଉଦାସ ଯାହାର ସର୍ଟ ଫର୍ମ ହେଉଛି AU। ସେହି ଅନନ୍ୟାଙ୍କ ସହିତ ରିୟା କଥାବାର୍ତ୍ତା କରୁଥିଲେ। ରିୟାଙ୍କର ବହୁତ ଘନିଷ୍ଠ ବନ୍ଧୁ ଥିଲେ ଅନନ୍ୟା।

କ୍ରାଇମବ୍ରାଞ୍ଚ ଟିମ ଯେଉଁ ମୁହୂର୍ତ୍ତରେ ମହାରାଷ୍ଟ୍ର ପହଞ୍ଚିବ ସେତେବେଳେ ସେ ସୁଶାନ୍ତଙ୍କ କେସର କ୍ରାଇମ ସିନକୁ ପୁନଃ ସୃଷ୍ଟି କରିବେ। ଅର୍ଥାତ ସୁଶାନ୍ତଙ୍କ ଓଜନର ଏବଂ ତାଙ୍କ ଆକାରର ଏକ ବଡ଼ ଜିନିଷକୁ ଆଣି ସୁଶାନ୍ତ ଫସି ଲଗାଇଥିବା ପରି ଏକ କପଡ଼ାରେ ଝୁଲାଇ ଦିଆଯିବ। ବେଡ ଏବଂ ପଙ୍ଖାର ଦୂରତାକୁ ମାପ କରାଯିବ। ଏହିପରି ଆହୁରି ଅନେକ କିଛି କରିବ କ୍ରାଇମବ୍ରାଞ୍ଚ। ଯାଞ୍ଚ କରାଯିବ ସୁଶାନ୍ତ ଫାଶି ଲଗାଇଥିବା ସବୁଜ ରଙ୍ଗର କପଡାଟି ବାସ୍ତବରେ ସୁଶାନ୍ତଙ୍କ ଓଜନ ସମ୍ଭାଳି ପାରିବକି ନାହିଁ।

ବିହାର ସରକାର, ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ ଉପରେ କିଛି ପ୍ରଶ୍ନ ଉଠାଇଥିଲେ। ସେହିପରି ବିହାରରୁ ଆସି ମୁମ୍ବାଇରେ ଏପରି ତଦନ୍ତ କରିବାକୁ ନେଇ ବିହାର ପୋଲିସ ଉପରେ ପ୍ରଶ୍ନ ଆଣିଥିଲା ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାର ଏହାକୁ ବେଆଇନ ବୋଲି କହିଥିଲେ। ଏନେଇ ସୁପ୍ରିମକୋର୍ଟରେ ବିଚାର ଚାଲିଥିଲା ଏବଂ ଶୁଣାଣି ହେବାର ଥିଲା ଯେ ଏହି କେସରେ ତଦନ୍ତ କିଏ କରିବେ। କ୍ରାଇମବ୍ରାଞ୍ଚ କେସର ତଦନ୍ତ କରିବ କିନ୍ତୁ କାହାର ସୁପାରିଶରେ କରିବ।

ବିହାର ସରକାରଙ୍କ ସୁପାରିଶରେ ନା ମହାରାଷ୍ଟ୍ର ସରକାରର ସୁପାରିଶରେ, ମୁମ୍ବାଇ ପୋଲିସ ଏହାର ତଦନ୍ତ କରିବ ନା ବିହାର ପୋଲିସ। ଏହାକୁ ନେଇ ଶୁଣାଣି ହେବାର ଥିଲା ଯାହାକୁ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖିଦିଆ ଯାଇଛି। ତେବେ ବର୍ତ୍ତମାନ ପାଇଁ ବିହାର ସରକାରଙ୍କ ସୁପାରିଶରେ କେନ୍ଦ୍ର କ୍ରାଇମବ୍ରାଞ୍ଚ ଟିମକୁ ତଦନ୍ତ ପାଇଁ ପଠାଇଦେଇଛି।

ଫରିଦାବାଦରେ କ୍ରାଇମବ୍ରାଞ୍ଚ ସୁଶାନ୍ତଙ୍କ ପରିବାରକୁ ପଚରା ଉଚରା କରିଥିଲା। କ୍ରାଇମବ୍ରାଞ୍ଚ ସମ୍ମୁଖରେ ବୟାନ ଦେବା ସମୟରେ ସୁଶାନ୍ତଙ୍କ ପରିବାର ଲୋକ କହିଥିଲେ ଯେ, ସେମାନଙ୍କୁ ବର୍ତ୍ତମାନ ସନ୍ଦେହ ହେଉଛି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କର ହତ୍ୟା କରାଯାଇଛି। ପରିବାର ଲୋକଙ୍କ ଏପରି ବୟାନ ପରେ କ୍ରାଇମବ୍ରାଞ୍ଚ ଏହି କେସକୁ ହତ୍ୟା ଦୃଷ୍ଟି କୋଣରୁ ମଧ୍ୟ ତଦନ୍ତ କରାଇବ ନହେଲେ ଏହାର ଯାଞ୍ଚ କେବଳ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଦୃଷ୍ଟି କୋଣରୁ କରଯାଇଥାନ୍ତା। ବର୍ତ୍ତମାନ କେସର ଯାଞ୍ଚ ଏହି ଉଭୟ କ୍ଷେତ୍ରରେ କରାଯିବ।

ରିୟା ଏକ ଏଫିଡେଫିଟ ଫାଇଲ କରିଥିଲେ ଯେ ବର୍ତ୍ତମାନ ବିହାର ସରକାରଙ୍କ ସୁପାରିଶରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ଯାହା ଆମକୁ ପସନ୍ଦ ନୁହେଁ। ଯଦି ମହାରାଷ୍ଟ୍ର ସରକାର କେନ୍ଦ୍ରକୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିବ ଏବଂ ସେହି ସୁପାରିଶ କ୍ରମେ କେନ୍ଦ୍ରସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଞ୍ଜୁରୀ ଦେବେ ତାହେଲେ ଆମର କିଛି ଅସୁବିଧା ନାହିଁ ଆମେ ଖୁସିର ସହିତ ସହଯୋଗ କରିବୁ।

କିନ୍ତୁ ଗତକାଲି ରିୟାଙ୍କୁ ଯେତେବେଳେ ପଚରା ଯାଇଥିଲା କଣ ତୁମେ ଚାହୁଁଛ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଠିକ ଭାବରେ ତଦନ୍ତ କରାଯାଉ ସେତେବେଳେ ରିୟାଙ୍କ ବୟାନ ହିଁ ବଦଳି ଯାଇଥିଲା। ସେ କହିଥିଲେ କ୍ରାଇମବ୍ରାଞ୍ଚ ନୁହେଁ ମୁମ୍ବାଇ ପୋଲିସ ହିଁ କେସରେ ତଦନ୍ତ କରନ୍ତୁ। ଏହାପରେ ତାଙ୍କୁ ପଚରା ଯାଇଥିଲା କିଛିଦିନ ପୂର୍ବରୁ ତୁମେ ନିଜେ ସୋସିଆଲ ମିଡିଆରେ କ୍ରାଇମବ୍ରାଞ୍ଚ ତଦନ୍ତର ଦାବି ରଖିଥିଲ ହେଲେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ହେଉଛି ତ ତୁମେ ଏହାର ଅନେକ ପ୍ରକାରର ବିରୋଧ କରୁଛ।

ଗତକାଲି ସକାଳ ଠାରୁ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜୁ ବାନ୍ଧୱା ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ମୁଁ ଆମେରିକାର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଜଣେ ବୈଜ୍ଞାନିକ ଅଟେ। ସେ ଜଣକ ଭିଡ଼ିଓରେ କମେଣ୍ଟ କରିଥିଲେ ଯାହାକୁ ଲୋକମାନେ ସ୍କ୍ରିନସଟ ନେଇ ଭାଇରାଲ କରିଦେଇଥିଲେ। ତେବେ ସେ ସେହି କମେଣ୍ଟରେ ଲେଖିଛନ୍ତି ଯେ, ସୁଶାନ୍ତଙ୍କୁ ପ୍ରଥମେ ଷ୍ଟନ ଗନ ଦ୍ୱାରା ମାରିଛନ୍ତି।

ଏହା ବହୁତ ଅଧିକ ବିଦ୍ୟୁତ ପାୱାର ବିଶିଷ୍ଟ ଯାନ୍ତ୍ରିକ ଉପକରଣ ଅଟେ। ସୁଶାନ୍ତଙ୍କ ବେକରେ ଥିବା ଏକ ଗୋଲାକାର ବଡ଼ ବିନ୍ଧୁ ପରି ଚିହ୍ନ ହେଉଛି ଏହି ଯାନ୍ତ୍ରିକ ଉପକାରଣର ପ୍ରହାର ଦ୍ୱାରା ସୃଷ୍ଟି ହୋଇଥିବା ଚିହ୍ନ। ସେହି ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ଷ୍ଟନଗନରେ ଆକ୍ରମଣ କରିବା ଦ୍ୱାରା ହିଁ ଏପରି ଚିହ୍ନ ସୃଷ୍ଟି ହୋଇଥାଏ। ଷ୍ଟନଗନରେ ବହୁତ ଅଧିକ ପାୱାରର ବିଦ୍ୟୁତ ଝଟକା ଲାଗିଥାଏ। ଏହାଦ୍ବାରା ମଣିଷର ଶରୀର ସମ୍ପୂର୍ଣ୍ଣ ଭାବରେ ପାରାଲାଇଜଡ ହୋଇଯାଇଥାଏ।

ଏହାର ପ୍ରହାର ଦ୍ୱାରା ମଣିଷ ସବୁ ଶୁଣି ପାରିବ, ଅନୁଭବ କରି ପାରବ, ଦେଖି ପାରିବ ହେଲେ ହାତ ଗୋଡ଼ ଚଳାଇବା ପରି କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ। ସୁଶାନ୍ତଙ୍କର ଗୋଟିଏ ଆଖି ବନ୍ଦ ହୋଇଥିଲା ତେବେ ରାଜୁ ବାନ୍ଧୱା କହିଛନ୍ତି ଯେ ଷ୍ଟନ ଗନରେ ପ୍ରହାର କରିବା ଦ୍ୱାରା ମଣିଷର ଏପରି ଗୋଟିଏ ଆଖି ବନ୍ଦ ହୋଇଯାଇଥାଏ। ଏହାପୂର୍ବରୁ ଏମିତି ଏକ କ୍ରାଇମ ଆମେରିକାରେ ହୋଇଥିଲା ହେଲେ ସେଠାକାର ଫରେନସିକ ବିଭାଗ ଏହାକୁ ଜାଣି ପାରିଥିଲା ଏବଂ ଅପରାଧୀଙ୍କୁ ଧରିନିଆଯାଇଥିଲା। ରାଜୁ କହିଛନ୍ତି ଯେ ଭାରତର ଫରେନସିକ ଅଧିକାରୀ କାହିଁକି ଏହାକୁ ଜାଣିପାରୁ ନାହାନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସ୍ପଷ୍ଟ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *