୨୦୨୦ ମସିହାରେ ଏପର୍ଯ୍ୟନ୍ତ କୌଣସି ସୁଖଦ ଘଟଣା ବୋଧହୁଏ ଘଟିତ ହୋଇନଥିବ। କିନ୍ତୁ ଏବର୍ଷ ତାରକା ମାନଙ୍କ ମଧ୍ୟରେ ଦୃଶ୍ୟମାନ ହେବାକୁ ଥିବା ଦୁର୍ଲଭ ଘଟଣା ଜ୍ୟୋତିର୍ବିଜ୍ଞାନୀ ଏବଂ କରୋନା ମହାମାରୀ ମଧ୍ୟରେ ଘରେ ସମୟ ଅତିବାହିତ କରୁଥିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ ସୁଖଦ ରହିବ। ଅକ୍ଟୋବର ମାସ ୩୧ ତାରିଖରେ, ବିରଳ ଚନ୍ଦ୍ରମା ଏହାର ନୀଳ ଅବତାରରେ ଦେଖିବାକୁ ମିଳିବ ଯାହାକୁ “ବ୍ଲୁ ମୁନ” ମଧ୍ୟ କୁହାଯାଏ।
ଆକାଶରେ ନୀଳ ରଙ୍ଗର ଚନ୍ଦ୍ରମା ଦେଖାଯିବା ଏକ ଅସାମାନ୍ୟ ଘଟଣା ଅଟେ ଯାହାକି ତିନି ବର୍ଷରେ ଥରେ ଦେଖିବାକୁ ମିଳିଥାଏ। କିନ୍ତୁ ଏପରି ପ୍ରଥମ ଥର ହେଉଛି ଯେ, ଅକ୍ଟୋବର ୩୧ ଅର୍ଥାତ ହେଲୋଵିନ ଦିନ ଏହାକୁ ଦେଖିବାକୁ ମିଳିବ ଯେଉଁଥିପାଇଁ ଏହା ଅତ୍ୟନ୍ତ ବିଶେଷ ମୁହୂର୍ତ୍ତ ଭାବରେ ମାନ୍ୟତା ଦିଆଯାଉଛି।
ଏହି ନୀଳ ରଙ୍ଗର ଚନ୍ଦ୍ରମା ଅର୍ଥାତ ବ୍ଲୁ ମୁନ ୩୧ ଅକ୍ଟୋବରକୁ ଦେଖିବାକୁ ମିଳିବ। ୨୦୨୦ ମସିହାରେ ଦେଖଯିବାକୁ ଥିବା ଏହି ନୀଳ ଚନ୍ଦ୍ରମାକୁ ପୁନଃ ଦେଖିବା ପାଇଁ ୨୦୩୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। “ବ୍ଲୁ ମୁନ” କିମ୍ବା “ନୀଳ ଚାନ୍ଦ” କୁହାଯାଉଥିବା ଏହି ଦୁର୍ଲଭ ଦୃଶ୍ୟ ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ବିଶେଷ ରହିବ।
ନାସାର କହିବା ମୁତାବକ, ଅଧିକାଂଶ ବ୍ଲୁ ମୁନ ହଳଦିଆ ଏବଂ ଧଳା ଦେଖାଯାଇଥାଏ। କିନ୍ତୁ ଏହି ଚନ୍ଦ୍ରମା ଆଜି ପର୍ଯ୍ୟନ୍ତ ଦେଖାଯାଇଥିବା ଅନ୍ୟ ଚନ୍ଦ୍ରମା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ। କ୍ୟାଲେଣ୍ଡରରେ ମାସ ବଦଳି ଗଲେ ପୂର୍ଣ୍ଣିମା ଚନ୍ଦ୍ରର ଭୌତିକ ଗୁଣରେ ପରିବର୍ତ୍ତନ ଆସି ନଥାଏ। ସେଥିପାଇଁ ଏହାର ରଙ୍ଗ ଗୋଟିଏ ପ୍ରକାରର ରହିଥାଏ।
ତାଙ୍କ କହିବା କଥା ଯେ, ବେଳେ ବେଳେ ଚନ୍ଦ୍ରମା ନୀଳ ରଙ୍ଗର ଦେଖାଯାଇଥାନ୍ତି। କିନ୍ତୁ ଏହା ବାୟୁମଣ୍ଡଳୀୟ ପରିସ୍ଥିତି ଗୁଡିକରେ ଆସିଥିବା ପରିବର୍ତ୍ତନ କାରଣରୁ ଏପରି ନୀଳ ଦେଖାଯାଇଥାଏ। କ୍ୟାଲେଣ୍ଡରରେ ସମୟ ବଦଳିଥିବା କାରଣରୁ ଏପରି କଦାପି ହୁଏ ନାହିଁ। ଏପରି ଏକ ଘଟଣାର ପ୍ରସିଦ୍ଧ ଉଦାହରଣ ହେଉଛି, ୧୮୮୩ ମସିହାରେ ଯେତେବେଳେ ଜ୍ଵାଳାମୁଖୀ କ୍ରାକୋଟା ଫାଟିଥିଲା। ଜ୍ଵାଳାମୁଖୀରୁ ବାହାରୁଥିବା ଧୂଳି ପବନରେ ଉପରକୁ ଉଥିବା କାରଣରୁ ଚନ୍ଦ୍ରମା ନୀଳ ରଙ୍ଗର ଦେଖା ଯାଇଥିଲା।
ଏବର୍ଷ ବ୍ଲୁ ମୁନ ମାସିକ ପାଇଁ ହେବ। ୧ ଅକ୍ଟୋବର ଏବଂ ୩୧ ଅକ୍ଟୋବର ୨୦୨୦କୁ ପୂର୍ଣ୍ଣିମା ହେବ ଅର୍ଥାତ ଏହି ଦିନରେ ପୂର୍ଣ୍ଣ ଚନ୍ଦ୍ର ଦେଖା ଦେବ। ତେବଡ଼ ଅକ୍ଟୋବର ମାସରେ ପୂର୍ବରୁ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ନିର୍ଦ୍ଧାରିତ ରହିଛି। ପରବର୍ତ୍ତୀ ପୂର୍ଣ୍ଣିମାରେ ନୀଳ ଚନ୍ଦ୍ରମା ଦୃଶ୍ୟମାନ ହେବ।
ଯଦି ୩୧ ଅକ୍ଟୋବର ଦିନ ଆକାଶ ପରିଷ୍କାର ରହିବ ତେବେ ଏହି ଦିନ ରାତ୍ରି ସମୟରେ ଆପଣ ବାଇନାକୁଲାର୍ ସାହାଯ୍ୟରେ ନୀଳ ଚନ୍ଦ୍ରମା ଦେଖିବାର ଆନନ୍ଦ ଉଠାଇ ପାରିବେ। ଏଥିସହିତ ମହାମରୀ କରୋନା ସମୟରେ ଘରେ ବସିଥିବା ବ୍ୟକ୍ତି ମାନେ ନିଜ ସମୟର ସଦୁପଯୋଗ କରି ପାରିବେ ଏବଂ ପ୍ରକୃତିର ଆନନ୍ଦ ଉପଭୋଗ କରି ପାରିବେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |