IP ଆଡ୍ରେସ ବଦଳାଇ, ସୁଶାନ୍ତଙ୍କୁ ମାଡ଼ ମାରି ସମ୍ପତ୍ତିର ମାଲିକ ହୋଇଯାଇଥିଲେ ସୋବିକ। ସବୁକିଛି ସୋବିକଙ୍କ ନାମରେ ଥିଲା।

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଲଗାତର ନୂତନ ଖୁଲାସା ହେବାରେ ଲାଗିଛି। ପ୍ରତ୍ୟେକ ଦିନ ଗୋଟିଏ ନୂତନ ମୋଡ଼ ନେଉଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା। ଧୀରେ ଧୀରେ ରିୟାଙ୍କ ପାପ ସର୍ଵସମ୍ମୁଖକୁ ଆସୁଛି। ବର୍ତ୍ତମାନ ଯେଉଁ ଖୁଲାସା ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖିଦବ। ରିୟାଙ୍କ ଭାଇ ସୋବିକଙ୍କ ମହାପାପର ଖୁଲାସା ହପିଯାଇଛି। ଏବେ ସୋବିକ ସୁଶାନ୍ତଙ୍କ ସମସ୍ତ ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି। ଏପରି କରିବା କେତେ କଣ କରବାକୁ ପଡିଛି ରିୟା ଏବଂ ସୋବିତଙ୍କୁ। ଗୋଟିଏ ଲେଟର ସାମ୍ନାକୁ ଆସୁଛି ଯାହା ସୋବିତଙ୍କ କଳା କାରନାମା ଖୋଲିବା ପାଇଁ ପର୍ଯ୍ୟାପ୍ତ। ସୁଶାନ୍ତଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ ତାଙ୍କ ଜାଲି ଦସ୍ତଖତ ମଧ୍ୟ କରାଯାଇଛି।

ସୁଶାନ୍ତଙ୍କୁ କଣ୍ଟ୍ରୋଲ କରିବା ପାଇଁ ତାଙ୍କ ଠାରୁ ଟଙ୍କା, ସମ୍ପତ୍ତି ହଡ଼ପ କରିବା ପାଇଁ ତାନ୍ତ୍ରିକଙ୍କୁ ଡ଼କାଯାଇଥିଲା, ସୁଶାନ୍ତଙ୍କୁ ମାଡ଼ ମଧ୍ୟ ମରା ଯାଇଥିଲା। ସୋବିତ ରିୟାଙ୍କ ଠାରୁ ଆହୁରି ଗୋଟିଏ ପାଦ ଆଗୁଆ ବାହାରିଲେ। ସେ ସୁଶାନ୍ତଙ୍କ ସବୁକିଛି ନିଜ ନାଁରେ କରାଇନେଇଥିଲେ। ସୋବିତ ୧୭ ଥର IP ବଦଳାଇ ଦେଇଥିଲେ କେତେଥର ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ IP ବଦଳା ଯାଇଥିଲା।

ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଘରେ ତାଙ୍କ ସହିତ ଲିଭ-ଇନରେ ରହୁଥିଲେ। ସେଠାକୁ ଅନେକ ଥର ସୋବିକ ମଧ୍ୟ ଆସୁଥିଲେ। ତେବେ ଆପଣ ସମସ୍ତେ ଜାଣନ୍ତି ୟୁରୋପ ଟ୍ରିପ ପରେ କିପରି ଭାବରେ ସୁଶାନ୍ତଙ୍କ ସ୍ଵାସ୍ଥ୍ୟ ଖରାପ ରହିବା ଆରମ୍ଭ ହୋଇଯାଇଥିଲା। ୟୁରୋପ ଟ୍ରିପରେ ରିୟା ଏବଂ ସୁଶାନ୍ତଙ୍କ ସହିତ ସୋବିକ ମଧ୍ୟ ୟୁରୋପ ବୁଲିବାକୁ ଯାଇଥିଲେ। ଏହାର ଅର୍ଥ ସମ୍ପୂର୍ଣ୍ଣ ଯୋଜନାରେ ରିୟାଙ୍କ ସହିତ ତାଙ୍କ ଭାଇ ସୋବିକ ମଧ୍ୟ ଏସବୁ ପାପର ଭାଗିଦାରୀ ରହିଥିଲେ। ସୁଶାନ୍ତଙ୍କ ଟଙ୍କାରେ ରିୟା ଦାମି ଫ୍ଲାଟ କିଣୁଥିଲେ, ବିଦେଶ ଯାଉଥିଲେ ହେଲେ ସୋବିକ ସୁଶାନ୍ତଙ୍କ ସବୁକିଛି ଛଡାଇ ନେବା ପାଇଁ ସ୍ଥିର କରିନେଇଥିଲେ।

୧୪ ଜୁନକୁ ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ପିତାଙ୍କ ରିପୋର୍ଟ ପରେ ମୁମ୍ବାଇ ପୋଲିସ ସହିତ ବିହାର ପୋଲିସ ମଧ୍ୟ ଏହି କେସରେ ତଦନ୍ତ ଆରମ୍ଭ କରିଦେଇଥିଲା। ବର୍ତ୍ତମାନ ଏହି କେସର ଯାଞ୍ଚ ED ସହିତ କ୍ରାଇମବ୍ରାଞ୍ଚ ମଧ୍ୟ କରିବ। ଏଥିସହିତ ରିୟା ଚକ୍ରବର୍ତ୍ତୀଙ୍କ ଏକ ଯାଚିକାର ଶୁଣାଣି ସୁପ୍ରିମକୋର୍ଟ ମଧ୍ୟ କରୁଛି। ତେବେ ବର୍ତ୍ତମାନ ଏହି ମାମଲାରେ ଆଉ ଏକ ନୁଆଁ ଖୁଲାସା କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ ବଦଳାଇ ଦିଆ ଯାଇଛି।

ଏକ ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓ ମୁତାବକ, “ସୁଶାନ୍ତ ଏବଂ ରିୟାଙ୍କ ମାଲିକାନା ଥିବା କମ୍ପାନୀର ୱେବସାଇଟରେ ଆଇପି ଆଡ୍ରେସ ଏବଂ ଡୋମେନ ନାମ ଦଦଳାଇ ଦିଆଯାଇଛି। ଏହି ପରିବର୍ତ୍ତନ ୨୩ ଜୁନକୁ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଗତ ଦୁଇମାସ ଭିତରେ କମ୍ପାନୀର ୱେବସାଇଟର ନାମ ଏବଂ ଆଡ୍ରେସ ୧୮ ଥର ବଦଳା ଯାଇଛି ଏବଂ ଏଥିରେ ଶେଷ ପରିବର୍ତ୍ତନ ଅଗଷ୍ଟ ୭ରେ କରାଯାଇଛି।

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ପିତାଙ୍କ ରିପୋର୍ଟ ପରେ ED ରିୟାଙ୍କ ସମେତ ତାଙ୍କ ପରିବାର ଏବଂ ତାଙ୍କ ପୂର୍ବ ମ୍ୟାନେଜର ସୃତି ମୋଦୀ ଓ ସିଦ୍ଧାର୍ଥ ପୀଠନିଙ୍କୁ ପଚରା ଉଚରା କରୁଛି। ସୁଶାନ୍ତଙ୍କ ପରିବାର ତରଫରୁ ଆରୋପ ରହିଛି ଯେ, ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ବାହାର କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ୬ ଜଣ ଲୋକଙ୍କ ବିରୋଧରେ ମକଦ୍ଦମା ଫାଇଲ କରିଛି। ଏହି ୬ ଜଣଙ୍କ ମଧ୍ୟରେ ଲୋକଙ୍କ ମଧ୍ୟରୁ ୪ ଜଣ ରିୟାଙ୍କ ପରିବାର ଲୋକ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସୃତି ମୋଦୀ ଏବଂ ସେମୁଏଲ ମିରଣ୍ଡା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *