ଥଣ୍ଡା ଏକ ସାଧାରଣ ରୋଗ ଅଟେ। ଏହା ବର୍ଷର ଯେକୌଣସି ସମୟରେ ହୋଇଥାଏ। କିନ୍ତୁ ଶୀତ କିମ୍ବା ବର୍ଷା ଋତୁରେ ଥଣ୍ଡା ଜନିତ ସମସ୍ୟା ଅଧିକ ଦେଖା ଦେଇଥାଏ। ଏକ ବାୟୁ ସଂକ୍ରମିତ ରୋଗ ଅଟେ ଥଣ୍ଡା। ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜନିତ ସମସ୍ୟା ରହିଥାଏ ତେବେ ତାଙ୍କ ଠାରୁ ମଧ୍ୟ ଆପଣଙ୍କୁ ଥଣ୍ଡା ସଂକ୍ରମିତ ହୋଇଥାଏ। ସେଥିପାଇଁ ଏଥିରୁ ରକ୍ଷା ପାଇବା ବହୁତ କଷ୍ଟସାଧ୍ୟ ହୋଇଥାଏ। ଥଣ୍ଡା ହେବା ଦ୍ୱାରା ଆପଣଙ୍କ ନାକରୁ ପାଣି ବହିଥାଏ। ଶରୀରର ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ବିନ୍ଧିବା ଆରମ୍ଭ ହୋଇଯାଇଥାଏ।
ସମୟେ ସମୟେ ଥଣ୍ଡା ଆମ ଶରୀରରେ ବହୁତ ଅଧିକ ବଢିଯାଇ ଥାଏ। ଯାହାଦ୍ୱାରା ଆମ ମୁହଁ ଏବଂ ଗୋଡ଼ହାତ ଫୁଲି ଯାଇଥାଏ। ଏହାକୁ ଆମେ ଇସନଫୁଲିଆ ମଧ୍ୟ କହିଥାଉ। ଏପରି ସ୍ଥିତିରେ ଥଣ୍ଡାକୁ ଦୂର କରିବା ପାଇଁ ଅନେକ ଔଷଧ ସେବନ କରିଥିଲେ ମଧ୍ୟ କୌଣସି ସଫଳ ମିଳି ନଥାଏ। ଥଣ୍ଡା ପରି ଏକ ଯନ୍ତ୍ରଣା ଦାୟକ ଏବଂ ସାଧାରଣ ରୋଗକୁ ମୂଳରୁ ଶେଷ କରିବା ପାଇଁ ଆୟୁର୍ବେଦରେ ଅନେକ ଉପଚାର ବର୍ଣ୍ଣିତ ରହିଛି। ଆସନ୍ତୁ ଏପରି ଏକ ଉପଚାର ବିଷୟରେ ଜାଣିବା ଯାହା ଆପଣଙ୍କୁ ଥଣ୍ଡା ଏବଂ ଇସନଫୁଲିଆ ଠାରୁ ମୁକ୍ତି ଦେବ।
ଆବଶ୍ୟକ ସାମଗ୍ରୀ:
ଏହାକୁ ବନାଇବା ପାଇଁ ଆମକୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଶୁଖିଲା ଅଦା। ଯାହାକୁ ଆମେ ସୁଣ୍ଠି ମଧ୍ୟ କହିଥାଉ। ଆପଣଙ୍କୁ ଏହା କୌଣସିବି ପୁଟୁଳି ବଣିଆ ଦୋକାନରୁ ସହଜରେ ମିଳିଯାଇ ପାରିବ। ଯଦି ସେଠାରୁ ମଧ୍ୟ ନମିଳେ ତେବେ ଆପଣ ଏହାକୁ ଅନଲାଇନରୁ ମଧ୍ୟ କିଣି ପାରିବେ। ସୁଣ୍ଠି ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ ତାହା ଅନେକ ବ୍ୟକ୍ତି ଜାଣିନଥାନ୍ତି। ଶୁଖିଲା ଅଦାର ଆଣ୍ଟି ଇଂମ୍ଫଲାମେଣ୍ଟରୀ ଗୁଣ ରହିଥାଏ।
ବର୍ଷା ଏବଂ ଶୀତ ପାଗରେ ଦେହ ଗରମ ରହିବା ସହିତ ଥଣ୍ଡାକୁ ଦୂର କରିଥାଏ। ସୁଣ୍ଠିର ପ୍ରୟୋଗ ପାକସ୍ଥଳୀ ଜନିତ ଅନେକ ସମସ୍ୟାରୁ ଉପଶମ ଦେଇଥାଏ। ଏହା ଶରୀରରୁ ସଂକ୍ରମଣ ପ୍ରଭାବ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଦୂର କରିବାକୁ ସହାୟକ ହୋଇଥାଏ। ଏହାର ସେବନ ପେଟର ଉତ୍ତାପ ଏବଂ ଏସିଡକୁ ହ୍ରାସ କରିଥାଏ। ଏଥିସହିତ ସୁଣ୍ଠିର ସେବନ ଚର୍ମର ଉଜ୍ଜ୍ୱଳତା ବଢାଇବା ସହିତ ଶରୀରରୁ କୌଣସି ପ୍ରକାର ଦାଗ ଦୂର କରିଥାଏ।
ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ପିପ୍ପଳୀ। ପିପ୍ପଳୀ ମଧ୍ୟ ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୋକାନରୁ ସହଜରେ ମିଳିଯିବ ଯଦି ନମିଳେ ଏହାକୁ ଅନଲାଇନରୁ ମଧ୍ୟ ଅର୍ଡର କରି ପାରିବେ। ପିପ୍ପଳୀ କିମ୍ବା ଯାହାକୁ ଆମେ ଇଂରାଜୀ ଲଙ୍ଗ ପେପର କୁହାଯାଇଥାଏ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ।
କାଶ ଏବଂ ଥଣ୍ଡା ଭଳି ସମସ୍ୟା ପାଇଁ ପିପ୍ପଳୀ ଏକ ପ୍ରଭାବଶାଳୀ ଔଷଧ ଅଟେ। ପିପ୍ପଳୀ କାଶକୁ ସମାପ୍ତ କରେ, ଶ୍ୱାସକୁ ମୁକ୍ତ କରେ, ବାୟୁ ପଥକୁ ସଫା କରେ, ଯାହାଦ୍ୱାରା ରୋଗୀକୁ ମୁକ୍ତ ଭାବରେ ନିଶ୍ୱାସ ନେବାକୁ ସୁବିଧା ହୋଇଥାଏ। କେବଳ ମହୁ ସହିତ ପିପ୍ପଳୀର ସେବନ ଦ୍ୱାରା କାଶ ଏବଂ ଥଣ୍ଡାରୁ ଆପଣଙ୍କୁ ମୁକ୍ତି ମିଳି ପାରିବ। ଏହାଛଡା ପିପ୍ପଳୀ ଦ୍ୱାରା ଶରୀରକୁ ଆହୁରି ଅନେକ ଉପଶମ ମିଳିଥାଏ।
ପ୍ରସ୍ତୁତିର ବିଧି:
ସର୍ବପ୍ରଥମେ ଆପଣ ଅଦା ଏବଂ ପିପ୍ପଳୀକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଦୁଇଟି ସାମଗ୍ରୀର ଗୁଣ୍ଡକୁ ଭଲ ଭବରେ ମିଶାଇ ଦିଅନ୍ତୁ। ଏହାପରେ ଆଉ କିଛି କରିବାକୁ ପଡିବ ନାହିଁ ଏବଂ ଆପଣଙ୍କ ଉପଚାର ପ୍ରସ୍ତୁତ ହୋଇଯିବ।
ସେବନର ବିଧି:
ଯେତେବେଳେ ଆପଣ ଗରମ ଭାତ ଖାଉଛନ୍ତି ସେତେବେଳେ ଏହାର ସେବନ କରିପାରିବେ। ପ୍ରଥମେ ଆପଣ ଭାତରେ ଏକ ଚାମଚ ଦେଶୀ ଗାଈ ଘିଅ ମିଶାଇ ଦିଅନ୍ତୁ। ତା’ପରେ ଏହି ଚୂର୍ଣ୍ଣର ଅଧା ଚାମଚ ଭାତରେ ମିଶାଇ ଦିଅନ୍ତୁ। ଏହାପରେ ସେହି ଭାତର ସେବନ କରନ୍ତୁ। ଯଦି ଆପଣଙ୍କୁ ସମ୍ପୂର୍ଣ୍ଣ ଭାତରେ ଏହା ଗୋଳାଇବାକୁ ଭଲ ଲାଗେ ନାହିଁ ତାହେଲେ ଆପଣ ଏହାକୁ ଗୋଟିଏ ଗୁଣ୍ଡା ଭାତରେ ଗୋଳାଇ କରି ସେବନ କରିପାରିବେ।
ପ୍ରଥମେ ସେହି ଏକ ଗୁଣ୍ଡା ଭାତ ଖାଇ ନିଅନ୍ତୁ ଯେଉଁଥିରେ ଏହି ଚୂର୍ଣ୍ଣ ମିଶାଇଥିଲେ। ଯଦି ଏହା ମଧ୍ୟ ଆପଣଙ୍କୁ ଭଲ ନଲାଗେ ତେବେ ଏକ ଗ୍ଲାସ ପାଣି ସହିତ ଏହି ଚୂର୍ଣ୍ଣର ଏକ ଚାମଚ ମିଶାଇ ପ୍ରତିଦିନ ସେବନ କରି ପାରିବେ। ଏହାର ମାତ୍ର ତିନି ଦିନ ସେବନ ପରେ ଆପଣଙ୍କ ଥଣ୍ଡା ସମ୍ପୂର୍ଣ୍ଣ ଥଣ୍ଡା ଛାଡି ପଳାଇବ। ପ୍ରସବ ପରେ ନବଜାତ ଶିଶୁର ମାଆ ଯେବେଠାରୁ ଭାତ ଖାଇବା ଆରମ୍ଭ କରିବେ ଏହାର ସେବନ ଭାତ ସହିତ କଲେ ପ୍ରସବ ବେଦନା ଅନେକ ପରିମାଣରେ କମ ହୋଇଯିବ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |