ରିୟା ଚକ୍ରବର୍ତ୍ତୀ, EDକୁ ଲୁଚାଇଲେ ଆଉ ଏକ ସତ। କେବେ ଖୋଲିବ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ?

ନିକଟରେ ସାମ୍ନାକୁ ଆସିଥିଲା ଯେ, ରିୟା ଚକ୍ରବର୍ତ୍ତୀ ମୁମ୍ବାଇରେ ଦୁଇଟି ଫ୍ଲାଟ କିଣିଥିଲେ। ଏହି ଦୁଇଟି ଫ୍ଲାଟକୁ ଛାଡିଦେଲେ ରିୟା ଆଉ ଏକ ଫ୍ଲାଟ ମଧ୍ୟ କିଣିଛନ୍ତି। ଯାହାକି ଏହି ଦୁଇ ଫ୍ଲାଟର ମୋଟ ମୂଲ୍ୟ ଠାରୁ ଏହା ଅଧିକ ମୂଲ୍ୟବାନ। ତେବେ ଏହି ତୃତୀୟ ଫ୍ଲାଟ ବିଷୟରେ ଲୁଚାଇ ରଖିଥିଲେ ରିୟା। EDଙ୍କ ପଚାରଉଚରା ସମୟରେ ଏବିଷୟରେ କିଛି ହେଲେ ପ୍ରକାଶ କରିନଥିଲେ ରିୟା ଚକ୍ରବର୍ତ୍ତୀ। ମୁମ୍ବାଇରେ ଫିଲ୍ମରୋଜ ଆପାର୍ଟମେଂଟରେ ଯେଉଁଠାରେ ରିୟା ରହୁଛନ୍ତି ସେହି ଫ୍ଲାଟକୁ ମଧ୍ୟ ରିୟା କିଣିଛନ୍ତି। ଏସବୁ ବିଷୟରେ ମଧ୍ୟ EDକୁ ଲୁଚାଇଥିଲେ।

ଯାଞ୍ଚ ପୂର୍ବରୁ ସବୁକିଛି ଲୁଚିଥିବା ବେଳେ ED ଯାଞ୍ଚ ସମୟରେ ମଧ୍ୟ କୌଣସି ତଥ୍ୟ ଜଣାଇ ନଥିଲେ। ରିୟା ଯେଉଁ ଫ୍ଲାଟରେ ରହୁଛନ୍ତି ସେଠାରେ ୟୁରୋପରୁ ଫେରିବା ପରେ ସୁଶାନ୍ତ ମଧ୍ୟ କିଛି ଦିନ ରହିଥିଲେ। ରିୟାଙ୍କ ପିତା ଜଣେ ଅବସର ପ୍ରାପ୍ତ ଡାକ୍ତର, ରିୟା ନିଜେ ଜଣେ ସଙ୍ଘର୍ଷରତ ଅଭିନେତ୍ରୀ ଏଥିସହିତ ରିୟାଙ୍କ ଗତ ବର୍ଷର ମୋଟ ରୋଜଗାର ୧୪ ଲକ୍ଷ ଟଙ୍କା ରହିଛି। ତେବେ ଏପରି ସ୍ଥିତିରେ ରିୟା ମୁମ୍ବାଇ ପରି ଏକ ସ୍ଥାନରେ ଏତେ ଅଧିକ ଦାମର ଫ୍ଲାଟ କିଣିଲେ କିପରି। ଏସବୁ ଗୋଟିଏ ବର୍ଷ ନୁହେଁ ଗୋଟିଏ ମାସରେ କିଣୁଥିଲେ ଯାହାର ମୂଲ୍ୟ କୋଟି କୋଟି ଟଙ୍କା ରହିଛି।

ରିୟା ଆଉ କେତେ ଦିନ ପର୍ଯ୍ୟନ୍ତ ଏକଥାରେ ପରଦା ପକାଇ ରଖିବେ ଯେ ସେ ଖର୍ଚ୍ଚ କରୁଥିବା କୋଟି କୋଟି ଟଙ୍କା ସୁଶାନ୍ତ ସିଂ ରାଜପୁତଙ୍କର ଥିଲା। କିନ୍ତୁ ରିୟା ଏହିସବୁ ଫ୍ଲାଟ ବିଷୟରେ ଲୁଚାଇବାକୁ ଚେଷ୍ଟା କରି ନିଜେ ନିଜ ବିରୋଧରେ ପ୍ରମାଣ ଦେଉଛନ୍ତି। ରିୟା ଦିନକୁ ଦିନ ଏଥିରେ ଫସିବାକୁ ଲାଗିଛନ୍ତି।

ସୁଶାନ୍ତଙ୍କ କେସରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ବାକି ରହିଛି। ଆଉ ମାତ୍ର ତିନି ରୁ ଚାରି ଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଆରମ୍ଭ ହୋଇଯିବ। ତେବେ ସେ ଏବେଠାରୁ ସବୁ କିଛି ଲକ୍ଷ୍ୟ କରିବା ଆରମ୍ଭ କରି ଦେଇଛନ୍ତି। EDର ପଚରାଉଚରା ଉପରେ ମଧ୍ୟ ନଜର ରଖିଛି କ୍ରାଇମବ୍ରାଞ୍ଚ।

ରିୟାଙ୍କର ଏହି କାର୍ଯ୍ୟରେ ତାଙ୍କ ପରିବାର, ତାଙ୍କ ଭାଇ, ତାଙ୍କ ମାଆ ସମସ୍ତେ ସାମିଲ ରହିଥିଲେ। ଏବିଷୟରେ ମଧ୍ୟ ଚର୍ଚ୍ଚା ଚାଲିଛି ଯଦି ରିୟା ଦୋଷୀ ପ୍ରମାଣିତ ହେଉଛନ୍ତି ତେବେ ତାଙ୍କୁ କେତେ ବର୍ଷର ସଜା ହେବ। ସେ ସଜା କାଟି ଫେରିବା ପରେ ତାଙ୍କୁ ବଲିଉଡ କିପରି ଭାବରେ ଗ୍ରହଣ କରିବେ, ଗ୍ରହଣ କରିବେ କି ନାହିଁ? କିନ୍ତୁ ଏପରି କିଛି ହେଲେ ଲୋକଙ୍କୁ ସମାଜ କେବେ ଗ୍ରହଣ କରି ନଥାଏ ଫିଲ୍ମ ମିଳିବା କିମ୍ବା ବଲିଉଡ ଗ୍ରହଣ କରିବା ତ ଦୂରର କଥା। ଏଥିସହିତ ଏହାର ପ୍ରଭାବ ବ୍ୟକ୍ତିର ପରିବାର ଉପରେ ମଧ୍ୟ ପଡିଥାଏ।

ଏହି ଘଟଣା ଏମିତି ପ୍ରମାଣିତ ହେବ ଯେଉଁଥିରୁ ଆମ ସମାଜକୁ ମଧ୍ୟ ବହୁତ ବଡ଼ ଶିକ୍ଷା ମିଳିବ। ଯଦି ଆପଣ କିଛି ଖରାପ କରିଛନ୍ତି ତେବେ ଦିନେନା ଦିନେ ଆପଣ ସେଥିରେ ଫସିଯିବେ। ଯଦି ଆପଣଙ୍କ କର୍ମ ଠିକ ତେବେ ଏହାର ଫଳ ମଧ୍ୟ ଠିକ ରହିବ ନାହିଁ। ପାପ କର୍ମର ପରିଣାମ ମଧ୍ୟ ଭୟାବହ ହୋଇଥାଏ। ଏହି ମାମଲାରେ ଯଦି ଦୋଷୀକୁ ଦଣ୍ଡ ମିଳୁଛି ତେବେ ମଣିଷ କର୍ମର ଏହ ବୃହତ ଶିକ୍ଷା ପାଇଁ ଆମ ସମାଜ। ନିଜ କର୍ମର ଫଳ ନିଜକୁ ହିଁ ଭୋଗିବାକୁ ପଡିଥାଏ। ଏପରି ଲୋକଙ୍କୁ ସମାଜରେ ବହିଷ୍କାର କରାଯାଇଥାଏ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *