ସୁଶାନ୍ତ ସିଂ ରାଜପୁତଙ୍କ କେସରେ ବଡ଼ ରହସ୍ୟ ଖୋଲିଲେ ଜଣେ ପ୍ରତକ୍ଷ୍ୟଦର୍ଶୀ, ତେବେ କିଏ ଏହି ରହସ୍ୟମୟୀ ପୋଲିସ ବାବୁ…?

ସୁଶାନ୍ତଙ୍କ କେସରେ ଜଣେ ପ୍ରତ୍ୟକ୍ଷଦର୍ଶୀ ବହୁତ ବଡ଼ ଖୁଲାସା କରିଛନ୍ତି। ସେହି ବ୍ୟକ୍ତି ଜଣକ ସୁଶାନ୍ତଙ୍କ ଶରୀର ଝୁଲୁଥିବାର ଦେଖିଥିଲେ। ତେବେ ସୁଶାନ୍ତଙ୍କୁ ଏହି ଅବସ୍ଥାରେ କିଏ ଦେଖିଥିବେ? ଯିଏ ପ୍ରଥମେ ସୁଶାନ୍ତଙ୍କ କବାଟ ଖୋଲିଥିବେ ଏବଂ ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ତାଙ୍କୁ ଦେଖିଥିବେ। ତେବେ ଯେଉଁ ଆମ୍ବୁଲାନ୍ସ କର୍ମଚାରୀ ସେଠାକୁ ଯାଇଥିଲେ ସେମାନଙ୍କ ମଧ୍ୟରୁ ହିଁ ଜଣେ ବ୍ୟକ୍ତି ସୁଶାନ୍ତଙ୍କୁ ଏହି ଅବସ୍ଥାରେ ଦେଖିଛନ୍ତି। ତେବେ ତାଙ୍କ ପରିଚୟ ଗୋପନ ରଖା ଯାଇଛି।

ସେହି କର୍ମଚାରୀ ଜଣକ କହିଥିଲେ ଯେ, ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଶରୀରକୁ ଆମେ ଦେଖିଥିଲୁ ସେତେବେଳେ ଦେଖିବା ମାତ୍ରେ ଆମକୁ ଲାଗିଥିଲା ସୁଶାନ୍ତଙ୍କ ହତ୍ୟା କରି ଏଠାରେ ଝୁଲାଇ ଦିଆ ଯାଇଛି। ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତ୍ୟେକ ଦିନର ଏହାହିଁ କାର୍ଯ୍ୟ ରହିଥାଏ ସେଥିପାଇଁ ସେମାନେ ଦେଖୁ ଦେଖୁ ଜାଣି ଦେଇଥିଲେ ଏହା ଏକ ହତ୍ୟା ମାମଲା। ସେମାନେ ଦେଖୁ ଦେଖୁ ଜାଣିଦେଉଥିବେ କେଉଁ ମାମଲା ହତ୍ୟା ଏବଂ କେଉଁ ମାମଲା ଆତ୍ମହତ୍ୟା।

ସେ ଅନେକ ଫ୍ୟାକ୍ଟ କହିଥିଲେ ଯେମିତିକି, ସୁଶାନ୍ତଙ୍କ ମୁହଁରୁ କିଛି ବାହାରୁ ନଥିଲା। ଜଣେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ମୁହଁରୁ କିଛି ତରଳ ପଦାର୍ଥ ପରି ଜିନିଷ ବାହାରିଥାଏ, ଜିଭ ମଧ୍ୟ ବାହାରି ପଡିଥାଏ, ବେକର ହାଡ଼ ଭାଙ୍ଗି ଯାଇଥାଏ। କିନ୍ତୁ ସୁଶାନ୍ତଙ୍କ କେସରେ ଏମିତି କିଛି ହେଲେ ହୋଇନଥିଲା। ତେବେ ଏହି ସବୁ ତଥ୍ୟକୁ ଲକ୍ଷ୍ୟରେ ରଖି ସେହି କର୍ମଚାରୀ ଜଣକଙ୍କୁ ଲାଗିଥିଲା ଯେ, ସୁଶାନ୍ତଙ୍କ ହତ୍ୟା କରାଯାଇଛି।

ବର୍ତ୍ତମାନ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ସିକ୍ରେଟ ମୁମ୍ବାଇ ପୋଲିସ ଅଫିସର ଯିଏ ନିଜର ପରିଚୟ ଲୁଚାଇ ରଖିଛନ୍ତି କିଛି କଥା କହୁଛନ୍ତି। ଏହି ଭିଡ଼ିଓରେ ତାଙ୍କ ମୁହଁ ମଧ୍ୟ ଅସ୍ପଷ୍ଟ ରହିଛି, ସ୍ୱର ମଧ୍ୟ ବଦଳାଇ ଦିଆ ଯାଇଛି, ମୁହଁରେ ମାକ୍ସ ମଧ୍ୟ ପିନ୍ଧିଛନ୍ତି ଏବଂ ଦାବି କରିଛନ୍ତି ଯେ ସେ ମୁମ୍ବାଇ ପୋଲିସର କର୍ମଚାରୀ ବୋଲି। ଏହି ଭିଡ଼ିଓରେ ସେ କହିଛନ୍ତି ଯେ, ମୁମ୍ବାଇ ପୋଲିସ ଉପରେ ବହୁତ ଚାପ ରହିଛି। ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ କେସରେ କିଛି କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କିଛି କରିବାକୁ ଦିଆଯାଉ ନାହିଁ କାରଣ ତାଙ୍କ ଉପରେ ରାଜନୈତିକ ଚାପ ରହିଛି।

ସେ ଏହାମଧ୍ୟ କହୁଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କର ହତ୍ୟା କରାଯାଇଛି। ଏଥିସହିତ ସେ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସଲିୟାନଙ୍କ କେସ ପରସ୍ପର ସହିତ କନେକଟେଡ଼ ରହିଛି। ଦିଶା ସହିତ ଦୁଷ୍କର୍ମ କରାଯାଇଛି ଏବଂ ସୁଶାନ୍ତଙ୍କ କେସରେ ଜଣେ ବଡ ନେତାଙ୍କ ହାତ ରହିଛି। ଏମିତି ଅନେକ ଦାବି କରାଯାଇଛି ଏହି ସିକ୍ରେଟ ଭିଡ଼ିଓରେ।

ଏହି ସିକ୍ରେଟ ଭିଡ଼ିଓ ଭାଇରାଲ ହେବା ପରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି। କଣ ସେହି ଭିଡ଼ିଓ ରିୟଲ ଯଦି ହଁ ତେବେ କଣ ଏହାକୁ ମୁମ୍ବାଇ ପୋଲିସର ଜଣେ କର୍ମଚାରୀଙ୍କ ଦ୍ଵାରା କରାଯାଇଛି। ତେବେ ଏହି ଭିଡ଼ିଓ ଫେକ ମଧ୍ୟ ହୋଇଥାଇ ପରେ। ଏହା ରିୟଲ କିମ୍ବା ଫେକ ଏବିଷୟରେ ଏପର୍ଯ୍ୟନ୍ତ କୌଣସି ପୁଷ୍ଟି କରାଯାଇ ନାହିଁ। ଯଦିଓ ଏହି ଭିଡ଼ିଓ ରିୟଲ ହୋଇଥିବ ତେବେ ଏହି ବ୍ୟକ୍ତିର ପରିଚୟ ସ୍ପଷ୍ଟ ହୋଇଗଲେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିପାରେ। ସୁଶାନ୍ତଙ୍କ କେସରେ ୯୯ ପ୍ରତିଶତ ହତ୍ୟାର ଆଶଙ୍କା ରହିଥିବା ବେଳେ ମାତ୍ର ୧ ପ୍ରତିଶତର ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *