ବର୍ତ୍ତମାନ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ଗୋବର ଚୋର, ସୁନା ଚାନ୍ଦି ଛାଡି ଅଧା ରାତିରେ କୃଷକଙ୍କ ଘରୁ ନେଇଗଲେ ୧୦୦ କିଲୋ ଗୋବର।

ଆପଣ ଚୋର ମାନଙ୍କୁ ନେଇ ଅନେକ ଘଟଣା ଶୁଣିଥିବେ। ଏଥିରେ ସୁନା ଚାନ୍ଦି ଠାରୁ ଆରମ୍ଭ କରି ଘରର ମୂଲ୍ୟବାନ ଜିନିଷ ପର୍ଯ୍ୟନ୍ତ ଚୋରି ହୋଇଥିବାର ଦେଖିଥିବେ। ସେଥିପାଇଁ ଲୋକ ନିଜର ଅତି ମୂଲ୍ୟବାନ ଜିନିଷକୁ ଚୋର ମାନଙ୍କ ଠାରୁ ସୁରକ୍ଷା ଦେବା ପାଇଁ ସମ୍ଭାଳି କରି ରଖିଥାନ୍ତି। କିନ୍ତୁ ନିକଟରେ ହିଁ ଛତିଶଗଡ଼ରେ ଏକ ଅଜବ ଧରଣର ଚୋରି ହୋଇଛି। ଏଥିରେ ଚୋର ଏକ ଘରୁ ସୁନା ନେଇଥିଲେ ନା ଚାନ୍ଦି ନେଇ ପଲୋଥିଲେ।

ଏହି ଚୋରଙ୍କ ଲକ୍ଷ୍ୟ ଥିଲା ୧୦୦ କିଲୋଗ୍ରାମ ଗୋବର। ମିଛ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ, କୃଷକଙ୍କ ଘରୁ ଚୋରଟି ୧୦୦ କିଲୋ ଗୋବର ଚୋରାଇଛି। କୃଷକ ଜଣକ ଏହାକୁ ନେଇ ପୋଲିସ ପାଖରେ ଏକ ମାମଲା ରୁଜ୍ଜୁ କରିବା ସହିତ ଶୀଘ୍ର ଚୋରଙ୍କୁ ଧରିନେବା ପାଇଁ ଅପିଲ କରିଛନ୍ତି। ତେବେ ଏହି ଚୋରଟି ବିନା କାରଣରେ ଗୋବର ଚୋରି କରି ନାହିଁ। ଏହା ପଛରେ ବିଶେଷ କାରଣ ରହିଛି।

ଚୋରିର ଏମିତି ଅଜବ ଘଟଣା ଛତିଶଗଡ଼ ରାଜ୍ୟରୁ ସାମ୍ନାକୁ ଆସିଛି। ଏଠାରେ କୋରିୟା ଜିଲ୍ଲାରେ ଏକ ଗାଁ ରହିଛି। ଏଠାକାର ଦୁଇଜଣ କୃଷକଙ୍କ ଘରେ ଅଧା ରାତିରେ କିଛି ଚୋର ପଶିଯାଇ ଚୋରି କରିନେଇଛନ୍ତି।

ଚୋରଟି ଉଭୟ କୃଷକଙ୍କ ଘରେ ରହିଥିବା ସୁନା ଚାନ୍ଦି ଠାରୁ ଅତି ମୂଲ୍ୟବାନ ଜିନିଷ ଛାଡ଼ିଦେଇ ଗୋବର ଚୋରାଇବାରେ ଯୋଜନା ବନାଇଥିଲା। ଚୋର ଏହି ଦୁଇ ଚାଷୀଙ୍କ ଘରୁ ୧୦୦ କିଲୋଗ୍ରାମ ଓଜନର ଗୋବର ଚୋରି କରି ନେଇଯାଇଛି।

ଏହି ଗୋବର କୃଷକଙ୍କ ଘର ପ୍ରାଙ୍ଗଣରେ ଥିବା ପଚେରି ଭିତରେ ଜମା କରି ରଖିଥିଲେ। ରାତିରେ ଏହାକୁ ଚୋର ମାନେ ଚୋରି କରି ନେଇଯାଇଥିଲେ। ସକାଳୁ କୃଷକ ନିଦରୁ ଉଠି ଦେଖିଲେ ତ ତାଙ୍କ ପ୍ରାଙ୍ଗଣ ଯେଉଁଠାରେ ସେ ଗୋବର ରଖିଥିଲେ ସେଠାରେ କିଛି ହେଲେ ନାହିଁ। ସେ ସ୍ଥାନରୁ ଗୋବର ଗାୟବ ହୋଇଯାଇଛି।

ଦୁଇଜଣ କୃଷକ ଏହି ଚୋର ବିରୋଧରେ ମାମଲା ଫାଇଲ କରାଇଛନ୍ତି। ସେମାନେ କେବଳ ଏହି ନୂତନ ସମସ୍ୟାର ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା ଯେ ଏହି ଗାଁରେ କାହିଁକି ଗୋବର ଚୋରି ହେଉଛି। ତେବେ ଏହାର ଏକ ବିଶେଷ କାରଣ ରହିଛି।

ବାସ୍ତବରେ ଛତିଶଗଡ଼ର ସରକାର ଗୋଧନ ନ୍ୟାୟ ଯୋଜନାର ଆରମ୍ଭ କେରିଦେଇଛନ୍ତି। ଏହି ଯୋଜନା ଅଧୀନରେ ସରକାର କୃଷକଙ୍କ ଠାରୁ ଟଙ୍କା ଦେଇ ଗୋବର କିଣିନେବେ। ତେବେ ଏହା ବଦଳରେ କୃଷଙ୍କୁ ଏକ ଉତ୍ତମ ଅଙ୍କର ମୂଲ୍ୟ ପ୍ରଦାନ କରାଯିବ।

ଛତିଶଗଡ଼ ସରକାର ଘୋଷଣା କରିଛି ଯେ, ଏଠାକାର କୃଷକ ମାନଙ୍କ ଠାରୁ ସରକାର କିଲୋ ପ୍ରତି ଦୁଇ ଟଙ୍କା ଦେଇ ଗୋବର କିଣିନେବେ। ଯେଉଁ କୃଷକ ମାନେ ନିଜେ ଯାଇ ଗୋବର ବିକ୍ରି କରି ପାଟିବେନି ସେମାନଙ୍କ ଘରୁ ସରକାର ନିଜେ ଗୋବର ଉଠାଇ ନେବେ।

ଯେବେଠାରୁ ଛତିଶଗଡର ରାଜ୍ୟ ସରକାରଙ୍କ ତରଫରୁ ଏହି ଘୋଷଣା ହୋଇଛି ସେବେଠାରୁ ଛତିଶଗଡ଼ରେ ଗୋବର ଚୋରଙ୍କ ମାମଲା ବଢି ଯାଇଛି। ବର୍ତ୍ତମାନ ପୋଲିସ ଏହି ଗୋବର ଚୋରଙ୍କ ଉପରେ ଲଗାମ ଲଗାଇବା ଉଦେଶ୍ୟରେ ଲାଗି ରହିଛି। କୃଷକ ମାନେ ମଧ୍ୟ ଏବେ ନିଜ ଘରେ ଗୋବରକୁ ସମ୍ଭାଳି ରଖିବା ଆରମ୍ଭ କରିଦେଇ ସାରିଲେଣି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *