ରିୟାଙ୍କ ସବୁଠୁ ବଡ଼ କବୁଲନାମା। ଶେଷରେ ED ଅଫିସ ସାମ୍ନାରେ ମୁହଁ ଖୋଲିଲେ ରିୟା।

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି। ରିୟା ନିଜେ ସ୍ୱୀକାର କରିନେଇଛନ୍ତି ଯେ ସେ ସୁଶାନ୍ତଙ୍କ ଠାରୁ ଟଙ୍କା ହଡ଼ପ କରିଥିଲେ ଏଥିସହିତ ତାଙ୍କୁ ଡିପ୍ରେସନ ଭିତରକୁ ଠେଲି ଦେଇଥିଲେ। ଏମିତି କିଛି ହଙ୍ଗମା ହୋଇଥିଲା ମୁମ୍ବାଇର ED ଅଫିସ ସାମ୍ନାରେ। ଯେତେବେଳେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ସୋବିତ ସହିତ ED ଅଫିସ ସାମ୍ନାରେ ପହଞ୍ଚିଥିଲେ ସେତେବେଳେ ମିଡ଼ିଆ ଜାଲରେ ଫସିଗଲେ ରିୟା। ରିୟା ଏମତି ଭାବରେ ଫସିଗଲେ ଯେ ସେ ସର୍ବ ସମ୍ମୁଖରେ ନିଜ ମୁହଁରୁ ସତ ପ୍ରକାଶ କରିପକାଇଥିଲେ।

ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୋବିତଙ୍କୁ ଦ୍ଵିତୀୟ ଥର ପାଇଁ ପଚରା ଉଚରା କରିବା ପାଇଁ ED ଅଫିସକୁ ଡକାଇଥିଲେ। ଏଥର ରିୟା ଓ ତାଙ୍କ ଭାଇଙ୍କ ସହିତ ED ରିୟାଙ୍କ ପିତା ଇନ୍ଦ୍ରଜିତ, ସିଦ୍ଧାର୍ଥ ପଠାନି ଏବଂ ରିୟାଙ୍କ ମ୍ୟାନେଜର ସୃତି ମୋଦୀଙ୍କୁ ମଧ୍ୟ ପଚରା ଉଚରା କରିବାକୁ ଡକାଇଥିଲେ। ସମୋବାର ଦିନ ଠିକ ୧୧ଟା ସମୟରେ ରିୟା ତାଙ୍କ ଭାଇ ସୋବିତଙ୍କ ସହିତ ED ଅଫିସରେ ଯାଇ ପହଞ୍ଚିଥିଲେ। ସେ ଘରୁ ଏହାର ଦୁଇଘଣ୍ଟା ପୂର୍ବରୁ ବାହାରିଥିଲେ ମଧ୍ୟ ଓକିଲ ମାନଙ୍କୁ ଦେଖା କରି ସକାଳ ୧୧ଟା ସମୟରେ ରିୟା ED ଅଫିସରେ ପହଞ୍ଚିଥିଲେ।

ED ଅଫିସ ସାମ୍ନାରେ ରିୟାଙ୍କ ପହଞ୍ଚିବା ପୂର୍ବରୁ ହିଁ ମିଡ଼ିଆର ଭିଡ଼ ଜମି ରହିଥିଲା। ବହୁ ପରିମାଣର ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ରିୟା କାରରୁ ବାହାରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ମିଡ଼ିଆ ମାନେ ତାଙ୍କ ଉପରେ ପ୍ରଶ୍ନର ବର୍ଷା କରିଦେଇଥିଲେ। କେହି ଜଣେ ପଚାରିଥିଲେ ରିୟା ତୁମେ ଏପରି କାହିଁକି କରିଲ? ଆଉ କେହି କହିଲେ ରିୟା ତୁମ ସଫାଇ ଦେବା ପାଇଁ କଣ କହିବ? ଆଉ ଜଣେ ପଚାରିଲେ ରିୟା ତୁମେ ଏବଂ ତୁମ ପରିବାର ସୁଶାନ୍ତଙ୍କୁ ପିଟୁଥିଲ, ତୁମେ ସୁଶାନ୍ତଙ୍କୁ କାହିଁକି ମାରିଲ? ଏହାପୂର୍ବରୁ ମଧ୍ୟ ଅନେକ ଥର ରିୟା ମିଡ଼ିଆ ସାମ୍ନାକୁ ଆସିଥିଲେ ହେଲେ ନିର୍ଦୋଷ ପରି କିଛି ନଜାଣିଥିବାର ଅଭିନୟ କରିଥିଲେ।

ଏଥର ମିଡ଼ିଆର ଜଣେ ରିପୋର୍ଟର ରିୟାଙ୍କୁ ପଚାରିଲେ ତୁମେ କାହିଁକି ସୁଶାନ୍ତଙ୍କ ହତ୍ୟା କରିଲ? ଏହି ପ୍ରଶ୍ନ ଶୁଣିବା ପରେ ରିୟା ରାଗରେ ଜର୍ଜରିତ ହୋଇଗଲେ, ଗେଟ ଭିତରେ ପହଞ୍ଚିବା ପରେ ରିୟା ତୁରନ୍ତ ସମସ୍ତଙ୍କ ସାମ୍ନାରେ କହିଲେ,” ହଁ ମୁଁ ମାରିଛି ତାଙ୍କୁ, ମୁଁ ହିଁ ମାରିଛି, ତୁମେ କଣ କରିବ ମୋର?” ରିୟାଙ୍କ ଏତିକି କହିବା ପରେ ତାଙ୍କ ଭାଇ ତୁରନ୍ତ ଆସି ତାଙ୍କୁ ଦଦ୍ଵିତୀୟ ଫ୍ଲୋରରେ ଥିବା ED ଅଫିସକୁ ନେଇଯାଇଥିଲେ। କିଛି ଲୋକ କହୁଛନ୍ତି ଯେ ରିୟା ରାଗିକରି ଏପରି କହିଛନ୍ତି। ତେବେ ରିୟାଙ୍କ ରାଗିବା ମଧ୍ୟ ସ୍ୱାଭାବିକ ଅଟେ କାରଣ ସେ ନିଜ ଯୋଜନାରେ ସଫଳ ହେବା ସହିତ ସହଜରେ ଏହି କେସରୁ ଖସି ଖସି ଯାଇଥିଲେ କିନ୍ତୁ ଦେଢ଼ ମାସ ପରେ କେସର ରୂପରେଖ ଏପରି ବଦଳିବା ନିହାତି ଭାବରେ ରିୟାଙ୍କ ଫସାଇ ଦେଇଛି।

ଏହାପୂର୍ବରୁ ମଧ୍ୟ ରିୟାଙ୍କ ସହିତ ତାଙ୍କ ଭାଇ ଏବଂ ରିୟାଙ୍କ ମ୍ୟାନେଜର ସୃତି ମୋଦିଙ୍କୁ ED ଅଫିସ ଯିବାକୁ ପଡିଥିଲା। ସେଠାରେ ଏମାନଙ୍କୁ ଭିନ୍ନ ଭିନ୍ନ ବସାଇ ପଚରା ଉଚରା କରାଯିବାର ଥିଲା। ପ୍ରଥମେ ରିୟା EDଙ୍କ ସାମ୍ନାକୁ ଆସିବାକୁ ମନା କରିଦେଇଥିଲେ। ପରେ ପଚରା ଉଚରା ପାଇଁ ଆସିଲେ ତ ପ୍ରଥମେ ED ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। ଯେତେବେଳେ ED ପକ୍ଷରୁ ଶକ୍ତି ଦେଖାଗଲା ରିୟା ଭୟରେ ସବୁକିଛି ବକି ଦେଇଥିଲେ।

ରିୟାଙ୍କୁ ୮ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା ED। ଏହା ମଧ୍ୟ ସ୍ପଷ୍ଟ ହୋଇଗଲା ରିୟା ୧୪ ଲକ୍ଷ ଆୟରେ ୪ କୋଟିର ଫାଇଲ କେଉଁଠାରୁ କିଣି ପାରିଲେ। ନିଜ ମାଆଙ୍କୁ ଏତେ ଦାମି ଫ୍ଲାଟ କାହା ଟଙ୍କାରେ ଦେଇଥିଲେ। ବିଦେଶ ଯାତ୍ରା ଠାରୁ ଆରମ୍ଭ କରି ନିଜର ବିଳାସ ବ୍ୟସନ ଜୀବନ ଅତିବାହିତ ପାଇଁ ଟଙ୍କା କାହା ଠାରୁ ଆଣିଲେ। ଚାଳକ ରିୟାଙ୍କର ED ସାମ୍ନାରେ ବୁଦ୍ଧି ହଜିଯାଇଥିଲା। ରିୟା କାନ୍ଦିବାକୁ ଆରମ୍ଭ କରିଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, EDଙ୍କ ସାମ୍ନାରେ ମଧ୍ୟ ସୁଶାନ୍ତଙ୍କ ସମ୍ପତ୍ତିରେ ନିଜର ଦାବି ଜାହିର କରିଥିଲେ ରିୟା।

ପ୍ରଥମେ ରିୟା EDକୁ ପଚରା ଉଚରା ପାଇଁ ଆହୁରି ସମୟ ମାଗିଥିଲେ ହେଲେ ED ସିଧାସଳଖ ଭାବରେ ମନା କରିଦେଇଥିଲା। ଏହାପରେ ରିୟା ଏବଂ ତାଙ୍କ ଭାଇ ସୋବିକ ED ଅଫିସରେ ପଚରା ଉଚରା ପାଇଁ ପହଞ୍ଚି ଯାଇଥିଲେ। ପରମ୍ଭିକରେ ରିୟାଙ୍କୁ ଯେକୌଣସି ପ୍ରଶ୍ନ ପଚରା ଗଲା ରିୟା ସେଗୁଡିକର ଉତ୍ତର ମୋର ମନେ ନାହିଁ, ମୋର ଦେହ ଭଲ ନାହିଁ ସେଥିପାଇଁ ମୁଁ ମନେ ପକାଇ ପାରୁ ନାହିଁ ପରି ବାକ୍ୟ ପ୍ରୟୋଗ କରି ED ସାମ୍ନାରେ ମଧ୍ୟ ରିୟା ନିଜର ଚାଲାକି ଦେଖାଇଥିଲେ। ଏହାପରେ ED ରିୟାଙ୍କ ସାମ୍ନାରେ ରିୟାଙ୍କର ସମସ୍ତ ଦସ୍ତାବିଜ ଖୋଲି ରଖି ଦେଇଥିଲେ। ରିୟାଙ୍କୁ ତାଙ୍କର ITR କପି ଦେଖାଇ ଦିଆଯାଇଥିଲା। ଯେଉଁଥିରେ ରିୟାଙ୍କ ଏବର୍ଷର ଆୟ ମାତ୍ର ୧୪ ଲକ୍ଷ ଟଙ୍କା ଥିଲା ଏବଂ ପୂର୍ବ ବର୍ଷର ଆୟ ତା’ଠାରୁ କମ ୧୦ ଲକ୍ଷ ଟଙ୍କା ରହିଥିଲା।

ରିୟାଙ୍କୁ ପଚରା ଯାଇଥିବା ପ୍ରଶ୍ନ:

ତୁମର ସମ୍ପୂର୍ଣ୍ଣ ବର୍ଷର ମୋଟ ଆୟ ୧୪ ଲକ୍ଷ ଟଙ୍କା ରହିଛି ତେବେ ଆପଣ କୋଟି କୋଟି ଟଙ୍କାର ମହଙ୍ଗା ଫ୍ଲାଟ କେମିତି କ୍ରୟ କରି ପାରିଲେ? ଏହି ପ୍ରଶ୍ନ ଉପରେ ଉତ୍ତର ଦେବାକୁ ଯାଇ ରିୟା କହିଲେ, ମୁଁ ୭ଟି ଫିଲ୍ମ କରିଛି, ମୁଁ ସେଥିରେ ଟଙ୍କା ମଧ୍ୟ ଉପାର୍ଜନ କରିଛି। ମୁଁ ସେହି ଟଙ୍କା ଫ୍ଲାଟ କିଣିବାରେ ବିନିଯୋଗ କରିଛି ଏବଂ ନିଜ ଟଙ୍କାରେ ଏହି ଫ୍ଲାଟ କିଣିଛି।

ଏହି ଉତ୍ତର ଉପରେ ED ଆଉ ଏକ ପ୍ରଶ୍ନ କରି ପଚାରିଲେ, ଆପଣ ଗୋଟିଏ ଫିଲ୍ମ ପାଇଁ କଣ ୧ କୋଟି ଟଙ୍କା ଚାର୍ଜ କରିଥିଲେ କି? ରିୟା କହିଥିଲେ କି, ନା ମୁଁ ଏତେ ଟଙ୍କା ଚାର୍ଜ କରି ନଥିଲି।

ଏହାପରେ ED, ରିୟା ଏବଂ ରିୟାଙ୍କ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିର କାଗଜପତ୍ର ରଖିଥିଲେ ଏବଂ ରିୟାଙ୍କୁ କହିଥିଲେ ଯେ, ଆପଣ ୭ଟି ଫିଲ୍ମ କଲେ କିନ୍ତୁ କେଉଁ ଫିଲ୍ମ ପାଇଁ ୫ଲକ୍ଷ ଟଙ୍କା ତ ଆଉ କେଉଁ ଫିଲ୍ମ ପାଇଁ ୧୦ ଲକ୍ଷ ଆଉ କେଉଁ ଫିଲ୍ମ ପାଇଁ ୧୫ ଲକ୍ଷ ଅନ୍ୟ କେଉଁ ଫିଲ୍ମ ପାଇଁ ୨୦ ଲକ୍ଷ ଟଙ୍କା ଚାର୍ଜ କରିଥିଲ। ଏଥିସହିତ ଗତ କିଛିଦିନ ହେବ ଆପଣ ଫିଲ୍ମ ମଧ୍ୟ କରୁ ନାହାନ୍ତି। ଆପଣଙ୍କ ସମଗ୍ର ଜୀବନର ଆୟ ଏକ କୋଟି ଟଙ୍କା ମଧ୍ୟ ନୁହେଁ ତେବେ ଆପଣ ୪ କୋଟି ଟଙ୍କାର ଫ୍ଲାଟ କିଣିବା ପାଇଁ ଟଙ୍କା କେଉଁଠୁ ଆଣିଲେ?ରିୟା ସମ୍ପୂର୍ଣ୍ଣ ଭାବେ ଫସି ଯାଇଥିଲେ ସେ ସାଙ୍ଗରେ କୌଣସି ଦସ୍ତବିଜ ନେଇକରି ଯାଇନଥିଲେ ମାତ୍ର ED ପୂର୍ବରୁ ହିଁ ସବୁ କିଛି ଦସ୍ତବିଜ ଏକଜୁଟ କରି ରଖିଥିଲା। କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରିୟା କହିଲେ, ମୋର ମନେ ହିଁ ପଡୁ ନାହିଁ ମୋତେ କେଉଁ ଫିଲ୍ମ ପାଇଁ କେତେ ଟଙ୍କା ମିଳିଥିଲା।

ପୁଣି ED ପଚାରିଥିଲା ତାହେଲେ କଣ ଆପଣ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଉଠାଇ ନେଇଥିଲେ? ଏହାର ଉତ୍ତରରେ ରିୟା କହିଛନ୍ତି ଯେ, ମୁଁ କୌଣସି ଟଙ୍କା ଉଠାଇ ନାହିଁ ସବୁକିଛି ନିଜ ଟଙ୍କାରେ କରିଛି।

ଏହାପରେ ED ପଚାରିଥିଲା କଣ ତୁମେ ସୁଶାନ୍ତଙ୍କ ଦ୍ୱାରା ଟଙ୍କା ଖର୍ଚ୍ଚ କରୁଥିଲ? ଏଥିରେ ରିୟା ଉତ୍ତର ଦେଇଥିଲେ, ସୁଶାନ୍ତ ଯେଉଁ ଟଙ୍କା ଖର୍ଚ୍ଚ କଲେ ତାହା ନିଜ ଇଚ୍ଛାରେ କରିଥିଲେ। ସେଥିପାଇଁ ମୁଁ ତାଙ୍କ ଉପରେ କୌଣସି ଚାପ ପକାଇ ନାହିଁ। ଏହାପରେ ରିୟା କହିଥିଲେ ଯେ, ସୁଶାନ୍ତଙ୍କ ପରିବାର ଇଂସୁରାନ୍ସ ଏବଂ ସୁଶାନ୍ତଙ୍କ ସମ୍ପତ୍ତି ପାଇଁ ମୋ ଉପରେ ଆରୋପ ଲଗାଉଛନ୍ତି। ଯେତେବେଳେ କି ସୁଶାନ୍ତଙ୍କ ପରେ ସେସବୁ ଉପରେ ମୋର ଅଧିକାର ରହିଛି।

ରିୟାଙ୍କୁ ଏହାପରେ ଆହୁରି ଅନେକ ପ୍ରଶ୍ନ ପଚରା ଯାଇଥିଲେ ମଧ୍ୟ ସେ ଦେହ ଭଲ ନାହିଁ, ମୁଁ ଅସୁସ୍ଥ ଅଛି, ମୋର ମନେ ପଡୁନାହିଁ ପରି ଉତ୍ତର ଦେଇଥିଲେ। ED ୮ ଘଣ୍ଟା ପଚରା ଉଚରା ପରେ ରିୟାଙ୍କୁ ଛାଡି ଦେଇଥିଲେ ମଧ୍ୟ ତାଙ୍କୁ ଆଉଥରେ ପଚରା ଉଚରା ପାଇଁ ଡକାଇଥିଲେ। ତେବେ ଏପର୍ଯ୍ୟନ୍ତ ଜଣାପଡି ନଜ ED ଅଫିସରେ ଏଥର ରିୟାଙ୍କୁ କେଉଁ ପ୍ରଶ୍ନ କରାଗଲା ଏବଂ ରିୟା କଣ ନୂତନ ଖୁଲାସା କରିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *